କରୋନା ସମୟରେ ଏହି ଅଭ୍ୟାସ ଗୁଡିକ ଉପରେ ଜୋର୍ ଦିଅନ୍ତୁ
କରୋନା ସମୟରେ ଏହି ଅଭ୍ୟାସ ଗୁଡିକ ଉପରେ ଜୋର୍ ଦିଅନ୍ତୁ
ବାହାରକୁ ପାଦ ବଢ଼ାଇଲେ ଭୟ। ସମ୍ବାଦପତ୍ର ପୃଷ୍ଠା ଓଲଟାଇଲା ମାତ୍ରେ ଆତଙ୍କ। ଟିଭି ଖୋଲିଲା କ୍ଷଣି ଛାତିରେ ପଶୁଛି ଛନକା। ଏବେ କୋଭିଡ୍ର ଭୟ ମଣିଷକୁ ଏମିତି ଗ୍ରାସ କରିଛି ଯେ ମନେ ହେଉଛି ପରିସ୍ଥିତି ବୋଧହୁଏ ଆଉ ସ୍ବାଭାବିକ ହେବ ନାହିଁ। ଆଖିରୁ ନିଦ ହଜାଇ ଦେଇଛି, ମନରୁ ଶାନ୍ତି ଛଡାଇ ନେଇଛି ଏହି ମହାମାରୀ।
କରୋନା ମହାମାରୀ ଦିନକୁ ଦିନ ବଢିବାକୁ ଲାଗିଛି ଆଉ ଏଥର ଏହାର ମାତ୍ରା ଏତେ ଅଧିକ ବଢିଯାଇଛି ଯେ ଲୋକଙ୍କୁ ହସ୍ପିଟଲରେ ବେଡ ମିଳୁ ନାହିଁ, ଆକ୍ସିଜନ ଅଭାବ ସବୁ ଜାଗାରେ ଦେଖା ଯାଉଛି, ତେବେ କଣ ଆପଣ ଏହା ଜାଣିଛନ୍ତି ଯେ କରୋନା ପାଇଁ ବହୁତ ପ୍ରକାର ଉପାୟ କୁହାଯାଉଛି କିନ୍ତୁ ଆପଣ କେତେ କଣ କରୁଛନ୍ତି ତାହା ଆପଣଙ୍କ ଉପରେ ନିର୍ଭର କରିଥାଏ |
ତଥାପି ଆମକୁ ଏହା ସହ ଲଢ଼ିବାକୁ ହେବ। ଆମେ ସୁସ୍ଥ ରହିବୁ। ମହାମାରୀ ହାରିବ। ଭୟ ଓ ଚାପ ମୂକ୍ତ ଉବିଷ୍ୟତର ଆଶାରେ ଆମକୁ ଆଜିଠୁ ଅଣ୍ଟା ଭିଡ଼ିବାକୁ ହେବ।
ଏହି ଅଭ୍ୟାସଗୁଡିକ ଉପରେ ଜୋର୍ ଦିଅନ୍ତୁ
କେବନ କରୋନା ଭାଇରସ୍ ହାତରୁ ରକ୍ଷା ପାଇବା ପାଇଁ ନୁହେଁ, ବରଂ ଅନ୍ୟାନ୍ୟ ଭୂତାଣୁ ଆକ୍ରମଣରୁ ବଞ୍ଚିବାକୁ ହେଲେ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ନିହାତି ଆବଶ୍ୟକ । କିନ୍ତୁ ଆମ ଜୀବନଯାପନର ନାନା ସମସ୍ୟା କାରଣରୁ କ୍ରମଶଃ କମିବାରେ ଲାଗିଛି ମଣିଷର ରୋଗ ପ୍ରତିରୋଧ କ୍ଷମତା। ରୋଗ ପ୍ରତିରୋଧ ଶକ୍ତି ବଜାୟ ରଖିବା ପାଇଁ କେଉଁ ଅଭ୍ୟାସଗୁଡିକ ଉପଗେ ଜୋର୍ ଦେବା ଆବଶ୍ୟକ ଜାଣନ୍ତୁ ।
