ବିବାହରେ ବାଧା ଆସୁଥିଲେ, ଶ୍ରାବଣ ମାସରେ କରନ୍ତୁ ଏହି ଉପାୟ

ବିବାହରେ ବାଧା ଆସୁଥିଲେ, ଶ୍ରାବଣ ମାସରେ କରନ୍ତୁ ଏହି ଉପାୟ 

ଶାସ୍ତ୍ର ଯଦି ଦେଖିବେ ତେବେ ଭଗଵାନ ଶିବଙ୍କ ପ୍ରିୟ ମାସ ଶ୍ରାବଣ ମାସ ହିଁ ଅଟେ । ଏହି ସମୟରେ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କୁ ପୂଜା କରିବା ଦ୍ୱାରା ଇଚ୍ଛାକୃତ ଫଳ ମିଳିଥାଏ । ଏହା ସହିତ, ଅବିବାହିତ ଝିଅ ଓ ପୁଅମାନେ କିଛି ବିଶେଷ ଉପାୟ ଗ୍ରହଣ କରି, ମନପସନ୍ଦ ଜୀବନସାଥୀ ପାଇପାରିବେ । ତେବେ ଚାଲନ୍ତୁ ଜାଣିବା ଭଲ ଜୀବନ ସାଥୀ ପାଇବା ପାଇଁ କିଛି ବିଶେଷ ଉପାୟ । 

  • ପବିତ୍ର ଶ୍ରାବଣ ମାସରେ ଲଗାତାର ୯ ଦିନ ହଳଦିଆ ରଙ୍ଗର ପୋଷାକ ପିନ୍ଧନ୍ତୁ । ତାପରେ ମନ୍ଦିରକୁ ଯାଇ ଭଗବାନ ଶିବ ଓ ପାର୍ବତୀଙ୍କୁ ଗେଣ୍ଡୁ ଫୁଲର ପୁଷ୍ପମାଳ ଅର୍ପଣ କରନ୍ତୁ । ସନ୍ଧ୍ୟାରେ ଶିବ ପାର୍ବତୀଙ୍କୁ ପୂଜା କରିବା ପରେ 'ଓଁ  ଗୌରୀ ଶଙ୍କରାୟ ନମଃ 'ମନ୍ତ୍ରକୁ 108 ଥର ଜପ କରନ୍ତୁ  । ଏହାଦ୍ୱାରା ଶୀଘ୍ର ଇଛା ପୂରଣ ହେବ । 
  • ଘରେ ତୁଳସୀ ଗଛ ଲଗାଇବାର ସର୍ବଶ୍ରେଷ୍ଠ ମାସ ହେଉଛି ଶ୍ରାବଣ । ଉତ୍ତର ଦିଗରେ ମାଟି କୁଣ୍ଡରେ ଏହି ଗଛ ଲଗାନ୍ତୁ   ।ହି ମାସରେ କୁଆଁରୀ କନ୍ୟା ଯଦି ନିଜ ହାତରେ ଏହି ଗଛ ଲଗାନ୍ତି, ତା’ହେଲେ ଯୋଗ୍ୟ ବର ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି ।
  • 18 ରୁ ୨୪ ବର୍ଷର ଝିଅ ମାନେ କରନ୍ତୁ ଏହି ଉପାୟ : ଏହି ଝିଅମାନେ ଶ୍ରାବଣ ମାସରେ ହଳଦିଆ ପୋଷାକ ପିନ୍ଧି ଭଗବାନ ଶିବଙ୍କୁ ପୂଜା କରନ୍ତୁ । ଶିବଲିଙ୍ଗ ଉପରେ ଅତର ଚଢାଇ 'ଓଁ ପାର୍ବତୀ ପତୟେ ନମଃ ' 108 ଥରଜପ କରନ୍ତୁ । ଶ୍ରାବଣ ମାସରେ କ୍ରମାଗତ ୧୯ ଦିନ ଏହି ଉପାୟ କରନ୍ତୁ । ଏହା ଦ୍ୱାରା ବିବାହରେ ଆସୁଥିବା ପ୍ରତିବନ୍ଧ ଦୂର ହୋଇ ଇଚ୍ଛାକୃତ ବର  ମିଳିବ ।
  • 3୦ ରୁ ଅଧିକ ଝିଅମାନେ କରନ୍ତୁ ଏହି ଉପାୟ : ଏହି ଝିଅମାନେ 108 ବେଲପତ୍ରରେ ରାମ ନାମ ଲେଖନ୍ତୁ  । ତା'ପରେ 'ଓଁ ନମଃ ଶିବାୟ' ମନ୍ତ୍ର ଜପ କରି ଶିବ ଲିଙ୍ଗ ଉପରେ ଗୋଟିଏ ପରେ ଗୋଟିଏ କରି ବେଲପତ୍ର ଚଢାନ୍ତୁ | ଶ୍ରାଵଣରେ ପ୍ରତ୍ୟେକ ସୋମବାରେ ଏହି ଉପାୟ କରିବା ଦ୍ୱାରା ଏହି ଫଳ ମିଳିବ |

Post a Comment

0 Comments