ଚୈତ୍ର ନବରାତ୍ରିର ୯ ଦିନ ପିନ୍ଧନ୍ତୁ ଏହି ରଙ୍ଗର ବସ୍ତ୍ର

 ଚୈତ୍ର ନବରାତ୍ରିର ୯ ଦିନ ପିନ୍ଧନ୍ତୁ ଏହି ରଙ୍ଗର ବସ୍ତ୍ର

ଚୈତ୍ର ନବରାତ୍ରି ଆରମ୍ଭ ହୋଇ ଯାଇଛି ଓ ଏହି ସମୟରେ ନବରାତ୍ରିର ୯ ଦିନ ମାତାଙ୍କୁ ଅଲଗା ଅଲଗା ରୂପରେ ପୂଜା କରାଯାଇଥାଏ । ଏମିତିରେ କୁହାଯାଏ କି ଏହି ସମୟରେ ମାତାଙ୍କ ପୂଜା କରିବା ଦ୍ଵାରା ସମସ୍ତ ଦୁଃଖ ଦୂର ହୋଇଯାଏ ଓ ଘରେ ଶାନ୍ତି ରହିଥାଏ ।  

ସିଂହବାହିନୀ ଭାବରେ ସେ ଉଭୟ ସ୍ନେହୀ ଓ ଭୟଙ୍କରୀ । ସିଂହ ଉପରେ ବସି ସେ ଚତୁର୍ଭୁଜା, ଅଷ୍ଟଭୁଜା ବା ଏପରିକି ସହସ୍ରଭୁଜା ମଧ୍ୟ ହୋଇପାରନ୍ତି, କିନ୍ତୁ ସବୁବେଳେ ତାଙ୍କର ଗୋଟିଏ ହାତ ବରଦା ବା ଶାନ୍ତ ମୁଦ୍ରାରେ ଶୋଭିତ । ମା’ ରୂପରେ ସେ ଭକ୍ତ ଓ ଶରଣାଗତମାନଙ୍କ ପାଇଁ ସେ ଅଭୟ, ଦୟା ଓ ବରଦା, କରୁଣାମୟୀ । କିନ୍ତୁ ଦୁରାଚାରୀ, ରାକ୍ଷସ ସ୍ୱଭାବର ବ୍ୟକ୍ତି, ଯେ ଅନ୍ୟମାନଙ୍କୁ କଷ୍ଟ ଦିଅନ୍ତି ସେମାନଙ୍କ ପାଇଁ ସେ ଭୟଙ୍କର ହୋଇପଡ଼ନ୍ତି ।

ଏହିଭଳି ଭାବରେ କରନ୍ତୁ ମାତାଙ୍କୁ ପ୍ରସନ୍ନ

ଧାର୍ମିକ ମାନ୍ୟତା ଅନୁସାରେ ନବରାତ୍ରିର ୯ ଦିନ ବହୁତ ହିଁ ଶୁଭ ହୋଇଥାଏ ଓ ଏହି ୯ ଦିନ ମାତାଙ୍କ ପୂଜା କରିବା ଦ୍ଵାରା ସମସ୍ତ ମନୋକାମନା ପୁରା ହୋଇଯାଏ । ଅନ୍ୟ ପଟେ ନବରାତ୍ରିରେ କେଉଁ ଦିନରେ କେଉଁ ରଙ୍ଗର ପୋଷାକ ପିନ୍ଧି ମାତାଙ୍କୁ ପ୍ରସନ୍ନ କରା ଯାଇପାରିବ, ଏହି ଲେଖା ମାଧ୍ୟମରେ ଜାଣନ୍ତୁ ।

ଜାଣନ୍ତୁ କେଉଁ ମାତାଙ୍କୁ ପସନ୍ଦ ଅଟେ କେଉଁ ରଙ୍ଗ –

ମା ଶୈଳପୁତ୍ରୀ

ନବରାତ୍ରିର ପ୍ରଥମ ଦିନରେ ମାତା ଶୈଳପୁତ୍ରୀଙ୍କ ପୂଜା କରାଯାଇଥାଏ ଓ ଏହି ଦିନରେ ନାଲି ରଙ୍ଗର କପଡା ପିନ୍ଧିବା ଶୁଭ ହୋଇଥାଏ । କାରଣ ମାତା ଶୈଳପୁତ୍ରୀଙ୍କୁ ଏହି ରଙ୍ଗ ବହୁତ ପ୍ରିୟ ଅଟେ ।