1. ପାଣି ପିଇବାରେ ଅଳସୁଆମି କରନ୍ତୁ ନାହିଁ। ଶରୀରରେ ଜଳର ପରିମାଣ କମିଗଲେ ରୋଗ ପ୍ରତିରୋଧ ଶକ୍ତି ମଧ୍ଯ କମିଯଏ। ଶରୀରରେ ଜମା ହୋଇଥିବା ଜୀବାଣୁ ଭୂତାଣୁ ମୂତ୍ର ସହିତ ବାହାରିଯଆନ୍ତି। କିନ୍ତୁ ପାଣି ପିଇବା କମିଗଲେ ସେଗୁଡିକ ଶରୀରରୁ ସହଜରେ ବାହାରି ପାରନ୍ତି ନାହିଁ ।
- ତେବେ ଗରମ ଦିନ ଆସିଲାଣି ଲୋକେ ଥଣ୍ତା ଜିନିଷ ସେବନ କରିବାକୁ ପସନ୍ଦ କରିବେ କିନ୍ତୁ ଆପଣଙ୍କୁ ସଜାଗ ରହିବାର ଅଛି କିଛି ଥଣ୍ତା ଜିନିଷ ସେବନ କରନ୍ତୁ ନାହିଁ, ଏହା ଛଡା ହାଲ୍କା ଉଷୁମ ପାଣି ସେବନ କରନ୍ତୁ ଯାହା ଦ୍ୱାରା ଆପଣଙ୍କ ଛାତିରେ କଫ ବସିବ ନାହିଁ ଆଉ ନାକ ବନ୍ଦ ହବ ନାହିଁ । ଶ୍ଵାସନଳି ସବୁବେଳେ ସଫା ରହିବ ଆଉ ଆପଣଙ୍କୁ ନିଶ୍ବାସ ନେବାରେ ଅସୁବିଧା ହବ ନାହିଁ ।
- ତେବେ ଦିନକୁ ଅତି କମ୍ରେ ୩ ଲିଟର ପାଣି ସେବନ କରିବା ଉଚିତ ଏହା ଠାରୁ କମ୍ ପାଣି ସେବନ କଲେ ଆପଣଙ୍କ ପାଚନ ତନ୍ତ୍ର ଖରାପ ହୋଇଥାଏ ଆଉ ଛୋଟ ରୋଗ ମଧ୍ଯ ବଡ ହୋଇଥାଏ ।
2. ଆଉ ଏକ ଅଭ୍ୟାସ ଉପରେ ଗୁରୁତ୍ଵ ଦେବାକୁ ଭୁଲିବେ ନାହିଁ। ତାହା ହେଉଛି ନିୟମିତ ନିଦ୍ରା। ପ୍ରତିଦିନ ଭିନ୍ନ ଭିନ୍ନ ସମୟରେ ଶୋଇବାଏବଂ ପର୍ଯ୍ୟାପ୍ତ ମାତ୍ରାରେ ନ ଶୋଇବା- ନିଦ୍ରା ଯିବାର ଏହି ଦୁଇଟି ବଦଭ୍ୟାସକୁ ଛାଡ଼ିବାକୁ ହେବ।
- ଅନିୟମିତ ନିଦ୍ରା ମଧ୍ଯ ଗୋଗ ପ୍ରତିରୋଧ ଶକ୍ତି ନଷ୍ଟ କରେ ବୋଲି ଚିକିତ୍ସକମାନେ କୁହନ୍ତି। ସଠିକ୍ ମାତ୍ରାରେ ନିଦ ନହେଲେ ଦୂର୍ବଳ ଅନୁଭବ ହୁଏ। ତେଣୁ ରୋଗ ସହିତ ମୁକାବିଲା କରିବାର କ୍ଷମତା ମଧ୍ଯ ପ୍ରଭାବିତ ହୋଇଥାଏ ।
3. ରୋଗ ପ୍ରତିରୋଧ ଶକ୍ତି କମାଇବାରେ ଧୂମପାନର ଭୂମିକା ସବୁଠୁ ଅଧିକ। ତେଣୁ ଏହି କୁ ଅଭ୍ୟାସଟିକୁ ଆଜି ହିଁ ବିଦାୟ ଜଣାନ୍ତୁ। ଧୂମପାନ କରୁନଥିଲେ ମଧ୍ଯ ଯିଏ ଧୂମପାନ କରୁଥିବେ ତାଙ୍କ ସଂସ୍ପର୍ଶରୁ ମଧ୍ଯ ଦୂରେଇ ରହିବାର ଅଭ୍ୟାସ ଗଡ଼ି ତୋଳନ୍ତୁ।
4. ସବୁଦିନେ ଗୋଟିଏ ଜାଗାରେ ବସି ରହିବା ବଦଳରେ ଟିକେ ଚଲାବୁଲା କରିପାରିବେ।
