ଅକ୍ଷୟ ତୃତୀୟାରେ ଘରକୁ ନେଇ ଆସନ୍ତୁ ଏହି ଜିନିଷ

ଅକ୍ଷୟ ତୃତୀୟାରେ ଘରକୁ ନେଇ ଆସନ୍ତୁ ଏହି ଜିନିଷ


ହିନ୍ଦୁ ଧର୍ମରେ ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥି କୁ ଅକ୍ଷୟ ତୃତୀୟା କୁହାଯାଏ । ଏହି ତିଥି କିମ୍ବା ଦିନଟି ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଦିନରେ ଦାନ କର୍ମ କଲେ ତାହା ବହୁତ ପୁଣ୍ୟ ହୋଇ ଥାଏ ବୋଲି କୁହାଯାଏ । ଏହି ଦିନ କୌଣସି ବି କାର୍ଯ୍ୟ କରିବାର କିମ୍ବା କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବାର ଶୁଭ ଦିନ ହୋଇ ଥାଏ । ଏହି ଅକ୍ଷୟ ତୃତୀୟା ଦିନକୁ ସର୍ବାତ ସିଦ୍ଧି ଯୋଗ କାରକ ବୋଲି କୁହାଯାଇଥାଏ ।

ଏହି ଦିନର ପ୍ରତ୍ୟେକ ମୁହୂର୍ତ୍ତ ହେଉଛି ଶୁଭ ଏବଂ ପବିତ୍ର ତେଣୁ ଏହି ଦିନ ଯେ କୌଣସି କାର୍ଯ୍ୟ କିମ୍ବା ଅନୁକୂଳ କଲେ ତାହା ବହୁତ ଶୁଭ ହୋଇଥାଏ ଏବଂ ସେ କାର୍ଯ୍ୟ ର ଶୁଭ ଫଳ ମଧ୍ୟ ମିଳି ଥାଏ । ଅକ୍ଷୟ ଅର୍ଥାତ ଯାହାର କ୍ଷୟ ହୁଏ ନାହିଁ । କିମ୍ବା ତାହା କେବେବି ସରେ ନାହିଁ ଅନନ୍ତ ସମୟ ପର୍ଯ୍ୟନ୍ତ ରହିଥାଏ । ତୃତୀୟା ଅର୍ଥାତ ମାସର ତୃତୀୟ ତିଥି ଅଟେ । ତେଣୁ ଏହାର ନାମ ଅକ୍ଷୟ ତୃତୀୟା ରହିଅଛି । ଏହି ଦିନ ଘର ପ୍ରତିଷ୍ଠା କରିବା, କିମ୍ବା ନୂତନ ଗାଡିକୁ ଘରକୁ ଆଣିବା, ସୁନାକୁ ଘରକୁ ଆଣିବା । ଆଦି ବହୁତ ଶୁଭ ହୋଇଥାଏ । ମାନ୍ୟତା ରହିଛି କି ଭଗବାନ ବିଷ୍ଣୁଙ୍କର ଷଷ୍ଠ ଅବତାର ପର୍ଶୁରାମଙ୍କର ଜନ୍ମ ହୋଇଥିଲା ।

ଏହି ଶୁଭ ଦିନଟି ପ୍ରାଣୀ ବା ଜୀବଜନ୍ତୁଙ୍କର ସେବା କରିବା, ଭୋଜନ ଦେବା ଏବଂ ବସ୍ତ୍ର ଦାନ କରିବାରେ ଅକ୍ଷୟ ପୁଣ୍ୟଫଳ ମିଳିଥାଏ। ଏହି ପୁଣ୍ୟଫଳ ଅନନ୍ତ ଯୁଗ ପର୍ଯ୍ୟନ୍ତ ସାଥ୍‌ରେ ରହିଥାଏ। ଏହି ଦିନ ବଦ୍ରୀନାଥଙ୍କର ଦ୍ବାର ଖୋଲିଥାଏ ଏବଂ ବୃନ୍ଦାବନରେ ବାଙ୍କ ବିହାରୀଙ୍କର ପାଦ ଦର୍ଶନର ସୁଯୋଗ ଗୋଟିଏ ଦିନ ପାଇଁ ରଖା ଯାଇଥାଏ । ଏହା ସହିତ ମାତା ଗଙ୍ଗା ପୃଥିବୀକୁ ପଦାର୍ପଣ କରିଥିଲେ । ଏହି ଦିନ ଶ୍ରୀହରିଙ୍କ ପୂଜା କଲେ କୌଣସି ବି ନକରାତ୍ମକ ଉର୍ଜା କିମ୍ବା ଶକ୍ତି ଆପଣ ଙ୍କ ପାଖକୁ ଏବଂ ଘରକୁ ପ୍ରବେଶ କରି ପାରି ନ ଥାଏ । ଏହି ଦିନ ଶ୍ରୀ ଜଗନ୍ନାଥଙ୍କ ରଥକାଠ ଅନୁକୂଳ ହୋଇଥାଏ । ଏବଂ ଚାଷୀ ଭାଇ ମାନେ ପୂଜା ପାଠ କରିଥାଆନ୍ତି ଏବଂ ଶସ୍ଯ ବୁଣିବା ଆରମ୍ଭ କରିଦେଇଥାନ୍ତି । 

