ମହାଶିବରାତ୍ରି ଦିନ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ ପ୍ରିୟ ସାମଗ୍ରୀ

ମହାଶିବରାତ୍ରି ଦିନ ଶିବଲିଙ୍ଗରେ ନିଶ୍ଚୟ ଅର୍ପଣ କରନ୍ତୁ ପ୍ରିୟ ସାମଗ୍ରୀ

ଫାଲଗୁନ ମାସର କୃଷ୍ଣ ଚତୁର୍ଦ୍ଦଶୀ ମହାଦେବଙ୍କ ସବୁଠାରୁ ପ୍ରିୟ ତିଥି । ଏହି ତିଥିରେ ଯିଏ ପୂଜାକରେ ଏବଂ ମହାଦେବଙ୍କ ପ୍ରିୟ ଦ୍ରବ୍ୟ ପ୍ରଦାନ କରିବା ସହ ଅଭିଷେକ କରେ, ତା'ର ମନୋକାମନା ପୂରଣ ହୋଇଥାଏ । ସେଥିପାଇଁ ଏହି ଦିନ ପବିତ୍ର ଜଳ, କ୍ଷୀର, ମହୁ ପ୍ରଭୃତିରେ ଜଳାଭିଷେକ ସହ ଦୁଦୁରା ଫୁଲ, ବେଲପତ୍ର, ପାନପତ୍ର, ଶସ୍ୟ, ସିନ୍ଦୂର ଆଦି ଶିବଙ୍କୁ ପ୍ରଦାନ କରିବା ବିଧି ରହିଛି । 

ଶ୍ରଦ୍ଧାର ସହ ମହାଶିବରାତ୍ରି ବ୍ରତ ପାଳନ କଲେ ସବୁ ମନୋସ୍କାମନା ପୂରଣ ହୋଇଥାଏ ବୋଲି କୁହାଯାଏ । ଶିବ ଭକ୍ତଙ୍କ ପାଇଁ ମହାଶିବରାତ୍ରିର ବିଶେଷ ମହତ୍ତ୍ୱ ରହିଛି । ପୌରାଣିକ କଥା ଅନୁସାରେ ଶିବରାତ୍ରି ଦିନ ମହାଦେବଙ୍କୁ ଆରାଧନା କଲେ ଇଚ୍ଛାନୁସାରେ କାମ ହୋଇଥାଏ । ଭକ୍ତ ନାନା ପ୍ରକାରେ ମହାଦେବଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା କରିଥାନ୍ତି । 

ଶିବରାତ୍ରି ଦିନ ଶିବଲିଙ୍ଗରେ ଜଳାଭିଷେକ କରିବାର ବିଶେଷ ମହତ୍ତ୍ୱ ରହିଛି । କୁହାଯାଏ ଯେ ଭଗବାନ ଶିବ କେବଳ ଜଳ ଅର୍ପଣ କଲେ ବି ସନ୍ତୁଷ୍ଟ ହୋଇଯାନ୍ତି । କିନ୍ତୁ ଯଦି ଆପଣ କିଛି ବିଶେଷ ମନୋସ୍କାମନା ପାଇଁ ଶିବରାତ୍ରି ବ୍ରତ କରୁଛନ୍ତି ତାହେଲେ ଏମିତି କିଛି ଜିନିଷ ଯାହା ଶିବଙ୍କୁ ଅର୍ପଣ କରି ଆପଣ ଶିବଙ୍କ ବିଶେଷ କୃପା ପ୍ରାପ୍ତ କରିପାରିବେ ।