- ଘର ଭିତରେ ହିଁ ନିଜ କାମ କରିବାର ଅଭ୍ୟାସ ଆପଣନ୍ତୁ। ନିଜ ପୋଷାଜ ନିଜେ ସଫା କରନ୍ତୁ, ଶୁଖନ୍ତୁ, ଇସ୍ତ୍ରୀ କରନ୍ତୁ। ଫଳରେ ଲଣ୍ଡ୍ରି ଯିବାର ଅଭ୍ୟାସ କମିବ। ଆଉ ଆପଣ ସେଇ ବାହାନାରେ ଟିକେ କାମ କରିପାରିବେ ଯାହା ଆପଣକ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହେବ।
- ସପ୍ତାହରେ ଥରେ ଘର ଝଡା, ପୋଛା ଆଦି କରନ୍ନୁ। ଦେଖିବେ ଥକ୍କା ଲାଗିବ ନିଶ୍ଚୟ। କିନ୍ତୁ ଆପଣଙ୍କୁ ଶୋଷ ହେବ। ଭୋଜ ବି ଭଲ କରି ନାଗିବ। କାରଣ ଏସବୁ କାମ କଲା ବେଳେ ଶରୀରରୁ ଝାଳ ତ ବାହାରିବ ନିଶ୍ଚୟ। ଫଳରେ ଆପଣ ହାଲକା ଓ ସତେଜ ଅନୁଭବ କରିବେ।
5. ଶେଷରେ ରହିଲା ମନକୁ ହାଲକା ରଖିବାର ଅଭ୍ୟାସ ସୃଷ୍ଟି କରିବା। ମାନସିକ ଭାବେ ଚାପମୁକ୍ତ ରହିବାର ଅନେକ ଉପାୟ ଅଛି। ଯେଉଁ ଉପାୟଟି ଆପଣଙ୍କ ପାଇଁ ସହଜ ସେଇଟିକୁ ବାଛି ନିଅନ୍ତୁ।
- ସବୁବେଳେ ଚାପରେ ରହିଲେ ରୋଗ ପ୍ରତିରୋଧକ ଶକ୍ତି କମିଯାଏ ବୋଲି ମଧ୍ଯ ଚିକିତ୍ସା ବିଜ୍ଞାନରେ ଉଲ୍ଲେଖ ରହିଛି। ତେଣୁ ଏଭଳି ପରିସ୍ଥିତିରେ ଆମ ସମସ୍ତଙ୍କୁ ଭୟ ଓ ଚାପ ମୁକ୍ତ ରହିବାକୁ ହେବ।
- ଭୟ ଓ ଚାପମୁକ୍ତ ରହିବା ପାଇଁ କହିଦେଲେ ଯେ ଜଣେ ସବୁ ପ୍ରକାର ଭୟ ଓ ଚାପରୁ ନିଜକୁ ମୁକ୍ତ କରିପାରିବ ସେକଥା ବି ନୁହେଁ। ଚାପମୁକ୍ତ ରହିବା ଏକ ପ୍ରକାର କଳା। ଏହି କଳା ଆମକୁ ଆଜିଠୁ, ଏବେଠୁ ଶିଖିବାକୁ ହେବ।
- କରୋନା ନ ହୋଇ ମଧ୍ଯ କାଳେ ସଂକ୍ରମିତ ହୋଇଥିବାର ଭୟରୁ ଆମକୁ ଦୂରେର ରହିବାକୁ ହେବ। ଆମକୁ ସୁସ୍ଥତାର ମନ୍ତ୍ର ଜାଣିବାକୁ ହେବ। ଯଦି ଆମେ ମାନସିକ ସ୍ତରରେ ସୁସ୍ଥ ରହି ପାରିବା ତେବେ କରୋନା ଭୟରୁ ନିଜକୁ ଦୂରେଇ ପାରିବା।
ଆସନ୍ତୁ ଆମେ ଇଶ୍ଵରଙ୍କ ଉପରେ ଭରସା ରଖିବା
0 Comments
Do you have any doubts or suggestions? Ask them here in the comments!