ଶୀତରେ ସୁସ୍ଥ ହୃତପିଣ୍ଡ ପାଇଁ

ଶୀତରେ ସୁସ୍ଥ ହୃତପିଣ୍ଡ ପାଇଁ

ପ୍ରତ୍ୟେକ ଋତୁ କିଛି ନା କିଛି ରୋଗ ନେଇ ଆସେ । ସେହିପରି ଶୀତଋତୁ ମଧ୍ୟ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଏ । ଏହିଦିନରେ ତାପମାତ୍ରା ହ୍ରାସ ଯୋଗୁଁ ପ୍ରାୟ ଥଣ୍ଡା, ଜ୍ଵର, ଆଲର୍ଜି ଉପରେ ଧ୍ୟାନ ରଖନ୍ତି । ହେଲେ ବିଶେଷଜ୍ଞଙ୍କ ଅନୁଯାୟୀ ଶୀତରେ ହୃଦରୋଗୀ ଅଧିକ ଯତ୍ନଶୀଳ ହେବା ଦରକାର । କାରଣ ଏଦିନରେ ହୃଦ୍‌ଘାତ ଆଶଙ୍କା ଅଧିକ ।

ଶୀତଦିନେ ହୃଦ୍‌ଘାତ ଅଧିକ ହେବାର ମୁଖ୍ୟ କାରଣ ହେଉଛି ବାୟୁମଣ୍ଡଳରେ ତାପମାତ୍ରା ହ୍ରାସ । ହୃତ୍‌ପିଣ୍ଡ ଅଧିକ କାର୍ଯ୍ୟ କରି ଶରୀରର ତାପମାତ୍ରା ଓ ବାହାରର ତାପମାତ୍ରାରେ ସନ୍ତୁଳନ ଆଣିବାରେ ଚେଷ୍ଟା କରେ । ହେଲେ ବାୟୁମଣ୍ଡଳର ତାପମାତ୍ରା କମ୍ ହେତୁ ଧମନୀ ସଙ୍କୁଚିତ ହୋଇଯାଏ । ଫଳରେ ହୃତ୍‌ପିଣ୍ଡକୁ ରକ୍ତପ୍ରବାହ ଓ ଅମ୍ଳଜାନ ପ୍ରବାହ ହ୍ରାସ ପାଏ । ଏହାଦ୍ୱାରା ହୃଦଘାତର ଆଶଙ୍କା ବଢ଼ିଯାଏ।

କମ୍ ବୟସ୍କଙ୍କଠାରେ ହୃଦ୍‌ଘାତ ଆଶଙ୍କା ବଢ଼ିଛି

ହୃଦ୍‌ଘାତ କେବଳ ବୟସ୍କ ଲୋକଙ୍କୁ ହୁଏ ତାହାନୁହେଁ, ଆଜିକାଲି କମ୍ ବୟସ୍କଙ୍କଠାରେ ସମସ୍ୟା ଅଧିକ ଦେଖାଯାଉଛି । ଅନିୟମିତତା ଜୀବନଶୈଳୀ ପାଇଁ କମ୍ ବୟସ୍କ ପିଲା ଓ ବ୍ୟକ୍ତି ହୃଦ୍‌ଘାତର ଶିକାର ହେଉଛନ୍ତି । ଏକ ସର୍ଭେରୁ ଜଣାପଡ଼ିଥିଲା, ଭାରତରେ ୩୦ରୁ ୫୦ ବର୍ଷ ବୟସ୍କଙ୍କ ମଧ୍ୟରୁ ପ୍ରତି ମିନିଟ୍ ରେ ଚାରି ଜଣ ମୃତ୍ୟୁ ମୁଖରେ ପଡୁଛନ୍ତି । ଭାରତରେ ପ୍ରାୟ ୨୫ ପ୍ରତିଶତ ଲୋକ ୪୦ ବର୍ଷରୁ କମ୍ ବୟସ୍କ ହୃଦ୍ ଘାତରେ ମୃତ୍ୟୁ ମୁଖରେ ପଡୁଥିବାବେଳେ ୩୦ ବର୍ଷ ବୟସ୍କ ଯୁବା ପ୍ରତି ଦିନ ଜଣେ ମୃତ୍ୟୁମୁଖରେ ପଡୁଛନ୍ତି ।

