ଶ୍ରାବଣ ମାସରେ ଏହି ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ

ଶ୍ରାବଣ ମାସରେ ଏହି ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ

ଶ୍ରାବଣ ମାସରେ ପଵିତ୍ର ମନରେ ଶ୍ରଦ୍ଧାର ସହିତ ପୂଜାର୍ଚ୍ଚନା କଲେ ପ୍ରଭୁ ଭୋଳା ଶଙ୍କର ଭକ୍ତମନଙ୍କୁ ମନବାଞ୍ଚିତ ଫଳ ପ୍ରଦାନ କରିଥାନ୍ତି । ହେଲେ ସେଥିପାଇଁ ଆପଣଙ୍କୁ ଏମିତି କିଛି ଜିନିଷ ଅଛି ଯାହାକୁ ଖାଇବା ଠାରୁ ନିଜକୁ ଦୂରେଇ ରଖିବାକୁ ପଡିବ। ଏହି ମାସରେ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ  । ହାଲୁକା ଭୋଜନ ଗ୍ରହଣ କରନ୍ତୁ  । ଭୋଜନରେ ଏମିତି ଖାଦ୍ୟ ସାମିଲ କରନ୍ତୁ ଯାହା ଶୀଘ୍ର ହଜମ ହୋଇଯାଉଥିବ  । କାରଣ ଏହି ଋତୁରେ ଆମ ପାଚନ ତନ୍ତ୍ର ଖୁବ ଧୀର ଗତିରେ କାମ କରିଥାଏ  । ଯଦି ଏ ପ୍ରତି ଧ୍ୟାନ ଦିଆନଯାଏ ତେବେ ସ୍ୱାସ୍ଥ୍ୟ ଖରାପ ହୋଇଯାଏ  । 

ଶ୍ରାବଣ ମାସରେ କୀଟ ପତଂଗଙ୍କ ସଂଖ୍ୟା ପୂର୍ବାପେକ୍ଷା ବଢିଯାଏ  । ଯାହାକି ଘରେ ନକାରାତ୍ମକ ଶକ୍ତି ବଢ଼ାଇଥାଏ  । ତେଣୁ ଯେତେଦୂର ସମ୍ଭବ ଘରର ଆଖପାଖ ସଫାସୁତୁରା ରଖିବା ଉଚିତ  । ଏହି ଦିନ ନିଜ ଘରେ ସୁଗନ୍ଧିତ ଧୂପ ଲଗାନ୍ତୁ  । ଏଥିରେ ଆପଣଙ୍କ ଘରର ବାତାବରଣ ଶୁଦ୍ଧ ହୋଇଥାଏ  । 

ତେବେ ଚାଲନ୍ତୁ ଜାଣିବା ଏମିତି କେଉଁ ଜିନିଷ ଅଛି ଯାହାକୁ କେବଳ ଆଧ୍ୟାତ୍ମିକ ନୁହଁ ଵୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ଶ୍ରାବଣ ମାସ ଖାଇବା ପାଇଁ ବାରଣ କରାଯାଇଛି ।

ସବୁଜ ପତ୍ର ଥିବା ପରିବା :

