କରୋନା ସଂକ୍ରମିତ ଥିଲେ ପ୍ରାଥମିକ ଉପଚାର କିପରି କରିବେ ?

କରୋନା ସଂକ୍ରମିତ ଥିଲେ ପ୍ରାଥମିକ ଉପଚାର କିପରି କରିବେ ?



ଯଦି କେହି କରୋନା ସଂକ୍ରମିତ ବା ପଜିଟିଭ ବୋଲି ପରୀକ୍ଷାରୁ ଜାଣିବାକୁ ପାଇଛନ୍ତି ଅବା କରୋନା ସଂକ୍ରମଣ ଜନିତ ଲକ୍ଷଣ ଯଥା-ଜ୍ଵର, ଶୁଖିଲା କାଶ, ସର୍ଦ୍ଦି, ଶ୍ବାସପ୍ରଶ୍ବାସ ଗ୍ରହଣରେ କଷ୍ଟ ଅନୁଭବ କରୁଛନ୍ତି ତେବେ କେତେକ ସରଳ ଉପାୟ ଆପଣାନ୍ତୁ । ଛାନିଆ ହୋଇ ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦୌଡ଼ି ସମୟ ନଷ୍ଟ କରିବା ଅପେକ୍ଷା ନିଜ ଘରେ ଶାନ୍ତ ମନରେ ନିଜ ଉପଚାର ନିଜେ ପ୍ରଥମେ କରାଇ ନେବା ଉଚିତ ।

ଆମେ ସମସ୍ତେ ଜାଣିସାରିଛୁ ଯେ ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି (Immunity Power) ଦୁର୍ବଳ ସେମାନେ କରୋନା ଭୂତାଣୁ ସଂକ୍ରମଣର ଶିକାର ହେବା ସମ୍ଭାବନା ଅଧିକ । ଏଣୁ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଆମ ପାଇଁ ସବୁଠୁ ଜରୁରୀ । ଆସନ୍ତୁ ଜାଣିବା କେମିତି ବଢିବ ରୋଗପ୍ରତିରୋଧକ ଶକ୍ତି :-

ସୌଭାଗ୍ୟବଶତଃ ଯଦି କରୋନାରେ ଆକ୍ରାନ୍ତ ହୋଇନାହାନ୍ତି ଏବଂ ଏହିପରି ନିରାପଦ ରହିବାକୁ ପ୍ରଯତ୍ନ କରୁଥାନ୍ତି, ତେବେ ନିମ୍ନଲିଖିତ ଉପାୟ ବହୁତ ସହାୟକ ହେବ । 

  • ଶରୀରରେ ମାତ୍ର ୦.୨ ମିଲିଗ୍ରାମ ପରିମାଣର ଭିଟାମିନ ସି ବା ଜୀବପ୍ରାଣ "ଗ" ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବା ପାଇଁ ଯଥେଷ୍ଟ ।  ଏହା ବିଶେଷତଃ Mucosal Immunity ବଢାଇପାରେ ।
  • ଏତିକି ପରିମାଣର ଭିଟାମିନ-ସି ଦୈନିକ ଶରୀରକୁ ଯିବା ଦରକାର ।
  • ୪ଟି ଆମ୍ବ (Mango), ଗୋଟିଏ ପିଜୁଳି (Guava) ବା ୨ଟି କମଳାଲେମ୍ବୁ (orange) ପ୍ରତିଦିନ ଖାଦ୍ୟରେ ରହିବା ଜରୁରୀ ।
  • ସକାଳ ଜଳଖିଆ ଖାଇବା ସମୟରେ ଭିଟାମିନ-ସି ଯୁକ୍ତ ଏହି ଫଳ ଖାଇ ନିଅନ୍ତୁ ।
  • ପନିପରିବା ଆକାରରେ ଟମାଟୋ ଏବଂ କାକୁଡି ଖାଇବା ଦ୍ଵାରା ଭିଟାମିନ-ସିର ଆବଶ୍ୟକତା ଶରୀରରେ ପୂରଣ ହୋଇପାରେ ।
  • ଅତି କମରେ ୪ଟି ଟମାଟୋ ସହିତ କିଛି କାକୁଡି କାଟି ଖାଇବା ଦରକାର ।
  • ଏହା ବ୍ୟତୀତ ପ୍ରତ୍ୟେହ ଶ୍ଵାସପ୍ରଶ୍ବାସ ଜନିତ ବ୍ୟାୟାମ ବା ପ୍ରାଣାୟାମ ମଧ୍ୟ କରିବା ଜରୁରୀ।

ପ୍ରଥମ ଦିନ କ'ଣ କରିବେ ?

