ମହାଶିବରାତ୍ରିରେ ରାଶି ଅନୁଯାୟୀ କେଉଁ ମନ୍ତ୍ର ଜପ କରିବେ
ଭଗବାନ ଶିବଙ୍କୁ ପୂଜା କରିବାର ମୂଳ ମନ୍ତ୍ର ହେଉଛି 'ଓଁ ନମଃ ଶିବାୟ' କେବଳ ଶିବ। କିନ୍ତୁ ଏହି ମନ୍ତ୍ର ବ୍ୟତୀତ କିଛି ମନ୍ତ୍ର ଅଛି ଯାହା ଭଗବାନ ଶିବଙ୍କୁ ବହୁତ ଖୁସି କରେ | ମହା ଶିବରାତ୍ରିରେ ମହାଦେବଙ୍କୁ ସନ୍ତୁଷ୍ଟ କରିବା ପାଇଁ ରାଶି ଅନୁସାରେ ମନ୍ତ୍ର ରହିଛି । ଜ୍ୟୋତିଷମାନଙ୍କ କହିବା ଅନୁସାରେ ଯେଉଁ ବ୍ୟକ୍ତି ରାଶି ଅନୁସାରେ ମନ୍ତ୍ର ଉଚ୍ଚାରଣ ସହ ଶିବଙ୍କୁ ପ୍ରାର୍ଥନା କରନ୍ତି ସେମାନଙ୍କୁ ବାଂଛିତ ଫଳପ୍ରାପ୍ତ ହୁଏ ।
ମେଷ ରାଶି
- ମେଷ ରାଶିର ବ୍ୟକ୍ତି ରୁଦ୍ରାକ୍ଷ ମାଳାରେ “ଓଁ ନମଃ ଶିବାୟ” ୧୦୮ଥର ଜପ କରନ୍ତୁ ଶିବଙ୍କର କୃପା ମିଳିପାରିବ ।
- ଏହାସହିତ 'ଓଁ ରାମେଶ୍ଵରାୟ ନମଃ’ ଏବଂ 'ଓଁ ମହେଶ୍ଵରାୟ ନମଃ' ମନ୍ତ୍ର ଜପ କରନ୍ତୁ । ଏହାଦ୍ୱାରା ସମସ୍ତ ଶତ୍ରୁ ଦୂର ହେବେ । ସର୍ବଦା ମନ ଶାନ୍ତ ଓ ଧୀର ସ୍ଥିର ରହିବ । ଫଳରେ ସମସ୍ତ କାର୍ଯ୍ୟରେ ସଫଳତା ମଧ୍ୟ ପାଇବେ ।
- ଯଦି ପୂଜା ସମୟରେ “ନାଗେଶ୍ୱରାୟ ନମଃ” ମନ୍ତ୍ର ଜପ କରନ୍ତି ଭଗବାନ ଶିବ ଶଙ୍କର ମନସ୍କାମନା ଶୀଘ୍ର ପୂରଣ କରନ୍ତି।
ବୃଷ ରାଶି
- ଶିବଙ୍କର ଗାୟତ୍ରୀ ମନ୍ତ୍ର 'ଓ ତତ୍ ପୁରୁଷାୟ ବିଦ୍ମହେ ମହାଦେବାୟ ଧୀମହି ତନ୍ନୋ ରୁଦ୍ରଃ ପ୍ରଚୋଦୟାତ୍' ଏହି ମନ୍ତ୍ର ୨୧ ଥର ଜପ କରନ୍ତୁ ।
- ଏହା ସହିତ ' ଓଁ ଶିବାୟ ନମଃ ' ଜପ କରନ୍ତୁ ।
- ଏହାଦ୍ୱାରା ଶତ୍ରୁ ନାଶ ହେବ । ସମସ୍ତ ସଙ୍କଟ ଦୂର ହେବ ଓ ପରିବାରରେ ସୁଖ ଶାନ୍ତି ପୂରି ଉଠିବ |
- କଷ୍ଟ ରୁ ମୁକ୍ତି ଓ ଲାଭ ପାଇଁ ଶିବ ରୁଦ୍ରାଷ୍ଟକ ପାଠ କରିବା ନତୁବା ସହଜ ସରଳରେ “ମହା ରୁଦ୍ରାୟ ନମଃ” ମନ୍ତ୍ର ଜପ କରିବା ଆବଶ୍ୟକ।
ମିଥୁନ ରାଶି
