କୋରନା ହେଲେ କ'ଣ ଖାଇବେ ଓ କ'ଣ ଖାଇବେ ନାହିଁ

କୋରନା ହେଲେ କ'ଣ ଖାଇବେ ଓ କ'ଣ ଖାଇବେ ନାହିଁ



ଦିନକୁ ଦିନ ବଢ଼ିଚାଲିଛି କୋଭିଡ୍‌ ସଂକ୍ରମଣ । ଅଥଚ ଏହି ରୋଗର କୌଣସି ଔଷଧ ନାହିଁ। କେବନ ଉପସର୍ଗ ଅନୁସାରେ ଔଷଧ ଖାଇବା ଭପରେ ଗୁରୁତ୍ଵ ଦେଉଛନ୍ତି ଚିକିତ୍ସକ। ତେଣୁ ଏହି ସମୟରେ ଖିଆପିଆ ଉପରେ ନଜର ଦେବା ନିହାତି ଅବଶ୍ୟକ। ବଢ଼ାଇବାକୁ ହେବ ରୋଗ ପ୍ରତିରୋଧ କ୍ଷମତା। କ' ଣ ଖାଇବେ, କେଉଁ ଖାଦ୍ୟ ଏଡାଇ ଚାଲିବେ ଏସବୁ କଥା ଭୁଲିଗଲେ ଚଳିବ ନାହିଁ। 

କୋଭିଡ଼୍‌ର ନାନା ରକମର ଲକ୍ଷଣ ଦେଖାଯାଉଛି। ଅନେକ ସମୟରେ ଉପସର୍ଗ ଦେଖା ନଦେଇ ମଧ୍ଯ ସଂକ୍ରମଣ ହେଉଛି। ତେଣୁ ନିଜ ଶରାରର ଆବଶ୍ଯକତା ଅନୁସାରେ ଆମକୁ ଡ଼ାଏଟ୍‌ ମାନି ଚକିବାଜୁ ହେବ। ସଂକ୍ରମଣ ନାହିଁ ବୋଲି ଭାବି ଡ଼ାଏଟ୍‌ ଏପଟ ସେପଟ କରିବା ବି ଏହି ସମୟରେ ଆଦୌ ଉଚିତ ନୁହେଁ। କେତେବେଳେ କ'ଣ ହେବ ତା ଆମେ ଜାଣିନୁ। 

ଖାଦ୍ୟାଭ୍ୟାସରେ ଆଣନ୍ତୁ ପରିବର୍ତ୍ତନ

1. ଆପଣଙ୍କୁ କମଳା ଆଉ ଲେମ୍ଭୁ ଭଳି ଜିନିଷ ସେବନ କରିବା ଆବଶ୍ୟକ କାହିଁକିନା ଏଥିରେ ଭିଟାମିନ ସି ରହିଥାଏ ଯାହା ଆପଣଙ୍କ ଶରୀରରେ କରୋନା ଠାରୁ ଲଢିବା ପାଇଁ ଶକ୍ତି ବଢାଇଥାଏ । 
  • ଡାଏଟିଶିଆନ୍‌ ଓ ନ୍ଯୁଟ୍ରିଶନିଷ୍ଟମାନଙ୍କ ଅନୁସାରେ ଯେଉଁମାନଙ୍କର ପେଟର ସମସ୍ୟା ରହିଛି ବା ଅତ୍ୟଧିକ ଏସିଡିଟି ଅଛି ସେମାନେ ଲେମ୍ଭୁ , ଭିନେଗାର ମିଶିଥିବା ଖାଦ୍ୟ ଏଡାଇ ଚାଲନ୍ତୁ। 
  • ଯଦି ଭଟାମିନ ସି ପାଇଁ ଲେମ୍ଭୁ ନିହାତି ଖାଇବାକୁ ପଡୁଥାଏ ତେବେ ଡାଲିରେ ଲେମ୍ଭୁ ରସ ମିଶାଇ ଖାଇପାରିବେ | କିନ୍ତୁ ଖାଲି ପେଟରେ ନୁହେଁ |

2. କୋଭିଡ଼ି ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଦରକାର ପୁଷ୍ଟିକର ଖାଦ୍ୟ। ଫଳ, ପନିପରିବା, ଶାଗ ଆଦି ଅଧିକ ପରିମାଣରେ ଖାଇବାକୁ ହେବ। କେବଳ ଭିଟାମିନ୍‌ ସପ୍ଳିମେଣ୍ଟ ଭାବରେ ମିଳୁଥିବା ଟାବଲେଟ୍‌ ଗିଳିଦେଲେ ଯେ କାମ ସରିଲା ଏଭଳି ଭାବନାରୁ ନିବୃତ୍ତ ରହିବାକୁ ହେବ।

