ମହାଶିବରାତ୍ରୀରେ ତେଲ ଓ ବତିରେ ଦୀପ ଜଳାଇବା ପଛରେ କ'ଣ ରହିଛି କାରଣ ?

ମହାଶିବରାତ୍ରୀରେ ତେଲ ଓ ବତିରେ ଦୀପ ଜଳାଇବା ପଛରେ କ'ଣ ରହିଛି କାରଣ ?

ମହାଦେବ କେବଳ ଭକ୍ତିରେ ପ୍ରସନ୍ନ ହୋଇପାରନ୍ତି | ମହାଦେବଙ୍କ ପୂଜା ଲାଗି ବିଶେଷ ଦାମୀ ଦ୍ରବ୍ୟ ଆବଶ୍ୟକ ହୋଇନଥାଏ। ଦୀପ ଜ୍ୟୋତି ପରଂବ୍ରହ୍ମ ସ୍ଵରୂପ, ଦୀପଜ୍ୟୋତି ପାପନାଶନକାରୀ । ମହାଶିବରାତ୍ରି ଅବସରରେ ଦୀପ ଜଳାଇବାର ସ୍ଵତନ୍ତ୍ର ମହତ୍ତ୍ୱ ରହିଛି । ମନ୍ଦିର ବୂଡାକୁ ମହାଦୀପ ଉଠିବା ସହିତ ମହାଶିବରାତ୍ରି ବ୍ରତର ପରିସମାପ୍ତ ହୋଇଥାଏ । ଅନେକେ ମଧ୍ୟ ରାତ୍ରି ଉଜାଗର ରହି ଦୀପ ଜଳାଇଥାନ୍ତି । ଜୀବନରେ ଦୀପ ଜଳାଇବାର ମଧ୍ୟ ବିଶେଷ ପ୍ରଭାବ ରହିଛି । 

ଘିଅ ଓ ବିଭିନ୍ନ ତେଲ

  1. ଘିଅ ଦୀପ ଜଳାଇଲେ ପରିବାରରେ ସୁଖସମୃଦ୍ଧି ଆସିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ।
  2. ଜଡାତେଲରେ ଦୀପ ଜଳାଇବା ଦାମ୍ପତ୍ୟ ଜୀବନକୁ ସୁଖୀ ରଖେ ।
  3. ରାଶି ତେଲରେ ଜଳାଯାଉଥିବା ଦୀପ ରୋଗ ହରଣ କରିଥାଏ ।
  4. ନଡିଆ ତେଲ, ଘିଅ,ଜଡା ତେଲ, ନିମ ତେଲରେ ୪୭ଦିନ ପର୍ଯ୍ୟନ୍ତ ଦୀପ ଜଳାଇ ଦେବୀଙ୍କୁ ପୂଜା କଲେ ଦେବୀଙ୍କ ଆଶୀର୍ବ।ଦ ମିଳିଥାଏ ଏବଂ ଦାମ୍ପତ୍ୟ ଜୀବନରେ ସୁଖ, ସମୃଦ୍ଧି ବଢେ |
  5. ଭୋର୍‌ ୩ଟାରୁ ୫ଟା ପର୍ଯ୍ୟନ୍ତ ଦୀପ ଜଳାଇଲେ ପରିବାରର କଲ୍ୟାଣ ଏବଂ ସମୃଦ୍ଧି ହୋଇଥାଏ ।
  6. ଚାକିରି, ବିବାହ ତଥା ସନ୍ତାନ ଇଚ୍ଛା କରୁଥିଲେ ଏବଂ ଘରେ ସୁଖଶାନ୍ତି କାମନା କରୁଥିଲେ ଗୋଧୂଳି ବେଳାରେ ଦୀପ ଲଗାନ୍ତୁ ।

ଦୀପ

  1. ଗୋଟିଏ ଦୀପ ଲଗାଇଲେ ଆଶୀର୍ବାଦ ମିଳେ। 
  2. ଦୁଇଟି ଦୀପ ଲଗାଇବା ଦ୍ଵାରା ପରିବାରରେ ଏକତା ବଢିଥାଏ। 
  3. ତିନୋଟି ଦୀପ ଲଗାଇଲେ ସୁସନ୍ତାନ ପ୍ରାପ୍ତ ହୋଇଥାଏ ।
  4. ଚାରୋଟି ଦୀପ ଜଳାଇବା ଦ୍ୱାରା ଭୂ ସମ୍ପଭି ଏବଂ ପଶୁଧନ ବୃଦ୍ଧି ହୁଏ। 
  5. ପାଞ୍ଚଟି ଦୀପ ଏକାଠି ଲଗାଇଲେ ଧନପ୍ରାପ୍ତି ହେବା ସହ ସର୍ବମଙ୍ଗଳ ହୋଇଥାଏ ଏବଂ ପଞ୍ଚ ଦେବତାଙ୍କର ଆଶୀର୍ବାଦ ମିଳେ ।

ବତି

  1. ତୁଳା ବତିରେ ଦୀପ ଜଳାଇବା  ଶୁଭ ଫଳ ଦେଇଥାଏ |
  2. ପଦ୍ମନାଡର ତନ୍ତୁରେ ବତି ପ୍ରସ୍ତୁତ କରି ଦୀପ ଜଳାଇଲେ ପୂର୍ବପୁରୁଷମ।ନେ କରିଥିବା ପାପ ବିନାଶ ହୋଇଥାଏ |
  3. ସେହିପରି କଦଳୀ ପଟୁଆର ସୁତାରେ ଦୀପ ଜଳାଇବା ଦ୍ଵାରା ପିତୃଶାପରୁ ମୁକ୍ତି ମିଳେ, ସନ୍ତାନ ଯୋଗ୍ୟ ହୁଅନ୍ତି ଏବଂ ସୁଖଶାନ୍ତି ପ୍ରାପ୍ତି ହୋଇଥାଏ ।
  4. ନୂଆ ହଳଦିଆ ଶାଢିକୁ ଚିରି ବତି ପ୍ରସ୍ତୁତ  କରି ଦୀପ ଜଳାଇଲେ ଶିବ-ପାର୍ବତୀଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ ଏବଂ ରୋଗ ଦୂର ହୋଇଥାଏ ।
  5. ନାଲି ଶାଢିରୁ ବତି କରି ଦୀପ ଜଳାଇଲେ ବାହାଘରରେ ହେଉଥିବା ବାଧା ଦୂର ହୁଏ ଏବଂ ସନ୍ତାନଜନିତ ସମସ୍ୟାର ସମାଧାନ ହୋଇ ସୁଖ ମିଳେ।
  6. ଧଳା କପଡାକୁ ଗୋଲାପ ଜଳରେ ଭିଜାଇବା ପରେ ଶୁଖାଇ ବତି ଜଳାଇଲେ ସୁଖସମୃଦ୍ଧ ବଢେ ।

Post a Comment

0 Comments