ହିନ୍ଦୁ ଶାସ୍ତ୍ରରେ ଏହା ବର୍ଣ୍ଣିତ ଅଛିକି ଏହି ଦିନ ଯେକୌଣସି ବି କାର୍ଯ୍ୟ କରିଥାନ୍ତି ତାହା ଅନେକ ଗୁଣର ଫଳ ମିଳିଥାଏ। ଏହି ଅକ୍ଷୟ ତୃତୀୟାର ପର୍ବ ଦିନ ଓଡ଼ିଶାର ପୁରପଲ୍ଲୀରେ ଚାଷୀମାନଙ୍କ ଘରେ କ୍ଷୀରି ପୁରୀ ପିଠା ପଣାରେ ପର୍ବକୁ ଅର୍ପି ଆନନ୍ଦର ସହକାରେ ପାଳନ କରିଥାନ୍ତି। ଏହି ଦିନ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଓ ଜୀବନରେ ଉନ୍ନତି ଧନ ବୈଭବର ପ୍ରାପ୍ତି ପାଇଁ କିଛି କାର୍ଯ୍ୟ କରାଯାଇଥାଏ। ଯାହାକୁ କରିବା ଦ୍ବାରା ମା ଲକ୍ଷ୍ମୀଙ୍କର କୃପା ପାଇବା ସହିତ ଅକ୍ଷୟ ଧନର ପ୍ରାପ୍ତି ହୋଇଥାଏ। 

ଯାହା ଦ୍ବାରା ସମସ୍ତ ଦୁଃଖ କଷ୍ଟ ଦରିଦ୍ରତା ଦୂର ହୋଇ ସୁଖ ଶାନ୍ତିପୂର୍ଣ ଜୀବନ ବିତାଇବାର ସୁଯୋଗ ମିଳିଥାଏ। ଏବଂ ଅଟକି ରହିଥିବା ସବୁ କାର୍ଯ୍ୟ ପୁଣିଥରେ ଚାଲିବାକୁ ଲାଗିଥାଏ। ଅଟକି ରହିଥିବା ଟଙ୍କା ପଇସା ବା ଧନ ମିଳିବାକୁ ଲାଗିଥାଏ। ମଣିଷର ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଥାଏ। ଏହି ଅକ୍ଷୟ ତୃତୀୟା ଦିନ ଅକ୍ଷୟ ପୁଣ୍ୟର ପ୍ରାପ୍ତି ପାଇଁ ଗରିବ ଲୋକଙ୍କୁ ଅଟା, ଗହମ, କ୍ଷୀର, କ୍ଷୀରି ଅବା ଖାଦ୍ୟବସ୍ତୁ ଦାନ କଲେ ଅକ୍ଷୟ ପୁଣ୍ୟ ପ୍ରାପ୍ତି ହେବା ସହ ମା ଲକ୍ଷ୍ମୀଙ୍କର ମଧ୍ୟ କୃପା ପ୍ରାପ୍ତି ହୋଇଥାଏ। ଏହା ଛଡା ଏହି ଦିନ ଯଦି କିଛି ଜିନିଷ ଘରକୁ ଆଣନ୍ତି ତେବେ ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି। ତେବେ ଆସନ୍ତୁ ଜାଣିନେବା ଏହି ଦିନ କେଉଁ ସବୁ ଜିନିଷ ଘରକୁ ଆଣି ମା ଲକ୍ଷ୍ମୀଙ୍କୁ ଖୁସି କରିପାରିବେ।

