ଶରୀରରେ ଅମ୍ଳଜାନ ମାତ୍ରା ବଢ଼ାଇବାର ଉପାୟ
ଶରୀରରେ ଅମ୍ଳଜାନ ମାତ୍ରା ବଢ଼ାଇବାର ଉପାୟ
କରୋନା ଭାଇରସ୍ ସଂକ୍ରମଣରୁ ବର୍ତ୍ତିବା ପାଇଁ ନିୟମିତ ମାସ୍କ ପିନ୍ଧିବା ଜରୁରୀ । ଏହା ଜଣଙ୍କ ଠାରୁ ଅନ୍ୟ ଜଣଙ୍କୁ ଏହି ରୋଗ ବ୍ୟାପିବାରୁ ସୁରକ୍ଷା ଦେଇଥାଏ। ତେବେ ଆପଣ ଜାଣନ୍ତି କି, ଲଗାତାର ମାସ୍କ ବ୍ୟବହାର କରିବା ଦ୍ୱାରା ଫସଫୁସ୍ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ତେବେ ଫୁସଫୁସ ଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା ଅଭ୍ୟାସକୁ ଏଡ଼ାଇ ପାରିବା ନାହିଁ। ଏଣୁ ଉଭୟ ସମସ୍ୟାରୁ ରକ୍ଷା ପାଇବା ପାଇଁ ପ୍ରାଣାୟାମ କରିବା ପଡ଼ିବ। ଏହାଦ୍ୱାରା ଶ୍ୱାସକ୍ରିୟା ତ୍ୱରାନ୍ୱିତ ହେବା ସହ ଫୁସ୍ଫୁସ୍ ମଧ୍ୟ ସୁସ୍ଥ ରହିଥାଏ।
ପ୍ରାଣାୟାମକୁ ଇଂରାଜୀ ଡ଼ି୍ ବ୍ରିଦିଙ୍ଗ ବୋଲି କୁହାଯାଇଥାଏ। କେବଳ ପ୍ରାଣାୟାମ ନୁହେଁ ବରଂ ଅନ୍ୟାନ୍ୟ ବାୟାମ ଦ୍ୱାରା ମଧ୍ୟ ଆପଣ ଶ୍ୱାସକ୍ରିୟାରେ ଅଧିକ ପରିମାଣର ଅମ୍ଳଜାନ ଗ୍ରହଣ କରିପାରନ୍ତି । ତେଣୁ ଏହା ଶ୍ୱାସକ୍ରିୟା ଜନିତ ସମସ୍ୟା ଦୂର କରିଥାଏ।
ଶରୀରରେ ଅମ୍ଳଜାନ ମାତ୍ରା ବଢ଼ାଇବାର ଉପାୟ
କରୋନା ସଂକ୍ରମିତ ଅମ୍ଳଜାନ ପଛରେ ନ ଦୌଡ଼ି ନିଜ ଶରୀରରେ ଅମ୍ଳଜାନ ସ୍ତର ବଢ଼ାଇବା ଆବଶ୍ୟକ | କରୋନା ଭୂତାଣୁ ପ୍ରଥମେ ଫୁସ୍ଫୁସ୍ ଚାରିପଟକୁ ଅକ୍ତିଆର କରିବାକୁ ଚେଷ୍ଟା କରିଥାଏ। ଯଦି ରୋଗୀର ପ୍ରତିରୋଧକ ଶକ୍ତି ନଥାଏ, ତେବେ ସେଠାରେ ଅମ୍ଳଜାନର ସମସ୍ୟା ଦେଖାଦିଏ।
1. ସାମାନ୍ୟ ଆକ୍ରାନ୍ତ ଥିବା ପ୍ରାୟ ୮୫ ପ୍ରତିଶତ ଲୋକଙ୍କଠାରେ ଅମ୍ଳଜାନ୍ସ୍ତର ୯୪ ମାନକ ଉପରେ ରହିଥାଏ। ସାମାନ୍ୟ ଧରଣର ଆକ୍ରାନ୍ତମାନଙ୍କ ଠାରେ ଅମ୍ଳଜାନ୍ ଅଭାବ ପ୍ରାୟତଃ ଦେଖାଦେଇ ନ ଥାଏ; ମାତ୍ର ସେମାନେ ନିୟମିତ ପ୍ରାଣାୟମ ଭଳିକେତେକ ବ୍ୟାୟାମ କରିବାକୁ ପଡ଼ିବ । ସେମାନଙ୍କ ପାଇଁ କୌଣସି ଅସୁବିଧା ନାହିଁ ।
2. ଯଦି ଆକ୍ରାନ୍ତ ମଧ୍ୟମ ବର୍ଗକୁ ଗତି କଲେ ବା ତାଙ୍କଠାରେ ଜଟିଳତା ଦେଖାଦେଲା ତେବେ ସେ ତାଙ୍କର ନିଃଶ୍ଵାସ ପ୍ରଶ୍ଵାସ ଗତି ବଢ଼ାଇବା ପାଇଁ କେତେକ ଅଭ୍ୟାସ କରିବାକୁ ପଡ଼ିବ। ତିନିପ୍ରକାର କଡ଼ ଲେଉଟାଇ ଶୋଇବାକୁ ପଡ଼ିବ।
