ପଣାସଂକ୍ରାନ୍ତି ରେ କିଛି କରନ୍ତୁ ଉପାୟ...

 ପଣାସଂକ୍ରାନ୍ତି ରେ କିଛି କରନ୍ତୁ ଉପାୟ...



ଲୁଣ ପାଣି

ନୂଆ ବର୍ଷରେ ନିଜ ଘରର ନେଗେଟିଭ ଉର୍ଜାକୁ ଦୂର କରିବା ପାଇଁ ଘରେ ଲୁଣ ପାଣି ଦ୍ୱାରା ପୋଛା ଲଗାନ୍ତୁ । ଏହା ଦ୍ୱାରା ପୁରା ବର୍ଷ ଘରେ ପଜିଟିବ ଏନର୍ଜି ରହିବ |

ଦାନ ଧର୍ମ

ନୂଆ ବର୍ଷର ପ୍ରଥମ ଦିନ ଧର୍ମ କରିବା ବହୁତ ଭଲ ହୋଇଥାଏ । ଏହି ଦିନରେ ଆପଣ ଗରିବ କିମ୍ବା ବ୍ରାହ୍ମଣଙ୍କୁ ଟଙ୍କା ଦାନ କରିପାରିବେ | ଏହିଦିନ ପଣା, ଛତୁଆ, ଛତା, ଚପଲ, ପଙ୍ଖା,ପତଳା ବସ୍ତ୍ର ଆଦି ଦାନ କରାଯାଇଥାଏ 

ଗଣେଶ ପୂଜା

ହିନ୍ଦୁ ଧର୍ମରେ କୌଣସି ବି ଶୁଭ କାମର ଆରମ୍ଭ ଗଣେଶଙ୍କ ପୂଜା ଦ୍ୱାରା କରାଯାଇଥାଏ | ଏମିତି କୁହାଯାଏ କି ଏହିଭଳି କରିବା ଦ୍ୱାରା କୌଣସି ବି ବାଧା ବିଘ୍ନ ଆସି ନ ଥାଏ । ସେଥିପାଇଁ ଆପଣ ନବବର୍ଷର ପ୍ରଥମ ଦିନ ଘରେ ଗଣେଶଙ୍କ ଧଳା ରଙ୍ଗର ମୂର୍ତ୍ତି ସ୍ଥାପନା କରନ୍ତୁ । ଏହା ଦ୍ୱାରା ଆପଣଙ୍କ ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ବନି ରହିବ | 

ମାତା ଲକ୍ଷ୍ମୀଙ୍କ ସ୍ଥାପନା

ପୁରା ବର୍ଷ ବୈବାହିକ ଜୀବନରେ ସୁଖ ପ୍ରାପ୍ତି କରିବା ପାଇଁ ନୂଆ ବର୍ଷର ପ୍ରଥମ ଦିନରେ ଘର ଭିତରେ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତିର ସ୍ଥାପନା କରି ପାରିବେ | ମାତା ଲକ୍ଷ୍ମୀଙ୍କ ମୂର୍ତ୍ତି ସାମ୍ନାରେ ଗାଈ  ଘିଅର ଦୀପ ପ୍ରଜ୍ଜଳିତ କରନ୍ତୁ । ଏହା ସହିତ ମାତାଙ୍କ ଚରଣରେ ୫ ଟି ପଦ୍ମଫୁଲ ଅବଶ୍ୟ ଅର୍ପଣ କରନ୍ତୁ  

ତୁଳସୀ ଗଛ ଲଗାନ୍ତୁ

ନୂଆ ବର୍ଷର ପ୍ରଥମ ଦିନ ଘରର ଅଗଣାରେ ତୁଳସୀ ଗଛ ଲଗାଇବା ଶୁଭ ହୋଇଥାଏ । ଏହି ସମୟରେ ତୁଳସୀ ଗଛ ମୂଳରେ ମାଟିରେ ଏକ ମୁଦ୍ରା ବି ପୋତି ଦିଅନ୍ତୁ। ଏହିଭଳି କରିବା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ।

