ରାଶି ଅନୁଯାୟୀ କିପରି କରିବେ ଶିବରାତ୍ରିରେ ଶିବଶଙ୍କରଙ୍କ ପୂଜା

ରାଶି ଅନୁଯାୟୀ କିପରି କରିବେ ଶିବରାତ୍ରିରେ ଶିବଶଙ୍କରଙ୍କ ପୂଜା

ମହାଶିବରାତ୍ରି ଦିନରେ ଭଗବାନ ଶିବଙ୍କ ସହିତ ମାତା ପାର୍ବତୀଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ଏହିଦିନରେ ଭକ୍ତଗଣ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କୁ ସତ୍ୟ ମନରେ ଆରାଧନା କରିଥାନ୍ତି, ବ୍ରତ କରନ୍ତି, ରୁଦ୍ରଭିଷେକ କରିଥାନ୍ତି, ଏବଂ ମହାଦେବଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ଉପାୟମାନ ମଧ୍ୟ ଆପଣାଇଥାନ୍ତି ଏବଂ ନିଜର ସୁଖୀ ଜୀବନ ପାଇଁ ଭଗବାନ ଶିବଙ୍କ ନିକଟରେ ମଙ୍ଗଳ କାମନା ମଧ୍ୟ କରନ୍ତି ।

ଏହି ଦିନକୁ ଶାସ୍ତ୍ରରେ ଅତ୍ୟନ୍ତ ପବିତ୍ର ଦିବାରାତ୍ର ବୋଲି ପାଳନ କରାଯାଏ। ଏହି ଦିନ ଶିବ କେବଳ ଜଳାଭିଷେକରେ ହିଁ ସନ୍ତୁଷ୍ଟ ହୋଇଯାଆନ୍ତି। ଗ୍ରହରୁପି ସଂକର୍ଷଣ ହର ହରିବେ ସର୍ବପାପ। ଜ୍ୟୋତିଷ ଶାସ୍ତ୍ରାନୁଯାଇ ୧୨ଟି ରାଶିରେ ଜଗତବନ୍ଧା ଆବାଳବୃଦ୍ଧ ବନିତା ବାରୋଟି ରାଶି ନଅଟି ଗ୍ରହ ସତେଇସିଟି ନକ୍ଷତ୍ର କୁ ନେଇ ଆତଜାତ ହେଉଛନ୍ତି। ରାସ୍ୟାଧିପତି ଓ ବାରଟି ରାଶି ଅନୁଯାୟୀ ପୂଜା କରିବାର ଉପାୟ କୁହାଯାଇଛି।  ରାଶି ଅନୁଯାୟୀ ପୂଜାବିଧି...

ମେଷ ରାଶି

  1. ମେଷ ରାଶିର ସ୍ଵାମୀ ମଙ୍ଗଳ, ତାଙ୍କ ପାଇଁ ଲାଲ୍ ରଙ୍ଗ ଶୁଭ ଅଟେ। ଲାଲ୍ ଚନ୍ଦନ ବା ଲାଲ୍ ରଙ୍ଗର ପୁଷ୍ପ ଯଦି ଭଗବାନ ଭୋଲେନାଥ ଙ୍କୁ ଅର୍ପଣ କରାଯାଏ ତେବେ ଏହା ବହୁତ୍ ପୂଣ୍ୟ ଫଳ ପ୍ରଦାନ କରିଥାଏ।
  2. ମେଷ ରାଶିର ବ୍ୟକ୍ତି ଶିବରାତ୍ରି ଅବସରରେ କଞ୍ଚାକ୍ଷୀର ଏବଂ ଦହି ଦ୍ୱାରା ଶିବଙ୍କୁ ଅଭିଷେକ କରନ୍ତୁ ।  ଦୁଦୁରା ଅର୍ପଣ କରିବା ସହ କର୍ପୂର ଜଳାଇ ଆରତି କରିବେ । 
  3. ସମସ୍ତ ପ୍ରକାର ଉନ୍ନତି ପାଇଁ ଶିବରାତ୍ରିରେ ଭଗବାନ ଶିବଙ୍କଠାରେ ଅକ୍ଷତ, ତ୍ରିଶାଖା ବେଲପତ୍ର, କ୍ଷୀର, ଧୂପ,ଦୀପ, ଘୃତ, ମଧୁ, ଫଳ ଇତ୍ୟାଦିରେ ପୂଜା କରନ୍ତୁ । 

