ସଠିକ୍ ପ୍ରଣାଳୀରେ ଖାଆନ୍ତୁ, ଓଜନ କମାନ୍ତୁ
ସଠିକ୍ ପ୍ରଣାଳୀରେ ଖାଆନ୍ତୁ, ଓଜନ କମାନ୍ତୁ
ମେଦବହୁଳତା ଏବେ ଏକ ବଡ଼ ସମସ୍ୟା ହୋଇଛି । ଅନେକେ ଓଜନ କମାଇବା ଲାଗି ଖାଦ୍ୟ ଛାଡ଼ି ଡାଏଟିଂ କରୁଛନ୍ତି । ଏହା କିନ୍ତୁ ପ୍ରକୃତ ସମାଧାନ ନୁହେଁ । ଓଜନ କମାଇବା ପାଇଁ ସବୁଠାରୁ ବଡ଼ ଆବଶ୍ୟକତା ହେଉଛି ସ୍ଵାସ୍ଥ୍ୟକର ଖାଦ୍ୟ ଖାଇବା । ପ୍ରତିଦିନ ସଠିକ ପରିମାଣର ପ୍ରୋଟିନଯୁକ୍ତ ଖାଦ୍ୟ ସହିତ କେତେକ ସ୍ୱାସ୍ଥ୍ୟକର କାର୍ବୋହାଇଡ୍ରେଟ୍ସ ଥିବା ଖାଦ୍ୟ ଖାଇଲେ ଏବଂ ବ୍ୟାୟାମ କଲେ ଓଜନ କମାଇବାରେ ସଫଳ ହୋଇପାରିବ ।
ପୋଷକ ତତ୍ତ୍ୱ ବିଶେଷଜ୍ଞଙ୍କ ମତରେ, ଏହି ସ୍ଵାସ୍ଥ୍ୟ ଉପକାରୀ ଓଜନ କମାଇବା ସୂତ୍ର ପ୍ରୟୋଗ କରି ଦେଖନ୍ତୁ ,
ଅଣ୍ଡା ଏବଂ ବିଭିନ୍ନ ଶସ୍ୟର ପାଉଁରୁଟି
- ଅଣ୍ଡା ନିଜେ ଏକ ସମ୍ପୂର୍ଣ୍ଣ ଖାଦ୍ୟ । ସେହିପରି ବିଭିନ୍ନ ଶସ୍ୟର ପାଉଁରୁଟି ବା ମଲ୍ଟିଗ୍ରେନ୍ ବ୍ରେଡ୍ରୁ ଶରୀରକୁ ଆବଶ୍ୟକତା ଅନୁସାରେ କାର୍ବୋହାଇଡ୍ରେଟ୍ସ ମିଳେ ।
- ଅନେକେ ସକାକୁ ଅଣ୍ଡା ସହିତ ଧଳା ବ୍ରେଡ୍ ଖାଆନ୍ତି , ଯାହା ଠିକ୍ ନୁହେଁ ।
- ଅଣ୍ଡା ସହିତ ୨-୩ ଖଣ୍ଡ ମଲ୍ଟିଗ୍ରେନ୍ ବ୍ରେଡ୍ ସକାଳର ଭଲ ଜଳଖିଆ । ଏହା ଖାଇଲେ ପେଟ ପୂରିଯିବା ସହ ଶରୀରକୁ ସମସ୍ତ ପୋଷକ ତତ୍ତ୍ୱ ମିଳିଯାଏ ।
ଚିକେନ୍ ସହିତ ପରିବା
- ଚିକେନ୍ ନିଶ୍ଚିତ ଭାବେ ଉଚ୍ଚ ପ୍ରୋଟିନ୍ଯୁକ୍ତ ଖାଦ୍ୟ । ତେବେ କେବଳ ଏହାକୁ ନଖାଇ ଏହା ସହିତ ପ୍ରଚୁର ସାଲାଡ ଖାଆନ୍ତୁ ।
- ଏଥିରେ ଭିଟାମିନ୍ ଏବଂ ଫାଇବର ପ୍ରଚୁର ପରିମାଣରେ ଅଛି ।
- ବ୍ରୋକଲି, ପାଳଙ୍ଗ, ଗାଜର, ମଟର, ବିନ୍ସ ଆଦିରେ ଥିବା ପର୍ଯ୍ୟାପ୍ତ ଆଣ୍ଟିଅକ୍ସିଡ଼ାଣ୍ଟସ୍ ବିଭିନ୍ନ ରୋଗରୁ ସୁରକ୍ଷା ଦେବାକୁ ସକ୍ଷମ ।
ରୁଟି ଓ ପରିବା ତରକାରି
- ରୁଟିରେ ଫାଟ୍ କମ୍ ଥିବା ସହ ଫାଇବର ଏବଂ ପ୍ରୋଟିନ ପ୍ରଚୁର ପରିମାଣରେ ରହିଛି ।