ହୃଦ୍‌ଘାତର କାରଣ

ଗ୍ରୀଷ୍ମ ଅପେକ୍ଷା ଶୀତଦିନେ ଭାରତୀୟଙ୍କ ସହିତ ପାଶ୍ଚାତ୍ୟ ଦେଶର ଲୋକମାନେ ମଧ୍ୟ ହୃଦ୍‌ଘାତରେ ଅଧିକ ଶିକାର ହୋଇଥାନ୍ତି । ବାୟୁମଣ୍ଡଳରେ ତାପମାତ୍ରା  ହ୍ରାସ ହେବା ସହିତ ଶାରୀରିକ ପରିଶ୍ରମ ହ୍ରାସ, ବାୟୁ ପ୍ରଦୂଷଣ, ପାର୍ଶ୍ଵପ୍ରତିକ୍ରିୟା ଓ ଅସ୍ୱାଭାବିକ ଶୈଳୀରେ ଖାଦ୍ୟ ଗ୍ରହଣ ଓ ରକ୍ତଜମାଟ ହେବା, ଉଚ୍ଚ ରକ୍ତଚାପ, କୋଲେଷ୍ଟରଲ ସ୍ତର ଅଧିକ, ଡାଇବେଟିସ୍, କମ୍ ଶାରୀରିକ ପରିଶ୍ରମ, ମେଦବହୁଳ, ଚିନ୍ତା ଓ ବଂଶଗତ ଆଦି ହୃଦ୍‌ଘାତର ମୁଖ୍ୟ କାରଣ ।

ଲକ୍ଷଣ

ହୃଦ୍‌ଘାତ ହେବାର ମୁଖ୍ୟ ଲକ୍ଷଣ ହେଉଛି ଛାତି ଯନ୍ତ୍ରଣା ହେବା ଓ ଛାତି ଭାରି ଲାଗିବା, କେତେକ ସମୟରେ ଗୋଟିଏ କିମ୍ବା ଦୁଇ ବାହୁରେ ଯନ୍ତ୍ରଣା ହେବା, ପାଟି ହାଡ଼ରେ ଯନ୍ତ୍ରଣା ହେବା, ପିଠି, ପେଟ କିମ୍ବା ବେକରେ ଯନ୍ତ୍ରଣା ହେବା ଆଦି ଲକ୍ଷଣ ଦେଖାଯାଏ । ବିଶେଷ କରି ଡାଇବେଟିସ୍ ରୋଗୀ, ବୟସ୍କ ବ୍ୟକ୍ତିଠାରେ ହୃଦ୍‌ଘାତର ଆଶଙ୍କା ଅଧିକ ଥାଏ । ହୃଦ୍‌ଘାତ ଅଧିକ ଆଶଙ୍କା ଥିବା ବ୍ୟକ୍ତିଠାରେ ହଠାତ୍ କିଛି ଲକ୍ଷଣ ଦେଖାଯାଏ, ଯେପରି ଲମ୍ବା ନିଶ୍ୱାସ ନେଇପାରନ୍ତି ନାହିଁ, ବ|ନ୍ତି ବାନ୍ତି ଲାଗିବା, ବାନ୍ତି ହୋଇଯିବା ଓ କିଛି କିଛି ସମୟରେ ଝାଳ ବାହାରିବା ଆଦି ଲକ୍ଷଣ ଦେଖାଯାଏ । ସମୟ ସମୟରେ ପାଟି ଶୁଖିଯିବା, ପରିସ୍ରା ଗାଢ଼ ରଙ୍ଗର ହେବା, ମାଂସପେଶୀ ଯନ୍ତ୍ରଣା ହେବା,ତ୍ୱଚା ଶୁଖୁଯିବା, ହୃଦସ୍ପଂଦନ ବଢ଼ିଯିବା, ମୁଣ୍ଡବୁଲାଇବା ଆଦି ସମସ୍ୟା ମଧ୍ୟ ଦେଖାଯାଏ ।