ବୃଷ ରାଶି

  1. ବୃଷଭ ଭଗବାନ ଶିବଙ୍କର ବାହନ ଅଟନ୍ତି। ଏହି ରାଶି ସ୍ଵାମୀ ହେଉଛନ୍ତି ଶୁକ୍ର। ଧଳା ରଙ୍ଗ ଆପଣଙ୍କ ପାଇଁ ଶୁଭ। ବୃଷଭ ରାଶି ବ୍ୟକ୍ତି ମାନେ ଶିବଙ୍କୁ ଚମ୍ପାଚମେଲି ଫୁଲରେ ପୂଜା କରିବା ଉଚିତ୍। 
  2. ବୃଷ ରାଶିର ବ୍ୟକ୍ତି ଶିବଲିଙ୍ଗଙ୍କୁ ଦୁଗ୍ଧାଭିଷେକ ବା  ଆଖୁ ରସରେ ସ୍ନାନ ବା ଦହି, ମହୁ, ଶକର, ଘିଅ ଆଦିରେ ଅଲଗା ଅଲଗା ଅଭିଷେକ କରାଇବା ସହ ମଲ୍ଲୀ ଅତର ଅର୍ପଣ କରନ୍ତୁ ଏବଂ ଦୀପ ଜଳାଇ ଆରତି କରିବେ |
  3. ଏହି ରାଶିର ବ୍ୟକ୍ତି ଶାରୀରିକ ପୀଡ଼ା, କର୍ମ କ୍ଷେତ୍ରରେ  ବାଧାବିଘ୍ନ, ଶୁଭ କାର୍ଯ୍ୟରେ ବିଳମ୍ବ ଓ ଆୟ ବୃଦ୍ଧି ଏବଂ ଅନ୍ୟାନ୍ୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଶିବରାତ୍ରିରେ ବିଧିପୂର୍ବଳ ଶିବ ପୂଜାର୍ଚ୍ଚନା ଓ ଦୀପ ପ୍ରଜ୍ଜ୍ୱଳନ କରନ୍ତୁ ।

ମିଥୁନ ରାଶି

  1. ମିଥୁନ ରାଶିର ସ୍ଵାମୀ ବୁଧ। ମିଥୁନ ରାଶିର ବ୍ୟକ୍ତି ଶିବଙ୍କୁ ଦୁଦୁରା ଫୁଲ ଏବଂ ଭାଙ୍ଗ ଅର୍ପଣ କରିପାରିବେ।
  2. ମିଥୁନ ରାଶିର ବ୍ୟକ୍ତିମାନେ ଶିବରାତ୍ରିରେ ସ୍ପଟିକ ଶିବଲିଙ୍ଗଙ୍କୁ ପୂଜା କରିବା ସହ ଆଖୁରସରେ ବା  ଦହିରେ ଅଭିଷେକ କରି ନାଲି ଅବିର, କୁମ୍‌କୁମ୍‌ ଚନ୍ଦନ ଏବଂ ଅତର ସହ ଅରଖ ଫୁଲ ଅର୍ପଣ କରନ୍ତୁ । 
  3. ଏହାସହିତ 'ଶିବାଷ୍ଟକ' ପାଠ କରିବେ । ଏହାଦ୍ୱାରା ମହାଦେବ  ପ୍ରସନ୍ନ ହେବେ ଓ ସମସ୍ତ ଅନିଷ୍ଟ ଦୂର କରିବା ସହ ସମସ୍ତ ମନସ୍କାମନା ମଧ୍ୟ ପୂର୍ଣ୍ଣ ହେବ । 

