ଜାଣନ୍ତୁ ବିଭିନ୍ନ ମାସ୍କର ବ୍ୟବହାର
କରୋନା ସଂକ୍ରମିତ ନ ହେବା ପାଇଁ ମାସ୍କ ହିଁ ଅମୋଘ ଅସ୍ତ୍ର । ଶରୀରରୁ ଏହାକୁ ଆଦୌ ଅଲଗା କରନ୍ତୁ ନାହିଁ । ପ୍ରତ୍ୟେକ ସମୟରେ ମାସ୍କ ପିନ୍ଧନ୍ତୁ ଆଉ ସାମାଜିକ ଦୂରତା ରକ୍ଷା କରନ୍ତୁ ଓ ବାରମ୍ବାର ହାତ ଧୋଇଲେ ଆମେ ସଂକ୍ରମଣରୁ ବର୍ତ୍ତିପାରିବା। । ଟିକିଏ ଅସାବଧାନତା ଆଉ ଅମାନିଆପଣ ଆମକୁ କୋଭିଡରେ ଆକ୍ରାନ୍ତ କରାଇବ ।
ଆମେ କପଡା, ସର୍ଜିକାଲ୍ ଆଉ ଏନ୍-୯୫ ମାସ୍କ ବ୍ୟବହାର କରୁଛେ । ହେଲେ ଏହି ସବୁ ମାସ୍କ କେମିତି ବ୍ୟବହାର କରିବା। ଆଉ କେତେଥର ବ୍ୟବହାର କରିବା । ତେବେ କିଭଳି ମାସ୍କ ପିନ୍ଧିବେ ଆଉ କାଢ଼ିବେ ସେ ସମ୍ପର୍କରେ କିଛି ଟିପ୍ସ । ମାସ୍କ ପିନ୍ଧିବା ସଂପର୍କରେ କୁହାଯାଇଛି ଯେ, ଲୋକମାନେ ଡବଲ ଲେୟର ବା ଏନ୍ -୯୫ ମାସ୍କ ପିନ୍ଧିବା ଆବଶ୍ୟକ ।
ମାସ୍କ ପିନ୍ଧିବା ନିୟମ
- ତିନି ପ୍ରକାର ମାସ୍କ ରହିଛି । କଟନ୍, ସର୍ଜିକାଲ୍ ଆଉ ଏନ୍-୯୫ ।
- ମାସ୍କ ପିନ୍ଧିବା ପୂର୍ବରୁ ହାତକୁ ଆଲକହଲଯୁକ୍ତ ସାବୁନ୍ରେ ଭଲ ଭାବରେ ଧୁଅନ୍ତୁ।
- ମାସ୍କର କେଉଁ ପଟ ଭିତରକୁ ଓ କେଉଁ ପଟ ବାହାରକୁ ପିନ୍ଧିବେ ଜାଣି ରଖନ୍ତୁ।
- ମୁହଁର ଆକୃତି ହିସାବରେ ମାସ୍କ ପିନ୍ଧନ୍ତୁ ।
- ଯେପରି କାନ, ଆଖି ଆଉ ଥୋମଣି ସମ୍ପୂର୍ଣ୍ଣ ଭାବେ ଘୋଡେଇ ହୋଇ ରହିବ ଧ୍ୟାନ ଦେବେ ।
- ନାକ ପାଖରେ ଥିବା ମେଟାଲକୁ ନାକ ସହ ଟାଇଟ୍ କରନ୍ତୁ।
- ଆଦୌ ନାକ ଓ ପାଟିରୁ ମାସ୍କ ଖସାନ୍ତୁ ନାହିଁ।
- ମାସ୍କରେ ହାତ ମାରନ୍ତୁ ନାହିଁ । ବାରମ୍ବାର ମାସ୍କର ବାହାର ପଟକୁ ଛୁଅନ୍ତୁ ନାହିଁ। ଯଦି ଛୁଇଁବେ ତେବେ ହାତ ସାବୁନରେ ଧୁଅନ୍ତୁ।
- ମାସ୍କକୁ ଖୋଲିବା ସମୟରେ ପ୍ରଥମେ କାନରେ ଲାଗିଥିବା ଇଲାଷ୍ଟିକ୍କୁ କାଢ଼ନ୍ତୁ, ପରେ ମାସ୍କକୁ ସମ୍ପୂର୍ଣ୍ଣ ଭାବେ କାଢ଼ନ୍ତୁ।
- ଆଉ କାଢ଼ିବା ପୂର୍ବରୁ ଓ କାଢ଼ି ସାରିବା ପରେ ହାତକୁ ଆଲକହଲଯୁକ୍ତ ସାବୁନରେ ଧୁଅନ୍ତୁ।
- ସଙ୍ଗେ ସଙ୍ଗେ ମାସ୍କକୁ ମଧ୍ୟ ଧୋଇବେ ଏବଂ ଅତି କମରେ 5 ଘଣ୍ଟା ଖରାରେ ଶୁଖାଇବେ ।
