କୋରନା ସମୟରେ ଯୋଗ ହେଉଛି ଖୁସି ଏବଂ ଚାପମୁକ୍ତ ଜୀବନର ମୂଳମନ୍ତ୍ର

କୋରନା ସମୟରେ ଯୋଗ ହେଉଛି ଖୁସି ଏବଂ ଚାପମୁକ୍ତ ଜୀବନର ମୂଳମନ୍ତ୍ର



ତଣ୍ଟି ପାଖରେ ଟିକେ ଦରଳ ହେରଛି। ମୁଣ୍ଡ ଭାରୀ ଭାରୀ ଲାଗୁଛି। ନା ଜ୍ଵର ତ ନାହିଁ। କାଶ ବି ହେଉନି। କଣ କରୋନା ହୋଇଗଲା କି? ଏହି ଭୟ ଏବେ ଆମ ସଭିଙ୍କ ମନରେ । ଘର ଭିତରେ ନିଜକୁ ଘଣ୍ଟା ଘଣ୍ଟା ଧରି ବନ୍ଦ କରି ବସିରହିଲେ କାମ କେମିତି ହେବ ? ୱାର୍କ ଫ୍ରମ ହୋମ୍‌ ସୁବିଧା ସମସ୍ତଙ୍କ ପାଖରେ ନାହିଁ । 

ପୁଣି ସେହି ସୁବିଧା ମିଳିଲେ ଯେ ବଜାରକୁ ଯିବାକୁ ପଡିବ ନାହିଁ ସେ କଥା ମଧ୍ଯ ଗ୍ୟାରେଣ୍ଟି ଦେଇ କହି ହେବ ନାହିଁ। ଠିକ୍‌ ଅଛି ବଜାର ଯିବାକୁ ପଡିବ ନାହିଁ । ହୋମ୍‌ ଡେଲିଭରୀରେ ଜିନିଷ ମଗାଇ ପାରିବେ। କିନ୍ତୁ ଡେଳିଭରୀ ବୟ ଯେ ସଂକ୍ରମିତ ହୋଇନଥିବ ସେକଥା କିଏ କହିବ ? ମୋଟ୍‌ ଉପରେ କହିବାକୁ ଗଲେ ଏବେ ପ୍ରତି ପଦକ୍ଷେପରେ କରୋନା ଭୟ ଆମ ସହି ଲାଗି ରହିଛି। କିନ୍ତୁ ଏହି ଭୟ କାଗଣରୁ ଅନେଳ ଲୋଳ ମାନସିକ ଭାବେ ଅସୁସ୍ଥ ହୋଇପଡୁଛନ୍ତି । 

ମାନସିକ ସ୍ୱାସ୍ଥ୍ୟ ବିଗିଡ଼ି ଗଲେ ଏହା ଶରୀର ପ୍ରତି ମଧ୍ଯ ନକାରାତ୍ମକ ପ୍ରଭାବ ପକାଇବ । 

ଅଭ୍ୟାସ କରନ୍ତୁ ଯୋଗ ଓ ପ୍ରାଣାୟାମ

ବର୍ତ୍ତମାନ ମଣିଷ ଚାହିଁଲେ ବି ଖୁସି ରହିପାରୁନାହିଁ । ଭୟର ବାତାବରଣ ଭିତରେ ଖୁସି ରହିବା ସମସ୍ତଙ୍କ ପକ୍ଷରେ ସହଜ ହୋଇନପାରେ । 

1. ଚିକିତ୍ସା ବିଜ୍ଞାନ ମଧ୍ଯ ଏକଥା ସ୍ବୀକାର କରିଛି ଯେ ଖୁସି ରହୁଥିବା ଲୋକମାନେ ଦୀର୍ଘାୟୁ ହୋଇଥାଆନ୍ତି | 

2. ଜାଣନ୍ତି କି ଯୋଗାସନ ମଣିଷକୁ ଖୁସି ରଖିବାରେ ବେଶ ସହାୟକ ହୋଇପାରିବ। ଏକଥା ମନୋବିତ୍‌ମାନେ ମଧ୍ୟ ଜୋର ଦେଇ କହିଛନ୍ତି |