- ପ୍ରଥମେ ଅଧଘଣ୍ଟା ମୁହଁ ମାଡ଼ି ଶୋଇଲେ ବାୟୁଥଳିରୁ ବିଷାକ୍ତ ବାୟୁ ବାହାରିବାରେ ସହାୟକ ହେବ। ଏହାପରେ ଡାହାଣ ଓ ବାମ କଡ଼ ମାଡ଼ି ଅଧଘଣ୍ଟା ଲେଖାଏଁ ତକିଆ ଦେଇ ଶୋଇବାକୁ ପଡ଼ିବ। ଏହା ପରେ ସେମାନଙ୍କ ଅମ୍ଳଜାନସ୍ତର ଶରୀରରେ ବଢ଼ିବ ।
- ମଧ୍ୟମ ବର୍ଗ ରୋଗୀ ଲକ୍ଷଣ ଜାଣିବା କ୍ଷଣି ତାଙ୍କର ବ୍ୟାୟାମ ଆରମ୍ଭ କରିବା କଥା; ନଚେତ୍ ପୂର୍ବରୁ ବ୍ୟାୟାମ ଅଭ୍ୟାସ ରଖିବା ଦ୍ବାରା ଅମ୍ଳଜାନ୍ ସ୍ତର କମି ନଥାଏ ।
- ଯଦି ଏସବୁ ଅଭ୍ୟାସ ପରେ ଅମ୍ଳଜାନ ସ୍ତର ନ ବଢ଼ିବ ତେବେ ଯାଇ ସେମାନେ ଡାକ୍ତରଙ୍କୁ ଯୋଗାଯୋଗ କରିବେ କିମ୍ବା ଡାକ୍ତରଖାନା ଯିବା ଆବଶ୍ୟକ ବୋଲି ଡାକ୍ତର ମାନେ ପରାମର୍ଶ ଦେଇଛନ୍ତି ।
3. ନିଃଶ୍ୱାସ ପ୍ରଶ୍ଵାସ ଶୃଙ୍ଖଳାରୁ ଅମ୍ଳଜାନର ଆବଶ୍ୟକତା ଜଣାପଡିବ । ଯଦି ଜଣେ ଆକ୍ରାନ୍ତ ଲମ୍ବା ନିଃଶ୍ୱାସ-ପ୍ରଶ୍ଵାସ ଛାଡି ପାରୁନାହିଁ, ତେବେ ସେକ୍ଷେତ୍ରରେ ଆଗାମୀ ଦିନରେ ଅମ୍ଳଜାନର ସମସ୍ୟା ଦେଖାଦେଇପାରେ । ଏଥିପାଇଁ ସେ ସତର୍କ ରହିବା ଜରୁରୀ, ଭୟଭୀତ ହେଲେ ଅମ୍ଳଜାନସ୍ତର କମିବାର ସମ୍ଭାବନା ରହିଛି ।
ଘରୋଇ ଉପାୟ
ଘରୋଇ ଉପାୟରେ କେତୋଟି ଉପାୟ ପାଳନ କଲେ, ଜଣେ ସାଧାରଣ ଲୋକର ଶରୀରରେ ଅମ୍ଳଜାନର ମାତ୍ରା ବୃଦ୍ଧି ପାଇବ ।
- ଦିନକୁ ୫-୬ଥର ଲେମ୍ବୁ ପାଣି ପିଅନ୍ତୁ । ଗିଲାସେ ପାଣିରେ ୧ଛୋଟ ଚାମଚ ଚିନି, ଚିମୁଟାଏ କଳା ଲୁଣ, ଫାଳେ ଲେମ୍ବୁ ଚିପୁଡ଼ି ପିଇବା ଉଚିତ ।
- ସକାଳ ଓ ସନ୍ଧ୍ୟାରେ ଅଦା ମିଶା ଖିର ଚା' ପିଇବା ଶରୀର ପାଇଁ ଔଷଧ ଭଳି କାମ କରେ | ନାଲି ଚା କିମ୍ବା ଖିର ଚା’ ଯେଉଁଥରେ ହେଲେ ମଧ୍ୟ ଅଦା ରସ ମିଶାଇ ପିଇବେ ।
- ମେଥି ୧ ଚାମଚ ରାତିରୁ ପାଣିରେ ଭିଜାଇ ରଖନ୍ତୁ; ସକାଳୁ ଖାଲିପେଟରେ ମେଥି ଖାଇଲେ ମଧ୍ୟ ଶରୀରରେ ଅମ୍ଳଜାନର ମ।ତ୍ର। ବଢେ।
- ଗ୍ରୀନ୍ ଟି ପିଇଲେ ମଧ୍ୟ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ିବା ସହ ଅମ୍ଳଜାନର ପରିମାଣ ବଢ଼ୁଥିବାର ଖାଦ୍ୟ ବୋଲି ବିଶେଷଜ୍ଞ କହିଛନ୍ତି ।
- ଯେ କୌଣସି ବ୍ୟଞ୍ଜନ ପ୍ରସ୍ତୁତି ସମୟରେ ଛୁଙ୍କବେଳେ ଜୀରା ମିଶାନ୍ତୁ । ରନ୍ଧା ପରେ ଜୀରା ଗୁଣ୍ଡ ମଧ୍ଯ ଅଳ୍ପ ପରିମାଣରେ ମିଶାଇ ଖାଇବା ଶରୀର ପାଇଁ ଭଲ ।
0 Comments
Do you have any doubts or suggestions? Ask them here in the comments!