ଚୈତ୍ର ନବରାତ୍ରୀଠାରୁ କାହିଁକି ଆରମ୍ଭ ହୋଇଥାଏ ଓଡ଼ିଆଙ୍କ ନୂଆବର୍ଷ ?

ଚୈତ୍ର ନବରାତ୍ରୀଠାରୁ କାହିଁକି ଆରମ୍ଭ ହୋଇଥାଏ ଓଡ଼ିଆଙ୍କ ନୂଆବର୍ଷ ?



ଚୈତ୍ର ନବରାତ୍ରୀର ପ୍ରଥମ ଦିନରୁ ମାନଙ୍କ ଓଡ଼ିଆନୂଆ ବର୍ଷ ଆରମ୍ଭ ହୋଇଥାଏ । ପୌରାଣିକ ମାନ୍ୟତା ଅନୁଯାୟୀ ସୃଷ୍ଟିର ଆରମ୍ଭ ସମୟ ଚୈତ୍ର ନବରାତ୍ରୀର ପ୍ରଥମ ଦିନ। କୁହାଯାଇଥାଏ ଏହି ଦିନ ଦେବୀ ବ୍ରହ୍ମାଙ୍କୁ ସୃଷ୍ଟି ରଚନା କରିବାର କାର୍ଯ୍ୟଭାର ସମ୍ପନ୍ନ କରିଥିଲେ। ଦେବୀ ଭାଗବତ ପୁରାଣ ଅନୁଯାୟୀ ଏହି ଦିନ ଦେବୀ ମାଁ ସମସ୍ତ ଦେବୀ-ଦେବତାଙ୍କୁ କାର୍ଯର ଦାୟିତ୍ୱ ବାଣ୍ଟିଥିଲେ । ଏହିକାରଣରୁ ଚୈତ୍ର ନବରାତ୍ରୀ ହିନ୍ଦୁ ନବବର୍ଷର ଆରମ୍ଭ କୁହାଯାଇଥାଏ । 

ଦେବୀ ପୁରାଣ ଅନୁଯାୟୀ ସୃଷ୍ଟି ଆରମ୍ଭ ପୂର୍ବରୁ ଅନ୍ଧକାର ସାମ୍ରାଜ୍ୟ ରହିଥିଲା । ସେହିସମୟରେ ଦେବୀ ଶକ୍ତି ଜଗଦମ୍ବା ଦେବୀ ନିଜର କୁଷ୍ମାଣ୍ଡା ଅବତାରରେ ଭିନ୍ନ ବନସ୍ପତି ଏବଂ ଅନ୍ୟ ବସ୍ତୁକୁ ସଂରକ୍ଷିତ କରିବା ସହ ସୂର୍ଯ୍ୟମଣ୍ଡଳର ମଧ୍ୟରେ ବ୍ୟାପି ଥିଲେ । ଜଗତ ନିର୍ମାଣ ସମୟରେ ମାତା ବ୍ରହ୍ମା, ବିଷ୍ଣୁ ଏବଂ ଭଗବାନ ଶିବଙ୍କ ରଚନା କରିଥିଲେ । ଏହାପରେ ସତ, ରଜ, ତମ ନାମକ ତିନି ଦେବୀ ଲକ୍ଷ୍ମୀ, ସରସ୍ୱତୀ ଏବଂ କାଳୀ ମାତାଙ୍କର ଉତ୍ପନ୍ନ ହୋଇଥିଲା ।

ନବରାତ୍ରି ଅବସରରେ ମା' ଦୁର୍ଗାଙ୍କର ନଅଟି ସ୍ୱରୂପ ପୂଜା ପାଇଥାଆନ୍ତି | ଦେବୀ ଆଦ୍ୟାଶକ୍ତିଙ୍କ ଏହି ନଅଟି ସ୍ୱରୂପକୁ 'ନବଦୁର୍ଗା' କୁହାଯାଇଥାଏ | ଦେବୀ ଦୁର୍ଗାଙ୍କର ସେଇ ନଅଗୋଟି ସ୍ୱରୂପ ହେଉଛନ୍ତି ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡ, ସ୍କନ୍ଦମାତା, କାତ୍ୟାୟନୀ,କାଳରାତ୍ରି, ମହାଗୌରୀ  ଏବଂ ସିଦ୍ଧିଦାତ୍ରୀ |

