ଲୋକମାନେ କରୋନା ସଂକ୍ରମିତ ହୁଅନ୍ତି କିପରି

ଲୋକମାନେ କରୋନା ସଂକ୍ରମିତ ହୁଅନ୍ତି କିପରି



କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଏରୋସୋଲ (ନାକ ଓ ପାଟିରୁ ବାହାରୁଥିବା ଜଳକଣିକା) ହାଲ୍‌କା ହୋଇଥିବାରୁ ପବନରେ ୧୦ ମିଟର ଦୂରତା ଯାଏ ବ୍ୟାପି ପାରେ। ଯେତେବେଳେ କି ଡ୍ରପ୍‌ଲେଟସ୍‌ (ନାକ ଓ ପାଟିରୁ ବାହାରୁଥିବା ଜଳବିନ୍ଦୁ) ୨ ମିଟର ଅଧିକ ବାଟ ଯାଇପାରେନାହିଁ । 

କୁହାଯାଇଛି ଯେ, ଯେଉଁ ଲୋକ ନିକଟରେ କୋରନାର ଲକ୍ଷଣ ଦେଖା ଯାଉନାହିଁ, ସେମାନେ ବି ସଂକ୍ରମଣ ସ୍ପ୍ରେଡ୍ କରିପାରନ୍ତି । ଏପରିସ୍ଥଳେ କରୋନାରୁ ବର୍ତ୍ତିବା ଲାଗି ଲୋକେ ପ୍ରୋଟୋକଲକୁ କଡ଼ାକଡ଼ି ଭାବେ ପାଳନ କରିବା ଆବଶ୍ୟକ । ବିଶେଷ କରି ବାୟୁ ଚଳାଚଳର ସୁବିଧା ଥିବା ସ୍ଥାନ ଉପରେ ଗୁରୁତ୍ଵ, ଡବଲ ଲେୟର ମାସ୍କ ପିନ୍ଧିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

  • ଆଜି ଲୋକଙ୍କୁ ପୂର୍ବାପେକ୍ଷା ଅଧିକ ସତର୍କ ରହିବାକୁ ପରାମର୍ଶ। ଯେଉଁ ସ୍ଥାନରେ ବାୟୁ ଚଳାଚଳ ଭଲ ଭାବେ ହୋଇଥାଏ, ସେଠାରେ କୌଣସି କରୋନା ସଂକ୍ରମିତଙ୍କଠାରୁ ଏହି ରୋଗ ଅନ୍ୟମାନଙ୍କୁ ବ୍ୟାପିବାର ବିପଦ କମ୍ ରହେ । 
  • ତେବେ କବାଟ-ଝରକା ବନ୍ଦ କରି ଏସି ଚଳାଇ ରହିଲେ କୋଠରୀ ମଧ୍ୟରେ ସଂକ୍ରମିତ ପବନ ଏକାଠି ହୋଇଥାଏ, ତେଣୁ ଅନ୍ୟମାନଙ୍କୁ ସଂକ୍ରମଣ ହେବାର ଆଶଙ୍କା ବଢ଼ିଯାଏ। 
  • ସଂକ୍ରମିତଙ୍କ ନାକ, ପାଟିରୁ ଡ୍ରପ୍‌ଲେଟ ଓ ଏରୋସୋଲ ଭାବେ ବାହାରୁଥିବା ଜଳବିନ୍ଦୁ ଓ ଜଳକଣିକା କରୋନା ସଂକ୍ରମଣର ମୁଖ୍ୟ କାରଣ ।
  •  କିନ୍ତୁ ଯଦି ବାହାର ପବନ ଘର ମଧ୍ୟକୁ ପ୍ରବେଶ କରୁଥାଏ, ତା’ ହେଲେ ସଂକ୍ରମଣର ଆଶଙ୍କା କମିଯାଏ ।
  • ସେହିପରି ସଂକ୍ରମିତଙ୍କ ଡ୍ରପଲେଟ୍‌ ଭିନ୍ନ ଭିନ୍ନ ସ୍ଥାନରେ ଦୀର୍ଘ ସମୟ ଧରି ସକ୍ରିୟ ରହିଥାଏ। ତେଣୁ କବାଟର ହ୍ୟାଣ୍ଡେଲ, ଲାଇଟ୍‌ର ସ୍ପିଚ୍‌, ଚେୟାର-ଟେବୁଲ, ଚଟାଣକୁ ବ୍ରିଟିଂ ଓ ଫିନାଇଲ୍‌ରେ ବାରମ୍ବାର ସଫା କରିବା ଆବଶ୍ୟକ।