କର୍କଟ ରାଶି

  1. କର୍କଟ ରାଶିର ସ୍ଵାମୀ ଚନ୍ଦ୍ର ଅଟନ୍ତି, ଯାହାଙ୍କୁ କି ଭଗବାନ ଶିବ ନିଜ ଜଟାରେ ଧାରଣ କରିଛନ୍ତି। କର୍କଟ ରାଶି ବ୍ୟକ୍ତି ମାନେ ଶିବଲିଙ୍ଗରେ  ଅଭିଷେକ ଭାଙ୍ଗ ମିଶ୍ରିତ କ୍ଷୀର ରେ କରିବା ଉଚିତ୍। ରୁଦ୍ରଷ୍ଟାଧ୍ୟାଇ ପାଠକାଲେ କଷ୍ଟରୁ ମୁକ୍ତି ମିଳିବ।
  2. କର୍କଟ ରାଶି ବ୍ୟକ୍ତିମାନେ ଶିବରାତ୍ରି ଅବସରରେ ପଞ୍ଚାମୃତ ଅଭିଷେକ କରି ବା ଅଷ୍ଟଗନ୍ଧ ଚନ୍ଦନରେ ମହାଦେବଙ୍କର ଅଭିଷେକ କରନ୍ତୁ । କୋଳି ଏବଂ ଅଟାରେ ତିଆରି ରୂଟି ଭୋଗ ଲଗାଇ ଆରତି କରନ୍ତୁ | 
  3. ଏହି ରାଶିର ବ୍ୟକ୍ତିମାନେ ସ୍ୱାସ୍ଥ୍ୟଗତ ସମସ୍ୟା, ବିଳମ୍ବ କାର୍ଯ୍ୟ ସିଦ୍ଧି , କର୍ମ କ୍ଷେତ୍ରରେ  ସଫଳତା, ଆୟ ବୃଦ୍ଧି , ଦାମ୍ପତ୍ୟ  ସୁଖ ପାଇଁ ଶିବରାତ୍ରି ଦିନ ମହେଶ୍ଵର ଶିବଙ୍କର ବିଧି ପୂର୍ବକ ପୂଜାର୍ଚ୍ଚନା କରି ରୁଦ୍ରାକ୍ଷ ମାଳାରେ 'ଓଁ ନମଃ ଶିବାୟ' ୧୦୮ଥର ଜପ କରନ୍ତୁ |

ସିଂହ ରାଶି

  1. ସିଂହ ରାଶିର ସ୍ଵାମୀ ହେଉଛନ୍ତି ସୂର୍ଯ୍ୟ। ସିଂହ ରାଶିର ବ୍ୟକ୍ତି ମାନେ ଶିବଙ୍କୁ ନାଲି କନିଆରି ଫୁଲ ଚଢେଇ ପାରିବେ। ଏହା ସହ ଶିବ ମନ୍ଦିରରେ ଶିବଙ୍କ ଚାଳିଶା ପାଠ କରିବା ଦରକାର। ଏହି ପୂଜା ଆପଣଙ୍କ ପାଇଁ ବହୁତ୍ ଲାଭ ଦାୟକ ମଧ୍ୟ ହେଇପାରେ। 
  2. ସିଂହ ରାଶି ବ୍ୟକ୍ତିମାନେ କ୍ଷୀରରେ, ଫଳରସରେ ମିଶ୍ରି ମିଶାଇ ବା ମହୁ ରେ ମହାଦେବଙ୍କ ଅଭିଷେକ କରିବା ସହ ଅରଖ ଫୁଲ ଅର୍ପଣ କରି ମିଷ୍ଟାନ୍ନ ଭୋଗ କରିବେ | 
  3. ଏହି ରାଶିର ବ୍ୟକ୍ତିଙ୍କର ଶୁଭ କାମନାରେ ବାଧାବିଘ୍ନ ବିଳମ୍ବରେ କାର୍ଯ୍ୟ ସିଦ୍ଧି, ବ୍ୟୟ ବୃଦ୍ଧି , ଜୀବନରେ ସଫଳତା ପାଇବା ପାଇଁ ଶିବରାତ୍ରିରେ ଶିବଙ୍କର ବିଧିପୂର୍ବକ ପୂଜାର୍ଚ୍ଚନା,ଦୀପ ପ୍ରଜ୍ଜ୍ୱଳନ କରଣୀୟ |