3. ଏମିତି ଖାଦ୍ଯ ଯେଉଁଥିରେ ଭିଟାମିନ ଏ, ସି, ଡି ଏବଂ ଜିଙ୍କ ରହିଛି ସେଗୁଡିକ ଖାଇବା ଉପରେ ଜୋର୍‌ ଦିଅନ୍ତୁ । ତେବେ କୋଭିଡ  ଯେହେତୁ ମୂଳତଃ ଭାଇରାଲ୍‌ ଜ୍ଵର ବା ଫ୍ଲୁ ଭଳି ରୋଗ ଚେଣୁ ଶରୀରରେ ଜୋର୍‌ ଆଣିବା ପାଇଁ କ୍ୟାଲୋରୀ ମଧ୍ଯ ଆବଶ୍ଯକ। 

4. ଦହି, ଫଳ ଆଦି ଦେଇ ପାନୀୟ ତିଆରି କରି ପିଇ ପାରିବେ। ବାଦାମ, ବଟର ଆଦି ଅଳ୍ପ ଅଳ୍ପ କରି ଖିଆ ଯାଇପାରିବ। 

5. କେବଳ ଅଧିକ ପାଣି ପିଇଦେଲେ ଚଳିବ ନାହିଁ। ଅଦା, ଗୋଲମରିଚ ମିଶା ଚା,ଚିକେନ କିମ୍ବା ଭେଜିଟେବଲ ସୁପ , ଫଳ ରସ, ପଇଡ଼ ପାଣିକୁ ମଧ୍ୟ ଡାଏଟ୍‌ରେ ବାଧ୍ୟତାମୂଳକ ଭାବେ ସାମିଲ୍‌ କରନ୍ତୁ। 

6. ଅଧିକ ଦୁର୍ବନ ଲାଗୁଥିଲେ ମଝିରେ ମଝିରେ ଗ୍ଲୁକୋନ୍‌ ଡି, ଇଲେକ୍କ୍ରୋଲାଇଟ୍‌ ପାନୀୟ ମଧ୍ଯ ପିଇପାରିବେ।

7. କୋଭିଡ୍‌ ସଂକ୍ରମିତ ହେବା ପରେ ଅନେକଙ୍କ ସ୍ୱାଦ ବାରିବାର କ୍ଷମତା ଚାଲିଯାଇଥାଏ। ତେଣୁ ଖାଇବାରେ ସମସ୍ଯା ହୋଇଥାଏ। ତେଣୁ ପାଟିକୁ ଭଲ ଲାଗିବ ବୋଲି ଅଧିକ ତେଲମଶଲା ଦିଆ ଚଟପଟ ଖାଦ୍ୟ ଖାଇଦେଲେ ଚଳିବ ବୋଲି ଯଦି କେହି ଭାଚୁଥାଆନ୍ତି ତେବେ ସେହି ଭାବନାରୁ ଦୂରରେ ରହନ୍ତୁ। 

  • ଅଳ୍ପ ତେଲ ମସଲାରେ ମଧ୍ଯ ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରଯାଇପାରିବ। ଏଥିପାଇଁ ବିଭିନ୍ନ ୟୁଟ୍ଯୁବ୍‌ ଚ୍ୟାନଲରେ ରେସପି ଉଲ୍ଲେଖ ରହିଛି। ଆପଣ ସେଗୁଡିକ ଦେଖି ସେଥିରୁ ମଧ୍ଯ ଶିଖିପାରିବେ। ମନ ଭଲ ରହିବା ସହ ସୁଆଦିଆ ରୋଷେଇ ବି ଶିଖିପାରିବେ। 

8. ଆଧୁନିକ ଚିକିତ୍ସା ଵିଜ୍ଞାନ ମଧ୍ଯ ସ୍ବୀକାର କରିଛି ଯେ ପ୍ରାକୃତିକ ଜଡିବୁଟିରେ ରହିଛି ଅନେକ ରୋଗ ପ୍ରତିରୋଧକ କ୍ଷମତା । ତେବେ କାଢା ଆପଣଙ୍କ ପାଇଁ ରାମବାଣ ଚିକିତ୍ସା ଅଟେ । ଅଦା, ମହୁ, ତୁଳସୀ ପତ୍ର, ଲବଙ୍ଗ, ଡାଲଚିନି, ମିଶ୍ରି, ତେଜପତ୍ର, ଗୋଲମରିଚ ଆଦି ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ଆହୁରି ଶକ୍ତ କରିପାରିବ। 

