ଜୀବନରୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଶିବରାତ୍ରୀରେ କରନ୍ତୁ ଏହି ଉପାୟ

ଜୀବନରୁ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଶିବରାତ୍ରୀରେ କରନ୍ତୁ ଏହି ଉପାୟ

ଶିବପୁରାଣ ଅନୁସାରେ ମହାଶିବରାତ୍ରିଟି, ଚନ୍ଦ୍ର ଚକ୍ରରେ ଏହି ରାତ୍ର ସବୁଠାରୁ ଅନ୍ଧକାର । ଏହି ତିଥିରେ ସମସ୍ତ ଆଧ୍ୟାତ୍ମିକ ଶକ୍ତି ଜାଗ୍ରତ ହୋଇଥାନ୍ତି । ମହାଦେବ ଆଶୁତୋଷ । କେବଳ ଭକ୍ତର ଅନାବିଳ ଭକ୍ତିରେ ସନ୍ତୁଷ୍ଟ ହୋଇଯାଉଥିବା ଏହି ଦେବତାଙ୍କର ଆରାଧନା ତିଥିରେ କେତେକ ସାଧାରଣ ଉପାୟ କରନ୍ତୁ । ଜୀବନର ବିଭିନ୍ନ ସମସ୍ୟାର ସମାଧାନ ହୋଇଯିବ ।

ଭଗବାନ ଆଶୁତୋଷ ଯାହା ଉପରେ ପ୍ରସନ୍ନ ହୁଅନ୍ତି, ସେ ବ୍ୟକ୍ତିର ପ୍ରତ୍ୟେକ ମନସ୍କାମନା ପୂର୍ଣ୍ଣ ହୁଏ । ଭଗବାନଙ୍କୁ ପ୍ରସନ୍ନ କରିବା ଲାଗି ଅଭିଷେକ କରାଯାଏ । ଅଭିଷେକ କରିବା ଦ୍ୱାରା ବିଭିନ୍ନ ସମସ୍ୟା ଦୂର ହୋଇ ମାନସିକ ପୂର୍ଣ୍ଣ ହୁଏ । ପୁତ୍ର ସନ୍ତାନ ପାଇଁ ଦୁଗ୍ଧାଭିଷେକ, ସୁଖସମୃଦ୍ଧି ପାଇଁ ଶ୍ଵେତପୁଷ୍ପ ଅର୍ପଣ, ସର୍ବମନୋକାମନା ପୂରଣ ପାଇଁ ପଞ୍ଚାମୃତ ଏବଂ ପ୍ରେମ ପାଇଁ ଶିବ-ପାର୍ବତୀଙ୍କ ଯୁଗଳ ଆରାଧନା ଫଳପ୍ରଦ ହୋଇଥାଏ ବୋଲି ବିଶ୍ଵାସ କରାଯାଏ । 

ସେହିପରି ମହିଳାଙ୍କ ପାଇଁ ମହାଶିବରାତ୍ରିର ସ୍ଵତନ୍ତ୍ର ମହତ୍ତ୍ୱ ରହିଛି । ଏହି ଦିନ ବିବାହିତ ମହିଳାମାନେ ପରିବାରର ସୁଖ, ସମୃଦ୍ଧି, ସ୍ଵାସ୍ଥ୍ୟ ଓ ସୁଖ କାମନା କରି ଉପବାସ ସହ ଜାଗର ଜାଳି ଉଜାଗର ରହିଲେ ମନୋସ୍କାମନା ପୂରଣ ହୁଏ ଏବଂ ଅବିବାହିତାମାନଙ୍କୁ ଯୋଗ୍ୟ ସ୍ଵାମୀ ପ୍ରାପ୍ତ ହୁଏ ବୋଲି ବିଶ୍ଵାସ କରାଯାଏ ।