  • ଶ୍ରାବଣ ମାସରେ ଆରମ୍ଭରେ ହିଁ ମୌସୁମୀର ଆଗମନ ହୋଇଯାଇଥାଏ। ମୌସୁମୀ ପ୍ରଭାବରେ ଏହି ମାସରେ ଅତ୍ୟଧିକ ବୃଷ୍ଟିପାତ ମଧ୍ୟ ହୋଇଥାଏ। ତେବେ ଏପରି ବାତାବରଣରେ କୀଟ ଏବଂ ଜୋକମାନେ ଅଧିକ ମାତ୍ରାରେ ଜନ୍ମ ନେଇଥାନ୍ତି। ସବୁଜ ପତ୍ରଧାରୀ ପରିବାରେ ଏମାନେ ଅଧିକ ପରିମାଣରେ ଲୁଚିକରି ରହିଥାନ୍ତି। ସେହି ପରିବାଗୁଡ଼ିକ ଖାଇବା ଦ୍ୱାରା ମଣିଷ ଶରୀରରେ ଉଦର ସହିତ ଚର୍ମ ଜନିତ ରୋଗ ଦେଖାଦେଇଥାଏ। ସେଥିପାଇଁ ଯଥାସମ୍ଭବ ଏହି ସବୁଜ ପତ୍ରଯୁକ୍ତ ପରିବା ଗୁଡିକୁ ସେବନ କରିବା ଠାରୁ ନିଜକୁ ନିବୃତ୍ତ ରଖିବା ଉଚିତ।
  • ସବୁଜ ପନି ପରିବା ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକାରକ ହୋଇଥାଏ । ଶ୍ରାବଣ ମାସରେ ଜଣେ ବ୍ୟକ୍ତିଙ୍କୁ ସବୁଜ ପନିପରିବା ଏବଂ ଶାଗ ଖାଇବା ଉଚିତ୍ ହୋଇନଥାଏ ।
  • ଯେଉଁ ମହିଳାମାନେ ଶ୍ରାବଣ ମାସରେ ଭଗବାନ ଶିବଙ୍କ ବ୍ରତ ପାଳନ କରନ୍ତି; ତାଙ୍କୁ ସବୁଜ ପନିପରିବା ସେବନରୁ ଦୂରେଇ ରହିବା ଉଚିତ ।

ବାଇଗଣ

ମାସ ମଧ୍ୟରେ ଶ୍ରାବଣ ମାସକୁ ଏକ ପଵିତ୍ର ମାସ ଭାବରେ ଗଣା ଯାଇଥାଏ। ସେହିପରି ଧାର୍ମିକ ମତରେ ବାଇଗଣକୁ ଏକ ଅଶୁଦ୍ଧ ଖାଦ୍ୟ ରୂପେ ଗ୍ରହଣ କରାଯାଇଥାଏ । ଏହାଛଡା ଶ୍ରାବଣ ମାସରେ ହେଉଥିବା ଅତ୍ୟଧିକ ବର୍ଷା କାରଣରୁ ବାଇଗଣ ଭିତରେ ଜୋକ ରହିଥାନ୍ତି। ତେଣୁ ଏହି ମାସରେ ବାଇଗଣ ନଖାଇବା ଆମ ପାଇଁ ଶ୍ରେୟସ୍କର ହୋଇଥାଏ ।

ଆଖୁରସ 

ଶ୍ରାବଣ ମାସରେ ଆଖୁରସ ସେବନ କରନ୍ତୁ ନାହିଁ କାରଣ ଭଗଵାନ ଭୋଳାନାଥ ଏହି ଜିନିଷକୁ ପ୍ରିୟ କରନ୍ତି ନାହିଁ।

ଦୁଗ୍ଧ ଏବଂ ଦୁଗ୍ଧ ଜାତୀୟ ଖାଦ୍ୟ :

  • ଶ୍ରାବଣ ମାସରେ କ୍ଷୀରର ସେବନ ଭଲ ନୁହେଁ । ଏହି କାରଣରୁ ଶ୍ରାବଣ ମାସରେ ଭଗବାନ ଶିବଙ୍କୁ କ୍ଷୀରରେ ଅଭିଷେକ କରିବା କଥା କୁହାଯାଇଛି । ଏହାଦ୍ବାରା ବାତ ସମ୍ବନ୍ଧିତ ଦୋଷରୁ ମୁକ୍ତି ମିଳିଥାଏ ।ତେଣୁ ଶ୍ରାବଣ ମାସରେ କ୍ଷୀରର ସେବନ କରିବା ଉଚିତ ନୁହେ । ଯେପରି ଭାଦ୍ରବ ମାସରେ ଦହିର ସେବନ କରାଯାଏ ନାହି ଠିକ ସେହି ପରି ଶ୍ରାବଣ ମାସରେ କ୍ଷୀରର ସେବନ କରିବା ଅନୁଚିତ ଅଟେ ।
  • ଶ୍ରାବଣ ମାସରେ ଦୁଗ୍ଧ ଏବଂ ଦୁଗ୍ଧ ଜାତୀୟ ଖାଦ୍ୟ ଠାରୁ ଦୂରେଇ ରହିବା ଆବଶ୍ୟକୀୟ ହୋଇଥାଏ। ଯେତେ କମ ରୁ କମ ପରିମାଣରେ ଏହି ଖାଦ୍ୟ ସେବନ କରି ପାରିବେ ସେତେ ପରିମାଣରେ ଆମ ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ହୋଇଥାଏ। ଦୁଗ୍ଧ ଦହି ରେ ଭଗବାନ ଶିବଙ୍କ ଅଭିଷେକ କରିପାରିବେ। ମାତ୍ର ଏହାକୁ କେବେ ନଫୁଟାଇ ପିଇବେ ନାହିଁ। ଏହା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ଦୁଗ୍ଧକୁ ଭଲ ଭାବରେ ଅଧିକ ଫୁଟାଇ କରି ପିଇବେ।ଏମିତି କରିବା ଦ୍ଵାରା ଏଥିରେ ଥିବା କିଟାଣୁ ସମ୍ପୂର୍ଣ୍ଣ ଭିତରେ ନଷ୍ଟ ହୋଇଯାଇଥାନ୍ତି।

