ଶୀତଦିନେ ନିୟମିତ ପିଅନ୍ତୁ ହଳଦୀ ପାଣି
ବର୍ତ୍ତମାନର ଦୁନିଆରେ ବହୁତ କମ ବୟସ ମଧ୍ୟରେ ଲୋକମାନଙ୍କୁ ବହୁତ ବଡ ବଡ ରୋଗର ସମ୍ମୁଖୀନ ହେବାକୁ ପଢୁଛି । ଖାଦ୍ୟର ସ୍ଵାଦ ବଢ଼ାଇବା ପାଇଁ ଆମେ ପ୍ରତିଦିନ ବ୍ୟବହାର କରୁଥିବା ହଳଦୀ ଶରୀର ପାଇଁ ମଧ୍ୟ ଅତି ଉତ୍ତମ ହୋଇଥାଏ । ଶରୀରରୁ କ୍ଷତିକାରକ ତତ୍ତ୍ୱ ନିଷ୍କାସିତ କରିବାରେ ଏହା ସାହାଯ୍ୟ କରେ । ତ୍ୱଚାର ଚମକ ବଢ଼ାଇବାରେ ମଧ୍ୟ ହଳଦୀ ସହାୟକ ହୋଇଥାଏ । ପ୍ରତିଦିନ ହଳଦୀ ସେବନ କରିବା ଦ୍ୱାରା ପେଟର କୃମି ରୋଗ ମଧ୍ୟ ଉପଶମ ହୋଇଥାଏ ।
ତେବେ ଅନ୍ୟଦିନ ଅପେକ୍ଷା ଶୀତଦିନେ ହଳଦୀ ସେବନ ଖୁବ୍ ଲାଭଦାୟକ ହୋଇଥାଏ । ହଳଦୀ ପାଣି ପିଇବାଦ୍ୱାରା ଶରୀରର ଅନ୍ୟ ଗମ୍ଭୀର ରୋଗ ମଧ୍ୟ ଭଲ ହୁଏ । ଆସନ୍ତୁ ଜାଣିବା ହଳଦୀ ପାଣିର ପ୍ରସ୍ତୁତି ବିଧି ଓ ଏହାର ଉପକାରିତା...
ହଳଦୀ ପାଣି ପ୍ରସ୍ତୁତି କରିବା ବିଧି
- ଏକ ପାତ୍ରରେ କପେ ପାଣି ନେଇ ଗରମ କରନ୍ତୁ ।
- ଏବେ ଏଥିରେ ଦୁଇ ଚିମୁଟା ହଳଦୀ ପକାଇ ଭଲଭାବେ ଫୁଟାନ୍ତୁ ।
- ସ୍ୱାଦ ବଢ଼ାଇବା ପାଇଁ ଏଥିରେ ଆପଣ ମହୁ ଓ ଲେମ୍ବ ମଧ୍ୟ ମିଶାଇ ପାରିବେ ।
- ପ୍ରତିଦିନ ଏହି ପାଣି ପିଇବା ଦ୍ୱାରା ଶରୀରର ବର୍ଜ୍ୟବସ୍ତୁ ନିଷ୍କାସିତ ହୋଇଥାଏ ।
- ଆପଣ ଚାହିଁଲେ ଶୀତଦିନେ ମିଳୁଥିବା କଞ୍ଚା ହଳଦୀକୁ ମଧ୍ୟ ବ୍ୟବହାର କରିପାରିବେ ।
- ଆପଣ ଚାହିଁଲେ ଗରମ ପାଣି କିମ୍ବା କ୍ଷୀରରେ ହଳଦୀ ଗୁଣ୍ତ ମିଶାଇ ମଧ୍ୟ ପିଇପାରିବେ।
- ତେବେ ଆସନ୍ତୁ ଜାଣିବା ଗରମ ପାଣିରେ ହଳଦୀ ଗୁଣ୍ତ ମିଶାଇ ପିଇଲେ କେଉଁସବୁ ଲାଭ ମିଳିଥାଏ |
1. ଆଣ୍ଠୁଗଣ୍ଠି ପୀଡ଼ାରୁ ଦିଏ ମୁକ୍ତି
- ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ଏବେ ଏକ ସାଧାରଣ ସମସ୍ୟା । ଅନ୍ୟଦିନ ଅପେକ୍ଷା ଶୀତଦିନେ ଏହି ସମସ୍ୟା ଅଧିକ ଦେଖାଦିଏ। ଏହି ସମସ୍ୟାରୁ ମୁକ୍ତି ପାଇବାକୁ ହଳଦୀ ପାଣି ପିଅନ୍ତୁ । ହଳଦୀରେ ଥିବା ଆଣ୍ଟି-ଇନ୍ଫ୍ଲେମେଟୋରୀ ଗୁଣ ଶରୀର ଲାଲ୍ ପଡ଼ିବା ଓ ଆଣ୍ଠୁଗଣ୍ଠି ପରି ସମସ୍ୟା ଦୂର ହୋଇଥାଏ ।