କନ୍ୟା ରାଶି

  1. କନ୍ୟା ରାଶିର ସ୍ଵାମୀ ବୁଧ ଅଟନ୍ତି। 
  2. କନ୍ୟା ରାଶିର ବ୍ୟକ୍ତିମାନେ ଭଗବାନ ଶଙ୍କରଙ୍କୁ କେବଳ ଶୁଦ୍ଧ ଜଳରେ ଅଭିଷେକ କରିବେ। କୋଳି, ଦୁଦୁରା, ବିଜୟା ବା ଭାଙ୍ଗ ସହ ଅରଖ ଫୁଲ ଅର୍ପଣ କରିବେ । ବେଲପତ୍ର ଚଢାଇ ମିଷ୍ଟାନ୍ନ ଭୋଗ କରନ୍ତୁ |

ତୁଳା ରାଶି

  1. ତୁଳା ରାଶିର ସ୍ଵାମୀ ହେଉଛନ୍ତି ଶୁକ୍ର।  
  2. ତୁଳା ରାଶିର ବ୍ୟକ୍ତିମାନେ ମିଶ୍ରି ଯୁକ୍ତ କ୍ଷୀର, ଆଖୁ ରସ, ଦହି ଅଭିଷେକ ବା ଭିନ୍ନଭିନ୍ନ ପୁଷ୍ପର ଜଳ ମିଶାଇ ଶିବଲିଙ୍ଗଙ୍କୁ ସ୍ନାନ କରାନ୍ତୁ । ତା ସହ ଶିବଙ୍କ ସହସ୍ରନାମ ଜପ କରିବା ଆପଣଙ୍କ ରାଶି ଅନୁଯାୟୀ ଶୁଭ ପ୍ରଦାନ କାରୀ। ବେଲ, ମଲ୍ଲୀ, ଗୋଲାପ, ଅକ୍ଷତ ଏବଂ ଚନ୍ଦନ ଅର୍ପଣ କରିବେ | 

ବିଛା ରାଶି

  1. ବିଛା ରାଶିର ସ୍ଵାମୀ ମଙ୍ଗଳ ଅଟନ୍ତି। କରବୀରଫୁଲ, ନାଲିମନ୍ଦାର, କନିଅର ଓ ବେଲପତ୍ର ରେ ଭଗଵାନ ଶିବଙ୍କୁ ପୂଜାର୍ଚ୍ଚନା କରିବା ଉଚିତ୍। ଏହା ସହ ରୁଦ୍ରାଷ୍ଟକ ପାଠ କଲେ ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ବହୁତ୍ ସୌଭାଗ୍ୟ ପ୍ରଦହେବ।
  2. ଏହି ରାଶିର ବ୍ୟକ୍ତି ଦୁଗ୍ଧାଭିଷେକ ବା ଶୁଦ୍ଧ ଜଳରେ ଶିବଳିଙ୍ଗଙ୍କୁ ସ୍ନାନ କରାଇବା ସହ ମହୁ ଏବଂ ଘିଅରେ ଦ୍ଵିତୀୟବାର ସ୍ନାନ କରାଇ ପୁଣି ଜଳରେ ସ୍ନାନ କରାଇବେ । ଏହାପରେ ଆରତି କରନ୍ତୁ | 
  3. ପ୍ରଭୁ ମହେଶ୍ୱରଙ୍କର ଚାରିପ୍ରହରେ ଚାରିଥର ପୂଜାହୋମ କରନ୍ତୁ। 