ଶିବରାତ୍ରି ଦିନ କ'ଣ ଅର୍ପଣ କରିବେ ଭଗବାନ ଶିବଙ୍କୁ ଆସନ୍ତୁ ଜାଣିବା

1. ଜଳ

  1. ଶିବରାତ୍ରି ଦିନ 'ଓଁ ନମଃ ଶିବାୟ' ମନ୍ତ୍ର କୁ ଜପ କରି ଭଗବାନ ଶିବଲିଙ୍ଗ ଉପରେ ଜଳ ଢାଳିଲେ ଆପଣଙ୍କ ସବୁ ଚିନ୍ତା ଦୂର କରନ୍ତି  |
  2. ଯଦି ଆପଣଙ୍କ ପାଖରେ କିଛି ନାହିଁ ତାହେଲେ ନିର୍ମଳ ଜଳରେ ଭଗବାନ ଶିବଙ୍କ ଜଳାଭିଷେକ କରିପାରିବେ । ପରିବାରର କୌଣସି ସଦସ୍ୟଙ୍କୁ ଜ୍ୱର ହେଉଥିଲେ ଶିବଲିଙ୍ଗରେ ଜଳ ଅର୍ପଣ କରିବା ଉଚିତ ବୋଲି କୁହାଯାଏ ।
  3. ଶିବ ପୁରାଣରେ ବର୍ଣ୍ଣନା ହୋଇଛି ଭଗବାନ ଶିବ ହେଉଛନ୍ତି ସ୍ଵୟଂ ଜଳ । ଶିବ ଉପରେ ଜଳ ଚଢ଼ାଇବାର ମହତ୍ତ୍ୱ ସମୁଦ୍ର ମନ୍ଥନ ସହିତ ଜଡ଼ିତ । ଅଗ୍ନି ସମାନ ବିଷ ପିଇବା ପରେ ଶିବଙ୍କ କଣ୍ଠ ଏକଦମ୍ ନୀଳ ପଡ଼ିଯାଇଥିଲା । ବିଷର ଉଷ୍ଣତାକୁ ଶାନ୍ତ କରିବା ପାଇଁ ଶିବଙ୍କୁ ଶୀତଳତା ପ୍ରଦାନ କରିବା ଦରକାର । ଏଥିପାଇଁ ସମସ୍ତ ଦେବୀ-ଦେବତା ତାଙ୍କୁ ଜଳ ଅର୍ପଣ କରିଥିଲେ । ଏଥିପାଇଁ ଜଳାଭିଷେକ କଲେ ଭଗବାନ ଶିବ ଭକ୍ତ ଉପରେ ସନ୍ତୁଷ୍ଟ ହୋଇଥାନ୍ତି ।

2. କ୍ଷୀର

  1. ଭଗବାନ ଶିବଙ୍କୁ କ୍ଷୀରରେ ଅଭିଷେକ କଲେ ବହୁତ ଲାଭ ମିଳିବ ଓ ଶାରୀରିକ ରୋଗ ଦୂର ହେବ |
  2. କ୍ଷୀରରେ ଚିନି ମିଶାଇ ଶିବଲିଙ୍ଗରେ ଅର୍ପଣ କଲେ ମସ୍ତିସ୍କ ତେଜ ହୋଇଥାଏ ଓ ମନ ମୁତାବକ ଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି ।
  3. ଶ୍ରାବଣ ମାସରେ କ୍ଷୀର ପିଇବା ନିଷେଧ କ୍ଷୀର ଏହି ମାସରେ ସ୍ୱାସ୍ଥ୍ୟ ପକ୍ଷେ ହିତକାରୀ ନ ହେଇ କ୍ଷତିକାରୀ ହୋଇଥାଏ । ଏଣୁ ଶ୍ରାବଣ ମାସରେ କ୍ଷୀର ନ ପିଇ ଶିବଙ୍କୁ ଅର୍ପଣ କରିବାର ବିଧାନ ରହିଛି । 
  4. ଅନ୍ୟ ଏକ ଦିଗରୁ ଜଣାଯାଏ, ବିଷ ପାନ କରି ଭଗବାନ ଶିବ ଅତିଷ୍ଠ ହୋଇପଡ଼ିଲେ, ଏହି ସମୟରେ ଅନ୍ୟ ଦେବୀ-ଦେବତା ତାଙ୍କ ଉପରେ କ୍ଷୀର ଓ ପାଣି ଢ଼ାଳି ତାଙ୍କୁ ସନ୍ତୁଷ୍ଟ କରିଥିଲେ । ଏଣୁ କ୍ଷୀର ତାଙ୍କର ପ୍ରିୟ । କ୍ଷୀରରେ ତାଙ୍କୁ ଅଭିଷେକ କଲେ ସେ ଶୀଘ୍ର ସନ୍ତୁଷ୍ଟ ହୋଇଥାନ୍ତି ।