କରୋନା ମହାମାରୀର ଦ୍ଵିତୀୟ ଲହର ଶେଷ ହୋଇନଥିବା ବେଳେ ତୃତୀୟ ଲହରରେ ଛୋଟ ପିଲାମାନେ ଅଧିକ ସଂକ୍ରମିତ ହେବେ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି। ଏହାକୁ ନେଇ ଅଭିଭାବକମାନେ ବେଶ ଚିନ୍ତିତ ହୋଇପଡ଼ିଛନ୍ତି । ପିଲାମାନଙ୍କ ସୁରକ୍ଷା ଲାଗି ସେମାନଙ୍କୁ ମାସ୍କ ପିନ୍ଧିବା ଲାଗି ବାଧ୍ୟ କରୁଛନ୍ତି | ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟରେ ଲକ୍‌ତାଉନ୍ ଲାଗୁ କରାଯାଇଥିବାରୁ ଷ୍ଟୋର୍‌ରୁ ମାସ୍କ  କିଣିବା ସମ୍ଭବପର ହେଉନାହିଁ | ଏଭଳି ପରିସ୍ଥିତିରେ ଲୋକମାନେ ଅନ୍‌ଲାଇନ୍‌ରୁ ନିଜ ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାର ଡିଜାଇନର୍ ମାସ୍କ କିଣିପାରିବେ। 

  • ପିଲାମାନଙ୍କ ଲାଗି ବିକ୍ରି ହେଉଥିବା ମାସ୍କରେ ଅନେକ ପ୍ରକାର ସୁବିଧା ରହିଛି। 
  • ଅନେକ ମାସ୍କ ଭୂତାଣୁରୁ ୯୯% ସୁରକ୍ଷା ଦେଉଥିବା ବେଳେ, 
  • କିଛି ମାସ୍କରେ ୫ ସ୍ତରର ସୁରକ୍ଷା ରହିଛି। ସେଗୁଡ଼ିକୁ ସଫା କରି ଏକାଧିକ ବାର ବ୍ୟବହାର କରିହେବ |
  • କିଛି ମାସ୍କ ୧୦୦% ଅର୍ଗାନିକ୍ କଟନରେ ତିଆରି କରାଯାଇଛି। 
  • ଛୋଟ ପିଲାଙ୍କ ଫେସ୍ ମାସ୍କରେ ଫ୍ଲେକ୍ସିବଲ୍ ନୋଜ ପିନ୍, ଆଡ୍‌କଷ୍ଟ ହୋଇପାରୁଥିବା ଇୟର୍ ଲୁକ୍ ବ୍ୟବହାର କରାଯାଇଛି। 
  • ମାସ୍କଗୁଡ଼ିକର ନୋଜ୍ ପିନ୍‌କୁ ମଧ୍ୟ ଆଡ୍‌ଷ୍ଟ୍ କରିହେବ। 
  • ଏକ ବର୍ଷରୁ ୪ ବର୍ଷ, ୪-୧୨ ବର୍ଷ ଏବଂ ୧୨-୧୮ ଭଳି ବୟସ ବର୍ଗ ପାଇଁ ବିଭିନ୍ନ ପ୍ରକାର ମାସ୍କ ବିକ୍ରି ହେଉଛି । 
  • ଏକରୁ ୪ ବର୍ଷର ପିଲାମାନେ ଏକ୍ସଏସ୍, ୪-୧୨ ବର୍ଷର ପିଲାମାନେ ଏସ୍ ଓ କଂପାନି ୧୨-୧୮ ବର୍ଷର ପିଲାମାନେ ଏମ୍ ଆକାରର ଟୋସିଡୋ, ଜେବିଏନ୍ ମାସ୍କ ବ୍ୟବହାର କରିପାରିବେ। ପିଲାମାନଙ୍କୁ ଯେଭଳି ପସନ୍ଦ ଆସିବ ସେଥିପାଇଁ କିଛି କଂପାନି ମାସ୍କରେ ଲୋକପ୍ରିୟ କାର୍ଟୁନ ଚରିତ୍ରଗୁଡ଼ିକୁ ସ୍ଥାନ ଦେଇଛନ୍ତି।

Post a Comment

0 Comments