- ଆପଣଙ୍କ ଆଣ୍ଠୁଗଣ୍ଠି ଫୁଲି ଯାଉଛି, ତା ହେଲେ ଆପଣ ସବୁଦିନ ନିଶ୍ଚୟ ହଳଦୀ ପାଣିର ସେବନ କରନ୍ତୁ । କିଛି ଲୋକଙ୍କର ଆଣ୍ଠୁଗଣ୍ଠି ଫୁଲିଯିବାରୁ ସେହି ସ୍ଥାନର ଟିସୁ ନଷ୍ଟ ହୋଇଯାଇଥାଏ, ତେଣୁ ଯଦି ଆପଣ ହଳଦୀ ପାଣିର ସେବନ କରିବେ ତା ହେଲେ ଏହା ଅପଣଙ୍କ ନଷ୍ଟ ଟିସୁକୁ ବହୁତ ଶୀଘ୍ର ଠିକ କରିଥାଏ ଓ ଆପଣ ପୂର୍ବପରି ସୁସ୍ଥ ଅନୁଭବ କରିବେ |
2. କ୍ଷତ ସ୍ଥାନକୁ ପୂରଣ କରେ
- ହଳଦୀରେ ବ୍ୟାକ୍ଟେରିଆ ବିନାଶକାରୀ ଗୁଣ ରହିଥିବାରୁ ହଳଦୀ ଖାଇଲେ ଶରୀରରେ କୌଣସି ଖଣ୍ଡିଆ ହେଲେ ଶୀଘ୍ର ଶୁଖିଯାଇଥାଏ ।ଏଥିରେ ଥିବା ଆଣ୍ଟିସେପ୍ଟିକ ଗୁଣ ଶରୀରର ଆଭ୍ୟନ୍ତରୀଣ କ୍ଷତକୁ ମଧ୍ୟ ଭଲ କରିଥାଏ । ହଳଦୀ ଆଣ୍ଟିବାୟୋଟିକ୍ ଭାବେ ମଧ୍ୟ କାମ କରିଥାଏ ।
- ଯଦି ଆପଣଙ୍କ ଶରୀରର କୌଣସି ସ୍ଥାନରେ ଆଘାତ ଲାଗିଛି, ତା ହେଲେ ଆପଣ ନିଶ୍ଚୟ ହଳଦୀ ପାଣିର ସେବନ କରନ୍ତୁ । ବନ୍ଧୁଗଣ ହଳଦୀରେ କ୍ଷତ ସ୍ଥାନକୁ ଶୀଘ୍ର ପୂରଣ କରିବାର ବିଶେଷ ଗୁଣି ରହିଥାଏ । ତେଣୁ ଯଦି ଆପଣ ହଳଦୀ ପାଣିର ସେବନ କରିବେ ତା ହେଲେ ଆପଣବ କ୍ଷତ ସ୍ଥାନ ବହୁତ ଶୀଘ୍ର ଭରିଯିବ ଓ ଆପଣ ସୁସ୍ଥ ଅନୁଭବ କରିବେ |
3. ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ
- ଭାରତରେ ସବୁ ବ୍ୟଞ୍ଜନରେ ହଳଦୀ ବ୍ୟବହାର କରାଯାଏ। ହଳଦୀରେ କରକ୍ୟୁମିନ୍ ନାମକ ତତ୍ତ୍ୱ ରହିଛି । ଏହା ଶରୀରର ଇମ୍ୟୁନିଟିକୁ ବୃଦ୍ଧି କରିବା ସହ ସମସ୍ତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ରୋଗ ଭଲ କରେ ।
- ହଳଦୀରେ ଲିପୋପୋଲିସାଚାରାଇଡ୍ ତତ୍ତ୍ୱ ରହିଛି | ଯଦି ଆପଣ ପ୍ରତିଦିନ ସଖାଳ ସମୟରେ ଖାଲି ପେଟରେ ହଳଦୀ ପାଣିର ସେବନ କରିବେ ତା ହେଲେ ଆପଣ ଥଣ୍ତା ଓ କାଶ ପରି ଭାଇରାଲ ଇନଫେକସନରୁ ବଞ୍ଚିକି ରହିବେ ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହିତ ଥଣ୍ତା, ଜ୍ୱରରୁ ଆପଣଙ୍କୁ ଦୂରେଇ ରଖିଥାଏ ।
4. ଓଜନ କମାଇବାରେ କରେ ସାହାଯ୍ୟ
- ଶୀଘ୍ର ଓଜନ କମାଇବାକୁ ଚାହୁଁଥିଲେ, ହଜମ ପ୍ରକିୟାକୁ ସଠିକ୍ ରଖିବା ଆବଶ୍ୟକ। ଏଥିପାଇଁ ଆପଣ ପ୍ରତିଦିନ ହଳଦୀ ପାଣି ପିଅନ୍ତୁ । ଏହା ମେଟାବଲିଜିମ୍ କୁ ବଢ଼ାଇବା ସହ ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିବ ।