3. ଗଙ୍ଗାଜଳ

ଶିବଲିଙ୍ଗରେ ଗଙ୍ଗାଜଳ ଅର୍ପଣ କଲେ ଭୌତିକ ସୁଖ ପ୍ରାପ୍ତ ହେବା ସହ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି ।

4. ଚିନି

ଘର ପରିବାରର ସୁଖ ସମୃଦ୍ଧି ପାଇଁ ଭଗବାନ ଶିବଙ୍କୁ ଚିନି ଅର୍ପଣ କରନ୍ତୁ |

5. ଘିଅ

  1. ଆପଣଙ୍କୁ ଶକ୍ତି ପ୍ରାପ୍ତ ପାଇଁ ଓ ସନ୍ତାନ ସୁଖ ପ୍ରାପ୍ତି ପାଇଁ ଭଗବାନ ଶିବଲିଙ୍ଗ ଉପରେ ଘିଅ ଢ଼ାଳିବା ଉଚିତ |
  2. ଶାରୀରିକ ଦୁଃଖ ଓ ଦୁର୍ବଳତାରୁ ମୁକ୍ତି ପାଇବାକୁ ଶିବଲିଙ୍ଗରେ ଶୁଦ୍ଧ ଗୁଆ ଘିଅ ଅର୍ପଣ କରିବା ଉଚିତ ବୋଲି କୁହାଯାଏ।

6. ଭାଙ୍ଗ

  1. ଭଗବାନ ଶିବଙ୍କୁ ଭାଙ୍ଗ ଅର୍ପଣ କରିବା ଦ୍ୱାରା ଆଶୀର୍ବାଦ ମିଳିଥାଏ |
  2. ଶିବ ସର୍ବଦା ଧ୍ୟାନମଗ୍ନ ରହିଥାନ୍ତି । ଭାଙ୍ଗ ଧ୍ୟାନ କେନ୍ଦ୍ରିତ କରିବାରେ ସହାୟକ ହୋଇଥାଏ । ଏହାଦ୍ୱାରା ସେ ସର୍ବଦା ପରମାନନ୍ଦରେ ରହିଥାନ୍ତି । ସମୁଦ୍ର ମନ୍ଥନରୁ ବାହାରିଥିବା ବିଷକୁ ପାନ କରି ସଂସାରକୁ ଧ୍ୱଂସ ମୁଖରୁ ରକ୍ଷା କରିଥିଲେ । ଏହି ସମୟରେ ସେ ଭାଙ୍ଗ ପିଇଥିଲେ । ଏହା ଔଷଧର କାମ କରିଥିଲା । ଏଣୁ ଭଗବାନ ଶିବ ଭାଙ୍ଗରେ ସନ୍ତୁଷ୍ଟ ହୋଇଥାନ୍ତି ।

7.ଚନ୍ଦନ 

  1. ମନୋକାମନା ପୂରଣ ପାଇଁ ଭଗବାନ ଶିବଲିଙ୍ଗ ଉପରେ ଚନ୍ଦନ ଲଗାଇବା ଉଚିତ |
  2. ଚନ୍ଦନର ସମ୍ବନ୍ଧ ଶୀତିଳତା ସହିତ ଜଡ଼ିତ । ଭଗବାନ ଶିବଙ୍କ ମସ୍ତକରେ ଚନ୍ଦନ ତ୍ରିପୁଣ୍ଡ ଲଗାଯାଏ। ଚନ୍ଦନ ପ୍ରୟୋଗ ଦ୍ୱାରା ବାୟୁମଣ୍ଡଳର ବାତାବରଣ ସୁଗନ୍ଧ ହୋଇଥାଏ । ଯଦି ଭଗବାନ ଶିବଙ୍କୁ ଚଦନ ଲାଗି କରିବେ, ଭଗବାନ ସନ୍ତୁଷ୍ଟ ହେବା ସହ ସମାଜରେ ମାନ ସମ୍ମାନ ଯଶ ବଢ଼ିବ

