କେମିତି କରିବେ କରୋନା ଭୟରୁ ନିଜକୁ ମୁକ୍ତ ?

କେମିତି କରିବେ କରୋନା ଭୟରୁ ନିଜକୁ  ମୁକ୍ତ ?

ମନସ୍ତତ୍ତ୍ଵ କହେ ଯେଉଁ କଥା ବା ବିଷୟ ଉପରେ ଆମେ ଅଧିକ ଚିନ୍ତା କରିବା, ଗୁରୁତ୍ବ ଦେବା ତାହା ଆମ ମନର ଅସ୍ତବ ସ୍ତରକୁ ଚାଲିଯିବ, ଯାହା ଉଭୟ ମନ ଶରୀର ଉପରେ ଅତ୍ୟନ୍ତ କୁପ୍ରଭାବ ପକାଏ । ଯେଉଁଟାକୁ ନେଇ ଆମେ ଭୟ, ଆଶଙ୍କା କରୁଥିବା ତାହା ହିଁ ଆମ ପାଇଁ ଘଟିବ ।

ବର୍ତ୍ତମାନର ମହାମାରୀ ସମୟରେ ଆମେ କରୋନା ଉପରେ ଏତେ ଗୁରୁତ୍ବ ଦେଉଛୁ ଯେ, ଦିନ ତମାମ କରୋନା ବ୍ୟତୀତ ଅନ୍ୟ କିଛି ଚିନ୍ତା କରିପାରୁ ନାହାଁନ୍ତି । ଯାହା ଭୟ, ଆଶଙ୍କାକୁ ଆମ ଅସ୍ତବ ସ୍ତରରେ ଜନ୍ମ ଦେଉଛି। ପରିଣାମ ସ୍ବରୂପ ମନ, ଶରୀର ଦୁର୍ବଳ ହେବା ସହ ସେହି କରୋନା ମୁହଁକୁ ଠେଲି ହୋଇଯିବାର ସମ୍ଭାବନାକୁ ଦ୍ବିଗୁଣିତ କରୁଛି । ଏଣୁ ବର୍ତ୍ତମାନ ସମୟରେ ପ୍ରଥମ ତଥା ସର୍ବୋତ୍ତମ କାମ ଆମ ପାଇଁ ହେବ କରୋନା ଭୟରୁ ନିଜକୁ ମୁକୁଳାଇବା । ଜାଣି ରଖନ୍ତୁ ଭୟ ଏକ ଇଚ୍ଛାକୃତ ପସନ୍ଦ। ଚାହିଁଲେ ଏଥିରୁ ଆମେ କୌଶଳକ୍ରମେ ମୁକୁଳି ପାରିବା।

କେମିତି କରିବେ କରୋନା ଭୟରୁ ନିଜକୁ  ମୁକ୍ତ ?

ପ୍ରଥମ ଉପାୟ

  • ନକାରାତ୍ମକ ଚିନ୍ତାରୁ ଦୂରେଇ ରହିବାରୁ ସବୁଠୁ ସରଳ ଉପାୟ ହେଲା ଯାହା ଆମକୁ ଶୁଣିବାକୁ ଭଲ ଲାଗେ ନାହିଁ ତାହା ଶୁଣିବା ନାହିଁ । 
  • ଉଦାହରଣତଃ କରୋନାରେ ଏତେ ଜଣ ମରିଗଲେ, ଏତେ ହଜାର ସଂକ୍ରମିତ ହେଲେ ବା କରୋନା ମୃତକଙ୍କ ପାଇଁ ମଶାଣିରେ ସ୍ଥାନ ମିଳୁନି ଇତ୍ୟାଦି ଇତ୍ୟାଦି ।
  • ଘରେ କରୋନା ଚର୍ଚ୍ଚା କରିବା ନାହିଁ । ବରଂ ଅନ୍ୟ କୌଣସି ଭଲ କଥା, ମଜା କଥା ଉପରେ ଗପସପ ହେବା ।କରୋନାକୁ ନେଇ ନକାରାତ୍ମକ ବାର୍ତ୍ତା ଅନ୍ୟକୁ ଜଣାଇବା ନାହିଁ କିମ୍ବା ଜାଣିବାକୁ ଚେଷ୍ଟା କରିବା ନାହିଁ ।
  • ନାହିଁ, ନାହିଁକୁ ଗୁରୁତ୍ବ ଦେଉଥିବା ନକାରାତ୍ମକ ମନୋଭାବର ବ୍ୟକ୍ତିଙ୍କଠାରୁ ଦୂରେଇ ରହିବାକୁ ନିଶ୍ଚୟ ଚେଷ୍ଟା କରିବା ।

