କରୋନା ସମୟରେ ଖାଦ୍ୟ ପ୍ଲାନ
ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିଲେ, କରୋନା ଭଳି ମହାମାରୀ କବଳରୁ ନିସ୍ତାର ପାଇବାର ସମ୍ଭାବନା ଅଧିକ। ଯାହାର ରୋଗ ପ୍ରତିରୋଧକ ଶକ୍ତି ଯେତେ ଅଧିକ ସେ ସେତେ ସୁରକ୍ଷିତ। ସହଜରେ ସେ ରୋଗରେ ଆକ୍ରାନ୍ତ ହୋଇନଥାଏ । କରୋନା ପ୍ରଥମ ଲହରରେ ଯେତିକି ଘାତକ ନ ଥିଲା, ଏବେ ଦ୍ଵିତୀୟ ଲହରରେ ତା’ଠାରୁ ଯଥେଷ୍ଟ ଅଧିକ ଭୟାନକ ଭାବେ ସଂକ୍ରମଣ କରୁଛି । ତେଣୁ ଏହାର ମୁକାବିଲା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଜରୁରୀ, ଯାହାକି ଆମକୁ କେତେକ ଘରୋଇ ଖାଦ୍ୟରୁ ମିଳିପାରିବ।
ଉତ୍ତମ ଆହାର, ଶାରୀରିକ ପରିଶ୍ରମ ଓ ପୂର୍ଣ୍ଣ ବିଶ୍ରାମ ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ବୋଲି ବରିଷ୍ଠ ଚିକିତ୍ସକ କହିଛନ୍ତି । ସେ ଏଭଳି କିଛି ଖାଦ୍ୟ, ପାନୀୟ, ଔଷଧୀୟ ଚେର ଓ ବିଭିନ୍ନ ଘରୋଇ ଖାଦ୍ୟପଦାର୍ଥ ଉପରେ ଗୁରୁତ୍ବାରୋପ କରିଛନ୍ତି, ଯାହା ଆମକୁ କରୋନା ସମୟରେ ବିଶେଷ ସହାୟକ ହେବ।
କରୋନା ସହିତ ଲଢ଼ିବାକୁ ହେଲେ ଆମକୁ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିବାକୁ ପଡିଥାଏ | ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ଗୋଟେ କିମ୍ବା ଦି ଦିନର କାମ ନୁହେଁ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ଲାଗିଥାଏ । ତେବେ ଆସନ୍ତୁ ଜାଣିବା କରୋନା ପଜିଟିଭ ହୋଇ ଘରେ ଚିକିତ୍ସିତ ଥିଲେ କ'ଣ ଖାଇବା ଆଉ ନ ଖାଇବା ଉଚିତ |
କରୋନାରେ ସଂକ୍ରମିତ ହୋଇଥିବା ବ୍ୟକ୍ତି କ’ଣ ଖାଇବେ । କିଭଳି ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ।
1. ସବୁଜ ପନିପରିବା, ସାଇଟ୍ରସ ଫଳ ଯଥା କମଳା, ଲେମ୍ବୁ, ପିଜୁଳି,ମୌସମ୍ବି, ଅଁଳା, ଶାଗ ଯଥା ସଜନା ଶାଗ ଓ କୋଶଳା ଶାଗ ଆଦି ଖାଇବା ଉଚିତ । ଏହି ସବୁ ଖାଦ୍ୟରେ ପ୍ରଚୁର ପରିମାଣରେ ଭିଟାମିନ ସି ରହିଛି ଯାହା କି ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାନ୍ତି |
2. ଗୋଟିଏ ପାଖୁଡା ରସୁଣ ପ୍ରତ୍ୟେହ ଖାଇବା ଜରୁରୀ। ବର୍ଷା ଓ ଶୀତ ଦିନରେ ରସୁଣ ପରିମାଣ ଖାଦ୍ୟରେ ବୃଦ୍ଧି କରାଯାଇପାରିବ। କିନ୍ତୁ ଖରାଦିନେ ଗୋଟିଏ ପାଖୁଡା ରସୁଣ ଯଥେଷ୍ଟ ।
3. ଲବଙ୍ଗ, ଜୁଆଣୀ ଓ ଶ୍ରୀକର୍ପୁରକୁ ଗୋଟିଏ ପୁଟୁଳି କରି ରଖି ସେଥିରେ ନୀଳଗିରି ତେଲ ପକାଇ ଶୁଙ୍ଘି ପାରିବେ, ଯାହା ଥଣ୍ଡା କାଟିବାରେ ସହାୟକ ହେବ।