ଶଙ୍ଖ ବଜାନ୍ତୁ

ନବ ବର୍ଷିୟ ଉପଲକ୍ଷେ ନିଜ ଘରେ ନୂଆ ଶଙ୍ଖ କ୍ରୟ କରି ନିଜ ଘରର ପୂଜା ଘରେ ବଜାନ୍ତୁ । ଏହାର ଧ୍ଵନି ଦ୍ୱାରା ପୁରା ଘରେ ପଜିଟିବ ଉର୍ଜା ଭରିଯାଏ । ଏହା ସହିତ ମାତା ଲକ୍ଷ୍ମୀ ବି ପ୍ରସନ୍ନ ହୋଇଥାନ୍ତି ।

ପଣାସଂକ୍ରାନ୍ତିରେ ଏହି କାମ କରନ୍ତୁ ନାହିଁ

  1. ପଣା ସଂକ୍ରାନ୍ତି ଦିନ ସମ୍ବନ୍ଧ ସ୍ଥାପନ କରନ୍ତୁ ନାହିଁ । ଏହି ଦିନରେ ସମ୍ବନ୍ଧ ସ୍ଥାପନ କରିବା ଦ୍ବାରା ଭଗବାନ ହନୁମାନଙ୍କ କ୍ରୁର ଦୃଷ୍ଟି ପଡ଼ିଥାଏ । ଯଦି ଆପଣ ବଜରଙ୍ଗୀବଲୀଙ୍କ କ୍ରୁର ଦୃଷ୍ଟିରୁ ବଂଚିବାକୁ ଚାହାନ୍ତି ତେବେ କେବେବି ଭୁଲରେ ମଧ୍ଯ ଏହି ଦିନ ସମ୍ବନ୍ଧ ସ୍ଥାପନ କରନ୍ତୁ ନାହିଁ । ଏହି ଦିନ ସମ୍ବନ୍ଧ ସ୍ଥାପନ କରିବା ଦ୍ବାରା ସନ୍ତାନ ବିକଳାଙ୍ଗ ହେବାର ସମ୍ଭାବନା ମଧ୍ଯ ରହିଥାଏ । ତେଣୁ ଏଥିପ୍ରତି ସାବଧାନ ରୁହନ୍ତୁ ।
  2. ପଣା ସଂକ୍ରାନ୍ତି ଦିନ କେବେବି କ୍ଷୀରରୁ ତିଆରି ମିଠା କିଣନ୍ତୁ ନାହିଁ । କ୍ଷୀର ଚନ୍ଦ୍ରମା ଗ୍ରହର କାରକ ଅଟେ । ଚନ୍ଦ୍ରମା ଏବଂ ମଙ୍ଗଳ ପରସ୍ପର ବିରୋଧୀ ଗ୍ରହ ଅଟନ୍ତି। ତେଣୁ ଭୁଲ ରେ ମଧ୍ଯ ଏହି ଦିନ କ୍ଷୀରରୁ ତିଆରି ମିଠା ତଥା ସାମଗ୍ରୀ କିଣନ୍ତୁ ନାହିଁ ଏବଂ ବ୍ୟବହାର କରନ୍ତୁ ନାହିଁ ।
  3. ପଣା ସଂକ୍ରାନ୍ତି ଦିନ କେବେବି ଲୁହା ନିର୍ମିତ ବସ୍ତୁ କିଣନ୍ତୁ ନାହିଁ । ଏହି ଦିନ ମଧ୍ଯ ଲୁହା ନିର୍ମିତ ବସ୍ତୁ କିଣିବା ଦ୍ୱାରା ଅଶୁଭ ହୋଇଥାଏ । ଏହା ସହିତ ଷ୍ଟିଲ ଏବଂ ଧାରୁଆ ବସ୍ତୁ ମଧ୍ଯ ଏହି ଦିନ ଆଦୌ କିଣନ୍ତୁ ନାହିଁ । 
  4. କୌଣସି ବ୍ୟକ୍ତି ଙ୍କୁ ଏହି ଦିନ ନଖ ଓ ଚୁଟି କାଟିବା ମଧ୍ଯ ଉଚିତ ନୁହେଁ । ନଚେତ ଭଗବାନ ବଜରଙ୍ଗବଲୀ କ୍ରୋଧିତ ହୋଇଥାନ୍ତି ।
  5. ଏହିଦିନ ଆମିଷ ଭକ୍ଷଣ କରିବା ନିଷେଧ ଅଟେ |

ଯଦି ଲେଖାଟି ଭଲ ଲାଗିଥାଏ ତେବେ ଅନ୍ୟମାନଙ୍କ ସହ ସେଆର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Post a Comment

0 Comments