ଶୈଳପୁତ୍ରୀ

ଆଦିଶକ୍ତିର ପ୍ରଥମ ସ୍ୱରୂପା ଶୈଳପୁତ୍ରୀଙ୍କ ଉପାସନା ସହ ନବରାତ୍ରର ଆରମ୍ଭ ହୋଇଥାଏ । ପୁରାଣ ଶାସ୍ତ୍ର ଅନୁସାରେ ଦେବୀ ଶୈଳପୁତ୍ରୀ କୈଳାସ ପର୍ବତଙ୍କ କନ୍ୟା ଭାବେ ବିଦିତ | 

ପୌରାଣିକ ମତେ ହିମାଳୟଙ୍କ ତପସ୍ୟା ଓ ପ୍ରାର୍ଥନାଦ୍ୱାରା ପ୍ରସନ୍ନ ହୋଇ ଦେବୀ ତାଙ୍କର କନ୍ୟା ଭାବେ ଜନ୍ମ ନେଇଥିଲେ । ଏହିଦିନ ଭକ୍ତ ଓ ସାଧକ ନିଜର ମନକୁ ମୂଳାଧାର ଚକ୍ରରେ ଅବସ୍ଥାନ କରି ଉପାସନା କରିଥାନ୍ତି । 

ବ୍ରହ୍ମଚାରିଣୀ

ନବଦୁର୍ଗାଙ୍କ ଦ୍ଵିତୀୟ ରୂପ ହେଲେ ବ୍ରହ୍ମଚାରିଣୀ ଯାହାଙ୍କର ଆଦି ଅନ୍ତ ନାହିଁ  |  ଯିଏ ସର୍ବବ୍ୟାପ୍ତ ଏବଂ ସର୍ବଶ୍ରେଷ୍ଠ | ଦେବୀଙ୍କର ଏହି ରୂପ ଏକ ଅସୀମ,ଅନନ୍ତ ବିଦ୍ୟମାନ ଓ ଗତିମାନ ସତ୍ତାକୁ ଦର୍ଶାଇଥାଏ  | 

ବ୍ରହ୍ମଚାରିଣୀ ସ୍ୱରୂପରେ ନବରାତ୍ରର ଦ୍ୱିତୀୟ ଦିବସରେ ମାତା ଦୁର୍ଗାଙ୍କୁ ଭକ୍ତମାନେ ଉପାସନା କରିଥାନ୍ତି । ମାଙ୍କର ଅନ୍ୟ ଦୁଇନାମ ହେଲା ଅପର୍ଣ୍ଣା ଓ ଉମା । ଦେବୀଙ୍କ ଏହି ରୂପ ତପସ୍ୟାର ତେଜରେ ତେଜୋଦୀପ୍ତ ହୋଇଥାଏ । ତାଙ୍କ ଡାହାଣ ହାତରେ ମନ୍ତ୍ର ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭାପାଏ । ଭକ୍ତ ନିଜ ମନକୁ ସ୍ୱାଧିଷ୍ଠାନ ଚକ୍ରରେ ଅବସ୍ଥାପିତ କରି ଆରାଧନା କରିଥାନ୍ତି ।

