ମଙ୍ଗଳବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି କାମ

 ମଙ୍ଗଳବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି କାମ

ହିନ୍ଦୁ ଧର୍ମର ପରମ୍ପରା ଅନୁଯାୟୀ ପ୍ରତ୍ୟେକ ଦିନର ଗୋଟିଏ ମହତ୍ତ୍ୱ ରହିଥାଏ । ପ୍ରତ୍ୟେକ ଦିନ କୌଣସି ଜଣେ ଦେବି ଦେବତା ଏବଂ ଗ୍ରହଙ୍କ ର ଦିନ ହୋଇଥାଏ । ଏହି ପ୍ରକାରରେ ଜ୍ୟୋତିଷ ଶାସ୍ତ୍ର‌ ଅନୁସାରେ ମଙ୍ଗଳବାର ଦିନ ମଙ୍ଗଳ ଗ୍ରହରେ କାରକ ମଧ୍ୟ ବିଚାର କରାଯାଏ । ମଙ୍ଗଳବାର ଦିନ ହନୁମାନଙ୍କର ଦିନ ମଧ୍ୟ ହୋଇଥାଏ । ଏହି ଦିନ ପ୍ରଭୁ ହନୁମାନଙ୍କୁ ପୂଜା କରାଯାଏ । କଳି ଯୁଗରେ ପ୍ରଭୁ ହନୁମାନଙ୍କୁ ଜାଗୃତ ଦେବତା ବୋଲି କୁହାଯାଇଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିର କୁଣ୍ଡଳୀରେ ରାହୁ,ଶନି, ଆଦି ଗ୍ରହ ମାନଙ୍କର ଖରାପ ପ୍ରଭାବ ରହିଥାଏ ସେମାନେ ମଙ୍ଗଳବାର ଦିନ ହନୁମାନଙ୍କର ପୂଜା ପାଠ କରିବା ଉଚିତ । ଏହି ଦିନ ହନୁମାନଙ୍କର ପୂଜା କରିଲେ ସମସ୍ତ ଦୋଷରୁ ମୁକ୍ତି ମିଳିଥାଏ ।

ମଙ୍ଗଳବାର ଦିନ ହନୁମାନ ଭଗବାନଙ୍କର ପୂଜା କରିବା ସହ କିଛି ନିୟମ ଜଡିତ ହୋଇଛି ଏବଂ ନିୟମ ଗୁଡିକୁ ନିଶ୍ଚିତ ଭାବରେ ପାଳନ କରନ୍ତୁ। ଶାସ୍ତ୍ର ଅନୁଯାୟୀ , ହନୁମାନ ଭଗବାନ ପୂଜା ସନ୍ଧ୍ୟା ସମୟରେ କରିବା ଉଚିତ । ହନୁମାନ ଭଗବାନଙ୍କ ସହ ଜଡିତ ପାଠ ସନ୍ଧ୍ୟା  ୭ଟା ପରେ କରିବାପାଇଁ ମନେରଖନ୍ତୁ । ପୂଜା କରିବା ସମୟରେ ସ୍ଵଛ ପୋଷାକ ପରିଧାନ କରିବା ଉଚିତ । 

ଆସନ୍ତୁ ଜାଣିବା ମଙ୍ଗଳବାର ଦିନ ହନୁମାନଙ୍କୁ ଖୁସି କରିବା ପାଇଁ କ'ଣ କରିବା ଉଚିତ ଓ କ'ଣ କରିବା ଅନୁଚିତ |

1.  ପରମ୍ପରା ଅନୁସାରେ ମଙ୍ଗଳବାର ଦିନ ଚୁଟି କି ଦାଢ଼ି କାଟିବା ଠିକ ହୋଇନଥାଏ । ଏହା ଦ୍ୱାରା ଆପଣଙ୍କୁ ମଙ୍ଗଳ ଦୋଷ ଲାଗିଥାଏ । ଏହି ଦିନ ନଖ ମଧ୍ୟ କାଟନ୍ତୁ ନାହିଁ । ଏପରି କଲେ ଆପଣଙ୍କୁ ଅଧିକରୁ ଅଧିକ ସମସ୍ୟାର ସମ୍ମୁଖୀନ କରିବାକୁ ପଡିଥାଏ ।

  • କାରଣ ଏହି ଦିନଟି ବ୍ରହ୍ମଚାରୀ ହନୁମାନଙ୍କର ଦିନ ହୋଇଥିବାରୁ ବ୍ୟକ୍ତିର ରାଗ ସ୍ଵଭାବ କମ ହୋଇଥାଏ । 
2.  ଯଦି ଆପଣ ମଙ୍ଗଳବାର ଦିନ ବ୍ରତ କରୁଥାନ୍ତି ତେବେ ଲୁଣ ଖାଇବା ଉଚିତ ନୁହେଁ । 