୧- ମାତା ଲକ୍ଷ୍ମୀଙ୍କ ପାଦୁକା ଦ୍ୱୟ

ପ୍ରଥମ ଜିନିଷ ହେଉଛି ମାତା ଲକ୍ଷ୍ମୀଙ୍କ ପାଦୁକା ଦ୍ୱୟ । ଅକ୍ଷୟ ତୃତୀୟା ଦିନ ସୁନା ର କିମ୍ବା ରୁପାର ମାତା ଲକ୍ଷ୍ମୀ ଙ୍କ ପାଦୁକା ଦ୍ୱୟ ଆଣିବାର ନିୟମ ରହିଛି । ଏହା ଦ୍ୱାରା ଘରେ ଧନ ରତ୍ନ ସହିତ ସୁଖ ସମୃଦ୍ଧି ମଧ୍ୟ ଆସିଥାଏ ।

୨- କଉଡ଼ି ଏବଂ ଗୋମତି ଚକ୍ର

ଦ୍ଵିତୀୟ ରେ ହେଉଛି କଉଡ଼ି ଏବଂ ଗୋମତି ଚକ୍ର । ମାତା ଲକ୍ଷ୍ମୀଙ୍କର କଉଡ଼ି ଏବଂ ଗୋମତି ଚକ୍ର ହେଉଛି ବହୁତ ପ୍ରିୟ । ଏହି ଦିନ କିଛି କଉଡ଼ି ଆଣି ହଳଦୀ ଏବଂ କେଶରରେ ଗୋଳାଇ ପୂଜା ସ୍ଥାନରେ ରଖିଲେ ଏହାର ନିୟମିତ ପୂଜା ନିଶ୍ଚିତ କରନ୍ତୁ । ଏହା ଦ୍ୱାରା ଘରେ ସୁଖ ଶାନ୍ତି ଏବଂ ସମୃଦ୍ଧି ଆସିଥାଏ ।

 ୩- ନଡ଼ିଆ

ତୃତୀୟରେ ହେଉଛି ନଡ଼ିଆ । ନଡ଼ିଆକୁ ଶ୍ରୀଫଳ ମଧ୍ୟ କୁହାଯାଏ । ଏକ ଆଖିଆ ନଡ଼ିଆକୁ ଏହି ଦିନ ଘରକୁ ଆଣି ଠାକୁରଙ୍କ ଘରେ ସ୍ଥାପନ କରନ୍ତୁ ଏବଂ ନିୟମିତ ଭାବେ ପୂଜା ଅର୍ଚ୍ଚନା କରନ୍ତୁ ଏହା ଦ୍ୱାରା ମାତାଲକ୍ଷ୍ମୀଙ୍କର ଅଶେଷ କୃପା ରହିଥାଏ ଏଵଂ ଘରେ ସୁଖ ଶାନ୍ତି ଧନ ସମୃଦ୍ଧି ମଧ୍ୟ ବୃଦ୍ଧି ହୋଇଥାଏ ।

୪- ମା ଲକ୍ଷ୍ମୀଙ୍କର ପ୍ରତିମା ବା ଫୋଟ

ଏହି ଦିନ ମା ଲକ୍ଷ୍ମୀଙ୍କର ପ୍ରତିମା ବା ଫୋଟ ଘରକୁ ଆଣି ବିଧିବିଧାନର ସହକାରେ ନିୟମିତ ପୂଜା କରନ୍ତୁ ।

୫- ଧାତୁ ନିର୍ମିତ କଇଁଛ

ମା ଲକ୍ଷ୍ମୀଙ୍କର ବିଭିନ୍ନ ବାହାନ ମଧ୍ୟରୁ ଗୋଟିଏ ହେଉଛି କଇଁଛ। ଧନର ଦେବୀ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଦିନ ଘରକୁ ଧାତୁର ନିର୍ମିତ କଇଁଛ ଅବଶ୍ୟ ଆଣନ୍ତୁ।

୬- ଲକ୍ଷ୍ମୀ ଯନ୍ତ୍ର

ଧନ ଯୋଗର ବୃଦ୍ଧି ପାଇଁ ବା ଧନ ପ୍ରାପ୍ତି ପାଇଁ ଏହି ଲକ୍ଷ୍ମୀ ଯନ୍ତ୍ରକୁ ଘରକୁ ଅବଶ୍ୟ ଆଣନ୍ତୁ । ଏବଂ ଏହାକୁ ନିୟମିତ ବିଧିବିଧାନରେ ପୂଜା କରନ୍ତୁ।

୭- ଲକ୍ଷ୍ମୀନାରାୟଣଙ୍କର ପ୍ରତିମା, ମୂର୍ତି ବା ଫୋଟ

ଏହି ଦିନ ଲକ୍ଷ୍ମୀନାରାୟଣଙ୍କର ପ୍ରତିମା ବା ମୂର୍ତି ବା ଫୋଟ ଅବଶ୍ୟ ଆଣନ୍ତୁ । ଏବଂ ଏହାକୁ ଘରେ ସ୍ଥାପନା କରନ୍ତୁ। ଏବଂ ନିୟମିତ ପୂଜା କରନ୍ତୁ।