8. କେସର

କେସର ଅର୍ପଣ ଦ୍ୱାରା ସବୁ ସମସ୍ୟା ଦୂର ହୋଇଥାଏ |   

9. କେତକୀଫୁଲ

  1. ଏହିଦିନ ଭଗବାନ ଶିବଙ୍କ ଉପରେ କେତକୀଫୁଲ ଚଢ଼ାଯିବାର ବିଧି ରହିଛି ।
  2. କେତକୀ ଫୁଲ ଅଭିଶାପ ପାଇଥିବାରୁ ଏହି ଗୋଟିଏ ଦିନ ଠାକୁରଙ୍କୁ ଦିଆଯାଏ | ଅନ୍ୟଦିନେ ଅନ୍ୟ ଠାକୁର ବା ଶିବ ଠାକୁରଙ୍କୁ ଏହି ଫୁଲ ଅର୍ପଣ କରାଯାଏ ନାହିଁ |

10. ଶମି ପତ୍ର ଓ ବିଭିନ୍ନ ଫୁଲ

  1. ବିଶ୍ୱାସ ରହିଛି ଯେ ଦୁଃଖକଷ୍ଟରୁ ମୁକ୍ତି ପାଇବାକୁ ଶିବଲିଙ୍ଗରେ ଶମି ପତ୍ର, 
  2. ସୁଖମୟ ବୈବାହିକ ଜୀବନ ପାଇଁ ମଲି ଫୁଲ,
  3.  ଧନଧାନ୍ୟ ପାଇଁ ଜୁହି ଫୁଲ
  4. ସୁଖ ସମୃଦ୍ଧି ପାଇଁ ପାରିଜାତ ଫୁଲ ବା ଗଙ୍ଗଶିଉଳି ଫୁଲ ଅର୍ପଣ କରିବା ଉଚିତ ।

11. ଅରଖ ଫୁଲ

  1. ଅରଖ ଫୁଲ ମହାଦେବଙ୍କର ଅତି ପ୍ରିୟ । ଶାସ୍ତ୍ର ଅନୁସାରେ ଶିବ ପୂଜାରେ ଅରଖ ଫୁଲ ଚଢ଼ାଇବା ଦ୍ଵାରା ସୁନା ଦାନ କରିବାର ଫଳ ମିଳିଥାଏ ।
  2. ଏହା ସହିତ ଶିବ ପୁରାଣ ଅନୁସାରେ ଭଗବାନ ଶିବଙ୍କୁ  ଶିବଲିଙ୍ଗପୁଷ୍ପ, ଗୟଶ, ମୁଚୁକୁନ୍ଦଫୁଲ, କନିଅର,ନାଗଚମ୍ପା  ଅତି ପ୍ରିୟ ଅଟେ।