3. ଆଧୁନିକ ଚିକିତ୍ସା ବିଜ୍ଞାନ ମଧ୍ୟ ଏହା ସ୍ବୀକାର କରିଛି ଯେ ମଣିଷ ଖୁସିରେ ରହିବାକୁ ଚାହିଁଲେ ଯୋଗର ସହାୟତା ନିଆ ଯାଇପାରିବ |ତେବେ ସବୁ ଯୋଗମୁଦ୍ରା ନୁହେଁ, ବରଂ କେତୋଟି ନିର୍ଦ୍ଦିଷ୍ଟ ଯୋଗ ମଣିଷକୁ ଖୁସି ରଖିବାରେ ସହାୟକ ହୋଇପାରିବ |

4. ପ୍ରତିଷ୍ଠିତ ଯୋଗଗୁରୁମାନଙ୍କ କହିବା ହେଲା ଯୋଗର ଅଭ୍ୟାସ କରିବା ଦ୍ଵାରା ମଣିଷ ମନରୁ ଯାବତୀୟ ଅବସାଦ ଦୂରେଇବା ସହିତ ସେ ଖୁସିରେ ବଞ୍ଚିପାରିବ |

5. ପ୍ରାଣ ଯୋଗ ସମୟରେ ଶରୀରରେ ଅଗ୍ନି ଏବଂ କମ୍ପନ ଦୁଇଟି ଯାକ ହୋଇଥାଏ ଯାହାଦ୍ୱାରା ଶରୀରକୁ ପ୍ରାକୃତିକ ଶକ୍ତି ମିଳିଥାଏ | ଏହି ଯୋଗ ଅଭ୍ୟାସ କରିବା ଦ୍ଵାରା ମଣିଷକୁ ସୁଖଦ ଅନୁଭୂତି ପ୍ରାପ୍ତ ହୋଇଥାଏ | ଫଳରେ ସେ ଖୁସିରେ ରହିବା ଆରମ୍ଭ କରେ | କାରଣ ତା'ର ମନ ଏହି ଯୋଗାଭ୍ୟାସ ଦ୍ୱାରା ପ୍ରଫୁଲ୍ଲିତ ହେବାକୁ ଆରମ୍ଭ କରିଥାଏ | ପ୍ରାଣଯୋଗକୁ ଖୁସି ଏବଂ ଚାପମୁକ୍ତ ଜୀବନର ମୂଳମନ୍ତ୍ର କୁହାଯାଇଛି |

6. ଏହି ଯୋଗମୁଦ୍ରାକୁ ନିୟମିତ ଅଭ୍ୟାସ କରିବା ଦ୍ୱାରା ସ୍ୱାସ୍ଥ୍ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହେଉଥିବାର ପ୍ରମାଣ ମିଳିଛି। ତେବେ ଉଚ୍ଚ ରକ୍ତଚାପ ରୋଗୀମାନେ ଏହି ମୁଦ୍ରା ଅଭ୍ୟାସ କରିବା ପୂର୍ବରୁ ଚିକିତ୍ସକଙ୍କ ସହିତ ପରାମର୍ଶ କରିନେବା ଉଚିତ । 

7. ପ୍ରାଣ ଯୋଗ କରିବା ଦ୍ୱାରା  କେବଳ ମନ ଚାପମୁକ୍ତ ରହେ ନାହିଁ । ବରଂ ମନରେ ସକାରାତ୍ମକ ଭାବନା  ସୃଷ୍ଟି ହୋଇଥାଏ ଓ ଏକାଗ୍ରତା ବଢ଼ିଥାଏ । 

8. କେବଳ କୋଭିତ ସଂକ୍ରମଣ ପାଇଁ ନୁହେଁ । ସାମଗ୍ରିକ ଭାବେ ସୁସ୍ଥ ରହିବାକୁ ହେଲେ ଯୋଗ ଓ ପ୍ରାଣାୟମ ଅଭ୍ୟାସ ଉପରେ ଗୁରୁତ୍ଵ ଦିଅନ୍ତୁ । 

