ଶିବ ତାଣ୍ଡବ ସ୍ତୋତ୍ର ପାଠ କଲେ କ'ଣ ଫଳ ମିଳେ ?

ଶିବ ତାଣ୍ଡବ ସ୍ତୋତ୍ର ପାଠ କଲେ କ'ଣ ଫଳ ମିଳେ ?

ସର୍ବଶ୍ରେଷ୍ଠ ଦେବତା ହେଉଛନ୍ତି ପରମବ୍ରହ୍ମ ପରମପିତା ମଙ୍ଗଳମୟ ଦେବାଦେବ ମହାଦେବ । ଯାହାଙ୍କ ଆଦେଶରେ ସୃଷ୍ଟି ସ୍ଥିତି ଓ ପ୍ରଳୟ । ଯାହାଙ୍କୁ ପୂଜାକଲେ ସଂସାରରେ ମଙ୍ଗଳ ହୁଏ । ଯାହାଙ୍କ ନାମକୁ ବାରମ୍ବାର ଜପ କଲେ ଦେହ ପବିତ୍ର ହୁଏ । ସପ୍ତଜନ୍ମର ପାପରୁ ମୁକ୍ତି ମିଳେ । ତାଙ୍କର ତାଣ୍ଡବ ସ୍ତୋତ୍ରକୁ ପାଠ କରିବା ଦ୍ଵାରା ଧନ ପ୍ରାପ୍ତି ହୁଏ । ଶିବ ତାଣ୍ଡବ ସ୍ତୋତ୍ର ବିଷୟରେ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ଏହି ସ୍ତୋତ୍ରକୁ ନିୟମିତ ପାଠ କରିଥାଏ, ତାଙ୍କଠାରେ ଲକ୍ଷ୍ମୀ ସ୍ଥାୟୀ ବାସ କରିଥାନ୍ତି । ରାବଣ ଏହି ସ୍ତୋତ୍ରରେ ଭଗବାନ ଶିବଙ୍କୁ ପ୍ରସନ୍ନ କରି ସୁନାର ଲଙ୍କା  ହାସଲ କରିଥିଲେ ।

ସୁଖଶାନ୍ତି ବଢ଼ାଏ ତାଣ୍ଡବ ସ୍ତୋତ୍ର

1. ଶିବ ତାଣ୍ଡବ ସ୍ତୋତ୍ରକୁ ନିୟମିତ ପାଠ କରିବା ଦ୍ଵାରା ସମସ୍ତ ସୁଖ, ଧନ, ଐଶ୍ଵର୍ଯ୍ୟ ପ୍ରାପ୍ତି ହୋଇଥାଏ । ବ୍ୟକ୍ତିର ଭୌତିକ ଜୀବନରେ କୌଣସି ଅଭାବ ରହେ ନାହିଁ । 

2. ପ୍ରତ୍ୟେକ ମଣିଷ ଓ ବିଶେଷକରି ଗୃହସ୍ଥ ବ୍ୟକ୍ତି ଶିବ ତାଣ୍ଡବ ସ୍ତୋତ୍ର ପ୍ରତିଦିନ ଗାଇବା ଦରକାର । ଏହାଦ୍ୱାରା ଗୃହସ୍ଥ ଜୀବନ ସୁଖମୟ ହୋଇଥାଏ । ପରିବାରରେ ସୁଖଶାନ୍ତି ଓ ସମୃଦ୍ଧି ବଢ଼ିଥାଏ । ଦାମ୍ପତ୍ୟ ଜୀବନରେ ପ୍ରେମ ଓ ବୁଝାମଣା ବିକାଶ ହୋଇଥାଏ । ଏହି ସ୍ତୋତ୍ର ପାଠ ଉଭୟ ସ୍ଵାମୀ ସ୍ତ୍ରୀ କରିବା ଦରକାର ।

3. ଶିବ ତାଣ୍ଡବ ସ୍ତୋତ୍ର ପାଠ କରିବା ଦ୍ୱାରା ଆର୍ଥିକ ସଙ୍କଟ ଦୂରେଇ ଯାଏ । କରଜରୁ ମୁକ୍ତି ମିଳିଥାଏ ।

4. ଅବିବାହିତ ଯୁବକ-ଯୁବତୀଙ୍କ ବିବାହରେ କୌଣସି ପ୍ରକାର ଗ୍ରହ ବାଧା ଦେଉଥିଲେ, ସେମାନେ ନିୟମିତ ଭାବରେ ୫୧ ଦିନ ପର୍ଯ୍ୟନ୍ତ ଶିବ ତାଣ୍ଡବ ସ୍ତୋତ୍ର ପାଠ କରନ୍ତୁ, ଏହାଦ୍ବାରା ତାଙ୍କର ସମସ୍ୟା ଦୂର ହୋଇଯିବା ସହ ଶୀଘ୍ର ବିବାହ ମାର୍ଗ ଖୋଲିଯିବ ।

5. ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥିଲେ, ବ୍ୟାପାର ବ୍ୟବସାୟରେ କ୍ଷତି ହେଉଥିଲେ, ବ୍ୟବସାୟ ଠିକ୍ ଭାବରେ ଚାଲୁନଥିଲେ, ଚାକିରି ମିଳୁନଥିଲେ ଶିବ ତାଣ୍ଡବ ସ୍ତୋତ୍ର ୪୧ ଦିନ ପାଠ କରନ୍ତୁ । ଏହାଦ୍ଵାରା ଉକ୍ତ ସମସ୍ୟା ଦୂର ହୋଇଯିବ । ଗୃହରୁ ନକାରାତ୍ମକ ଶକ୍ତି ଦୂର ହୋଇ ସକାରାତ୍ମକ ଶକ୍ତି ବୃଦ୍ଧି ପାଇବ ଓ ସୁଖଶାନ୍ତି ବୃଦ୍ଧି ପାଇବ ।

ଶତୃ ବାଧା ନିବାରଣ

1. ଶତୃ ବାଧା ନିବାରଣ, ମକଦ୍ଦମାରେ ବିଜୟ ଓ ସର୍ବତ୍ର ବିଜୟ ପାଇଁ ଏହି ସ୍ତୋତ୍ର ସନ୍ଧ୍ୟାରେ ୩୧ ଦିନ ପର୍ଯ୍ୟନ୍ତ ପାଠ କରନ୍ତୁ ।

2. ସୂର୍ଯ୍ୟ ଗ୍ରହଣ କିମ୍ବା ଚନ୍ଦ୍ର ଗ୍ରହଣ ସମୟରେ ଏହି ସ୍ତୋତ୍ର ୧୦୦୮ ପାଠ କରିବା ଦ୍ଵାରା ଏହା ସିଦ୍ଧ ହୋଇଥାଏ । 

3. ଏହାଦ୍ଵାରା ଯାହା ଚାହିଁବେ ତାହା ହାସଲ କରିପାରିବେ । ଜୀବନରେ କୌଣସି ପ୍ରକାର ଅଭାବ ରହିବ ନାହିଁ ।

4. ନିୟମିତ ପ୍ରାତଃରୁ ଏହି ସ୍ତୋତ୍ର ପାଠ କରିବା ଦ୍ଵାରା ସନ୍ତାନ ସୁଖ ପ୍ରାପ୍ତି ହୋଇଥାଏ | ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । 

5. ଯେଉଁ ବ୍ୟକ୍ତି କୁଣ୍ଡଳିନୀ ଜାଗ୍ରତ କରିବାକୁ ଚାହୁଥିବେ, ଏହି ସ୍ତୋତ୍ର ପାଠ ଅବଶ୍ୟ କରିବା ଦରକାର ।

ସାବଧାନତା

1. ଶିବ ତାଣ୍ଡବ ସ୍ତୋତ୍ର ଏକ ଜାଗ୍ରତ ଓ ସିଦ୍ଧ ସ୍ତୋତ୍ର । ଏହାକୁ ପାଠ କରିବା ସମୟରେ କିଛି ସାବଧାନତା ଅବଲମ୍ବନ କରିବା ଏକାନ୍ତ ଆବଶ୍ୟକ । ନଚେତ୍ କିଛି ଲାଭ ମିଳିବ ନାହିଁ ଓ ସାଧନା ବ୍ୟର୍ଥ ଯିବ ।

2. ଏହି ସ୍ତୋତ୍ର ପାଠ କରିବା ସମୟରେ ଉଚ୍ଚାରଣରେ ଶୁଦ୍ଧତା ରଖିବା ଦରକ।ର । ଧୀରେ ଧୀରେ ଆରାମରେ ସ୍ତୋତ୍ର ପଢ଼ିବା ଦରକାର । ତର ତର ହୋଇ କିଛି ଭୁଲ୍ କରିବା ଅନୁଚିତ୍ ।

3. ସ୍ତୋତ୍ର ପାଠ କରିବା ମଝିରେ କଥାବାର୍ତ୍ତା କରନ୍ତୁ ନାହିଁ ।

4. ପୂର୍ଣ୍ଣ ଧ୍ୟାନ ଓ ଏକାଗ୍ରତାର ସହ ଏହାକୁ ପାଠ କରନ୍ତୁ ।

5. ଯେ ପର୍ଯ୍ୟନ୍ତ ସ୍ତୋତ୍ର ମନେନରହିଛି, ପାଠ କରିବା ସମୟରେ ଆଖି ସାମ୍ନାରେ ଭଗବାନ୍ ଶିବଙ୍କ ଫଟୋ ଅବା ଲିଙ୍ଗ ରଖନ୍ତୁ ।

6. ସ୍ତୋତ୍ର ମୁଖସ୍ଥ ହୋଇଗଲା ପରେ ଆଖି ବନ୍ଦ କରି ଦୁଇ ଖି ମଧ୍ୟରେ ଧାନ ଲଗାନ୍ତୁ ।

7. ପାଠ କରିବା ସମୟରେ ଆଚରଣ ଓ ଚିନ୍ତାଧାରାରେ ଶୁଦ୍ଧତା ଆଣିବା ଦରକାର।

8. ପାଠ କରିବା ସମୟରେ ଶୁଦ୍ଧ, ସଫା, ଧଳା କପଡ଼ା ପିନ୍ଧନ୍ତୁ ।

Post a Comment

0 Comments