ଜାଣନ୍ତୁ ଶ୍ରାବଣ ମାସରେ କେଉଁ ରଙ୍ଗ ପିନ୍ଧିବେ
ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି । ମହାଦେବ ଶିବଙ୍କ ଶ୍ରାବଣ ମାସ ଅତି ପ୍ରିୟ ବୋଲି କୁହାଯାଏ । ଏହି କାରଣରୁ ଶ୍ରାବଣ ମାସରେ ଭଗବାନ ଶିବଙ୍କୁ କାଉଡ଼ିଆମାନେ ଜଳାଭିଷେକ କରନ୍ତି। ବିଶ୍ୱାସ ରହିଛି ଯେ ଯଦି କୌଣସି ବ୍ୟକ୍ତି ଏହି ମାସରେ ନିଷ୍ଠାର ସହ ଶିବଙ୍କୁ ଆରାଧନା କରେ ତାହାର ମନୋସ୍କାମନା ଶୀଘ୍ର ପୂରଣ ହୋଇଥାଏ। ଶିବଙ୍କୁ ମାନୁଥିବା ଭକ୍ତଙ୍କ ପାଇଁ ଏହି ମାସଟି ବହୁତ ଖାସ୍ ଅଟେ। ଏ ମାସରେ ଚାରିଆଡ ସବୁଜମୟ ହୋଇଯାଏ ।
ପ୍ରଭୁ ଶିବ ଜଣେ ଯୋଗୀ । ତେଣୁ ତାଙ୍କୁ ପ୍ରକୃତିର ସୁନ୍ଦର ରୂପ ମଧ୍ୟରେ ଧ୍ୟାନ କରିବାକୁ ଖୁବ ପସନ୍ଦ । ସବୁଜ ରଙ୍ଗର ପୋଷାକ ପିନ୍ଧିବା ଓ ଦ୍ରବ୍ୟ ବ୍ୟବହାର କରିବା ଦ୍ୱାରା ମହାଦେବ ପ୍ରସନ୍ନ ହୋଇଥାଆନ୍ତି । ତେଣୁ ମହିଳାମାନେ ଏହି ମାସରେ ସବୁଜ ରଙ୍ଗ ବ୍ୟବହାର କରିଥାଆନ୍ତି । ତେଣୁ ଶ୍ରାବଣ ମାସରେ ମହିଳାମାନେ କେବଳ ଗୋଟିଏ କାରଣ ନୁହେଁ, ବରଂ ବିଭିନ୍ନ କାରଣରୁ ପିନ୍ଧିଥାଆନ୍ତି ସବୁଜ ରଙ୍ଗର ଚୁଡ଼ି ଓ ଶାଢ଼ି ।
ଶୁଭ କାର୍ଯ୍ୟ ଗୁଡିକରେ ଲାଲ ବସ୍ତ୍ରର ବିଶେଷ ମହତ୍ଵ ରହିଥାଏ । ଲାଲ ରଙ୍ଗ ସୌଭାଗ୍ୟର ପ୍ରତୀକ ହୋଇଥିବାରୁ ପୂଜା ସମୟରେ ଏହା ପିନ୍ଧିବା ଦ୍ଵାରା ସୌଭାଗ୍ୟ ଲାଭ ହୋଇଥାଏ । ଠିକ ସେହିପରି ଭଗବାନ ଶିବଙ୍କ ଏହି ପ୍ରିୟ ମାସରେ ତାଙ୍କ ପୂଜା କରିବା ସମୟରେ ବିବାହିତା ମହିଳାମାନେ ଲାଲ ରଙ୍ଗର ବସ୍ତ୍ର ପିନ୍ଧିବା ଦ୍ଵାରା, ଭୋଳାନାଥ ଓ ମାତା ପାର୍ବତୀଙ୍କ ଆଶୀର୍ବାଦରୁ ସୌଭାଗ୍ୟ ବୃଦ୍ଧି ହୋଇଥାଏ ।
ଶ୍ରାବଣ ମାସରେ ସବୁଜ ରଙ୍ଗର ମହତ୍ତ୍ୱ
ବିବାହ ପରେ ନାରୀ ପାଇଁ ଲାଲ୍ ରଙ୍ଗ ସଧବାର ଚିହ୍ନ ଅଟେ । ଯେପରି ନାଲିରଙ୍ଗ ପ୍ରତ୍ୟେକ ବିବାହିତା ମହିଳାଙ୍କ ପାଇଁ ଖୁସି ଏବଂ ସୌଭାଗ୍ୟର ପ୍ରତୀକ, ଠିକ୍ ସେହିଭଳି ସବୁଜରଙ୍ଗ ମଧ୍ୟ ସେମାନଙ୍କ ଜୀବନରେ ବହୁତ ଗୁରୁତ୍ବ ବହନ କରେ।
1. ଶ୍ରାବଣ ମାସରେ ମହିଳାମାନେ ସବୁଜ ରଙ୍ଗର ପୋଷାକ ଓ ଚୁଡି ପିନ୍ଧିଥାଆନ୍ତି । ଶ୍ରାବଣ ମାସରେ ମହିଳାମାନେ ସବୁଜ ରଙ୍ଗର ପିନ୍ଧନ୍ତି କାରଣ ଏହା ଦ୍ବାରା ତାଙ୍କୁ ଭଗବାନ ଶିବଙ୍କ ଆଶୀର୍ବାଦ ମିଳେ ଓ ତାଙ୍କ ସ୍ବାମୀଙ୍କ ଆୟୁଷ ବୃଦ୍ଧି ପାଏ ।
