ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ଦର୍ଶନ କଲେ କ'ଣ ଫଳ ମିଳେ

ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ଦର୍ଶନ କଲେ କ'ଣ ଫଳ ମିଳେ

ପରସ୍ପର ପ୍ରତି ଶ୍ରଦ୍ଧା ରଖି ଦେବାଧିଦେବ ମହାଦେବଙ୍କୁ ବିଶ୍ୱାସ କରି, ହୃଦୟରେ ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ ନାମକୁ ସ୍ମରଣ ପୂର୍ବକ ସତ୍ୟ, ଶାନ୍ତି, ଧର୍ମ, ପ୍ରେମ, ନ୍ୟାୟ ମାର୍ଗରେ କାର୍ଯ୍ୟ କଲେ ସର୍ବଦା ଆନନ୍ଦ ମିଳେ । କାରଣ ‘ଭବାନୀ ଶଙ୍କରୌ ବନ୍ଦେ ଶ୍ରଦ୍ଧା ବିଶ୍ୱାସ ରୁପିଣୌ’ । ମାତା ପାର୍ବତୀ ହେଲେ ଶ୍ରଦ୍ଧାର ପ୍ରତୀକ ଏବଂ ଦେବାଧିଦେବ ମହାଦେବ ହେଲେ ବିଶ୍ଵାସର ପ୍ରତୀକ ।

  1. ସେ ହୁଏ ପରମ ସୁଖୀ, ଯିଏ ସର୍ବଦା ମହାଦେବଙ୍କ ନାମକୁ ସ୍ମରଣ କରେ ।
  2. ଯେଉଁ ଘରେ ସର୍ବଦା ମହାଦେବଙ୍କ ପୂଜାର୍ଚ୍ଚନା କରାଯାଏ, ସେ ଘରେ ସମସ୍ତଙ୍କର ମଙ୍ଗଳ ହୁଏ ।
  3. ଯାହାର ଜୀବନ ପ୍ରତି ମୁହୂର୍ଭରେ ମହାଦେବଙ୍କ ନାମ ଜପ ବା ଦ୍ୱାଦଶ ଜ୍ୟୋତିର୍ଲିଙ୍ଗଙ୍କ ନାମ ଜପରେ କଟିଥାଏ ସେ ହିଁ ଧନ୍ୟ, ଦେହାନ୍ତେ ସେ କୈଳାସପୁରରେ ସ୍ଥାନ ପାଏ।
  4. ଯିଏ ଭକ୍ତିର ସହିତ ଦେବାଧିଦେବ ମହାଦେବଙ୍କ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ନାମକୁ ସ୍ମରଣ କରେ, ଭଗବାନ ମହାଦେବ ତା ପ୍ରତି କୃପା କରନ୍ତି । ଫଳରେ ତାର ସମସ୍ତ କାମନା ପୂର୍ଣ୍ଣ ହୁଏ । କାରଣ ଭଗବାନଙ୍କ ସବୁ ଶକ୍ତି ମଧ୍ୟରେ କୃପାଶକ୍ତି ପ୍ରଧାନ ଅଟେ। ଯେଉଁଠାରେ ତାଙ୍କର କୃପାଶକ୍ତି ଚରିତାର୍ଥ ହୁଏ, ସେଠାରେ ତାଙ୍କ ଅନ୍ୟ ସବୁ ଶକ୍ତି କୃପା ଶକ୍ତିର ଅନୁଗତ ହୋଇ କାର୍ଯ୍ୟ କରନ୍ତି ।
  5. ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ଦର୍ଶନ ପରେ ମନୁଷ୍ୟକୁ ପ୍ରକୃତ ଜ୍ଞାନ ପ୍ରାପ୍ତ ହୋଇଥାଏ ।
  6. ଯେପରି ଗୋମାତାସେବା ସମାନ କୌଣସି ସେବା ନାହିଁ, ଗଙ୍ଗା ସମାନ କୌଣସି ପବିତ୍ର ନାହିଁ, ଗାୟତ୍ରୀ ସମାନ କୌଣସି ମନ୍ତ୍ର ନାହିଁ, ଈଶ୍ୱର ସମାନ କୌଣସି ଦେବତା ନାହିଁ, ପାର୍ବତୀ ସମାନ କୌଣସି ଦେବୀ ନାହିଁ, ସେହିପରି ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ସମାନ କୌଣସି କ୍ଷେତ୍ର ନାହିଁ । ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ଦର୍ଶନ ବା ସ୍ତୋତ୍ର ଜପିକଲେ ଆୟୁ, ବଳ, ବୀର୍ଯ୍ୟ, ବୁଦ୍ଧି ଓ ଚେତନାର ପରିପ୍ରକାଶ ହୁଏ । 
  7. ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ପ୍ରଦକ୍ଷିଣ କଲେ ମନୁଷ୍ୟ ମୃତ୍ୟୁପରେ ଶିବଲୋକରେ ସ୍ଥାନ ପାଏ ।
  8. ଦ୍ୱାଦଶ ଜ୍ୟୋତିର୍ଲିଙ୍ଗ କଥା ଶ୍ରବଣ କଲେ ସମସ୍ତ ପାପମୋଚନ (ଖଣ୍ଡନ) ହୁଏ ।
  9. ମହାଦେବ ମାତା ପାର୍ବତୀଙ୍କ ଜ୍ୟୋତିର୍ଲିଙ୍ଗ ମଧ୍ୟରେ ବିରାଜମାନ କରିଥାନ୍ତି । ଉକ୍ତ ଜ୍ୟୋତିର୍ଲିଙ୍ଗ ଯିଏ ଦର୍ଶନ କରେ, ସେ ସାକ୍ଷାତ ମହାଦେବ ଓ ପାର୍ବତୀଙ୍କ ଦର୍ଶନର ଫଳ ପାଏ ।
  10. ଦ୍ୱାଦଶ ଜ୍ୟୋତିର୍ଲିଙ୍ଗକୁ ଯିଏ ଦର୍ଶନ କରେ ସେ ମହାନ ଓ ପବିତ୍ର । ଏଣୁ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ କ୍ଷେତ୍ର ସବୁଠାରୁ ଉତ୍ତମ ଓ ପବିତ୍ର କ୍ଷେତ୍ର ।
  11. ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ଦର୍ଶନ କଲେ ଅନ୍ୟ କୌଣସି କ୍ଷେତ୍ର ଭ୍ରମଣର ଆବଶ୍ୟକତା ନାହିଁ । କାରଣ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ଦର୍ଶନ ଫଳ ସର୍ବ ତୀର୍ଥକ୍ଷେତ୍ର ଦର୍ଶନର ଫଳଠାରୁ ଅଧିକ ।

Post a Comment

0 Comments