୮- ଶଙ୍ଖ

ଏହି ଦକ୍ଷିଣାବର୍ତୀ ଶଙ୍ଖ ଅତ୍ୟନ୍ତ ଧନ ଦାୟକ ବୋଲି ମାନ୍ୟତା ରହିଛି। ଏହି ଦିନ ଏହାକୁ ଘରକୁ ଆଣି ପୂଜା ଘରେ ସ୍ଥାପନା କରନ୍ତୁ। 

9.ହଳଦିଆ ସୋରିଷର ଦାନା

ଯଦି ଏହାକୁ ଅକ୍ଷୟା ତୃତୀୟା ଦିନ କିଣି କରି ଆଣିବେ କିମ୍ବା ଆପଣଙ୍କ ଘରେ ପ୍ରଥମରୁ ଅଛି ତ ପୂଜା ସ୍ଥାନରେ ରଖିଦିଅନ୍ତୁ ଏମିତି କଲେ ମା ଲକ୍ଷ୍ମୀଙ୍କ କୃପା ବର୍ଷା ହୋଇଥାଏ ଏବଂ ପୂଜା ପରେ ଏହାକୁ କପଡ଼ାରେ ବାନ୍ଧି କରି ସମ୍ଭାଳି କରି ରଖିଦିଅନ୍ତୁ ନଜର ଦୋଷରୁ ବି ବଞ୍ଚି ରହିବେ।

10. ସିଂଦ୍ଧା ଲୁଣ

ଏହି ଦିନ ଯଦି ସିଂଦ୍ଧା ଲୁଣ ଘରକୁ ଆଣନ୍ତି ତ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଆପଣଙ୍କୁ ଏହି କଥାର ଧ୍ୟାନ ରଖିବାକୁ ହୋଇଥାଏ କି ଏହି ଲୁଣର ସେବନ ଅକ୍ଷୟା ତୃତୀୟା ଦିନ କରିବେ ନାହିଁ।

11. କପା ତୁଳା

ଯଦି ଆପଣ ଅକ୍ଷୟା ତୃତୀୟା ଦିନ ଅଳ୍ପ ବି କପା ତୁଳା କିଣି କରି ଆଣନ୍ତି ଏବଂ ନିୟମିତ ଭାବେ ପୂଜାରେ ଏହାକୁ ବ୍ୟବହାର କରନ୍ତି ତ ଏହା ଦ୍ୱାରା ଧନ ଆସିଥାଏ। ଧନର ବର୍ଷା ହୋଇଥାଏ। ମା ଲକ୍ଷ୍ମୀଙ୍କ କୃପା ବର୍ଷା ହୋଇଥାଏ।

12. ଫଳ

ଫଳର ସେବନ ବି ଏହି ମୌସୁମୀରେ କରିବା ବି ଉଚିତ। ଅକ୍ଷୟା ତୃତୀୟା ଦିନ ଯଦି ଆପଣ ଫଳ କିଣି କରି ଆଣନ୍ତି ତ ଜୀବନରେ ଖୁସି ଆସିଥାଏ। କୌଣସି ବି ଫଳ ଆପଣ କିଣି ପାରନ୍ତି।

13. ମାଟିର ଦୀପ

ଏହାକୁ ସୁନା ସହିତ ତୁଳନା କରାଯାଇଛି। ଯଦି ଅକ୍ଷୟା ତୃତୀୟା ଦିନ ମାଟିର ଦୀପ ଆଣନ୍ତି ତ ନିୟମିତ ଭାବେ ଏହାକୁ ଜଳାନ୍ତି ତ ଆପଣଙ୍କ ଜୀବନରେ ଖୁବ ପଇସା ଆସିବ।

ଏହିସବୁ ଜିନିଷ ଆଣିବାର ସକ୍ଷମ ନହେଲେ ଏହିଦିନ କିଛି ଗହମକୁ ଘରକୁ ଅବଶ୍ୟ ଆଣନ୍ତୁ ଏବଂ ସେହି ଗହମରୁ ଏକମୁଠି ଗହମକୁ ଆପଣ ଧନ ବା ଟଙ୍କା ପଇସା ରଖୁଥିବା ସ୍ଥାନରେ ରଖିଦିଅନ୍ତୁ । ଅବା ଠାକୁର ଘରେ ପୂଜା କରୁଥିବା ସ୍ଥାନରେ ରଖିଦିଅନ୍ତୁ।

Post a Comment

0 Comments