ଦ୍ଵିତୀୟ ଉପାୟ

  • ଯାହା ଶୁଣିଲେ, ଦେଖିଲେ ଆମକୁ ଭଲ ଲାଗେ ତାହା ହିଁ  ସକାରାତ୍ମକ (ପଜିଟିଭିଟି)। ଭୟ ଏଡେଇବାକୁ ନକାରାତ୍ମକ ଚିନ୍ତାକୁ ଏଡାଇ ସକାରାତ୍ମକ ଚିନ୍ତା ପରିବେଶକୁ ଆପଣାଇବା ଜରୁରୀ ।
  • ଉଦାହରଣତଃ - କରୋନାରୁ କେତେ ଭଲ ହେଲେଣି, କରୋନା ମୁକାବିଲା ଲାଗି ଆମ ସରକାର କି ଭଲ ପଦକ୍ଷେପ ନେଉଛନ୍ତି  ଅବା ଅନ୍ୟ କିଏ ଭଲ କାମ କରୁଛି ତାକୁ ଶୁଣନ୍ତୁ, ଜାଣନ୍ତୁ ।
  • ଖୁସି ଗପ, ମଜାକଥା, ସୁଲଳିତ ସଙ୍ଗୀତ, ବ୍ୟାୟାମ, ଭଜନ କୀର୍ତ୍ତନ ଇତ୍ୟାଦି ଇତ୍ୟାଦି ମନ ଶରୀରରେ ସକାରାତ୍ମକ ଉର୍ଜା ସୃଷ୍ଟି କରିପାରେ ।
  • ଆଜିଠୁ ଅଭ୍ୟାସ କରନ୍ତୁ ମନକୁ ପାଇଲା ଭଳି ବହି ପଢିବାକୁ। ବେଶି ନ ହେଉ ପ୍ରତିଦିନ ପୃଷ୍ଠାଏ ଲେଖାଏଁ ପଢନ୍ତୁ । ଦେଖିବେ । ଏଥିରେ ମଜି ଯିବେ। କରୋନା ଚିନ୍ତା କରିବାକୁ ମନ ସମୟ ପାଇବ ନାହିଁ ।
  • ମନରେ ସକାରାତ୍ମକ ଚିନ୍ତା ସୃଷ୍ଟି କରିବାକୁ ପ୍ରାର୍ଥନା ଓ କୃତଜ୍ଞତା ବହୁତ ଫଳପ୍ରଦ ଉପାୟ। ଭଗବାନଙ୍କ ପାଖରେ ନିଜ ପାଇଁ ପରିବାର ପାଇଁ କୃତଜ୍ଞତା ଜ୍ଞାପନ କରନ୍ତୁ । ଏକ ହିସାବରୁ ଜଣାଯାଏ ଯେ, ଜଣେ ବ୍ୟକ୍ତି ତାର ୬୦-୭୦ ବର୍ଷର ଜୀବନକାଳ ମଧ୍ୟରେ ପ୍ରାୟ ୫ କୋଟି ଟଙ୍କାର ଅମ୍ଳଜାନ ନିଜ ପାଇଁ ଖର୍ଚ୍ଚ କରେ । କିନ୍ତୁ ଭାବି ଦେଖନ୍ତୁ ଏହି ଅମ୍ଳଜାନ କିଏ ଯୋଗାଏ ? ସେହି ପରମାତ୍ମା, ବିଶ୍ୱ ନିୟନ୍ତା ।  ତାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରନ୍ତୁ ଏହା ପାଟି କରି କହି ପାରିବେ। ଏଥିରେ ଲଜାବୋଧ ଆଦୌ କରନ୍ତୁ ନାହିଁ । 
  • ଯାହା ଯାହା ଜୀବନରେ ଭଲ କିଛି ପାଇଛନ୍ତି ସେଥିପାଇଁ କୃତଜ୍ଞତା ଜଣାନ୍ତୁ । ତମାମ ଦିନ ମଧ୍ୟରେ କିଛି ସମୟ ବାହାର କରି  ୫୦/୧୦୦/୨୦୦ ‘ଥର ଥ୍ୟାଙ୍କ ଗଡ୍’ ‘ବା ଭଗବାନ ତୁମକୁ ଧନ୍ୟବାଦ’ । ଏହି ପରି କରିଚାଲନ୍ତୁ । ଏହା ମାଇଣ୍ଡ ପ୍ରୋଗ୍ରାମିଂ ଟେକ୍‌ନିକ୍ ! ମୁଣ୍ଡରେ ଭରି ରହିଥିବା ନକାରାତ୍ମକତାକୁ ଦୂରେଇ ସକାରାତ୍ମକତାକୁ ଭରିପାରେ । 
  • ଅନ୍ୟ ଗୋଟିକ ହେଲା ପ୍ରାର୍ଥନା। ଭଗବାନ କରୋନାରୁ ରକ୍ଷା କରନ୍ତୁ- କରୋନାରୁ ରକ୍ଷା କରନ୍ତୁ। - ଏପରି ଡାକନ୍ତୁ ନାହିଁ । । କରୋନା ଶବ୍ଦଟିକୁ ହିଁ ପାଟିରେ ଆଣନ୍ତୁ ନାହିଁ । ବରଂ ଏକ ସୁସ୍ଥ ଦୀର୍ଘ ସୁନ୍ଦର ଜୀବନ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ।

ତୃତୀୟ ଉପାୟ

  • ଖୁସି ରହିବା ତଥା ସୁଖୀ ଅନୁଭବ କରିବା (ବି ହାପି ଆଣ୍ଡ । ଫିଲ ଗୁଡ୍) ଖୁସି ରହିବା, ସୁଖୀ ଅନୁଭବ କରିବା ମଧ୍ୟ ଏକ ଇଚ୍ଛାକୃତ ପସନ୍ଦ । ଚେଷ୍ଟା କଲେ ନିଶ୍ଚୟ ଖୁସି ହୋଇପାରିବା।  ଖୁସି ହେଲେ ସୁଖୀ ଅନୁଭବ କରିବା। ନିଜକୁ ଖୁସି ଲାଗୁଥିବା ହିଁ ଅନେକ ଉପାୟକୁ ବାଛି ବାଛି ଆପଣାଇ ନିଅନ୍ତୁ।
  • ଖୁସି ହେଲେ ସୁସ୍ଥ ନିଶ୍ଚୟ ରହିପାରିବେ ।

Post a Comment

0 Comments