12. ଦୁଦୁରା ଫୁଲ ଓ ଗହମ

  1. ବିଶ୍ୱାସ ରହିଛି ଯେ ଶିବଲିଙ୍ଗରେ ଦୁଦୁରା ଫୁଲ ଓ ଗହମ ଅର୍ପଣ କଲେ ଯୋଗ୍ୟ ସନ୍ତାନ ପ୍ରାପ୍ତି ହୋଇଥାଏ ।
  2. ଭଗବାନ ଶିବଙ୍କଠାରେ  ୧୦୮ଦୁଦୁରା ଫୁଲ ମଧ୍ୟ ଅର୍ପଣ କରିବା ଆବଶ୍ୟକ। ଦୁଦୁରା ଫୁଲ ଚଢ଼ାଇଲେ ପ୍ରଭୁ ସହଜରେ ସନ୍ତୁଷ୍ଟ ହୋଇଥାନ୍ତି । 
  3. ପୁରାଣରେ ଅନୁଯାୟୀ ଭଗବାନ ଶିବ କୈଳାସ ପର୍ବତରେ ରହନ୍ତି । ଏହା ଅତ୍ୟନ୍ତ ଥଣ୍ଡା କ୍ଷେତ୍ର । ଏଠାରେ ଏପରି ଆହାର ଓ ଔଷଧ ଦରକାର, ଯାହା ଶରୀରକୁ ଉଷ୍ମତା ପ୍ରଦାନ କରିବ । ବୈଜ୍ଞାନିକ ଦୃଷ୍ଟିରୁ ଦୁଦୁରା ମଞ୍ଜିକୁ ସାମାନ୍ୟମାତ୍ରାରେ ନେଲେ ଏହା ଔଷଧର କାମ କରିଥାଏ ଓ ଶରୀର ଭିତରୁ ଗରମ ରଖିଥାଏ । 
  4. ଧାର୍ମିକ ଦୃଷ୍ଟିରୁ ଦେବୀ ଭଗବତ୍ ପୁରାଣରେ ବର୍ଣ୍ଣନା ହୋଇଛି- ଶିବ ସାଗର ମନ୍ଥନରୁ ବାହାରିଥିବା ହଳାହଳ ବିଷକୁ ପାନ କରି ବ୍ୟାକୁଳ ହୋଇଉଠିଥିଲେ । ସେହି ସମୟରେ ଅଶ୍ୱିନୀ କୁମାର ଭାଙ୍ଗ, ଦୁଦୁରା ମଞ୍ଜି, ବେଲ ଆଦି ଔଷଧ ମାଧ୍ୟମରେ ଶିବଙ୍କର ବ୍ୟାକୁଳତା ଦୂର କରିଥିଲେ । ଏହି ସମୟରୁ ଶିବଙ୍କର ଭାଙ୍ଗ ଓ ଦୁଦୁରା ପ୍ରିୟ ।

13. ରୁଦ୍ରାକ୍ଷ

  1. ଭଗବାନ ଶିବ ରୁଦ୍ରାକ୍ଷର ଉତ୍ପତ୍ତି  ଦେବୀ ପାର୍ବତୀଙ୍କୁ କହିଥିଲେ । ଏକ ସମୟ ଥିଲା ଭଗବାନ ଶିବ ଏକ ହଜାର ବର୍ଷ ପର୍ଯ୍ୟନ୍ତ ସମାଧିରେ ଥିଲେ । ସମଧି ପୂର୍ଣ୍ଣ ହେବା ପରେ ତାଙ୍କର ମନ ବାହର ଜଗତକୁ ଆସିଲା । 
  2. ସେତେବେଳେ ଜଗତର କଲ୍ୟାଣ କାମନା କରୁଥିବା ମହାଦେବ ତାଙ୍କର ଆଖି ବନ୍ଦ କରିଥିଲେ । ସେ ସମୟରେ ତାଙ୍କ ଆଖିରୁ ଜଳ ବିନ୍ଦୁ ପୃଥିବୀ ଉପରେ ପଡ଼ିଥିଲା । ସେଥିରୁ ରୁଦ୍ରାକ୍ଷ ବୃକ୍ଷ ଉତ୍ପନ୍ନ ହୋଇଥିଲା । ଶିବଙ୍କ ଇଚ୍ଛାରେ ଭକ୍ତଙ୍କ ହିତ ପାଇଁ ସମଗ୍ର ଦେଶରେ ଏହା ଉତ୍ପନ୍ନ ହେଲା । ଯେଉଁ ବ୍ୟକ୍ତି ଶିବଙ୍କର ଅତି ପ୍ରିୟ ରୁଦ୍ରାକ୍ଷ ଧାରଣ କରେ ତାଙ୍କ ଉପରେ ଶିବ ସନ୍ତୁଷ୍ଟ ହୋଇଥାନ୍ତି ।

