ଦ୍ଵାଦଶ ଜ୍ୟୋତିର୍ଲିଙ୍ଗର ମହତ୍ତ୍ୱ
ଶୈବ ପରମ୍ପରାରେ ଜ୍ୟୋତିର୍ଲିଙ୍ଗକୁ ମହାଦେବଙ୍କ ସାକ୍ଷାତ ସ୍ଵରୂପ ଭାବେ ବିବେଚନା କରାଯାଏ । ଏମାନେ ସ୍ଵୟଂଭୂ, ଅର୍ଥାତ- ଆବିର୍ଭୁତ, ନିର୍ମିତ ନୁହନ୍ତି । ଭାରତର ୧୨ଟି ସ୍ଥାନରେ ଜ୍ୟୋତିର୍ଲିଙ୍ଗ ପୀଠ ରହିଛି ।
ସନତ୍ କୁମାର କହୁଛନ୍ତି, ହେ ଋଷିଗଣ ଦେବାଧିଦେବ ମହାଦେବ ୧୨ଟି ସ୍ଥାନରେ ବାରଗୋଟି ଜ୍ୟୋତିର୍ଲିଙ୍ଗ ରୂପ ଧାରଣ କରି ପ୍ରତ୍ୟକ୍ଷ ବିରାଜମାନ କରିଛନ୍ତି । ପ୍ରଭୁ ଭୋଳାନାଥ ଭକ୍ତର ମନଜାଣି ସ୍ୱୟଂ ଦେଖାଦିଅନ୍ତି । ଯେଉଁ ଭକ୍ତ ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ ଦର୍ଶନ କରେ ତାର ସମସ୍ତ ପାପ ମୋଚନ ହୁଏ | ତା’ର ସମସ୍ତ ମଙ୍ଗଳ ହୁଏ । ମହାଦେବଙ୍କର ସେହି ଦ୍ଵାଦଶ ଜ୍ୟୋତିର୍ଲିଙ୍ଗ କ୍ଷେତ୍ର ସମଗ୍ର ସଂସାରରେ ଦ୍ୱାଦଶ ମହାକ୍ଷେତ୍ର ନାମରେ ଖ୍ୟାତ । ମହାଦେବ ବାରୋଟି ସ୍ଥାନରେ ଯେଉଁ ଜ୍ୟୋତିର୍ଲିଙ୍ଗ ରୂପରେ ବିରାଜମାନ କରିଛନ୍ତି, ସେ ଜ୍ୟୋତିଲିଙ୍ଗର ନାମ ଶୁଣ । ତାହା ହେଲା-
୧. ସୋମନାଥ----------ଗୁଜରାଟ-----------ଗୁଜୁରାଟରୁ କାଠିଆବାଡ଼ରେ ଶ୍ରୀସୋମନାଥ
୨. ମଲ୍ଲିକାର୍ଜୁନ----------ଆନ୍ଧ୍ରପ୍ରଦେଶ-------ଆନ୍ଧ୍ରର ଶ୍ରୀଶୈଳପର୍ବତରେ ଶ୍ରୀମଲ୍ଲିକାର୍ଜୁନ ।
୩. ମହାକାଳେଶ୍ୱର-------ମଧ୍ୟପ୍ରଦେଶ--------ମଧ୍ୟପ୍ରଦେଶର ଊଜ୍ଜୈନରେ ଶ୍ରୀମହାକାଳେଶ୍ଵର |
୪. ଓଁ କାରେଶ୍ୱର-----------ମଧ୍ୟପ୍ରଦେଶ----------ମଧ୍ୟପ୍ରଦେଶର ନର୍ମଦା ନଦୀ ତଟରେ ଶ୍ରୀଓଁକାରେଶ୍ଵର ।
୫ ନାଗେଶ୍ୱର---------ଗୁଜରାଟ-------------ଗୁଜୁରାଟର ଦାରୁକାକାନନରେ ଶ୍ରୀନାଗେଶ୍ଵର ।
୬. ବୈଦ୍ୟନାଥ------------ଝାଡଖଣ୍ଡ--------------ବିହାରର ଦେଓଗଡ଼ଠାରେ ଶ୍ରୀବୈଦ୍ୟନାଥ |
୭. ଭୀମଶଙ୍କର----------ମହାରାଷ୍ଟ୍ର---------ଗୌହାଟୀର ବ୍ରହ୍ମପୁର ପର୍ବତରେ ଶ୍ରୀଭୀମେଶ୍ଵର ।
୮.ତ୍ର୍ୟମ୍ବକେଶ୍ଵର-------ମହାରାଷ୍ଟ୍ର---------------ମହାରାଷ୍ଟ୍ରର ନାସିକଠାରେ ଶ୍ରୀତ୍ରୈମ୍ବକେଶ୍ଵର ।
୯. ଘୁଷ୍ମେଶ୍ୱର---------ମହାରାଷ୍ଟ୍ର----------ମହାରାଷ୍ଟ୍ରର ଦୌଲତାବାଦ ନିକଟରେ ଶ୍ରୀଘୁଶ୍ମେଶ୍ଵର
୧୦. କେଦାରନାଥ-----ଉତ୍ତରାଖଣ୍ଡ----------ହିମାଳୟର କେଦାର ଶୃଙ୍ଗରେ ଶ୍ରୀକେଦାରେଶ୍ଵର ।
୧୧.କାଶୀବିଶ୍ଵନାଥ------ଉତ୍ତରପ୍ରଦେଶ---------କାଶୀ ଧାମରେ ଶ୍ରୀବିଶ୍ଵେଶ୍ଵର ।
୧୨. ରାମେଶ୍ୱର------------ତାମିଲନାଡୁ-----------ରାମେଶ୍ଵରମ୍ରେ ଶ୍ରୀରାମେଶ୍ୱର । ନାମରେ ବିରାଜମାନ ହୋଇଛନ୍ତି ।


0 Comments
Do you have any doubts or suggestions? Ask them here in the comments!