- ଗହମ ଅଟା ସହିତ ସୋୟାବିନ୍, ମାଣ୍ଡିଆ, ଯଅ ଆଦିର ଅଟା ମିଶାଇ ରୁଟି କରିବା ସହିତ ଏଥିରେ ସବୁଜ ପରିବା ପୁର ପରି ଦେଇପାରିବେ ।
- ଏହା ସ୍ୱାସ୍ଥ୍ୟକର ହେବା ସହିତ ସ୍ଵାଦିଷ୍ଟ ଏବଂ ସହଜରେ ହଜମ ହୋଇପାରିବ ।
ଦହି ଏବଂ ଫଳ
- ସକାଳ ଜଳଖିଆ ତଥା ଦ୍ଵିପ୍ରହର ଖାଦ୍ୟରେ ଅନେକେ ଦହି ଖାଇବାକୁ ପସନ୍ଦ କରନ୍ତି । ଏହା କ୍ୟାସିୟମ ଏବଂ ପ୍ରୋଟିନ୍ରେ ଭରପୂର ।
- ଦହି ସହିତ ଫ୍ରୁଟ୍ ଚାଟ୍ ବା କିଛି କଟା ଫଳ ମିଶାଇ ଖାଇବା ସ୍ୱାସ୍ଥ୍ୟକର ହୋଇଥାଏ ।
- ଖରାଦିନେ ଦହି ଖାଇଲେ ପେଟ ସମସ୍ୟା ଦୂର ହେବା ସହ ହଜମ ଭଲ ହୁଏ ।
ଓଟ୍ସ ଓ ଡ୍ରାଏଫ୍ରୁଟ୍ସ
- ଓଜନ କମାଇବା ଲାଗି ସବୁଠାରୁ ଲାଭଦାୟକ ଓଟ୍ସ । କାରଣ, ଏଥିରେ ଫାଇବର, ଆଣ୍ଟିଅକ୍ସିଡାଣ୍ଟସ ପ୍ରଚୁର ପରିମାଣରେ ରହିଛି ।
- ଏହା ସୁସ୍ଥ ରଖିବା ସହ ହୃଦ୍ଜନିତ ରୋଗରୁ ସୁରକ୍ଷା ଦିଏ ଏବଂ ବହୁସମୟ ଧରି ପେଟ ପୂରି ରହିଥିବାର ଅନୁଭବ କରାଏ ।
- ସକାଳ ଜଳଖିଆରେ ଓଟ୍ସ ସହିତ କାଜୁ, ଅଖରୋଟି, ବାଦାମ, କିସ୍ମିସ ପରି କିଛି ଡ୍ରାଏଫ୍ରୁଟ୍ସ ନଚେତ ଫଳ ମିଶାଇ ଖାଇଲେ ପର୍ଯ୍ୟାପ୍ତ ପୋଷକ ତତ୍ତ୍ୱ ମିଳିପାରେ ।
ଭାତ-ଡାଲି
- ପ୍ରଚୁର ପରିମାଣରେ ପ୍ରୋଟିନ୍ ଡାଲିରେ ଥିବାବେଳେ ଭାତରେ କାର୍ବୋହାଇଡ୍ରେଟ୍ସ ସହିତ କିଛି ପ୍ରୋଟିନ୍ ମଧ୍ୟ ରହିଛି । ତେଣୁ ଭାତ-ଡାଲି ଓଜନ କମାଇବାରେ ଉପଯୋଗୀ ହୋଇପାରିବ ।
- ତେବେ ଭାତ ଅଧ୍କ ପରିମାଣରେ ତଥା ରାତିରେ ଖାଇବା ମନା ।
- ଏହା ବ୍ୟତୀତ ଫ୍ରାଏଡ୍ ରାଇସ୍ରେ ଫାଟ୍ ପରିମାଣ ବଢିଯାଏ ।
- ତେଣୁ ସାଦା ଭାତ ଖାଆନ୍ତୁ । ଭାତ-ଡାଲି ଖାଇଲେ ପେଟ ଶୀଘ୍ର ପୂରିଯାଏ ଏବଂ ଏହା ସନ୍ତୁଳିତ ଖାଦ୍ୟ ହୋଇଥିବାରୁ ଶରୀରରେ ଚର୍ବି ଜମା ହୁଏନାହିଁ ।
0 Comments
Do you have any doubts or suggestions? Ask them here in the comments!