ମନେକର ଆପଣଙ୍କ ଶରୀର ଓଜନ ୬୦କିଗ୍ରା । ଏଥିରେ ୧୦ ଭାଗ କରନ୍ତୁ । ଭାଗଫଳ ଆସିଲା ୬ ଏବଂ ୬ ଗ୍ଲାସ କମଳା ରସ (ଅନ୍ୟ ଖଟାଫଳ ଯଥା ସପୁରୀ, ମୌସମି ହୋଇପାରିବ) ପ୍ରସ୍ତୁତ କରନ୍ତୁ । ଏହାକୁ ୨୪ଘଣ୍ଟା ମଧ୍ୟରେ ପିଅନ୍ତୁ । ପ୍ରଥମ ଦିନରେ କୌଣସି ପ୍ରକାର ତରଳ ବା କଠିନ ଖାଦ୍ୟ ଖାଇବା ଅନୁଚିତ ।

ଦ୍ଵିତୀୟ ଦିନ କ'ଣ କରିବେ ?

ନିଜର ଶରୀର ଓଜନ ଯଦି ୬୦କିଗ୍ରା ତେବେ ଦ୍ଵିତୀୟ ଦିନ ଏଥିରେ ୨୦ଭାଗ କରନ୍ତୁ । ଭାଗଫଳ ପଡିଲା ୩ । ଅର୍ଥାତ ଦ୍ଵିତୀୟ ଦିନ ୩ ଗ୍ଲାସ ପଇଡ଼ ପାଣି, ୩ ଗ୍ଲାସ କମଳା ରସ ପ୍ରସ୍ତୁତ କରନ୍ତୁ । ଏତକ ସକାଳୁ ଦିନ ଖାଦ୍ୟ (launch) ସମୟ ଭିତରେ ପିଇ ନିଅନ୍ତୁ। ରାତି ଖାଇବା ସମୟରେ କିଛି ଟମାଟୋ ଓ କାକୁଡି (ପରିମାଣ ୬୦ X ୫= ୩୦୦ ଗ୍ରାମ)ର ଖାଇ ରହନ୍ତୁ । ଅନ୍ୟ କିଛି ଖାଦ୍ୟ ଖାଇବା ଅନୁଚିତ ।

ତୃତୀୟ ଦିନ କ'ଣ କରିବେ ?

  • ତୃତୀୟ ଦିନ ନିଜ ଶରୀର ଓଜନ ସହିତ ୩୦ଭାଗ କରନ୍ତୁ । ସୁତରାଂ ଯଦି ଶରୀର ଓଜନ ୬୦କିଗ୍ରା ତେବେ ୩୦ ଭାଗ କଲେ ଭାଗଫଳ ଆସିବ ୨। ଏଥିର ଦୁଇ ଗ୍ଲାସ ପଇଡ଼ ପାଣି ଏବଂ ୨ ଗ୍ଲାସ କମଳା ରସ ପ୍ରସ୍ତୁତ କରି ରଖନ୍ତୁ। ଏହାକୁ ମଧ୍ୟାହ୍ନ ସୁଦ୍ଧା ପିଇ ନିଅନ୍ତୁ ।
  • ମଧ୍ୟାହ୍ନ ଖାଇବା ବେଳେ ୩୦୦ ଗ୍ରାମ ଓଜନର ଟମାଟୋ ଓ କାକୁଡି ମିଶା ସାଲାଡ ଖାଇପାରିବେ ।
  • ସନ୍ଧ୍ୟାରେ କିଛି ପନିପରିବା ସିଝା ଖାଇବା ଦରକାର । ଅନ୍ୟ କୌଣସି ଖାଦ୍ୟ ଖାଇବେ ନାହିଁ । 

ନିଜେନିଜର ଉପଚାର କରିବା ସହ ଡାକ୍ତରଙ୍କ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ  |

Post a Comment

0 Comments