ଧନୁ ରାଶି

  1. ବୃହସ୍ପତି ହେଉଛନ୍ତି ଧନୁ ରାଶିର ସ୍ଵାମୀ । ତାଙ୍କର ହଳଦୀ ରଙ୍ଗର ଫୁଲ ପ୍ରିୟ। ଧନୁରାଶି ର ବ୍ୟକ୍ତି ସକାଳୁ ଉଠି ଭଗବାନ ଶିବଙ୍କର ପୂଜା ହଳଦୀ ରଙ୍ଗର ଫୁଲରେ କରିବା ଉଚିତ୍। କ୍ଷୀରି ଭୋଗ କରିବା ଆବଶ୍ୟକ ଏବଂ ସିବାଷ୍ଟକ ପାଠ କରିଲେ କଷ୍ଟ ନାଶ ହେବ। 
  2. ଅକ୍ଷତରେ ଶିବଲିଙ୍ଗଙ୍କ ଶୃଙ୍ଗାର କରିବା ସହ ଡ୍ରାଏଫ୍ରଟ୍‌ସ ଭୋଗ କରନ୍ତୁ । ଶୃଙ୍ଗାର କାର୍ଯ୍ୟରେ ବେଲପତ୍ର, ଗୋଲାପ ଆଦି ବ୍ୟବହାର କରିପାରିବେ । ଏହାପରେ ଆରତି କରନ୍ତୁ |
  3. ଧନୁରାଶିର ବ୍ୟକ୍ତି ଗ୍ରହ ସମସ୍ୟା, ସ୍ୱାସ୍ଥ୍ୟ ଓ ବିଭିନ୍ନ ବାଧାବିଘ୍ନ ଦୂର ପାଇଁ  ଶିବରାତ୍ରିରେ ଶିବ ମନ୍ଦିରରେ ବିଧି ପୂର୍ବକ ପୂଜା ଓ ଗଜାମୁଗ ଅର୍ପଣ କରି ଅଭିଷେକ ପୂଜା କରନ୍ତୁ। 
  4. ଧନୁ ରାଶିର ବ୍ୟକ୍ତିମାନେ ବିଭିନ୍ନ ରଙ୍ଗ ତଥା ମୁରୁଜ ଦ୍ଵାରା ଶିବଙ୍କୁ ପୂଜା କରନ୍ତୁ । 

ମକର ରାଶି

  1. ମକର ରାଶିର ସ୍ଵାମୀ ଶନି ଅଟନ୍ତି। ଦୁଦୁରା, ଭାଙ୍ଗ ଓ ଅଷ୍ଟଗନ୍ଧ ଆଦିରେ ଶିବଙ୍କୁ ପୂଜାର୍ଚ୍ଚନା କଲେ ଆପଣଙ୍କ ଜୀବନରେ ସୁଖ ଓ ସମୃଦ୍ଧି ମିଳିବ। ଏହା ସହ “ପାର୍ବତିନାଥାୟେ ନମଃ” ମନ୍ତ୍ର ଜପ କରିବା ଆବଶ୍ୟକ।
  2. ମକର ରାଶିର ବ୍ୟକ୍ତିମାନେ ଋତୁଫଳ (ଋତୁ ଅନୁଯାୟୀ ହେଉଥିବା ସ୍ୱତନ୍ତ୍ର ଫଳ) ରେ ମହାଦେବଙ୍କୁ ଅଭିଷେକ ପୂଜା କରନ୍ତୁ । ଶିବଲିଙ୍ଗଙ୍କୁ ଡାଳିମ୍ବ ରସରେ ଅଭିଷେକ ବା ଗହମରେ ଢାଙ୍କି ପୂଜା କରିବା ପରେ ଏହି ଗହମ ଅଭାବୀ ମଣିଷଙ୍କୁ ଦାନ କରିଦେବେ | 
  3. ଏହି ରାଶିର ବ୍ୟକ୍ତିଙ୍କର ସର୍ବମଙ୍ଗଳ ପାଇଁ ଶିବ ମନ୍ଦିରରେ  ଶିବରାତ୍ରିରେ ବିଧିପୂର୍ବକ ଶିବପୂଜା କରି କ୍ଷୀର, ନଡିଆ, ଫଳ, ନୈବେଦ୍ୟ, ତାମ୍ବୁଳ, ଦୁବ ଅର୍ପଣ କରିବେ |

