ଭଗବାନ ଶିବଶଙ୍କରଙ୍କ ଠାରେ 3 ଅଙ୍କର ରହସ୍ୟ (ତ୍ରିଶୂଳ-ତିଳକ-ତ୍ରିନେତ୍ର)

ଭଗବାନ ଶିବଶଙ୍କରଙ୍କଠାରେ 3 ଅଙ୍କର ରହସ୍ୟ (ତ୍ରିଶୂଳ-ତିଳକ-ତ୍ରିନେତ୍ର)

ଭଗବାନ ଶିବଶଙ୍କରଙ୍କ ତ୍ରିଶୂଳ ଓ ତିଳକ ଧାରଣ ଏବଂ ତାଙ୍କର ତ୍ରିନେତ୍ର ମାନବ ସମାଜକୁ ଦେଇଥାଏ କିଛି ଶିକ୍ଷଣୀୟ ବାର୍ତ୍ତା |

ତ୍ରିଶୂଳ

1. ତ୍ରିଶୂଳ ଭଗବାନଙ୍କ ବାମ ହସ୍ତରେ ଶୋଭା ପାଇଥାଏ । ତ୍ରିଶୂଳ ହେଉଛି ତ୍ରିଗୁଣାତ୍ମକ ଭାବ। ତାତ୍ତ୍ୱିକ ଦୃଷ୍ଟିରୁ ବିଚାର କଲେ ତ୍ରିଶୂଳର ବେଣ୍ଟ ହେଉଛି ବ୍ରହ୍ମର ପ୍ରତୀକ, ତ୍ରିଶୂଳର ବେଣ୍ଟ ଗୋଟିଏ । ଅର୍ଥାତ୍ ଏକବ୍ରହ୍ମ ଦ୍ଵିତୀୟ ନାସ୍ତି । ଭଗବାନ ମହାଦେବ ହେଉଛନ୍ତି ଏକବ୍ରହ୍ମର କର୍ତ୍ତା । ତ୍ରିଶୂଳର ତିନିମୁନ । ଏହା ତ୍ରିଗୁଣ ଯଥା – ସତ୍ତ୍ୱ, ରଜ ଓ ତମ । ଭଗବାନ ଶିବ ତ୍ରିଗୁଣ ତାପରେ ବିଜୟ ପ୍ରାପ୍ତକରି ତ୍ରିଶୂଳକୁ ହାତ ମୁଠାରେ ରଖି ବ୍ରହ୍ମରେ ଲୀନ ଅଛନ୍ତି । 

2. ଏହାଦ୍ୱାରା ଭଗବାନ ସୂଚାଉଛନ୍ତି ଯେ, ଯେଉଁ ଆଠତତ୍ତ୍ୱରୁ ଜୀବଜଗତ ସୃଷ୍ଟି, ତନ୍ମଧ୍ୟରୁ ପ୍ରକୃତିର ତ୍ରିଗୁଣାତ୍ମକ ଭାବ ପ୍ରତ୍ୟେକ ଜୀବଶରୀରରେ ଅଛି । ଭଗବାନଙ୍କ ତ୍ରିଶୂଳ ସୂଚନା ଦିଏ ହେ ଜୀବଜଗତ, ତୁମ ଚଞ୍ଚଳ ମନକୁ ସ୍ଥିର କର । ତାହାକୁ ଈଶ୍ଵର ତତ୍ତ୍ୱରେ ଲଗାଅ । ବୁଦ୍ଧି ସହିତ ବିବେକକୁ ସଂଯୋଗ କର । ଏହାଦ୍ଵାରା ଆତ୍ମଜ୍ଞାନ ଲାଭ ହେବା ସହିତ ବ୍ରହ୍ମ ଦର୍ଶନ ହୋଇପାରିବ ।