14. ମହୁ

ନିଜ ବାଣୀକୁ ମଧୁର କରିବା ପାଇଁ ମହୁ ଅର୍ପଣ କରନ୍ତୁ |  

15. ବେଲପତ୍ର

  1. ପୌରାଣିକ ବିଶ୍ୱାସ ଅନୁଯାୟୀ ଶିବଲିଙ୍ଗରେ ବେଲପତ୍ର ଅର୍ପଣ କଲେ ଶିବଙ୍କ ମସ୍ତକ ଶୀତଳ ରହେ । ବେଲପତ୍ରରେ ଶିବଙ୍କୁ ପୂଜା କଲେ ଦରିଦ୍ରତା ଦୂର ହୋଇଥାଏ ଓ ବ୍ୟକ୍ତି ସୌଭାଗ୍ୟଶାଳୀ ହୋଇଥାନ୍ତି ।
  2. ବେଲପତ୍ର ତ୍ରିଶାଖା ହୋଇଥିବାରୁ ଏହାକୁ ଭଗବାନଙ୍କ ନେତ୍ରର ପ୍ରତୀକ ବୋଲି କୁହାଯାଏ । ଏଣୁ ତିନି ପତ୍ର ଥିବା ବେଲପତ୍ର ଶିବଙ୍କର ଅତିପ୍ରିୟ । ପ୍ରଭୁ ଆଶୁତୋଷଙ୍କ ପୂଜା ଓ ଅଭିଷେକରେ ବେଲପତ୍ରର ପ୍ରଥମ ସ୍ଥାନ ରହିଥାଏ । ମହାଶିବରାତ୍ରୀ ଦିନ ଭଗବାନ ଶିବଙ୍କୁ ୧୦୮ବେଲପତ୍ର ଅର୍ପଣ କରିବା ଆବଶ୍ୟକ। 
  3. ଋଷିମାନେ କହିଛନ୍ତି ଯେ ବେଲପତ୍ର ଭୋଳାନାଥଙ୍କଠାରେ ଚଢ଼ାଇବା ଦ୍ଵାରା ୧ କୋଟି କନ୍ୟାଦାନର ଫଳ ମିଳିଥାଏ । 

16. ଆଖୁ ରସ

ଶିବଲିଙ୍ଗରେ ଆଖୁ ରସ ଅର୍ପଣ କଲେ ବା ଆଖୁ ରସରେ ଅଭିଷେକ କଲେ ସାଂସାରିକ ସୁଖ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି  ।

17. ଭସ୍ମ

  1. ଭସ୍ମର ଅର୍ଥ ପବିତ୍ରତା । ଭଗବାନ ଶିବ ଏକ ମୃତ ବ୍ୟକ୍ତିକୁ ଜଳା ହୋଇଥିବା ଚିତାରେ ଖୋଜିଥାନ୍ତି । ଉକ୍ତ ଭସ୍ମ କୁ ଛାତିରେ ଲଗାଇ ତାକୁ ପବିତ୍ରତାର ସମ୍ମାନ ଦେଇଥାନ୍ତି । କୁହାଯାଏ, ଶରୀର ଉପରେ ଭସ୍ମ ଲଗାଇ ଭଗବାନ ଶିବ ନିଜକୁ ମୃତ ବ୍ୟକ୍ତିର ଆତ୍ମା ସହିତ ଜୋଡ଼ିଥାନ୍ତି । ବ୍ୟକ୍ତି ମୃତ୍ୟୁ ପରେ ତା’ର ସମସ୍ତ ମୋହ, ମାୟା ତ୍ୟାଗ କରିଥାଏ । ନା ତା’ର ଦୁଃଖ, ନା’ ସୁଖ, ଭଲ ଓ ମନ୍ଦ କିଛି ବି ନଥାଏ । ଏଥିପାଇଁ ତା’ର ଭସ୍ମ ପବିତ୍ର । ଏଥିରେ କୌଣସି ଗୁଣ - ଅବଗୁଣ ନଥାଏ । ଏଣୁ ଏହି ଭସ୍ମ କୁ ଭଗବାନ ଶିବ ତାଙ୍କ ହୃଦୟରେ ଲଗାଇ ସମ୍ମାନୀତ କରିଥାନ୍ତି । 
  2. ଅନ୍ୟ ଏକ ଦିଗରୁ ପତ୍ନୀ ସତୀ ସ୍ୱୟଂ ଅଗ୍ନିରେ ଝାସ ଦେଇଥିଲେ । ଶିବ କ୍ରୋଧିତ ହୋଇ ତାଙ୍କର ଭସ୍ମ କୁ ତାଙ୍କ ପତ୍ନୀଙ୍କର ଶେଷ ବସ୍ତୁ ଭାବି ଶରୀରରେ ବୋଲି ହୋଇପଡ଼ିଥିଲେ । ଏଥିପାଇଁ ମଧ୍ୟ ସତୀ ଭସ୍ମ ମାଧ୍ୟମରେ ଭଗବାନ ଶିବଙ୍କ ପାଖରେ ରହିଗଲେ | ଭସ୍ମକୁ ଘୃଣା ନକରି ସମ୍ମାନ ଦେଲେ ଶିବ କୃପା ମିଳେ | 