କୁମ୍ଭ ରାଶି 

  1. କୁମ୍ଭ ରାଶିର ସ୍ଵାମୀ ମଧ୍ୟ ଶନି ଅଟନ୍ତି। ଏହି ଜାତକର ବ୍ୟକ୍ତି ଆଖୁରସ ରେ ଶିବଙ୍କୁ ଅଭିଷେକ କରିବା ଆବଶ୍ୟକ। ଏହା ସହ ଶିବାଷ୍ଟକ ପାଠ କରିବା ଉଚିତ୍। ନତୁବା ସହଜ ସରଳରେ “କାଳେ ଶ୍ଵରାୟ ନମଃ” ମନ୍ତ୍ର ଜପ କରିବା ଆବଶ୍ୟକ।
  2. କୁମ୍ଭ ରାଶିର ବ୍ୟକ୍ତିମାନେ ଦୁଧ, ଦହି, ଘିଅ, ମହୁରେ ଅଭିଷେକ ଧଳା ଏବଂ କଳା ରାଶି ମିଶାଇ ଏକାନ୍ତରେ ଥିବା କୌଣସି ଶିବଲିଙ୍ଗଙ୍କୁ ଅର୍ପଣ କରି ଆରତି କରିବେ |
  3. କୁମ୍ଭ ରାଶିର ବ୍ୟକ୍ତିମାନେ ସର୍ବାଙ୍ଗୀନ ଉନ୍ନତି, ସୌଭାଗ୍ୟ ବୃଦ୍ଧି, ମାନ ସମ୍ମାନ, ଲାଭ, କାର୍ଯ୍ୟ ସିଦ୍ଧି, ସର୍ବ କାର୍ଯ୍ୟରେ ସଫଳତା ପାଇଁ ଶିବରାତ୍ରିରେ ଶିବ  ମହାପ୍ରଭୂଙ୍କୁ ବେଲପତ୍ର ଦୁବ,ଫୁଲ, ତିଳ, କ୍ଷୀର, ଦହି, ମହୁ, ନୈବେଦ୍ୟ, ନଡ଼ିଆ ଓ ସିନ୍ଦୂର ଇତ୍ୟାଦିରେ ପୂଜା କରିବେ | 

ମୀନ ରାଶି

  1. ମୀନ ରାଶିର ସ୍ଵାମୀ ହେଉଛନ୍ତି ବୃହସ୍ପତି। ଏହି ରାଶିର ବ୍ୟକ୍ତି ମାନଙ୍କୁ ପଞ୍ଚାମୃତ, ଦହି, ଦୁଗ୍ଧ ଓ ହଳଦୀ ରଙ୍ଗର ଫୁଲ ଶିବଲିଙ୍ଗ ରେ ଅର୍ପଣ କରିବା ଉଚିତ୍। ଏହା ସହ ଚନ୍ଦନ ମାଳରେ ୧୦୮ ଥର ପଞ୍ଚାକ୍ଷରି ମନ୍ତ୍ର “ନମଃ ଶିବାୟ” ର ଜପ କରିବା ଆବଶ୍ୟକ।
  2. ମୀନ ରାଶିର ବ୍ୟକ୍ତିମାନେ ଦେବ ଦେବ ମହାଦେବଙ୍କୁ ଋତୁକାଳୀନ ଫଳ ରସରେ ଅଭିଷେକ ବା ଡାଳିମ୍ବ ରସରେ ଅଭିଷେକ କରନ୍ତୁ ।
  3. ଶିବରାତ୍ରି ଅବସରରେ ଅଶ୍ଵତ୍‌ଥ ଗଛ ମୂଳେ ବସି ଶିବଲିଙ୍ଗଙ୍କୁ ପୂଜା କରିବା ସହ ୩୫ଥର 'ଓଁ ନମଃ ଶିବାୟ' ଜପ କରନ୍ତୁ । ବେଲପତ୍ର ଅର୍ପଣ କରିବା ସହ ଆରତି କରିବେ | 
  4. ମୀନରାଶି ଜାତ ବ୍ୟକ୍ତିଙ୍କର ସର୍ଵମଙ୍ଗଳ ଓ ସମସ୍ତ କାର୍ଯ୍ୟରେ ସଫଳତା ପାଇଁ ଶିବରାତ୍ରିରେ ପ୍ରଭୁ ଶିବଙ୍କର ବିଧି ପୂର୍ବକ ପୂଜାର୍ଚ୍ଚନା ସହ ଦୁଗ୍ଧରେ ହଳଦୀଗୁଣ୍ଡ ମିଶାଇ ଅର୍ପଣ କରିବେ |

Post a Comment

0 Comments