ଅଧିକ ମସଲା ଜାତୀୟ ଖାଦ୍ୟ :

  • ସାଧାରଣତଃ ଖାଦ୍ୟକୁ ଅଧିକ ସୁସ୍ୱାଦୁ କରିବା ପାଇଁ ଆମେ ରୋଷେଇରେ ମସଲା ବ୍ୟବହାର କରିଥାଉ। ମସଲା ଦେଇ ତିଆରି କରାଯାଇଥିବା ଖାଦ୍ୟ ପାଟି ଅତ୍ୟନ୍ତ ସ୍ୱାଦିଷ୍ଟ ଲାଗୁଥିଲେ ମଧ୍ୟ ଏହା ଶରୀର ପାଇଁ ସେତିକି ପରିମାଣରେ ହାନିକାରକ ହୋଇଥାଏ। ଏହି ମସଲା ଗୁଡ଼ିକ ସହାଜରେ ହଜମ ହୋଇନଥାଏ। ଏସବୁକୁ ପେଟରେ ପଚାଇବା ପାଇଁ ଅଧିକ ସମୟ ଓ ଅଧିକ ଶକ୍ତିର ଆବଶ୍ୟକତା ହୋଇଥାଏ। ଯାହାଦ୍ୱାରା ଶରୀରର ଶକ୍ତି କମିଯାଇଥାଏ। 
  • ଏହାଛଡା ଶ୍ରାବଣ ମାସରେ ମଣିଷ ଅଧିକ କାର୍ଯ୍ୟ ବ୍ୟସ୍ତ ରହୁଥିବାରୁ ତାକୁ ଅଧିକ ଶକ୍ତିର ଅଵଶ୍ୟକତା ରହିଥାଏ। ଯେଉଁଥିପାଇଁ ମସଲା ଜତୀୟ ଖାଦ୍ୟ ଖାଇ ମଣିଷ ଦୁର୍ବଳ ହୋଇଯାଏ। ତେଣୁ ବିଶେଷ କରି ଏହି ମାସରେ ମସଲା ଜାତୀୟ ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖିବା ଉଚିତ।

ଦହି କଡ଼ି :

ଶ୍ରାବଣ ମାସରେ ଦହି କଡ଼ି ଖାଇବା ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାରର ଖରାପ ପ୍ରଭାଵ ପଡିଥାଏ। ଏହାକୁ ଖାଇବା ଦ୍ୱାର ନିଦ ନ ହେବା, ଗଳା ରେ କଷ୍ଟ ଅନୁଭୂତି ହେବା, ଅତ୍ୟଧିକ ପତଳା ହୋଇଯିବା ଭଳି ଅନେକ ଦୋଷ ଦେଖାଦେଇଥାଏ।

ମାଛ ମାଂସ ଜାତୀୟ ଖାଦ୍ୟ :

