ବର୍ଷରେ କେତେ ଥର ପଡିଥାଏ ନବରାତ୍ରୀ

 ବର୍ଷରେ କେତେ ଥର ପଡିଥାଏ ନବରାତ୍ରୀ

ସାଧାରଣତଃ ହିନ୍ଦୁ ଧର୍ମ ଶାସ୍ତ୍ରରେ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରିବାର ଅଧିକ ମାନ୍ୟତା ରହିଛି । ଭାରତ ଭଳି ଏହି ଦେବାପରାୟଣ ଭୂମି ରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଏ । ଏହି ଦିନ ବ୍ରତ ପାଳନ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏହି ନଅ ଦିନ ପର୍ଯ୍ୟନ୍ତ ଭକ୍ତି ଭାବନା ରେ ପୂଜା ଅର୍ଚ୍ଚନା କରାଯାଇଥାଏ । ସାତ୍ୱିକ ଆହାର ଭକ୍ଷଣ କରନ୍ତୁ । ଏହି ପୂଜାରେ ଦୁର୍ଗ ସପ୍ତଶତୀ ପାଠ କଲେ ମଙ୍ଗଳ କାମନା ହୋଇଥାଏ । ମା ଙ୍କୁ ଶୁଦ୍ଧ ପବିତ୍ର ମନରେ ପୂଜା ଅର୍ଚ୍ଚନା କରାଯାଇଥାଏ ।

ବର୍ଷରେ କେତେ ଥର ପଡିଥାଏ ନବରାତ୍ରୀ

ବର୍ଷସାରା ଚୈତ୍ର, ଆଷାଢ, ଆଶ୍ୱିନ ଏବଂ ମାଘ ମାସକୁ ମିଶାଇ ସମୁଦାୟ ୪ଟି ନବରାତ୍ରୀ ପଡିିଥାଏ । କିନ୍ତୁ ଚୈତ୍ର ଏବଂ ଆଶ୍ୱିନ ମାସର ନବରାତ୍ର ଅଦିକ ଲୋକପ୍ରିୟ । ବସନ୍ତ ଋତୁରେ ହେବା କାରଣରୁ ଚୈତ୍ର ନବରାତ୍ରୀକୁ ବାସନ୍ତୀ ନବରାତ୍ରୀ ଏବଂ ଶରତ ଋତୁରେ ଆସୁଥିବା ଆଶ୍ୱିନ ମାସର ନବରାତ୍ରୀକୁ ଶାରଦୀୟ ନବରାତ୍ରୀ କୁହାଯାଇଥାଏ ।  ଆଷାଢ ଏବଂ ମାଘ ମାସରେ ଗୁପ୍ତ ନବରାତ୍ରୀ ପାଳନ କରାଯାଇଥାଏ । ତନ୍ତ୍ର ସାଧନା କରୁଥିବା ଲୋକଙ୍କ ପାଇଁ ଏହି ଗୁପ୍ତ ନବରାତ୍ରୀ ସବୁଠାରୁ ଅଧିକ ମୂଲ୍ୟବାନ ହୋଇଥାଏ ।

ପୌଷ ନବରାତ୍ର/ଶାକମ୍ବରୀ ନବରାତ୍ର: ପୌଷ ଶୁକ୍ଳ ଅଷ୍ଟମୀ ତିଥିରୁ ପୌଷ ପୂର୍ଣ୍ଣିମା ପର୍ଯ୍ୟନ୍ତ । କେବଳ ଏହି ଗୋଟିଏ ନବରାତ୍ର ପ୍ରତିପଦରୁ ଆରମ୍ଭ ନ'ହୋଇ ଅଷ୍ଟମୀରୁ ହୋଇଥାଏ ଓ ସାଧାରଣତଃ ୯ ଦିନ ପରିବର୍ତ୍ତେ ୮ ଦିନ ପାଳନ କରାଯାଇଥାଏ । 

ଚୈତ୍ର ନବରାତ୍ର/ବସନ୍ତ ନବରାତ୍ର/ରାମ ନବରାତ୍ର:ଚୈତ୍ର ଶୁକ୍ଳ ପ୍ରତିପଦ ତିଥିରୁ ନବମୀ ପର୍ଯ୍ୟନ୍ତ

ଆଶ୍ୱିନ : ଶରତ ନବରାତ୍ର:ନବରାତ୍ର/ଶାରଦୀୟ ନବରାତ୍ର/ମହା ନବରାତ୍ର:  ଆଶ୍ୱିନ ଶୁକ୍ଳ ପ୍ରତିପଦ ତିଥିରୁ ନବମୀ ପର୍ଯ୍ୟନ୍ତ 

ମାଘ ନବରାତ୍ର/ଗୁପ୍ତ ନବରାତ୍ର: ମାଘ ଶୁକ୍ଳ ପ୍ରତିପଦ ତିଥିରୁ ନବମୀ ପର୍ଯ୍ୟନ୍ତ

ଆଷାଢ଼ ନବରାତ୍ର/ଗୁପ୍ତ ନବରାତ୍ର : ଆଷାଢ଼ ଶୁକ୍ଳ ପ୍ରତିପଦ ତିଥିରୁ ନବମୀ ପର୍ଯ୍ୟନ୍ତ

Post a Comment

0 Comments