  • ଖାଦ୍ୟ ତାଲିକାରେ ଏସବୁ ଜିନିଷ ସାମିଲ କରନ୍ତୁ। ସମ୍ଭବ ହେଲେ ଏହି ସବୁ ଜିନିଷ ମଧ୍ଯରୁ କେତେଟିକୁ ଏକାଠି କରି ପାଣିରେ ଫୁଟାଇ ଦିନକୁ ଦୁଇରୁ ତିନି ଥର ଅଳ୍ପ ଅଳ୍ପ କରି ପିଅନ୍ନ୍ତୁ। ଗଳା ଦରଜ ହେଉଥିଲେ ଉପକାର ପାଇବେ। ଏହା ସହିତ କଫ ମଧ୍ଯ କମିବ। 
  • କିନ୍ତୁ କିଛି ଲୋକ ଏହା କହୁଛନ୍ତି ଯେ ଗରମ ଦିନରେ କାଢା ପିଇବା ଦ୍ୱାରା ପେଟ ଗରମ ହେଇଯାଉଛି, ତେବେ ଆମେ କହିବାକୁ ଚାହୁଞ୍ଚୁ ଯେ ଯେଉଁ କାଢା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ତାହା ଦ୍ୱାରା ଆପଣଙ୍କ ପେଟ କେବେ ଗରମ ହବ ନାହିଁ ।
  • ଏହା ସହ ଆପଣଙ୍କୁ କାଢା ସେବନ କରିବାକୁ ହବ । ଯେଉଁଥିରେ ଆପଣଙ୍କୁ ଅଳପ ହଳଦୀ, ମୂଳେଠି, ତୁଳସୀ ପତ୍ର, ଅଳପ ଗୋଲ ମରୀଚ, ଅଳପ ଲବଙ୍ଗ, ଅଳପ ଡାଲଚିନୀ, ତେଜପତ୍ର ଆଉ ଗୁଡ ମିଶାଇ କାଢା ବନେଇବାକୁ ହବ ଯାହା ଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ସବୁଦିନ ଭଲ ରହିବ |
  • ଏହାକୁ ଆପଣ ଗୋଟେ ସମୟ ପିଇବା ଉଚିତ ଆପଣେ ଏହାକୁ ସନ୍ଧ୍ଯା ବେଳେ ସେବନ କରିବା ସବୁଠାରୁ ଉତ୍ତମ ହୋଇଥାଏ ତେବେ ଯଦି ସନ୍ଧ୍ୟାରେ ସମୟ ନାହିଁ ତେବେ ଆପଣ ସକାଳେ ମଧ୍ଯ ସେବନ କରିପାରିବେ |
  • କିନ୍ତୁ ମନେ ରଖିବେ କାଢା ସେବନ କରିବାର ଘଣ୍ଟେ ପରେ ଯାହା ସେବନ କରିବେ ।

10. ଏହା ବ୍ୟତୀତ ହଳଦୀର ଉପକାରିତା ବିଷୟରେ ଆପଣମାନେ ଜାଣିଥିବେ। କିନ୍ତୁ କ୍ଷୀରରେ ହଳଦୀ ମିଶାଇ ପିଇଲେ ଦେହହାତ ବିନ୍ଧାରୁ ଅନେକାଂଶରେ ଆରାମ ପାଇବେ । କ୍ଷୀର ଦେହରେ ଯାଉନଥିଲେ ଉଷୁମ ପାଣିରେ ସାମାନ୍ୟ ହଳଦୀ ଓ ମହୁ ମିଶାଇ ପିଇ ପାରିବେ। 

11. ପାଟିରେ ପାନ ଜାକିବା ବଦଳରେ ଛୋଟ ଅଦା ଖଣ୍ଡେ କିମ୍ବା ଅଁଳା ଜାକିବାର ଅଭ୍ଯାସ ଆଜିଠୁ ଆରମ୍ଭ କରିଦିଅନ୍ତୁ।

12. ବାବା ରାମଦେବଙ୍କୁ ସମସ୍ତେ ଜାଣିଥିବେ ତେବେ ସେ ନିଜ ଯୋଗ ଦ୍ୱାରା ବହୁତ ବଡ ବଡ କାମ କରିଛନ୍ତି ମଧୁମେହ, ବିପି ଆଉ ବଡ ବଡ ଭୟଙ୍କର ରୋଗର ଚିକିତ୍ସା କରିଛନ୍ତି ତାଙ୍କ କହିବା ଅନୁଯାୟୀ -

ଶରୀର ପାଚନ ଶକ୍ତି ଆଉ ରୋଗ ପ୍ରତିରୋଧକ କ୍ଷମତା ଯଦି ଭଲ ରହିଥାଏ ତେବେ ଆପଣକୁ ଚିନ୍ତାକରିବା ଆବଶ୍ୟକ ନୁହଁ । ତେବେ ପାଚନ ପ୍ରକ୍ରିୟା ଭଲ ରଖିବା ପାଇଁ ଆପଣଙ୍କୁ ଡାଳିମ୍ବ ସେବନ କରିବା ଉଚିତ ଏହା ଦ୍ବାରା ଆପଣଙ୍କ ପେଟ ସଫା ମଧ୍ଯ ହୋଇଥାଏ ଆଉ ଆପଣଙ୍କ ଶରୀରରେ ରକ୍ତ ନିର୍ମାଣ ମଧ୍ୟ ଭଲ ଭାବରେ ହୋଇଥାଏ ।

Post a Comment

0 Comments