2. ଶାସ୍ତ୍ର ଅନୁସାରେ ସବୁଜ ରଙ୍ଗକୁ ବୁଧଙ୍କର ପ୍ରତୀକ କୁହାଯାଏ । ସବୁଜ ରଙ୍ଗ ବ୍ୟବହାର କରିବା ଦ୍ବାରା ବୁଧ ଗ୍ରହ ମଜବୁତ୍ ହୋଇଥାଏ ଓ ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ । ଏହା ବ୍ୟତୀତ ବୁଦ୍ଧି ମଧ୍ଯ ପ୍ରାପ୍ତି ହୁଏ। ଏହାଛଡା ଯଦି ଆପଣ ଶ୍ରାବଣ ମାସରେ ସବୁଜ ରଙ୍ଗର ପୋଷାକ ପିନ୍ଧୁଛନ୍ତି ତେବେ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ ।
3.ବୁଧ ଗ୍ରହ କୌଣସି ବି ବ୍ୟକ୍ତିଙ୍କ କ୍ୟାରିୟର ଏବଂ ବ୍ୟବସାୟ ସହ ଜଡ଼ିତ ଥାଏ। ଏଥିପାଇଁ କାର୍ଯ୍ୟସ୍ତୁଳରେ ସଫଳତା ପାଇଁ ଏହି ରଙ୍ଗକୁ ଶରୀରରେ ଧାରଣ କରାଯାଏ ବୋଲି ବିଶ୍ବାସ ରହିଛି। ତେଣୁ ସବୁଜ ରଙ୍ଗ ଧାରଣ କରିବା ଦ୍ୱାରା ମନୁଷ୍ୟକୁ କର୍ମକ୍ଷେତ୍ରରେ ସଫଳତା ମିଳିଥାଏ ।
ଶ୍ରାବଣ ମାସରେ ପିନ୍ଧନ୍ତୁ ନାହିଁ କଳା ରଙ୍ଗର ପୋଷାକ
ସବୁଠାରୁ ଖାସ୍ କଥା ହେଉଛି ଏହି ମାସରେ ଯେପରି ଖାଦ୍ୟ-ପାନୀୟ ଉପରେ କିଛି ନୀତିନିୟମ ରହିଛି ଠିକ୍ ସେମିତି ଆମେ ପିନ୍ଧୁଥିବା ପୋଷାକକୁ ନେଇ ମଧ୍ୟ କିଛିଟା ବିଧି ରହିଛି। ଯଦି ଆପଣ ଏହି ପୋଷାକ ପରିଧାନକୁ ନେଇ ଥିବା ନୀତିନିୟମକୁ ଉଲ୍ଲଂଘନ କରୁଛନ୍ତି ତେବେ ଆପଣଙ୍କ ଉପରେ ଭୋଳା ବାବା କୋପ କରିପାରନ୍ତି। ତେବେ ଆସନ୍ତୁ ଜାଣିବା ଏହି ସମୟରେ କେଉଁ ପୋଷାକ ପିନ୍ଧିବା ଉଚିତ ଓ ଅନୁଚିତ୍।
ସେହିପରି ଶିବଙ୍କୁ ପୂଜା କରିବା ସମୟରେ ସମସ୍ତ ରଙ୍ଗର ପୋଷାକ ପିନ୍ଧି ପାରିବେ। ହେଲେ କଳା ରଙ୍ଗକୁ ବର୍ଜନ କରାଯାଇଛି। ଶିବଙ୍କ ଆରଧନାରେ କଳା ରଙ୍ଗର ପୋଷାକକୁ ଅଶୁଭ ବୋଲି କୁହାଯାଇଥାଏ। ଶିବଙ୍କୁ କଳା ରଙ୍ଗ ପସନ୍ଦ ନ ଥିବାରୁ ସେ ଏହି ରଙ୍ଗ ଦେଖିଲେ ମହାଦେବ କ୍ରୋଧିତ ହୋଇଥାନ୍ତି। ଯଦି ଆପଣ ଶିବଙ୍କ କୃପା ପାଇବା ପାଇଁ ଚାହୁଁଛନ୍ତି ତେବେ ଏହି ସମୟରେ କଳା ପୋଷାକ ପିନ୍ଧନ୍ତୁ ନାହିଁ।



0 Comments
Do you have any doubts or suggestions? Ask them here in the comments!