କିପରି ସୃଷ୍ଟି ହେବ ଆଣ୍ଟିବଡି ?

କିପରି ସୃଷ୍ଟି ହେବ ଆଣ୍ଟିବଡି ?

ଭାକ୍ସିନ୍ (ଟିକା) ଜରିଆରେ ଶରୀରରେ ଆଣ୍ଟିବଡି ସୃଷ୍ଟି କରାଯାଏ। ଶରୀର ମଧ୍ୟକୁ କୋରନା ଭାଇରସ ପ୍ରବେଶ କଲେ, ତାକୁ ଚିହ୍ନଟ କରି ନଷ୍ଟ କରିଦିଏ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, କେବଳ ଭାକ୍ସିନ୍ ଜରିଆରେ କ’ଣ ଆଣ୍ଟିବଡି ସୃଷ୍ଟି କରାଯାଇପାରିବ, ଅନ୍ୟ କୌଣସି ଉପାୟରେ ନୁହେଁ । ଏହାର ଉତ୍ତର ହେଲା ଆମେମାନେ ଯେତେ ଖୁସି ରହିପାରିବା ଏବଂ ଶାନ୍ତ ରହିପାରିବା ସେତିକି ଆଣ୍ଟିବଡ଼ି ଶରୀରରେ ସୃଷ୍ଟି ହେବ।

ବର୍ତ୍ତମାନ ସମୟରେ ଆମ ଚାରିପାଖରେ ଏପରି ବାତାବରଣ ସୃଷ୍ଟି କରାଯାଉଛି, ଯାହା ଆମ ମନକୁ ଅଯଥା ଭାରାକ୍ରାନ୍ତ ଓ ଭୟାତୁର କରିପକାଉଛି। ଏଣୁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଉଛି। ସୁତରାଂ ଏ ସମୟରେ ପ୍ରଥମ ତଥା ପ୍ରଧାନ କାମ ହେଲା, ନିଜକୁ ଖୁସି ରଖିବା ସହ ପ୍ରିୟ ପରିଜନଙ୍କୁ ଖୁସି ବାଣ୍ଟି ସେମାନଙ୍କୁ ଖୁସି ଦେବା । ଯାହା ପ୍ରାକୃତିକ ଉପାୟରେ ଆଣ୍ଟିବଡି ସୃଷ୍ଟି କରିବାରେ ସହାୟକ ହେବ।

କିପରି ସୃଷ୍ଟି ହେବ ଆଣ୍ଟିବଡି ?

  • ପ୍ରିୟଜନଙ୍କ ସହ ଭଲ ଖୁସି, ମଜାଗପ କରୁଛୁ ।
  • ମୋବାଇଲ ଜରିଆରେ ପରସ୍ପର ମଧ୍ୟରେ ଚୁଟ୍‌କୁଲା ବା ମଜା ମଜା କଥା ସେୟାର କରି ହସ ବାଣ୍ଟନ୍ତୁ ।
  • ନିଜର ଅନ୍ତରଙ୍ଗ ବନ୍ଧୁ/ ବାନ୍ଧବୀଙ୍କୁ ଆଶ୍ୱାସନା ଦିଅନ୍ତୁ ଆପଣ ସର୍ବଦା ତାଙ୍କ ସହ ରହିଛନ୍ତି। ଫୋନ୍‌ ଯୋଗେ ତାଙ୍କର ଭଲମନ୍ଦ ବୁଝନ୍ତୁ । ନିତି ଦିନିଆ କଥା ହୁଅନ୍ତୁ ଖୋଲା ଖୋଲି । ସେ ମଧ୍ୟ ଆପଣଙ୍କୁ ସମାନ ଭରସା ଦେଇପାରିବେ। ଏପରି ପରସ୍ପର ଭଲପାଇବା ବାଣ୍ଟିବା ଦ୍ୱାରା ଯେଉଁ ଆନନ୍ଦ, ଆତ୍ମା ମନରେ ସୃଷ୍ଟି ହୁଏ, ତାହା ଆଣ୍ଟିବଡିକୁ ଜନ୍ମ ଦିଏ ।
  • ଯେତେବେଳେ କୁନି ପିଲାଟିଏ ଆସି ଆପଣଙ୍କ ଉପରେ ମାଙ୍କଡ ଛୁଆଟି ପରି ଲଟକି ପଡେ, ସେ ସମୟରେ ହୃଦୟରେ ଯେଉଁ ବିମଳ ଆନନ୍ଦ ଖେଳିଯାଏ ତାହା ସୃଷ୍ଟି କରେ ଆଣ୍ଟିବଡି । ଅର୍ଥାତ୍ ଘରେ ଯଦି ଛୋଟ ପିଲା ଅଛନ୍ତି, ସେମାନଙ୍କ ସହ ପିଲା ହୋଇଯାଇ ଖୁବ୍ ମସ୍ତି କରନ୍ତୁ । ସମୟ କେତେବେଳେ କଟିଯିବ ଜାଣି ପାରିବେ ନାହିଁ ।
  • ଧୁମ ଧଡ଼ାସ ମ୍ୟୁଜିକ୍ ବଜାଇ ଯେମିତି ପାରୁଛନ୍ତି ସେମିତି ନାଚନ୍ତୁ । ଏଥିରେ ଅନ୍ୟମାନଙ୍କୁ ବି ସାମିଲ କରନ୍ତୁ । ତାହା ଶରୀରରେ ସୃଷ୍ଟି କରିବ ଆଣ୍ଟିବଡି ।
  • 8 ରୁ 10 ଘଣ୍ଟା ଶୋଇବାକୁ ଚେଷ୍ଟା କରନ୍ତୁ |
  • ଠିକ ସମୟରେ ଠିକ ଖାଦ୍ୟ ଖାଆନ୍ତୁ |
  • ଯୋଗ ଓ ବ୍ୟାୟାମ କରନ୍ତୁ |

Post a Comment

0 Comments