 ଚନ୍ଦ୍ରଘଣ୍ଟା

ଏହା ଦେବୀଙ୍କ ଉଗ୍ରରୂପ । ଦେବୀ ଦଶଭୂଜା ଓ ବ୍ୟାଘ୍ର/ ସିଂହ ଉପରେ ବିରାଜମାନ । ଅନେକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତା ଦେବୀଙ୍କର ମୁଦ୍ରା ଯୁଦ୍ଧାଭିମୁଖୀ। ଦେବୀ ଦୁର୍ଗାଙ୍କ ତୃତୀୟ ଇଶ୍ଵରୀୟ ରୂପ ହେଲେ ଦେବୀ ଚନ୍ଦ୍ରଘଣ୍ଟା ଯିଏ କି ମନୁଷ୍ୟର ଅବଚେତନ ମନ ତଥା ଅପରିବର୍ତ୍ତିତ ଭାବନା,ବିଚାର ଓ ବୋଧଶକ୍ତିର ପ୍ରତୀକ |

କୁଷ୍ମାଣ୍ଡା 

ପୌରାଣିକ ମତେ ଦେବୀଙ୍କ ହସରୁ ବ୍ରହ୍ମାଣ୍ଡ ସୃଷ୍ଟି । ଭକ୍ତ ନିଜ ମନକୁ ଅନାହତ ଚକ୍ରରେ ଅବସ୍ଥାପିତ କରି ଆରାଧନା କରିଥାନ୍ତି । ଏହି ରୂପରେ ଦେବୀ ଅଷ୍ଟଭୂଜା ଓ ହାତରେ କମଣ୍ଡଳୁ, ଧନୁ, କମଳ, ଅମୃତ କଳସ, ଚକ୍ର, ଗଦା ଓ ଜପାମାଳି ଧାରଣ କରିଥାନ୍ତି | ଦେବୀଙ୍କର ଚତୁର୍ଥ ସ୍ୱରୂପ ହେଲେ କୁଷ୍ମାଣ୍ଡା ଯିଏକି ପ୍ରାଣଶକ୍ତିର ପ୍ରତୀକ | ଦେବୀଙ୍କର ଏହି ସ୍ୱରୂପ ମନୁଷ୍ୟ ଅନ୍ତରର ପ୍ରାଣଶକ୍ତିର ପରିଚାୟକ |

ସ୍କନ୍ଦମାତା

ନବରାତ୍ର ପଞ୍ଚମ ଦିବସରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏ । କୁମାର କାର୍ତ୍ତିକେୟଙ୍କ ମାତା ହୋଇଥିବାରୁ ତାଙ୍କୁ ସ୍କନ୍ଦମାତା କୁହାଯାଏ । ଦେବୀ ଚତୁର୍ଭୂଜା ଓ ସିଂହ ଉପରେ ବିରାଜମାନ । ଏହି ରୂପରେ ମାତା ପୁତ୍ର ସ୍କନ୍ଦକୁ କୋଳରେ ବସାଇଥାନ୍ତି ।  ବୁଦ୍ଧିମତା ଏବଂ ବ୍ରହ୍ମଜ୍ଞାନର ପ୍ରତୀକ ହେଲେ ଦେବୀ ସ୍କନ୍ଦମାତା |

କାତ୍ୟାୟନୀ

ନବରାତ୍ର ଷଷ୍ଠ ଦିବସରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏ । ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ହୋଇଥିଲେ, ସେହି ଅନୁଯାୟୀ ଦେବୀଙ୍କ ନାମ କାତ୍ୟାୟନୀ । ଭଗବାନକୃଷ୍ଣଙ୍କୁ ପତି ରୂପେ ପାଇବାକୁ ବ୍ରଜଗୋପୀମାନେ ଦେବୀ କାତ୍ୟାୟନୀଙ୍କୁ ଆରାଧନା କରିଥିଲେ ତେଣୁ ବିବାହ ହୋଇପାରୁନଥିବା ଦେବୀ କାତ୍ୟାୟନୀ ଅତି ଗୁପ୍ତ ରହସ୍ୟର ପ୍ରତୀକ ବୋଲି ବିଶ୍ୱାସ କରାଯାଏ | ପୌରାଣିକ କାହାଣୀ ଅନୁସାରେ ଦେବୀଙ୍କର ଏହି ସ୍ୱରୂପ ନକାରତ୍ମକ ଶକ୍ତିକୁ ବିନାଶ କରି ଧର୍ମର ସ୍ଥାପନା କରନ୍ତି | 