- ହଳଦୀ ପାଣି ଶରୀରରେ ଜମା ହେଉଥିବା ଅତିରିକ୍ତ ଫ୍ୟାଟ୍କୁ ଜମା ହେବାକୁ ଦେଇନଥାଏ ଏବଂ ଶରୀରର ଓଜନ କମ୍ ରଖିଥାଏ |
5. କିଡ଼ନୀ ଷ୍ଟୋନ୍
କିଡ଼ନୀ ଷ୍ଟୋନ୍ ଭଲ କରିବାକୁ ଚାହୁଁଥିଲେ, ପ୍ରତିଦିନ ସକାଳେ ଖାଲି ପେଟରେ ହଳଦୀ ଓ ଗରମ ପାଣି ପିଅନ୍ତୁ । କେବଳ ଷ୍ଟୋନ୍ ନୁହେଁ, କ୍ୟାନସର୍, କୋଲେଷ୍ଟ୍ରଲ୍ ଓ କାର୍ଡିଓଭାସ୍କୁଲାର୍ ରୋଗକୁ ନିୟନ୍ତ୍ରଣ କରିବା ପାଇଁ ହଳଦୀ ସାହାଯ୍ୟ କରିଥାଏ ।
6. ଲିଭର ପାଇଁ ହୋଇଥାଏ ଉତ୍ତମ
ଶରୀର ପାଇଁ ଆବଶ୍ୟକୀୟ ଏନ୍ଜାଇମ୍ ଉତ୍ପାଦନ କରିବାରେ ହଳଦୀ ସାହାଯ୍ୟ କରେ । ରକ୍ତକୁ ପରିଷ୍କାର କରି ଅପରିଷ୍କାର ତତ୍ତ୍ୱ ନିଷ୍କାସନ କରିବାରେ ମଧ୍ୟ ହଳଦୀ ପାଣି ସାହାଯ୍ୟ କରେ । ଲିଭରକୁ ସୁସ୍ଥ ରଖି ଏହାର କାର୍ଯ୍ୟଦକ୍ଷତା ବଢ଼ାଇଥାଏ ହଳଦୀ ।
7. ଦିଏ ଚମକଦାର ତ୍ୱଚା
ତ୍ୱଚାରେ ଚମକ ଆଣିବାକୁ ଚାହୁଁଥିଲେ ପ୍ରତିଦିନ ହଳଦୀ ପାଣି ସେବନ କରନ୍ତୁ । ଏହା ତ୍ୱଚାର ଫ୍ରି ରେଡକଲ ଡାମେଜ୍କୁ ରୋକିବାରେ ସାହାଯ୍ୟ କରେ। ଫଳରେ ଚର୍ମ ଲୋଚାକୋଚା ହୁଏ ନାହିଁ ଓ ଚମକ ମଧ୍ୟ ବୃଦ୍ଧିପାଏ ।
8. କ୍ୟାନସର୍ ରୁ ରକ୍ଷା କରେ
ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ଲୋକଙ୍କର କ୍ୟାନସର୍ ସମସ୍ୟା ରହିଛି । ହଳଦୀ ଗୋଟେ ଆଣ୍ଟି -କ୍ୟାନସର୍ ଉଦପାଦନ ଅଟେ । ହଳଦୀରେ ଥିବା ଆଣ୍ଟି-କ୍ୟାନ୍ସର ଗୁଣ ଆପଣଙ୍କ ଶରୀରରେ କ୍ୟାନସର୍ କୋଷକୁ ଜନ୍ମ ହେବାକୁ ଦେଇନଥାଏ | ତେଣୁ ଯଦି ଆପଣ ସବୁଦିନ ହଳଦୀ ପାଣିର ସେବନ କରିବେ, ତା ହେଲେ ଅପଣଙ୍କ ଶରୀରରେ ହେଉଥିବା ଟ୍ୟୁମର ବା କ୍ୟାନସର୍ ନିୟନ୍ତ୍ରଣ ହୋଇ ରହିଥାଏ ।
9. ମସ୍ତିଷ୍କ ରୋଗ
ମସ୍ତିଷ୍କରେ ହେଉଥିବା ଅଲଜାଇମର୍ ରୋଗ ଏବଂ ବୟସ ବଢ଼ିବା ସହିତ ହେଉଥିବା ମାନସିକ ରୋଗରୁ ଉପଶମ ପାଇଁ ହଳଦୀ ଏକ ପ୍ରାକୃତିକ ଉପଚାର ।
0 Comments
Do you have any doubts or suggestions? Ask them here in the comments!