- କେନ୍ଦ୍ର ସରକାରଙ୍କ ଗାଇଡ୍ଲାଇନ୍ ଅନୁସାରେ କପଡା ଆଉ ସର୍ଜିକାଲସ୍ ଦୁଇଟି ଲେଖାଏଁ ପିନ୍ଧିବେ ।ଯଦି ଡବଲ ମାସ୍କ ପିନ୍ଧୁଛନ୍ତି ତା’ ହେଲେ ପ୍ରଥମେ ସର୍ଜିକାଲ ମାସ୍କ ପିନ୍ଧନ୍ତୁ, ତା’ ଉପରେ ଟାଇଟ୍ ଫିଟିଂ କପଡ଼ା ମାସ୍କ ପିନ୍ଧିପାରିବେ । ସର୍ଜିକାଲ ମାସ୍କ ନଥିଲେ ସୂତା କପଡ଼ାର ଦୁଇଟି ମାସ୍କ ପିନ୍ଧିହେବ ।
- ସଂଗରୋଧରେ ରହୁଥିବା ରୋଗୀ ଓ ତାଙ୍କର ଯତ୍ନ ନେଉଥିବା ବ୍ୟକ୍ତି ଦୁଇଟି ମାସ୍କ ପିନ୍ଧନ୍ତୁ । ଘରେ ରହୁଥିବା ଅନ୍ୟ ବ୍ୟକ୍ତି ମଧ୍ୟ ମାସ୍କ ପିନ୍ଧନ୍ତୁ ।
କେନ୍ଦ୍ର ସରକାରଙ୍କ ଗାଇଡ୍ଲାଇନ୍ ଅନୁସାରେ କପଡା ଆଉ ସର୍ଜିକାଲସ୍ ଦୁଇଟି ଲେଖାଏଁ ପିନ୍ଧିବେ ।
ଯଦି ଡବଲ ମାସ୍କ ପିନ୍ଧୁଛନ୍ତି ତା’ ହେଲେ ପ୍ରଥମେ ସର୍ଜିକାଲ ମାସ୍କ ପିନ୍ଧନ୍ତୁ, ତା’ ଉପରେ ଟାଇଟ୍ ଫିଟିଂ କପଡ଼ା ମାସ୍କ ପିନ୍ଧିପାରିବେ । ସର୍ଜିକାଲ ମାସ୍କ ନଥିଲେ ସୂତା କପଡ଼ାର ଦୁଇଟି ମାସ୍କ ପିନ୍ଧିହେବ ।
ସଂଗରୋଧରେ ରହୁଥିବା ରୋଗୀ ଓ ତାଙ୍କର ଯତ୍ନ ନେଉଥିବା ବ୍ୟକ୍ତି ଦୁଇଟି ମାସ୍କ ପିନ୍ଧନ୍ତୁ । ଘରେ ରହୁଥିବା ଅନ୍ୟ ବ୍ୟକ୍ତି ମଧ୍ୟ ମାସ୍କ ପିନ୍ଧନ୍ତୁ ।
1. ସର୍ଜିକାଲ ମାସ୍କ
- ସର୍ଜିକାଲ୍ ମାସ୍କ ପିନ୍ଧିଲାବେଳେ ମଧ୍ୟ ସେମିତି ଧ୍ୟାନ ଦିଅନ୍ତୁ ।
- ସର୍ଜିକାଲ ମାସ୍କକୁ ସାଧାରଣତଃ ଥରେ ବ୍ୟବହାର କରିବା ଆବଶ୍ୟକ ।
- କିନ୍ତୁ ୨ଟି ମାସ୍କ ପିନ୍ଧୁଥିଲେ ସର୍ଜିକାଲ ମାସ୍କକୁ ୫ ଥର ବ୍ୟବହାର କରିହେବ ।
- ପ୍ରତିଥର ବ୍ୟବହାର ପରେ ଏହାକୁ ଶୁଖିଲା ସ୍ଥାନରେ ସୂର୍ଯ୍ୟକିରଣରେ ୭ ଦିନ ଧରି ରଖିଦିଅନ୍ତୁ ।
- ସର୍ଜିକାଲ୍ ମାସ୍କକୁ ଧୋଇ ଆଉ ଥରେ ପିନ୍ଧନ୍ତୁ ନାହିଁ, ଏହାକୁ ନଷ୍ଟ କରି ଦିଅନ୍ତୁ ।
2. ଏନ୍-୯୫ ମାସ୍କ
- କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ସବୁଠୁ ଅଧିକ କ୍ଷମତାଶୀଳ ହେଉଛି ଏନ୍-୯୫ ମାସ୍କ ।
- ଏହାକୁ ପିନ୍ଧିଲେ ସଂକ୍ରମଣ ହେବାର ସବୁଠୁ କମ୍ ସମ୍ଭାବନା ରହୁଛି । ଗୋଟିଏ ଏନ୍-୯୫ ମାସ୍କକୁ ଜଣେ ୮ ଘଣ୍ଟା ପିନ୍ଧିବାର ନିୟମ ଅଛି ।
- ଏନ୍-୯୫ ମଧ୍ୟ ନାକ, ଓଠ ଆଉ ପାଟିକୁ ସମ୍ପୂର୍ଣ ଆବଦ୍ଧ କରି ରଖେ ।
- ଏଥିରେ ନିଶ୍ବାସ ନେବା ଆଉ ଛାଡିବା ସମୟରେ କୌଣସି ସ୍ଥାନରେ ଲିକ୍ ହୋଇନଥାଏ ।