  • ଏହା ସହିତ ମଙ୍ଗଳବାର ଦିନ ଭୁଲରେ ମଧ୍ୟ ଦୁଗ୍ଧ ନିର୍ମିତ ଜିନିଷ , ରାବିଡ଼ି , ଛେନା ଆଦି ବଜାରରୁ କିଣନୁୁ ନାହିଁ ଓ ଘରେ ମଧ୍ୟ ତିଆରି କରନ୍ତୁ ନାହିଁ ।

3. ଏହି ଦିନ ସୁହାଗର କୌଣସି ଜିନିଷ କିଣିବା ଦ୍ଵାରା ଦାମ୍ପତ୍ୟ ଜୀବନରେ ଖରାପ ପ୍ରଭାବ ପଡିଥାଏ । 

  • ମଙ୍ଗଳବାର ଦିନ ସୌନ୍ଦର୍ଯ୍ୟଯୁକ୍ତ ଜିନିଷ କିଣିବା ଫଳରେ ବୈବାହିକ ଜୀବନରେ ଫାଟ ସୃଷ୍ଟି ହୋଇଥାଏ ବୋଲି ବିବେଚନା କରାଯାଏ । ସୌନ୍ଦର୍ଯ୍ୟଯୁକ୍ତ ଜିନିଷ କିଣିବା ପାଇଁ ସୋମବାର ଏବଂ ଶୁକ୍ରବାର ଦିନ ଉପଯୁକୁ ବୋଲି ବିବେଚନା କରାଯାଏ |

4. ଏହା ଛଡା ଆମିଷ ଓ ମ-ଦ୍ୟ-ପା-ନ କରିବାକୁ ବର୍ଜନ କରାଯାଇଛି । ଏହି ଦିନ ମାଛ କିଣିବା ଓ ଖାଇବାକୁ ବର୍ଜନ କରାଯାଇଛି । ଏପରି କରିଲେ ପଇସା ପାଣି ଭଳି ଖର୍ଚ୍ଚ ହୋଇଥାଏ । 

  •  ମଙ୍ଗଳବାର ଦିନ ସାତ୍ତ୍ଵିକ ରୁହନ୍ତୁ । ଏହି ଦିନ ହନୁମାନଙ୍କ ଖାସ ଦିନ ହୋଇଥାଏ । ଏହି ଦିନ ପିଆଜ ରସୁଣ ଏବଂ ସମସ୍ତ ପ୍ରକାର ଆମିଷ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ । ଯଦି ଏହିଦିନ ଆପଣ ପୂର୍ଣ୍ଣ ସାତ୍ତ୍ଵିକ ରୁହନ୍ତି ତାହେଲେ ଆପଣଙ୍କ ଉପରେ ଭଗବାନଙ୍କ କୃପା ସର୍ବଦା ରହିଥାଏ । କୌଣସି କାମ କରିବାକୁ ବାଧା ଆସିନଥାଏ |

5. ମଙ୍ଗଳବାର ଦିନ ନିଜ ବଡ ଭାଇ ସହ ଝ-ଗ-ଡା କରିବା ଉଚିତ ନୁହେଁ । ଏହା କରିବା ଦ୍ଵାରା ଜୀବନରେ କଷ୍ଟର ସାମନା କରିବାକୁ ପଡିଥାଏ ।

6. ଏହି ଦିନ କଳା ବସ୍ତ୍ର ଧାରଣ କରିବା ଓ କିଣିବା ଅଶୁଭ ବୋଲି ମାନଯାଏ । ମଙ୍ଗଳବାର ଦିନ ନାଲି ବସ୍ତ୍ର କିଣି ଧାରଣ କଲେ ମଙ୍ଗଳ ଗ୍ରହ କଟି ଯାଇଥାଏ । ଶନି ଓ ମଙ୍ଗଳ ଗ୍ରହର ସଂଯୋଗ ହେଉଥିବାରୁ ଏହି ଦିନ କଳା ବସ୍ତ୍ର ପିନ୍ଧିବା ଅନୁଚିତ ଅଟେ ।

7. ଏହି ଦିନ ଲୁହା ଜିନିଷ କିଣିବା ସହ ଷ୍ଟିଲ ବାସନ କିଣିବା ମଧ୍ୟ ଅଶୁଭ ଅଟେ । ମଙ୍ଗଳ ଗ୍ରହକୁ ଯୁଦ୍ଧର ଦେବତା ମାନା ଯାଉଥିବାରୁ ଏହି ଦିନ ଛୁ-ରୀ ଆଦି ଜିନିଷ କିଣିବା ଉଚିତ ନୁହେଁ । 