ତିଳକ

1. ଭଗବାନ ଶିବ ତାଙ୍କୁ କପାଳରେ ତିନୋଟି ଧଳାଗାର ଭସ୍ମ ବା ବିଭୂତି ଧାରଣ କରିଥାନ୍ତି । ଏହାକୁ ତ୍ରିପୁଣ୍ଡକ କୁହାଯାଏ ।
2. ଏହାର ବିଶେଷତ୍ୱ ହେଉଛି, ତଳଆଡୁ ପ୍ରଥମ ଗାରର ଅର୍ଥ ହେଘଛି ନିଜ ଭିତରେ ଥିବା ଅହଂଭାବକୁ ପରିତ୍ୟାଗ କରିବା, 
3. ଦ୍ଵିତୀୟ ଗାରର ବିଶେଷତ୍ୱ ହେଉଛି ଫଳକୁ ଆଶା ନରଖି କର୍ମ କରିବା ଏବଂ 
4. ତୃତୀୟ ଗାରର ବିଶେଷତ୍ୱ ହେଉଛି ତିନି ବାସନା ବା ଇଚ୍ଛାକୁ ବର୍ଜନ କରିବା । ସେହି ତିନିଇଚ୍ଛା ହେଉଛି, ଭୂସମ୍ପତ୍ତିର ଇଚ୍ଛା, କାମିନୀ ପ୍ରାପ୍ତିର ଇଚ୍ଛା ଏବଂ ସୁବର୍ଣ୍ଣ ପ୍ରାପ୍ତିର ଇଚ୍ଛା ।

ତ୍ରିନେତ୍ରୀ

1. ଭଗବାନ ଶିବଙ୍କୁ ତ୍ରିନେତ୍ରୀ ବୋଲି କୁହାଯାଏ । କାରଣ ତାଙ୍କର ତିନୋଟି ନେତ୍ର । 

2. ତାଙ୍କର ତୃତୀୟ ନେତ୍ର ଭଗବାନଙ୍କର କପାଳର ମଧ୍ୟ ସ୍ଥଳରେ ବିରାଜମାନ । ସେହି ତୃତୀୟ ନେତ୍ର ହେଉଛି ଜ୍ଞାନଚକ୍ଷୁ, ବ୍ରହ୍ମଚକ୍ଷୁ, ବିଶ୍ଵଦର୍ଶନର ଚକ୍ଷୁ, ସଂହାର ଚକ୍ଷୁ । 

3. ଭଗବାନ ଶିବ ରାଗିଲେ ସେହି ତୃତୀୟ ନେତ୍ର ମଧ୍ୟରେ ବିଶ୍ୱକୁ ହଟଚମଟ ସୃଷ୍ଟି କରିଥାନ୍ତି । ତାହାରି ମାଧ୍ୟମରେ କ୍ଷଣିକ ମଧ୍ୟରେ ଧ୍ଵଂସ କରିଦେଇ ପାରନ୍ତି । 

4. ମାତ୍ର ଶାନ୍ତଥିଲେ, ସେହି ତୃତୀୟ ନେତ୍ର ଦ୍ଵାରା ସମଗ୍ର ବିଶ୍ଵକୁ କଲ୍ୟାଣ ପ୍ରଦାନ କରନ୍ତି ।

5. ଶିବଙ୍କର ଦକ୍ଷିଣଚକ୍ଷୁ ସୂର୍ଯ୍ୟ ଚକ୍ଷୁ । ଏହା ଆୟୁଷ, ବୁଦ୍ଧି, ବିବେକ ବୈରାଗ୍ୟ ପ୍ରଦାୟକ।

6. ଶିବଙ୍କର ବାମଚକ୍ଷୁ ଚନ୍ଦ୍ରଚକ୍ଷୁ । ଏହା ମାନସିକ ଶାନ୍ତି, ଶୀତଳତା ଓ ଅଶୀର୍ବାଦସୂଚକ । 

7. ଶିବଙ୍କର ତୃତୀୟ ଚକ୍ଷୁ ଅଗ୍ନିଚକ୍ଷୁ । ଏହା ଜ୍ଞାନ ପ୍ରଦାୟକ, ସଂହାର ଓ ସର୍ଜନା  ଉଭୟ ନେତ୍ର କର୍ମଦାୟକ |

Post a Comment

0 Comments