  1. ମହାଶିବରାତ୍ରିରେ ମହାଦେବଙ୍କ ବାହନ ନନ୍ଦି ବୃଷଭକୁ ଶ୍ରଦ୍ଧାରେ ସବୁଜ ଘାସ ଖୁଆନ୍ତୁ । ମହାମୃତ୍ୟୁଞ୍ଜୟ ମନ୍ତ୍ର ୧୦୮ଥର ଜପ କରିବେ । ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବା ସହ ଅଟକିଥିବା ଧନ ପ୍ରାପ୍ତ ହୁଏ |
  2. ଏହାଛଡା ମହାଶିବରାତ୍ରି ଦିନ 108 ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲେ ଜଣେ ବ୍ୟକ୍ତିକୁ ରୋଗରୁ ମୁକ୍ତି ମିଳେ ଏବଂ ଦୀର୍ଘାୟୁ ହୋଇଥାଏ |
  3.  ଗମ୍ଭୀର ରୋଗରେ ପୀଡିତ ଲୋକ ନିଶ୍ଚିନ୍ତ ଏହି ମନ୍ତ୍ରର ଜପ କରନ୍ତୁ, ଦେଖିବେ ଆପଣଙ୍କୁ ଏହାର ଶୁଭଫଳ ପ୍ରାପ୍ତ ହେବ ।
  4. ସୁଧ ଘିଅରେ ଅଭିଷେକ କଲେ ଧନ, ବୁଦ୍ଧି ଓ ଆୟୁଷ ବୃଦ୍ଧି ପାଏ । ଏହି ପୂଜାରେ ଭଗବାନ ଶିବ ପ୍ରସନ୍ନ ହେବା ସହ ମନସ୍କାମନା ପୂର୍ଣ୍ଣ ହୁଏ ।
  5. ଚାକିରି କିମ୍ବା ବ୍ୟବସାୟରେ ସମସ୍ୟା ଥିଲେ ତଥା ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିଲେ ମହାଶିବରାତ୍ରିରେ ଉପବାସ ରହି ଶିବଲିଙ୍ଗକୁ ମହୁରେ ଅଭିଷେକ କରାଇ ଡ଼ାଳିମ୍ବ ଫୁଲ ଅର୍ପଣ କରିବେ ।
  6. ଶତୃ ସମସ୍ୟା ସୃଷ୍ଟି କରୁଥିଲେ କିମ୍ବା କୌଣସି ମିଥ୍ୟା କେସ୍‌ରେ ପଡିଥିଲେ ଏହିଦିନ ଶିବଲିଙ୍ଗ ଉପରେ ଦୁଗ୍ଧାଭିଷେକ କରି ରୁଦ୍ରାକ ପାଠ କରନ୍ତୁ ।
  7. ଗ୍ରହ ଦୋଷ ଦୂର କରିବା ଲାଗି ମହାଶିବରାତ୍ରି ଦିନ ଶିବଲିଙ୍ଗ ଦୁଗ୍ଧାଭିଷେକ କରି ବିଧିବିଧାନରେ ପୂଜା କରିବା ସହ ଓଁ ନମ ଶିବାୟ ଏବଂ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବେ |
  8. ଗ୍ରହ ଅଶାନ୍ତି ଯୋଗୁଁ କୌଣସି ବ୍ୟକ୍ତି ବାଧାବିଘ୍ନର ସମ୍ମୁଖୀନ ହେଉଥିଲେ, ଶିବରାତ୍ରୀ ଦିନ ଭଗବାନ ଶିବଙ୍କୁ ଘିଅରେ ଅଭିଷେକ କରନ୍ତୁ । ଏହି ପୂଜାରେ ଶତୁଙ୍କର ନାଶ ହୋଇଥାଏ ।
  9. ଯଦି କୌଣସି ବ୍ୟକ୍ତିଙ୍କର ବିବାହରେ ସମସ୍ୟା ଆସୁଥାଏ, ମହାଶିବରାତ୍ରୀ ଦିନ ଆଖୁ ରସରେ ଭଗବାନ ଶିବଙ୍କୁ ଅଭିଷେକ କରନ୍ତୁ । ଏହାଦ୍ଵାରା ଶୀଘ୍ର ବିବାହ ହେବା ସହ ସୁଖ ସମୃଦ୍ଧି ପ୍ରାପ୍ତ ହୁଏ ।
