ଇଶ୍ୱରାଭିମୁଖୀ ପାଇଁ ଶିବ ମନ୍ଦିର ସମ୍ମୁଖରେ ବାଲିପୀଠ ଓ ବ୍ୟାଘ୍ରଛାଲଯୁକ୍ତ ଆସନର କ'ଣ ରହିଛି ଭୂମିକା
ବ୍ୟାଘ୍ରଛାଲଯୁକ୍ତ ଆସନ
ଆସନ କହିଲେ ଆମେ ସାଧାରଣତଃ ବାଘଛାଲ, ମୃଗଛାଲ, କମ୍ବଳ ଆସନ, କୁଶ ଆସନ, ବସ୍ତ୍ର ଆସନ ଇତ୍ୟାଦିକୁ ବୁଝୁ । ଗ୍ରୁହସ୍ଥମାନେ କମ୍ବଳ ଆସନ ବା ବସ୍ତ୍ର ଆସନରେ ବସନ୍ତି । ସିଦ୍ଧିଯୋଗୀ ବା ମୁନିଋଷି ଯୋଗୀମାନେ ମୃଗଛାଲ ବା ବାଘଛାଲ ଉପରେ ବସନ୍ତି । ଭଗବାନ ଶିବ ହେଉଛନ୍ତି ପରମଯୋଗ, ଯୋଗୀଶ୍ରେଷ୍ଠ, ତେଣୁ ତାଙ୍କର ଆସନ ବ୍ୟାଘ୍ରଛାଲ । ଭଗବାନଙ୍କୁ ପାଇବା ପାଇଁ ଦିବ୍ୟ ଆସନ ବା ଦିବ୍ୟ ସାଧନା ଆବଶ୍ୟକ । ଧ୍ୟାନ ମାଧ୍ୟମରେ ପ୍ରଭୁପ୍ରେମରେ ମନକୁ ମିଶାଇବା ପାଇଁ ବ୍ୟାଘ୍ରଛାଲଯୁକ୍ତ ଆସନ ସର୍ବୋକୃଷ୍ଟ । ଯାହାଦ୍ୱାରା ମନ ଚେତନା ଇଶ୍ୱରାଭିମୁଖୀ ହୁଏ ।
ଧ୍ୟାନ ସମୟରେ ଶରୀର ଭିତରେ ସଞ୍ଚିତ ଥିବା କିରଣ ଆସନକୁ ଭେଦକରି ମାଟିରେ ମିଶିପାରେ ନାହିଁ । ତେଣୁ ଧ୍ୟାନ ସମୟରେ ଶରୀର ଓ ବସିବା ସ୍ଥାନ ମଝିରେ ଏକ ଆସନର ଆବଶ୍ୟକତା ରହିଛି । ଭଗବାନ ଶିବ ବ୍ୟାଘ୍ରଛାଲ ଉପରେ ବସି ମାନବ ସମାଜ ଯଥା ମୁନିଋଷିମାନଙ୍କୁ ଦର୍ଶାଇଛନ୍ତି ଭଗବାନଙ୍କୁ ପାଇବା ଓ ଅଭୀଷ୍ଟ ପୂରଣ ହେବାକୁ ହେଲେ, ବ୍ୟାଘ୍ରଛାଲ ଯୁକ୍ତ ଆସନ ସବୁଠାରୁ ଉକୃଷ୍ଟ |
ଶିବ ମନ୍ଦିର ସମ୍ମୁଖରେ ବାଲିପୀଠ


0 Comments
Do you have any doubts or suggestions? Ask them here in the comments!