- ଏହି ରାଶିର ବ୍ୟକ୍ତିମାନେ ଶାରୀରିକ କ୍ଳେଶ,ମନାନ୍ତର, ମତାନ୍ତର, ଆର୍ଥିକ କ୍ଷୟକ୍ଷତି ଇତ୍ୟାଦିରୁ ରକ୍ଷା ପାଇବା ପାଇଁ ଭଗବାନ ଶିବଙ୍କର ପୂଜାର୍ଚ୍ଚନା କରି ମହା ମୃତ୍ୟୁଞ୍ଜୟ ଜପ ' ଓଁ ତ୍ର୍ୟମ୍ବକଂ ୟଜାମହେ, ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନଂ ଉର୍ବାରୁକମୈବ ବନ୍ଧନାତ୍ ମୃତ୍ୟେ।ମୁର୍କ୍ଷୀୟ ମାମୃତାତ୍' ୧୦୮ଥର ଜପ କରନ୍ତୁ ।
- 'ଓଁ ଭୂତେଶ୍ଵରାୟ ନମଃ' ଏବଂ 'ଶିବାଷ୍ଟକ' ପାଠ କରିବେ । ଏହାଦ୍ୱାରା ମହାଦେବ ପ୍ରସନ୍ନ ହେବେ ଓ ସମସ୍ତ ଅନିଷ୍ଟ ଦୂର କରିବା ସହ ସମସ୍ତ ମନସ୍କାମନା ମଧ୍ୟ ପୂର୍ଣ୍ଣ ହେବ ।
ପଞ୍ଚାକ୍ଷରି ମନ୍ତ୍ର “ଓଁ ନମଃ ଶିବାୟ” ଜପ କଲେ ଅତ୍ୟନ୍ତ ଲାଭ ମିଳିବ।
କର୍କଟ ରାଶି
- ମହାଦେବଙ୍କ ‘ଦ୍ଵାଦଶ ନାମ’ କୁ ସ୍ମରଣ କରନ୍ତୁ । ଏହାଦ୍ୱାରା ଉକ୍ତ ରାଶିର ବ୍ୟକ୍ତିମାନଙ୍କର ସମସ୍ତ ସଙ୍କଟ ଦୂର ହେବ ଓ ତାଙ୍କର ଜୀବନ ସୁଖରେ କଟିବ |
- ରୁଦ୍ରାକ୍ଷ ମାଳାରେ 'ଓଁ ନମଃ ଶିବାୟ' ୧୦୮ଥର ଜପ କରନ୍ତୁ |
- ରୁଦ୍ରଷ୍ଟାଧ୍ୟାଇ ପାଠକାଲେ କଷ୍ଟରୁ ମୁକ୍ତି ମିଳିବ। ନତୁବା ସହଜ ସରଳରେ “ଚନ୍ଦ୍ର ଚୁଡାୟ ନମଃ” ମନ୍ତ୍ର ଜପ କରିବା ଆବଶ୍ୟକ।
ସିଂହ ରାଶି
- ଶିବ ଗାୟତ୍ରୀ ମନ୍ତ୍ର 'ଓଁ ମହାଦେବାୟ ବିଦ୍ମହେ ରୁଦ୍ର ମୂର୍ତ୍ତୟେ ଧୀମହି ତନ୍ନୋ ଶିବ ପ୍ରଚୋଦୟାତ୍ '୧୦୮ଥର ଜପ କରନ୍ତୁ ।
- ସିଂହ ରାଶିର ବ୍ୟକ୍ତିମାନେ ‘ଓ ନାଗେଶ୍ଵରାୟ ନମଃ' ଏବଂ 'ଓଁ ନମଃ ଶିବାୟ' ମନ୍ତ୍ର ଜପ କରନ୍ତୁ । ଏହାଦ୍ୱାରା ଭଗବାନ ଶଙ୍କର ଅତ୍ୟନ୍ତ ପ୍ରୀତ ହୋଇ ଏବଂ ମନସ୍କାମନା ପୂର୍ଣ୍ଣ କରିବେ |
- ଏହା ସହ ଶିବ ମନ୍ଦିରରେ ଶିବଙ୍କ ଚାଳିଶା ପାଠ କରିବା ଦରକାର। ଏହି ପୂଜା ଆପଣଙ୍କ ପାଇଁ ବହୁତ୍ ଲାଭ ଦାୟକ ମଧ୍ୟ ହେଇପାରେ। ନତୁବା ସହଜ ସରଳରେ “ମହା ରୁଦ୍ରାୟ ନମଃ” ମନ୍ତ୍ର ଜପ କରିବା ଆବଶ୍ୟକ।
କନ୍ୟା ରାଶି
- କନ୍ୟାରାଶିର ବ୍ୟକ୍ତିଙ୍କ ନିମନ୍ତେ ପାରିବାରିକ ସୁଖଶାନ୍ତି , ବ୍ୟବସାୟ ଚାକିରିରେ ଉନ୍ନତି ଓ ପଦ୍ମୋନ୍ନତି ପାଇଁ ଶିବରାତ୍ରିରେ ଶିବଙ୍କର ବିଧିପୂର୍ବକ ପୂଜାର୍ଚ୍ଚନା ଓ ଦୀପ ପ୍ରଜ୍ଜ୍ଵଳନ କରି “ଓଁ ନମଃ ଶିବାୟ” ମନ୍ତ୍ର ୧୦୮ଥର ଜପ କରନ୍ତୁ ।