  10. ବୈବାହିକ ଜୀବନରେ ସମସ୍ୟା ରହିଥିଲେ ମହାଶିବରାତ୍ରି ସଧଵା ମହିଳାଙ୍କୁ ସୁହାଗ ସନ୍ତକ ପ୍ରଦାନ କରନ୍ତୁ ଏବଂ ଅଭାବୀ ମହିଳାଙ୍କର ସହାୟତା କରନ୍ତୁ |
  11. ମହାଶିବରାତ୍ରାରେ ଭଗବାନ ଶିବଙ୍କୁ ମହୁରେ ଅଭିଷେକ କରିବା ଦ୍ଵାରା ସମସ୍ତ ପାପରୁ ମୁକ୍ତି ମିଳେ । ଏହି ଅଭିଷେକ କରିବା ଦ୍ଵାରା କରଜରୁ ମୁକ୍ତି ମିଳିଥାଏ । ପରିବାର ସଦସ୍ୟଙ୍କ ଭିତରେ ଭଲ ସମ୍ପର୍କ ରହେ । ।
  12. ସମସ୍ତ ସମସ୍ୟା ଦୂର କରିବା ପାଇଁ ଶିବରାତ୍ରୀରେ ଭଗବାନଙ୍କୁ ଦହିରେ ଅଭିଷେକ କରନ୍ତୁ । ସବୁ ସମସ୍ୟା ଓ କଷ୍ଟ ଦୂର ହେବ ।
  13. ମଣିଷଙ୍କ ଜୀବନରେ ବିଭିନ୍ନ ସମସ୍ୟା ଦୁଃଖକୁ ଦୂର କରିବା ପାଇଁ ଭଗବାନ ଶିବଙ୍କୁ କୌଣସି ପବିତ୍ର ନଦୀର ଜଳରେ ‘ଓଁ ନମଃ ଶିବାୟ' ମନ୍ତ୍ର ବୋଲି ଅଭିଷେକ କରନ୍ତୁ, ଦୁଃଖ ଦୂର ହେବ।
  14. ବିଶ୍ୱାସ ରହିଛି କ୍ଷୀରରେ ରୁଦ୍ରାଭିଷେକ କଲେ ଶୁଭଫଳ ମିଳିବା ସହ ସମସ୍ତ ମନୋକାମନା ପୂରଣ ହୋଇଥାଏ | ମହାଶିବରାତ୍ରୀରେ ଭଗବାନ ଶିବଙ୍କୁ କଞ୍ଚା କ୍ଷୀରରେ ଅଭିଷେକ କଲେ ଭଗବାନ ଶୀଘ୍ର ପ୍ରସନ୍ନ ହୁଅନ୍ତି । ଯେଉଁମାନଙ୍କର ସନ୍ତାନ ହେଉନଥାଏ ଏହି ଅଭିଷେକ କରିବା ଦ୍ଵାରା ସନ୍ତାନ ପ୍ରାପ୍ତ ହୁଏ ।
  15. ଭଗବାନ ଶିବଙ୍କ କୃପା ପାଇବା ପାଇଁ ଶିବରାତ୍ରୀ ଦିନ ଚନ୍ଦନରେ ଅଭିଷେକ କରିବାକୁ ଭୁଲନ୍ତୁ ନାହିଁ, କାରଣ ଶିବଲିଙ୍ଗରେ ଚନ୍ଦନ ଚଢ଼ାଇବା ଦ୍ଵାରା ସୌଭାଗ୍ୟ ବୃଦ୍ଧି ପାଇବା ସହ ସମାଜରେ ମାନ – ସମ୍ମାନ ପ୍ରାପ୍ତ ହୁଏ ।
  16. ଯେଉଁମାନେ ରୋଗରେ ପୀଡିତ ବା ଅସୁସ୍ଥ ରହୁଛନ୍ତି, କୌଣସି ବଡ ରୋଗ ପାଇଁ ଚିନ୍ତିତ ରହୁଛନ୍ତି ସେମାନେ କୁଶୋଦକ ଦ୍ଵାରା ରୁଦ୍ରାଭିଷେକ କରିବା ଆବଶ୍ୟକ ।
  17. ବିନା ବାଧା ଆସି କୌଣସି କାମ ସମ୍ପୂର୍ଣ କରିବାକୁ ଚାହୁଁଥିଲେ ତ୍ରିଥ ସ୍ଥାନର ନଦୀ ଜଳରେ ରୁଦ୍ରଭିଷେକ କରନ୍ତୁ ।
  18. ଆଖୁ ରସ ରେ ରୁଦ୍ରାଭିଷେକ କରିଲେ କାର୍ଯ୍ୟରେ ଦେଖାଦେଉଥିବା ବାଧା ସମାପ୍ତ ହୋଇଥାଏ ଏବଂ ବୈଭବରେ ବୃଦ୍ଧି ହୁଏ।

Post a Comment

0 Comments