18. କର୍ପୂର

କର୍ପୂର ଭଗବାନ ଶିବଙ୍କର ଅତି ପ୍ରିୟ । ଏଥିପାଇଁ ତାଙ୍କୁ କର୍ପୂରଗୌରଂ ବୋଲି କୁହାଯାଏ । ଶିବ ହେଉଛନ୍ତି କର୍ପୂର ପରି ଉଜ୍ଜ୍ୱଳ । କର୍ପୂରର ସୁଗନ୍ଧ ବାତାବରଣକୁ ଶୁଦ୍ଧ ଓ ପବିତ୍ର କରିଥାଏ । ଭଗବାନ ଭୋଳାନାଥ ଏହି ବାସ୍ନାକୁ ବହୁତ ଭଲ ପାଇଥାନ୍ତି । ଏଣୁ ଶିବ ପୂଜାରେ କର୍ପୂରକୁ ସାମିଲ କଲେ ଶିବ ସନ୍ତୁଷ୍ଟ ହୋଇଥାନ୍ତି ।

19.ଚାଉଳ ବା ଅକ୍ଷତ

  1. ଚାଉଳକୁ ଅକ୍ଷତ କୁହାଯାଏ । ଅକ୍ଷତ ଅର୍ଥ ଭାଙ୍ଗି ନଥିବା । ଏହାର ରଙ୍ଗ ଧଳା । ପୂଜାରେ ଅକ୍ଷତର ଉପଯୋଗ ଅନିବାର୍ଯ୍ୟ । କୌଣସି ବି ପୂଜା ସମୟରେ ମୁରୁଜ, ଅଭିର, ହଳଦୀ ଓ ତିଳକ ଉପଯୋଗ ସହିତ ଅକ୍ଷତ ଚାଉଳ ଉପଯୋଗ ଏକାନ୍ତ ଆବଶ୍ୟକ । 
  2. ଚାଉଳ ନଥିଲେ ଶିବ ପୂଜା ପୂର୍ଣ୍ଣ ହୋଇନଥାଏ । ଯଦି ପୂଜାରେ ଅନ୍ୟ କୌଣସି ସାମଗ୍ରୀ ଉପଲବ୍ଧ ହୋଇପାରୁ ନାହିଁ, ତାହାଲେ କେବଳ ଚାଉଳରେ ମଧ୍ୟ ପୂଜା କରନ୍ତୁ । ଏହାଦ୍ୱାରା ଭଗବାନ ସନ୍ତୁଷ୍ଟ ହେବେ |

20. ପଇଡପାଣି

ମହାଶିବରାତ୍ରୀ ଦିନ ଭଗବାନ ଶିବଙ୍କୁ ପଇଡ଼ପାଣି ଚଢେଇବା ଦ୍ଵାରା ବିଶେଷ ପୁଣ୍ୟ ପ୍ରାପ୍ତି ହେଇଥାଏ।

Post a Comment

0 Comments