- ଏହାସହିତ ଶିବ ଚାଳିଶା ପାଠ କରିବେ । ଏହାଦ୍ଵାରା ହର ହର ମହାଦେବ ସମସ୍ତ ସଙ୍କଟରୁ ରକ୍ଷା କରିବେ ଓ ସମସ୍ତ ମନସ୍କାମନା ପୂର୍ଣ୍ଣ କରିବେ ।
“ସର୍ପେ ଶ୍ଵରାୟ ନମଃ “ ମନ୍ତ୍ର ଜପ କଲେ ଆପଣଙ୍କ ମନୋସ୍କାମନା ପୂର୍ଣ୍ଣ ହେବ।
ତୁଳା ରାଶି
- ଶିବରାତ୍ରିରେ ଶିବ ମନ୍ଦିରରେ ବିଧିପୂର୍ବକ ଶିବପୂଜା କରି ଶିବ ଗାୟତ୍ରୀ 'ଓଁ ମହାଦେବାୟ ବିଦ୍ମହେ ରୁଦ୍ର ମୂର୍ତ୍ତୟେ ଧୀମହି ତନ୍ନୋ ଶିବ ପ୍ରଚୋଦୟାତ୍' ଏହି ମନ୍ତ୍ର ୧୦୮ଥର ଜପ କରନ୍ତୁ , ମଙ୍ଗଳ ହେବ ।
- ଏହାସହିତ ଶିବାଷ୍ଟକ ପାଠ କରନ୍ତୁ, ଓଁ ଭୂତେଶ୍ଵରାୟ ନମଃ ' କୁ ଜପ କରନ୍ତୁ । ଏହାଦ୍ୱାରା ମହାପ୍ରଭୁ ଶିବ ପ୍ରସନ୍ନ ହୋଇ ସମସ୍ତ ଇଚ୍ଛା ପୂରଣ କରିବେ |
- ଶିବଙ୍କ ସହସ୍ରନାମ ଜପ କରିବା ଆପଣଙ୍କ ରାଶି ଅନୁଯାୟୀ ଶୁଭ ପ୍ରଦାନ କାରୀ। ନତୁବା ସହଜ ସରଳରେ “ମହେ ଶ୍ଵରାୟ ନମଃ” ମନ୍ତ୍ର ଜପ କରିବା ଆବଶ୍ୟକ।
ବିଛା ରାଶି
- 'ଓଁ ନମଃ ଶିବାୟ' ମନ୍ତ୍ର ଏକ ମାଳା କପ କରନ୍ତୁ । ଏହାଦ୍ୱାରା ସମସ୍ତ ବିପଦ ଦୂର ହୋଇଯିବା ସହ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।
- ଏହି ରାଶିର ବ୍ୟକ୍ତି ଶାରୀରିକ ଅସୁସ୍ଥତା, ମାନସିକ ଅଶାନ୍ତି, ଆର୍ଥିକ କ୍ଷୟକ୍ଷତି, ଶତ୍ରୁପୀଡାରୁ ମୁକ୍ତି ପାଇବା ପାଇଁ ବିଧି ପୂର୍ବକ ଶିବ ପୂଜାର୍ଚ୍ଚନା କରି ମହା ମୃତ୍ୟୁଞ୍ଜୟ ମନ୍ତ୍ର ' ଓଁ ତ୍ର୍ୟମ୍ବକଂ ୟଜାମହେ, ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନଂ ଉର୍ବାରୁକମୈବ ବନ୍ଧନାତ୍ ମୃତ୍ୟେ।ମୂର୍କ୍ଷୀୟ ମାମୃତାତ୍ '୧୦୮ ଥର ଜପ କରନ୍ତୁ ।
- ରୁଦ୍ରାଷ୍ଟକ ପାଠ କଲେ ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ବହୁତ୍ ସୌଭାଗ୍ୟ ପ୍ରଦହେବ।
ଧନୁ ରାଶି
- 'ଓଁ ନମଃ ଶିବାୟ' ୧୦୮ଥର ଜପ କରନ୍ତୁ ଆପଣଙ୍କର ସମସ୍ୟା ଧୀରେ ଧୀରେ ଦୂରୀଭୂତ ହେବ ।