  • ମଙ୍ଗଳବାର ଦିନ ଧାର ଥିବା କିଛି ବି ଜିନିଷ ଯଥା ଛୁରୀ କି କଇଁଚି ଘରକୁ କିଣି କରି ଆଣନ୍ତୁ ନାହିଁ । ଯଦି ଏପରି କିଛି ଜିନିଷ ଘରେ ଅଛି ତାହେଲେ ତାହାକୁ ଘରର ଦକ୍ଷିଣ ଦିଗରେ ରଖନ୍ତୁ ।

8. ଖାଇବା ତିଆରି କରିବା ସମୟରେ ଯେପରି ଖାଦ୍ୟ ଜଳି ନ ଯାଏ ସେଥିପ୍ରତି ଧ୍ୟାନ ଦେବା ଉଚିତ । 

9. ଏହି ଦିନ କାହାକୁ ପଇସା ଧାର ଦେବା ଉଚିତ ନୁହେଁ ।  ଯଦି ଆପଣ କାହାଠାରୁ ଟଙ୍କା ଧାର ନେଇଛନ୍ତି ତେବେ ମଙ୍ଗଳବାର ଦିନ ଆପଣ ସେହି ଟଙ୍କାକୁ ଫେରସ୍ତ କରିଦେବା ସବୁଠୁ ଭଲ ହେବ | 

  • ମଙ୍ଗଳବାର ଦିନ କାହାରିକୁ ଉଧାର ଦିଅନୁ ନାହିଁ କିମ୍ବା କାହାରି ପାଖରୁ ଉଧାର ନିଅନ୍ତୁ ନାହିଁ । ଶାସ୍ତ୍ର‌ ଅନୁସାରେ ମଙ୍ଗଳବାର ଦିନ ଧନର କାରବାର ଉଚିତ ନୁହେଁ । ଏହା କରିବା ଦ୍ୱାରା ଆପଣଙ୍କ ଆର୍ଥକ ସଂକଟ ଦେଖାଦେଇଥାଏ ।
  • କୌଣସି ବ୍ୟକ୍ତିଙ୍କ ଠାରୁ ରଣ ନେବାପାଇଁ ଏହି ଦିନକୁ ଉତ୍ତମ ଭାବରେ ବିବେଚନା କରାଯାଇଛି । କୁହାଯାଏ ଯେ ଏହିଦିନ ନିଆଯାଇଥିବା ରଣ ବହୁତ ଶୀଘ୍ର ପରିଶୋଧ ହୋଇଯାଏ ।

10. ଏହି ଦିନ ନାଲି ରଙ୍ଗର ଗାଈ ଓ କୁକୁରକୁ ରୋଟି ଖାଇବାକୁ ଦେଲେ ଘରର ସବୁ ସମସ୍ୟାର ସମାଧାନ ହୋଇଥାଏ ।

11. ମଙ୍ଗଳବାର ଦିନ ଯେଉଁ ଜିନିଷକୁ ମଧ୍ୟ ଦାନ କରାଯାଏ , ତାକୁ ନିଜେ ଖାଇବା ଉଚିତ୍‌ ନୁହେଁ ବୋଲି ମନେରଖନ୍ତୁ ଏପରି କରିବା ଫଳରେ ଅମଙ୍ଗଳ ହୋଇଥାଏ  ।

12. ଯଦି ଆପଣଙ୍କୁ ଦକ୍ଷିଣ , ପୂର୍ବ , ଆଗ୍ନେୟ ଦିଗକୁ ଯାତ୍ରା କରିବାର ଅଛି , ତେବେ ଏହି ଯାତ୍ରାକୁ ମଙ୍ଗଳବାର ଦିନ ହିଁ କରନ୍ତୁ । ମଙ୍ଗଳବାର ଦିନ ଏହି ଦିଗ ଗୁଡିକୁ ଯାତ୍ରା କରିବା ଦ୍ୱାରା ଯାତ୍ରା ସଫଳ ହୋଇଥାଏ ।

  • ମଙ୍ଗଳବାର ଦିନ ପଶ୍ଚିମ , ବାୟବ୍ୟ  ଏବଂ ଉତ୍ତର ଦିଗକୁ ଯାତ୍ରା କରିବା ଉଚିତ ନୁହେଁ ।
13. ଙ୍ଗଳବାର ଦିନ ଲାଲ ରଙ୍ଗର ଜିନିଷ କିଣିବା ଠାରୁ ଦୂରେଇ ରୁହନ୍ତୁ । କାରଣ ଏହିଦିନ ଲାଲ ରଙ୍ଗର ଜିନିଷ କିଣିବା ଦ୍ୱାରା  ମଙ୍ଗଳ ଗ୍ରହ ଭାରି ହୋଇ ଯାଇଥାନ୍ତି ।

Post a Comment

0 Comments