ନବରାତ୍ରିର ପୂଜାବିଧି

 ନବରାତ୍ରିର ପୂଜାବିଧି



ନବରାତ୍ରୀରେ ଦେବୀ ମାଁ ଙ୍କୁ ଭିନ୍ନ ଭିନ୍ନ ରୂପରେ ପୂଜା କରାଯାଇଥାଏ । ମାଁ ଙ୍କ ନଅ ରୂପ ହେଉଛି- ମାଁ ଶୈଳପୁତ୍ରୀ, ବହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଂଡା, ସ୍କନ୍ଧମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଏବଂ ସିଦ୍ଧିଦାତ୍ରୀ । ଏହାପରେ ଲଗାତାର ୯ଦିନ ପର୍ଯ୍ୟନ୍ତ କିମ୍ବା ନିଜ ଇଛା ଅନୁସାରେ ଶେଷ ଦିନ ଉପବାସ ରଖିଥାନ୍ତି ।

ନବରାତ୍ର ପୂଜା ନିମନ୍ତେ ନବରାତ୍ରୀର ପ୍ରଥମ ଦିନ ପୂର୍ବରୁ ପ୍ରଥମେ ପୂଜାବେଦୀରେ ଘଟ ସ୍ଥାପନ କରି ଦେବୀଙ୍କୁ ଆବାହନ କରାଯାଏ । ଧାନ କିମ୍ବା ଗହମ ଉପରେ ସ୍ଥାପନ କରାଯାଇଥିବା ଘଟରେ ଦେବୀ ଦୁର୍ଗାଙ୍କ ଛବି କିମ୍ବା ସ୍ୱସ୍ତିକ ଚିହ୍ନ ଅଙ୍କନ କରାଯାଏ । ନଅ ଦିନ ପର୍ଯ୍ୟନ୍ତ ପୂଜା ହୋଇ ଶେଷ ଦିନ ଘଟକୁ ବିସର୍ଜନ କରାଯାଏ । ଅଷ୍ଟମୀ ବା ନବମୀ ଦିନ ଦଶ ବର୍ଷ ବୟସରୁ ଉଣା ବୟସର ୯ଜଣ କୁମାରୀଙ୍କୁ ଦୁର୍ଗାଙ୍କ ନଅଗୋଟି ମୂର୍ତ୍ତି, ଯଥା: କୁମାରୀ (କୁମାରିକା), ତ୍ରିମୂର୍ତ୍ତିନୀ (ତ୍ରିମୂର୍ତ୍ତି), କଲ୍ୟାଣୀ (କଳହାଣି), ରୋହିଣୀ, କାଳୀ, ଚଣ୍ଡିକା, ଶଂଭବୀ (ଶାମ୍ଭବୀ), ଦୁର୍ଗା ଓ ସୁଭଦ୍ରା ରୂପେ କଳ୍ପନା କରି ଭୋଜନ ଦିଆଯାଏ । 

ନବରାତ୍ରୀ ନଅ ଦିନରେ ବ୍ରତ ରଖିବା ସମୟରେ ଘର ସାତ୍ତ୍ବିକ ଭୋଜନ କରନ୍ତୁ । ଏହି ସମୟରେ ମାଂସ-ମଦ ସେବନ କରିବା ଉଚିତ ନୁହେଁ । ଏହାସହିତ ପିଆଜ ଓ ରସୁଣ ଖାଦ୍ୟ ଖାଆନ୍ତୁ ନାହିଁ ।

ମନ୍ଦିର ଏବଂ ପୂଜା ସ୍ଥାନ ସଫା ରଖିବା : ନବରାତ୍ରି ଆରମ୍ଭ ହେବାର ଗୋଟେ ଦିନ ପୂର୍ବରୁ ଘର ଏବଂ ମନ୍ଦିର କିମ୍ବା ପୂଜା ସ୍ଥାନକୁ ଭଲଭାବେ ସଫା କରିଦିଅନ୍ତୁ। କୁହାଯାଏ, ନବରାତ୍ରୀ ପୂର୍ବଦିନ ମା’ ଦୁର୍ଗା ଘରକୁ ଆସିଥାନ୍ତି । ଏଥିପାଇଁ ମା ଆସିବା ପୂର୍ବରୁ ଘରକୁ ଭଲଭାବେ ସଫା ସୁତରା କରିବା ଉଚିତ।