- ଶିବରାତ୍ରି ଦିନ 'ଓଁ ରାମେଶ୍ଵରାୟ ନମଃ' ଏବଂ ‘ଓ ମଙ୍ଗଳେଶ୍ଵରାୟ ନମଃ’ ମନ୍ତ୍ର ଜପ କରନ୍ତୁ । ଏହାଦ୍ୱାରା ଶିବ ପ୍ରସନ୍ନ ହୋଇଥାନ୍ତି ଏବଂ ବିଶେଷ ଫଳ ପ୍ରଦାନ କରିଥାନ୍ତି ।
- ସିବାଷ୍ଟକ ପାଠ କରିଲେ କଷ୍ଟ ନାଶ ହେବ। ନତୁବା ସହଜ ସରଳରେ “ଶ୍ରୀ ଶଙ୍କରାୟ ନମଃ” ମନ୍ତ୍ର ଜପ କରିବା ଆବଶ୍ୟକ।
ମକର ରାଶି
- ୧୦୮ଥର ' ଓଁ ନମଃ ଶିବାୟ' ବା ଶ୍ରୀ ଶିବଙ୍କର ଗାୟତ୍ରୀ - 'ଓଁ ମହାଦେବାୟ ବିଦ୍ମହେ ରୁଦ୍ର ମୂର୍ତ୍ତୟେ ଧୀମହି ତନ୍ନୋ ଶିବ ପ୍ରଚୋଦୟାତ୍ ' ମନ୍ତ୍ର ଜପ ଜରନ୍ତୁ, ଦେଖିବେ ମଙ୍ଗଳ ହେବ ।
- ଏହାସହିତ ଶିବ ସହସ୍ର ନାମ ଏବଂ 'ଓଁ ଭୌମେଶ୍ଵରାୟ ନମଃ ' ମନ୍ତ୍ର ଜପ କରନ୍ତୁ । ଏହାଦ୍ୱାରା ଶିବ ପ୍ରସନ୍ନ ହୋଇଥାନ୍ତି ଓ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।
- “ପାର୍ବତିନାଥାୟେ ନମଃ” ମନ୍ତ୍ର ଜପ କରିବା ଆବଶ୍ୟକ।
କୁମ୍ଭ ରାଶି
- ଓଁ ନମଃ ଶିବାୟ ବା 'ଓଁ ତ୍ର୍ୟମ୍ବକଂ ୟଜାମହେ, ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନଂ ଉର୍ବାରୁକମୈବ ବନ୍ଧନାତ୍ ମୃତ୍ୟେ।ମୂର୍କ୍ଷୀୟ ମାମୃତାତ୍ ' ୧୦୮ ଥର ଜପ କରନ୍ତୁ।
- ଏହାସହିତ 'ଓଁ ଅଙ୍ଗାରେଶ୍ଵରାୟ ନମଃ’ ମନ୍ତ୍ର ଜପ କରନ୍ତୁ । ଏହାଦ୍ୱାରା ସମସ୍ତ ଦୁଃଖ, ଶୋକ ଦୂର ହେବ । ପରିବାରରେ ସୁଖ, ଶାନ୍ତି ପୂରିଉଠିବ ।
- ଶିବାଷ୍ଟକ ପାଠ କରିବା ଉଚିତ୍। ନତୁବା ସହଜ ସରଳରେ “କାଳେ ଶ୍ଵରାୟ ନମଃ” ମନ୍ତ୍ର ଜପ କରିବା ଆବଶ୍ୟକ।
ମୀନ ରାଶି
- 'ଓଁ ଭୌମେଶ୍ଵରାୟ ନମଃ' , 'ଓଁ ନମଃ ଶିବାୟ ' ବା ' ଶିବ ପଞ୍ଚାକ୍ଷର ସ୍ତୋତ୍ର ' ୧୦୮ଥର ପାଠ କରନ୍ତୁ ଦେଖିବେ ଜୀବନ ସୁଖମମ୍ଭ ଓ ମଧୁମୟ ହୋଇ ଉଠିବ |
- ଏହାସହିତ ‘ଶିବ ସହସ୍ରନାମ’ ଜପ କରନ୍ତୁ । ଏହାଦ୍ୱାରା ସମସ୍ତ ବିପଦ ଦୂର ହୋଇ ସୁଖ ଓ ଐଶ୍ଚର୍ଯ୍ୟ ବୃଦ୍ଧି ହେବ |
- ଚନ୍ଦନ ମାଳରେ ୧୦୮ ଥର ପଞ୍ଚାକ୍ଷରି ମନ୍ତ୍ର “ନମଃ ଶିବାୟ” ର ଜପ କରିବା ଆବଶ୍ୟକ।

0 Comments
Do you have any doubts or suggestions? Ask them here in the comments!