କାଳରାତ୍ରୀ

ନବରାତ୍ର ସପ୍ତମ ଦିବସରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏ । ଏହା ଦେବୀଙ୍କ ବିକଟାଳ ରୂପ । ଏହି ରୂପରେ ତ୍ରୀନେତ୍ର ଧାରିଣୀ, ଶରୀରର ବର୍ଣ୍ଣ ଅନ୍ଧକାର ଭଳି ଗାଢ଼ କଳା ଚତୁର୍ଭୁଜା ଦେବୀ ଗର୍ଦଭ ଉପରେ ଆରୁଢ ହୋଇ ହାତରେ ଲୌହ ଖଡ଼୍‌ଗ ଧାରଣ କରିଥାନ୍ତି । ଦେବୀଙ୍କର ଏହି ସ୍ୱରୂପ ଜ୍ଞାନ ଓ ବୈରାଗ୍ୟ ପ୍ରଦାନ କରିଥାଏ |

ମହାଗୌରୀ 

ନବରାତ୍ର ଅଷ୍ଟମ ଦିବସରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏ। ଏହା ଦେବୀଙ୍କ ସୌମ୍ୟ ରୂପ । ଏହି ରୂପରେ ବୃଷଭ ବାହିନୀ ଦେବୀଙ୍କ ଶରୀରର ବର୍ଣ୍ଣ ଗୌର, ଶ୍ୱେତବସ୍ତ୍ର ପରିହିତା ଦେବୀ ଚତୁର୍ଭୂଜା ଓ ଦୁଇ ହାତରେ ଡମ୍ବରୁ ଓ ତ୍ରିଶୁଳ ଧାରଣ କରିଥାନ୍ତି ଓ ଅନ୍ୟ ଦୁଇ ହାତରେ ଅଭୟ ପ୍ରଦାନ କରିଥାନ୍ତି । ଦେବୀଙ୍କର ଅଷ୍ଟମ ସ୍ୱରୂପ ମହାଗୌରୀ ଯିଏକି ସୌନ୍ଦର୍ଯ୍ୟ ଏବଂ ଅପାର କରୁଣାର ପ୍ରତୀକ | ଦେବୀଙ୍କର ଏହି ରୂପ ଅଲୌକିକ ଶକ୍ତିର ପ୍ରତୀକ |

ସିଦ୍ଧିଦାତ୍ରୀ 

ନବରାତ୍ରର ନବମ ବା ଶେଷ ଦିବସରେ ଦେବୀଙ୍କୁ ଏହି ସ୍ୱରୂପରେ ଉପାସନା କରାଯାଏ । ଏହି ରୂପରେ ପଦ୍ମାସନା ଦେବୀ ଚତୁର୍ଭୂଜା ଓ ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାନ୍ତି । (କେତେକ ଧର୍ମଗ୍ରନ୍ଥରେ ତାଙ୍କର ବାହାନ ସିଂହ ଭାବେ ଦର୍ଶାଯାଇଥିବା ବେଳେ ସେ ପଦ୍ମ ଉପରେ ଉପବେଶନ କରିଥାନ୍ତି) । 

ସିଦ୍ଧିଦାତ୍ରୀଙ୍କ ପୂଜା ସହିତ ନବରାତ୍ରରେ ନବଦୁର୍ଗା ପୂଜା ସମ୍ପୂର୍ଣ୍ଣ ହୋଇଥାଏ । ନବଦୁର୍ଗାଙ୍କ ନବମ ତଥା ଅନ୍ତିମ ରୂପ ହେଲେ ସିଦ୍ଧିଦାତ୍ରୀ ଯିଏକି ମାନବ ସମାଜକୁ ଅଦ୍ଭୁତ ସିଦ୍ଧି, କ୍ଷମତା ପ୍ରଦାନ କରିଥାଆନ୍ତି |

Post a Comment

0 Comments