9 .ଜିମ୍ ଯାଇ ବ୍ୟାୟାମ କଲେ ଯେ ସୁସ୍ଥ ରହିବେ ଏମିତି ନୁହେଁ । ନିୟମିତ ଭାବେ ଯୋଗାସନ କରିବା ଦ୍ୱାରା  ଆପଣ ସୁସ୍ଵାସ୍ଥ୍ୟର ଅଧିକାରୀ ହୋଇପାରିବେ । ତେବେ ଯୋଗ କରିବା ପୂର୍ବରୁ କେତୋଟି କଥା ମନେ ରଖିବାକୁ ହେବ। ମନଇଚ୍ଛା ଯୋଗାଭ୍ୟାସ କରନ୍ତୁ ନାହିଁ । ୟୁଟ୍ୟୁବ୍ କିମ୍ବା ହ୍ଵାଟସଆପ୍ ଦେଖି ନିଜ ଇଚ୍ଛାନୁସାରେ ଯୋଗାସନ କରିବା ବି ଠିକ୍ ନୁହେଁ । ଯୋଗାଭ୍ୟାସ କରିବା ଆଗରୁ ନିଜ ଶରୀରର ଗଠନ କିପରି ତାହା ବୁଝିବାକୁ ହେବ ।

10. ୟୁଟ୍ୟୁବ ବ। ଭିଡିଓରେ ଦେଖାଉଛି ଏହି ଆସନ କଲେ ଏମିତି ଲାଭ ମିଳେ। ତେଣୁ ଆପଣ ବି ସେହି ଆସନ ଅଭ୍ୟାସ କରିବା ଆରମ୍ଭ କରିଦେଲେ । କିନ୍ତୁ ଦେଖାଗଲା ଆପଣଙ୍କୁ ସୁଫଳ ମିଳିବା ପରିବର୍ତ୍ତେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପଡ଼ିଲା । ତେଣୁ ଯୋଗାସନ କରିବା ପୂର୍ବରୁ ଜଣେ ଯୋଗଗୁରୁଙ୍କ ପରାମର୍ଶ ନେଇପାରିଲେ ଭଲ । 

11. ଯଦି ଯୋଗାଭ୍ୟାସ କରିବାରେ ଅସୁବିଧା ହେଉଛି ତେବେ ହାଲୁକା ବ୍ୟାୟାମ କରିପାରିବେ । ଘର ଭିତରେ ହିଁ ଆପଣ ଏହି ବ୍ୟାୟାମ କରିପାରିବେ । ହାଲୁକା ଗୀତ ଶୁଣି ଶୁଣି ବ୍ୟାୟାମ ଅଭ୍ୟାସ କରନ୍ତୁ । ରିଦିମିକ ଏକ୍ସରସାଇଜ ସହଜରେ କରା ପାଇପାରିବ । ପ୍ରାଣାୟାମ କ୍ଷେତ୍ରରେ ବି ସେହି ଏକା ନିମୟ ଲାଗୁ ହୋଇଥାଏ। 

12. ମନଇଚ୍ଛା ନିଃଶ୍ଵାସ ପ୍ରଶ୍ବାସ ନେବା,ଛାଡିବା କେବେ ବି ପ୍ରାଣାୟାମ ହୋଇନପାରେ ।  ପ୍ରାଣାୟାମ କରିବାର ମଧ୍ୟ ଏକ ବିଧି ଅଛି । ସେହି ବିଧି ମାନି ପ୍ରାଣାୟାମ  କଲେ ଲାଭ ମିଳିବ। । ପ୍ରାଣାୟମ କରିବା ପୂର୍ବରୁ ଡିପ୍ ବ୍ରିଚିଂ ଏକ୍ସରସାଇଜ୍‌ କରିପାରିବେ । ମନେ ରଖନ୍ତୁ ଗୋଟିଏ ଦିନରେ ଯୋଗ କି ପ୍ରାଣାୟମ ଏକ୍ସପର୍ଟ ହେବା ଆଦୌ ସମ୍ଭବ ନୁହେଁ ।  

13. କିନ୍ତୁ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ଆପଣ ଆଜିଠାରୁ ହିଁ ଆପଣେଇ ପାରିବେ ବ୍ୟାୟାମ, ଯୋଗ ଓ ପ୍ରାଣାୟାମ। ସାର ବିଶ୍ବ ଜାଣିସାରିଛି ଭାରତୀୟ ଯୋଗର  ମହନୀୟତା ବିଷୟରେ। ତେଣୁ ଆପଣ କାହିଁକି ଏହି ଅଭ୍ୟାସର ଲାଭ ଉଠାଇବେ ନାହିଁ ।

Post a Comment

0 Comments