- କିନ୍ତୁ ବର୍ତ୍ତମାନ ପରିସ୍ଥିତିକୁ ଦେଖି ମାସ୍କର ବ୍ୟବହାର ଅନୁସାରେ ଗୋଟିଏ ଏନ୍-୯୫ ମାସ୍କକୁ ଜଣେ ୪ରୁ ୫ ଥର ବ୍ୟବହାର କରିପାରିବେ ।
- ଏଥିପାଇଁ ଜଣେ ବ୍ୟକ୍ତି ଏକାଥରେ ୪ଟି ଏନ୍-୯୫ ମାସ୍କ କିଣନ୍ତୁ ।
- ଭାଇରସ ପ୍ରାୟ ତିନିଦିନ ପର୍ଯ୍ୟନ୍ତ ସକ୍ରିୟ ରୁହେ ।
- ପ୍ରଥମ ମାସ୍କ ବ୍ୟବହାର କରିବା ପରେ ଏହାକୁ ଅଲଗା ସ୍ଥାନରେ ରଖିବେ ।
- ଏହାକୁ ତିନିଦିନ ପର୍ଯ୍ୟନ୍ତ ବ୍ୟବହାର କରିବେ ନାହିଁ । ତାପର ଦିନ ଆଉ ଗୋଟିଏ ନୂଆ ମାସ୍କକୁ ପିନ୍ଧିବେ
- ତାହାକୁ ଖୋଲିବା ପରେ ଅଲଗା ସ୍ଥାନରେ ରଖିବେ ।
- ପୁଣି ଆଉ ଏକ ନୂଆ ମାସ୍କ ପିନ୍ଧିବେ ।
- ଏମିତି ତିନିଦିନ ଯିବା ପରେ ପ୍ରଥମ ଦିନ ପିନ୍ଧିଥିବା ମାସ୍କରେ ଜୀବାଣୁ ଆଉ ନଥିବ, ତାହାକୁ ଅଳ୍ପ ସମୟ ଖରାରେ ଶୁଖାଇ ପୁଣି ପିନ୍ଧିବେ ।
- ଏମିତି ରୋଟେସନ୍ କରି ଆପଣ ୪ଟି ଏନ୍-୯୫ ମାସ୍କ 1 ମାସ ପର୍ଯ୍ୟନ୍ତ ପିନ୍ଧିପାରିବେ।
- ଏନ୍-୯୫ ମାସ୍କ ପିନ୍ଧିବା ସହ ଫେସ୍ ସିଲ୍ଡ ଲଗାଇଲେ ଆହୁରି ସୁରକ୍ଷା ମିଳିବ ।
3.କପଡା ମାସ୍କ
- କପଡା ମାସ୍କ ବାରମ୍ବାର ବ୍ୟବହାର କରାଯିବ।
- କିନ୍ତୁ ଥରେ ବ୍ୟବହାର କରିବା ପରେ ଏହାକୁ ଧୋଇ ଖରାରେ ଶୁଖାଇ ପୁଣିଥରେ ବ୍ୟବହାର କରିବେ ।
ମାସ୍କ କେମିତି ଧୋଇବେ ?
- ମାସ୍କ ବ୍ୟବହାର କରିବା ପରେ ଏହାକୁ ଏଣେତେଣେ ରଖନ୍ତୁ ନାହିଁ ।
- ଦିନିକିଆ ମାସ୍କ ବ୍ୟବହାର କରୁଥିଲେ ଏହାକୁ ପୋତି ବା ପୋଡି ଦିଅନ୍ତୁ |
- ଏକ ପ୍ଲାଷ୍ଟିକ ବ୍ୟାଗରେ ଆପଣ ବ୍ୟବହାର କରିସାରିଥିବା ମାସ୍କକୁ ରଖିପାରିବେ।
- ଏହପରେ ପାଉଡର ପକାଇ ଆପଣ ମାସ୍କକୁ ଧୋଇପାରିବେ।
- ଯଦି ଆପଣ ହାତରେ ମାସ୍କରେ ସଫା କରୁଛନ୍ତି ତେବେ ଖୋଲା ଟ୍ୟାପ୍ ତଳେ ଆଲକହଲ ଯୁକ୍ତ ସାବୁନ ବ୍ୟବହାର କରି ମାସ୍କ ଧୋଇପାରିବେ। ଏହାପରେ ଆପଣ ମାସ୍କଟିକୁ ସମ୍ପୂର୍ଣ୍ଣ ଶୁଖାଇ ଦିଅନ୍ତୁ।
- ଆପଣ ଚାହିଁଲେ ଡ୍ରାଏ ମେସିନ ନହେଲେ ସିଧାସଳଖ ଖରାରେ ଶୁଖାଇପାରିବେ।


0 Comments
Do you have any doubts or suggestions? Ask them here in the comments!