ବଦଳାନ୍ତୁ ଜୀବନଶୈଳୀ

ଶୀତଦିନରେ ହୃଦ୍‌ଘାତରୁ ରକ୍ଷା ପାଇବା ପାଇଁ ଜୀବନଶୈଳୀକୁ ପରିବର୍ତ୍ତନ କରନ୍ତୁ । ଉଚ୍ଚ ରକ୍ତଚାପ ଓ ଡାଇବେଟିସ୍‌ ନିୟନ୍ତ୍ରଣରେ ରଖନ୍ତୁ । ଧୂମପାନ ଓ ମଦ୍ୟପାନଠାରୁ ଦୂରେଇ ରୁହନ୍ତୁ । ତନ୍ତୁଜାତୀୟ ଖାଦ୍ୟ ଖାଆନ୍ତୁ । ଗରମ ପୋଷାକ ପିନ୍ଧନ୍ତୁ । ପ୍ରଦୂଷଣଠାରୁ ନିଜକୁ ରକ୍ଷା କରନ୍ତୁ, ନିୟମିତ ଭାବରେ ଡାକ୍ତରୀ ଚେଅରେ ରୁହନ୍ତୁ । ଭିଟାମିନ୍-ଡି ସପ୍ଲିମେୟ ଖାଆନ୍ତୁ । ପ୍ରଚୁରମାତ୍ରାରେ ଫଳ ଓ ସବୁଜ ପନିପରିବା ଖାଆନ୍ତୁ । ମେଦ ହ୍ରାସ କରି ହୁତପିଣ୍ଡ ପ୍ରତି ଟିକେ ସତର୍କ ରହିବା ଦରକାର ।

ବ୍ୟାୟାମ କରନ୍ତୁ

ଶୀତଦିନେ ଶାରୀରିକ କ୍ରିୟା ଅନ୍ୟଦିନ ଅପେକ୍ଷା ନିଷ୍କ୍ରିୟ ହୋଇପଡ଼େ । ଏଣୁ ଏ ଦିନରେ ଶାରୀରିକ ପରିଶ୍ରମ ତଥା ବ୍ୟାୟାମ କରିବା ଏକାନ୍ତ ଆବଶ୍ୟକ ଶାରୀରିକ ନିଷ୍କ୍ରିୟତା ବୃଦ୍ଧି ଯୋଗୁଁ ହୃଦ୍‌ଘାତ ଆଶଙ୍କା ବଢ଼ିଯାଏ। ଏଣୁ ବ୍ୟାୟାମ କରିବା ଅବା ପ୍ରାତଃ ଭ୍ରମଣ କିମ୍ବା ସାଇକେଲିଂ କରିବା ଦ୍ଵାରା ରକ୍ତ ସଞ୍ଚାଳନ ବୃଦ୍ଧି ପାଇଥାଏ । ଏହାଦ୍ୱାରା ହୃତ୍‌ପିଣ୍ଡକୁ ରକ୍ତ ପ୍ରବାହ ବୃଦ୍ଧି ପାଇବା ହେତୁ ହୃତ୍‌ପିଣ୍ଡ ସୁସ୍ଥ ରହେ ।

ଶରୀରକୁ ଗରମ ରଖନ୍ତୁ

ଶୀତଦିନେ ଅତ୍ୟଧିକ ଥଣ୍ଡା ଲାଗୁଥିଲେ ଶରୀରକୁ ଉଷୁମ ରଖୁବା ପାଇଁ ଗରମ ପୋଷାକ ପିନ୍ଧନ୍ତୁ । ବାହାରକୁ ବାହାରିବା ସମୟରେ ସମ୍ପୂର୍ଣ ଶରୀରକୁ ଗରମ ପୋଷାକରେ ଜାକି ରଖନ୍ତୁ । ଏହାସହିତ ଗରମ ଚା, ଅଦା ଚା, ଗରମ ପାଣି, କଫି ଆଦି ପାନ କରନ୍ତୁ ଉଷୁମ ଉଷୁମ ଖାଦ୍ୟ ଖାଆନ୍ତୁ ।

Post a Comment

0 Comments