  • ଶ୍ରାବଣ ଏକ ପଵିତ୍ର ମାସ ହୋଇଥିବାରୁ ଏହି ମାସରେ କୌଣସି ପ୍ରକାରର ମାଛ ମାଂସ ଜାତୀୟ ଖାଦ୍ୟ ଖାଇବା ବର୍ଜିତ ହୋଇଥାଏ। ବିଶେଷ କରି ମାଛ ଖାଇବା ଠାରୁ ଦୂରେଇ ରହିବା ଉଚିତ। କାରଣ ଏହି ମାସରେ ମାଛ ଦେଇଥିବା ଅଣ୍ଡାଗୁଡିକ ଖାଇବା ସ୍ୱାସ୍ଥ୍ୟ ପ୍ରତି ହାନି କାରକ ହୋଇଥାଏ।
  • ଏହି ଶ୍ରାବଣ ମାସରେ କୌଣସି ଜୀବଜନ୍ତୁଙ୍କ ହ-ତ୍ୟା କରିବା ଉଚିତ ନୁହେଁ। ଏହାଦ୍ବାରା ଦୁ-ର୍ଭା-ଗ୍ୟ ପ୍ରାପ୍ତ ହୋଇଥାଏ। ଏପରି କହିବାକୁ ଗଲେ କୌଣସି ଦିନ ଜୀବଜନ୍ତୁଙ୍କ ହ-ତ୍ୟା କରିବା ଉଚିତ ନୁହେଁ। କାରଣ ପ୍ରତ୍ୟେକ ଜୀବଜନ୍ତୁଙ୍କ ମଧ୍ୟରେ ଭଗବାନ ବିଷ୍ଣୁ ବାସ କରି ଥାଆନ୍ତି।

ପିଆଜ ଓ ରସୁଣ :

ପିଆଜ ଏବଂ ରସୁଣ ଖାଇବା ଦ୍ୱାରା ତାମସିକ ପ୍ରବୃତ୍ତିର ବୃଦ୍ଧି ଘଟିଥାଏ। କୁହାଯାଏ ଏପ୍ରକରର ଖାଦ୍ୟ ଖାଇଲେ ମଣିଷ ଭିତରେ କ୍ରୋଧ, ରାଗ , ଅହଙ୍କାର, ହିଂସା ଆଦି ଗୁଣ ଦେଖାଦେଇଥାଏ।

ମଦ ଏବଂ ଅନ୍ୟ ନିଶାସକ୍ତ :

  • ହିନ୍ଦୁ ଶାସ୍ତ୍ର ଅନୁସାରେ ଭଗବାନ ଶିବଙ୍କୁ ମହାଦେବ ବା ମହାକାଳର ଆଖ୍ୟା ଦିଆ ଯାଇଛି । ତେଣୁ ଏହି ମାସରେ କୌଣସି ବ୍ୟକ୍ତି ମଦ୍ୟପାନର ସେବନ କରିବା ଉଚିତ ନୁହେ । ଯଦି କୌଣସି ବ୍ୟକ୍ତି ନିଶାଦ୍ରବ୍ୟର ସେବନ ଶ୍ରାବଣ ମାସରେ କରୁଥାଏ ତେବେ ଭଗବାନ ଶିବଙ୍କର କୃପା ପ୍ରାପ୍ତ ହୋଇ ନ ଥାଏ । ବରଂ ତା ଜୀବନରେ ଅନେକ ସମସ୍ଯା ସୃଷ୍ଟି ହୋଇଥାଏ ।
  • ମଦ ଖାଇବା ଦ୍ଵାରା ମଣିଷ ନିଜ ଉପରେ ନିୟନ୍ତ୍ରଣ ହରାଇ ଦେଇଥାଏ। ମଦକୁ ଅଶୁଦ୍ଧ ମଧ୍ୟ କୁହାଯାଏ। ଏହାକୁ ସେବନ କରିବା ପରେ ପ୍ରଭୁ ଭୋଳା ଶଙ୍କରଙ୍କ ପୂଜା କଲେ ତାହା ଫଳପ୍ରଦ ହୋଇ ନଥାଏ।

Post a Comment

0 Comments