4. ତୁଳସୀ ପତ୍ର ରୋଗପ୍ରତିରୋଧ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ। ସେଥିପାଇଁ ଏହା ଦୈନନ୍ଦିନ ଜୀବନରେ ସାମିଲ କରିବା ପାଇଁ ପଡ଼ିବ। ଏହାଦ୍ଵାରା ଥଣ୍ଡା, କାଶ, ଛାତି ଯନ୍ତ୍ରଣା ଓ ନିମୋନିଆ ହେବ ନାହିଁ ।
5. ମକର ଧ୍ଵଜ ଓ ସ୍ୱର୍ଣ୍ଣ ମକର ଧ୍ଵଜ, ସୁବର୍ଣ୍ଣ ବସନ୍ତମାଳତୀ ରସଆଣ୍ଟି ବାୟୋଟିକ ପରି କାମ ଦେବ। ଡାକ୍ତରଙ୍କ ପରାମର୍ଶ ହିସାବରେ କରୋନା ସମୟରେ ଏହାକୁ ଖାଇ ପାରିବେ।
6. ଖାଦ୍ୟରେ ଭିଟାମିନ-ସି ରହିବା ନିହାତି ଜରୁରୀ। ସେଥିପାଇଁ ଖାଦ୍ୟରେ କମଳା ଲେମ୍ବୁ, କାଗେଜି ଲେମ୍ବୁ, ଅଙ୍ଗୁର ଖାଇବା ଅତ୍ୟନ୍ତ ଜରୁରୀ।
7. ହାଇପ୍ରୋଟିନ୍ ଯୁକ୍ତ ଖାଦ୍ୟ ଅଧିକ ଖାଆନ୍ତୁ । ଯଥା ପନିର, ଡାଲି, ଛେନା, କ୍ଷୀର, ଦହି, ଚିକେନ୍, ମାଛ, ଅଣ୍ଡା, ସୋୟାବିନ୍ ଏବଂ ବାଦାମ ଆଦି ଖାଆନ୍ତୁ ।
8. ମହାମାରୀ ସମୟରେ ଥଣ୍ଡା ଓ କଫ ହେଉଥିବା ଫଳ ଖାଇବା କଥା ନୁହେଁ। ଅଧିକ ପରିମାଣରେ ତରଭୁଜ ଖାଇବା ଉଚିତ୍ ନୁହେଁ ।
9. ସେହିଭଳି ଫ୍ରିଜରେ ରହୁଥିବା ଖାଦ୍ୟ ମଧ୍ୟ ବର୍ଜନ କରିବା ଉଚିତ। ଦହି, ପାଚିଲା କଦଳୀ, କଞ୍ଚା ଚୁଡ଼ା ଆଦି ଅଧିକ ଖାଇବା କଥା ନୁହେଁ ।
10. ଦହି ଯଦି ଖାଇବେ ଫ୍ରୀଜ଼ ରେ ନ ରଖି ଫ୍ରେସ ଦହି ଖାଇବେ |
11. ଖାଦ୍ୟକୁ ଘଣା ସୋରିଷ ତେଲ ଓ ଅଲିଭ୍ ଅଏଲ୍ ରେ ପ୍ରସ୍ତୁତ କରିବା ନିହାତି ଜରୁରୀ ।
12. ଖାଇବା ପରେ ଗୁଡ଼ ଓ ଘିଅ ଖାଆନ୍ତୁ । ଏହା ଶରୀରକୁ ଗରମ ରଖିବ।
13. ପ୍ରତିଦିନ ଫଳ ଖାଆନ୍ତୁ ।
14. ଖଜୁରୀ ଅଧିକ ପରିମାଣରେ ଖାଇପାରିବେ ।
15. ମୂଳା, ପୋଟଳ, କୋବି ଓ ସଜନା ଛୁଇଁ ବହୁ ପରିମାଣରେ ଖାଇପାରିବେ ।
16. ସଂଗରୋଧରେ ଥିବା କରୋନା ସଂକ୍ରମିତ ଅଳ୍ପ ପରିମାଣରେ ଡାର୍କ ଚକୋଲେଟ୍ ଖାଇପାରିବେ ।
17. ଶରୀରକୁ ହାଇଡ୍ରେଡ୍ ରଖିବା ପାଇଁ ସାଧା ପାଣି ବ୍ୟତୀତ ନିୟମିତ ଲେମ୍ବୁ ପାଣି ଓ ଦହି ପାଣି ପିଅନ୍ତୁ ।
18. ଏହି ସବୁ ଖାଦ୍ୟ ଖାଇବା ସହିତ ଦୈନିକ ଦୁଇରୁ ତିନ ଲିଟର ପାଣି ପିଅନ୍ତୁ |
19. ମିଠା, ଲୁଣି, ବାସି ଖାଦ୍ୟ, ପ୍ୟାକେଟ ଖାଦ୍ୟ ଓ ଅତ୍ୟଧିକ ତେଲରେ ତିଆରି ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖନ୍ତୁ ।
20. ଏହିସବୁ ଖାଦ୍ୟ ଖାଇବା ସହିତ କିଛି ଯୋଗ ମଧ୍ୟ କରନ୍ତୁ ।

0 Comments
Do you have any doubts or suggestions? Ask them here in the comments!