ସ୍ୱସ୍ତିକ ଚିହ୍ନ ବନାନ୍ତୁ: ମା’ଙ୍କ ଆଗମନ କରିବା ପୂର୍ବରୁ ଘରର ମୁଖ୍ୟ ଦ୍ୱାରରେ ହଳଦୀ କିମ୍ବା ଫଗୁରେ ସ୍ୱସ୍ତିକ ଚିହ୍ନ ବନାନ୍ତୁ । ହଳଦୀରେ ତିଆରି ହୋଇଥିବା ସ୍ୱସ୍ତିକ ଗୁରୁ ଗ୍ରହ ଏବଂ ଫଗୁରେ ତିଆରି ହୋଇଥିବା ସ୍ୱ ସ୍ତିକ ଚିହ୍ନ ଶୁକ୍ରକୁ ଶୁଦ୍ଧ କରିଥାଏ ଏବଂ ଜୀବନରେ ସକାରାତ୍ମକ ଆଣିଥାଏ।

ମା’ ବସିବା ସ୍ଥାନରେ ଲାଲ କପଡା ପକାନ୍ତୁ: ନବରାତ୍ରି ସମୟରେ ସବୁବେଳେ ମା’ଙ୍କ ପ୍ରତିମାରେ ଚନ୍ଦନ କିମ୍ବା ରୂପା ଜିନିଷ ରଖି ସ୍ଥାପିତ କରିବା ଉଚିତ। ଏହି ସ୍ଥାନରେ ଲାଲ ରଙ୍ଗର କପଡା ପକାନ୍ତୁ। ଲାଲ ରଙ୍ଗ ସୌଭାଗ୍ୟର ପ୍ରତୀକ।

ଉତ୍ତର-ପୂର୍ବ ଦିଗରେ କଳସ ସ୍ଥାପନା କରନ୍ତୁ: କଳସ ସ୍ଥାପନା କରିବା ଦିଗପ୍ରତି ମଧ୍ୟ ଧ୍ୟାନ ରଖିବା ଉଚିତ । ନବରାତ୍ରିରେ କଳସ ସବୁବେଳେ ଉତ୍ତର ପୂର୍ବ ଦିଗରେ ସ୍ଥାପନା କରନ୍ତୁ । କଳସରେ ଗୁଆ, ପଇସା ଏବଂ ଜଳ ଦେଇ ଭରନ୍ତୁ । ଆପଣ ସୁନା କିମ୍ବା ରୁପା, ପିତ୍ତଳ, ମାଟି କୌଣସି କଳସରବ୍ୟବହାର କରିପାରିବେ।

କଳସରେ ଅଶୋକ ପତ୍ର ରଖନ୍ତୁ: କଳସରେ ଅଶୋକ ପତ୍ର ନିଶ୍ଚିତ ରଖନ୍ତୁ । ୯, ୧୧, ୨୧ ଆଦି ପତ୍ର ଥିବା ଅଶୋକ ପତ୍ର ରଖନ୍ତୁ । ଅଶୋକ ପତ୍ର ଦୁଃଖ ନାଶ କରିଥାଏ। ତେଣୁ ପୂଜା ପାଠ କରିବା ସମୟରେ ଏହାର ପ୍ରୟୋଗ କରିବାଦ୍ୱାରା ଦ୍ୱାରା  ଜୀବନରେ ଆସିବାକୁ ଥିବା ବିପଦ ଦୂର ହେବ। କଳସରେ ସାଲୁକପଡା ବାନ୍ଧି ନଡିଆ ରଖନ୍ତୁ।

ଅଖଣ୍ଡ ଦୀପ ଜଳାନ୍ତୁ: ଚୈତ୍ର ନବରାତ୍ରୀ ସମୟର ପୂଜା ସ୍ଥାନରେ ଅଖଣ୍ଡ ଦୀପ ଜଳାନ୍ତୁ। ଯଦି ଅଖଣ୍ଡ ଦୀପ ନ ଜଳାଇ ପାରୁଛନ୍ତି, ତେବେ ନବରାତ୍ରି ଦିନ ସକାଳ ଏବଂ ସନ୍ଧ୍ଯାରେ ଦୀପ ନିଶ୍ଚିତ ଜଳାନ୍ତୁ।

Post a Comment

0 Comments