ମାତା ବ୍ରହ୍ମଚାରିଣୀ

ନବରାତ୍ରିର ଦ୍ଵିତୀୟ ଦିନରେ ମାତା ବ୍ରହ୍ମଚାରିଣୀଙ୍କ ପୂଜା କରାଯାଇଥାଏ ଓ ମାତାଙ୍କୁ ପ୍ରସନ୍ନ କରିବା ପାଇଁ ଆପଣ ଏହି ଦିନରେ ସବୁଜ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ।

ମାତା ଚନ୍ଦ୍ରଘଂଟା

ନବରାତ୍ରିର ତୃତୀୟ ଦିନ ମାତା ଚଂଦ୍ରଘଂଟାଙ୍କୁ ସମର୍ପିତ ଅଟେ । ଏହି ଦିନରେ ଆପଣ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ । କାରଣ ଏହି ରଙ୍ଗ ମାତାଙ୍କୁ ପସନ୍ଦ ଅଟେ ।

ମାତା କୁଷ୍ମାଂଡା

ନବରାତ୍ରିର ଚତୁର୍ଥ ଦିନରେ ମାତା କୁଷ୍ମାଂଡା ଦେବୀଙ୍କୁ ପୂଜା କରାଯାଇଥାଏ ଓ ମାତା କୁଷ୍ମାଂଡାଙ୍କୁ କମଳା ରଙ୍ଗ ପସନ୍ଦ ଅଟେ । ସେଥିପାଇଁ ଆପଣ ଏହି ଦିନରେ କମଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ।

ସ୍କଂଦ ମାତା

ନବରାତ୍ରିର ପଞ୍ଚମ ଦିନ ସ୍କଂଦ ମାତାଙ୍କୁ ପୂଜା କରାଯାଇଥାଏ ଓ ଏହି ଦିନ ଆପଣ ଧଳା ରଙ୍ଗର ବସ୍ତ୍ର ପିନ୍ଧି ମାତାଙ୍କୁ ପ୍ରସନ୍ନ କରି ପାରିବେ ।

ମାତା କାତ୍ୟାୟନୀ

ନବରାତ୍ରିର ଷଷ୍ଠ ଦିନରେ ମାତା କାତ୍ୟାୟନୀଙ୍କୁ ପୂଜା କରାଯାଇଥାଏ । ମାତା କାତ୍ୟାୟନୀଙ୍କୁ ପୂଜା କରିବା ଦ୍ଵାରା ସମସ୍ତ ମନୋକାମନା ବି ପୁରା ହୋଇଥାଏ । ଆପଣ ମାତାଙ୍କୁ ପ୍ରସନ୍ନ କରିବା ପାଇଁ ନାରଙ୍ଗି ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ।

ମାତା କାଳରାତ୍ରି

ନବରାତ୍ରିର ସପ୍ତମ ଦିନରେ ମାତା କାଳରାତ୍ରିଙ୍କୁ ପୂଜା କରାଯାଇଥାଏ ଓ ମାତାଙ୍କୁ ନୀଳ ରଙ୍ଗ ବହୁତ ପ୍ରିୟ ଅଟେ । ସେଥିପାଇଁ ନବରାତ୍ରିର ସପ୍ତମ ଦିନରେ ନୀଳ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ।

ମାତା ମହାଗୌରୀ

ନବରାତ୍ରିର ଅଷ୍ଟମ ଦିନରେ ମାତା ମହାଗୌରୀଙ୍କ ପୂଜା କରାଯାଇଥାଏ । ମହାଗୌରୀ ମାତାଙ୍କୁ ଗୋଲାପି ରଙ୍ଗର ବସ୍ତ୍ର ପିନ୍ଧି ଖୁସି କରି ପାରିବେ ।

ମାତା ସିଦ୍ଧିଦାତ୍ରୀ

ନବରାତ୍ରିର ଶେଷ ଦିନରେ ମାତା ସିଦ୍ଧୀଦାତ୍ରୀଙ୍କୁ ପୂଜା କରାଯାଇଥାଏ ଓ ଏହି ସମୟରେ ଆପଣ ବାଇଗଣୀ ରଙ୍ଗର ପୋଷାକ ପିନ୍ଧି ମାତାଙ୍କୁ ପ୍ରସନ୍ନ କରି ପାରିବେ ।

Post a Comment

0 Comments