ଶୀତଦିନେ ମିଳୁଥିବା ଶିମ୍ବ କାହିଁକି ଖାଇବା ଉଚିତ
ଶୀତଦିନେ ମିଳୁଥିବା ଶିମ୍ବ କାହିଁକି ଖାଇବା ଉଚିତ
ଆଜି ଆମେ ଶିମ୍ବ ଖାଇବାର ଉପକାରିତା ବିଷୟରେ କହିବୁ | ଶିମ୍ବ ଗୋଟେ ଲତା ଅଟେ ଏଥିରେ ଯେଉଁ ଫଳ ଫଳିଥାଏ ତାହା ଆମେ ଖାଇଥାଉ ଓ ଏହାର ପତ୍ରକୁ କେତକ ଆଚାର ମଧ୍ୟ କରି ଖାଇଥାନ୍ତି । ଶିମ୍ବ ଚାଷ ପ୍ରାୟ ସମସ୍ତ ଜାଗାରେ ହୋଇଥାଏ, ଏହାର ଅନେକ ପ୍ରଜାତିର ଗଛ ମିଳେ ସେହି ହିସାବରେ ବିଭିନ୍ନ ପ୍ରକାରର ଫଳ ଦେଖିବାକୁ ମିଳେ ଯଥା ଲମ୍ବା, ଚେପଟା ଓ ତେଢାମେଢ଼ା | ଏହାର ରଙ୍ଗ ଧଳା, ସବୁଜ, ହଳଦିଆ, ବାଇଗଣୀ କିମ୍ବା କଳା ରଙ୍ଗର ଦେଖିବାକୁ ମିଳିଥାଏ, ଶିମ୍ବ ସ୍ୱାଦିଷ୍ଟ ଓ ପୁଷ୍ଟିକର ମଧ୍ୟ ହୋଇଥାଏ |
ଏହା ଏତେ ଜଲ୍ଦି ପାଚନ ହୋଇନଥାଏ କିନ୍ତୁ ବଦ୍ୟ ମାନେ କହିଛନ୍ତି କି ମଧୁର, ବାରି, ଦାହକାଳକ, ବାତ, ପିତ ଓ କଫ ନାଶ କାରକ | ଶିମ୍ବରେ ଭିଟାମିନ ବି-୬, ଥାଇନ, ପେଣ୍ଠଥେନିକ ଏସିଡ, ନିୟସିଂ ରହିଥାଏ, ଏହି ସବୁ ତତ୍ତ୍ୱ ଶରୀରର ବିଭିନ୍ନ ଆବଶ୍ୟକତାକୁ ପୂର୍ଣ୍ଣ କରିଥାଏ | ଏହାର ମଞ୍ଜିକୁ ମଧ୍ୟ ଖାଆନ୍ତି ଏହା ବହୁତ ସ୍ୱାଦିଷ୍ଟ ଅଟେ, ଶିମ୍ବ ମଞ୍ଜିର ଡାଲି ମଧ୍ୟ ହୋଇଥାଏ, ମଞ୍ଜିରେ ଅଧିକ ମାତ୍ରାରେ ପ୍ରୋଟିନ ରହିଥାଏ |
ଶିମ୍ବର ଉପକାରିତା
- ଋତୁ ପରିବର୍ତ୍ତନ ସହିତ ଗଳା ଯନ୍ତ୍ରଣା, ଥଣ୍ଡା ଏବଂ କାଶ ଭଳି ଅନେକ ସମସ୍ୟା ଦେଖାଯାଏ | ଗଳା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ, ଶିମ୍ବ ଗ୍ରହଣ କରିବା ଭଲ | ଶିମ୍ବ ପତ୍ରର 5-10 ମିଲି ରସ ଗ୍ରହଣ କଲେ ଗଳା ଯନ୍ତ୍ରଣା କମିଯାଏ |
- ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ପେଟରେ ଗ୍ୟାସ୍ ହୋଇଥାଏ, ଯାହା ପେଟରେ ଯନ୍ତ୍ରଣା ଦେଇଥାଏ | ପେଟରେ ଶିମ୍ବର ଭୂମି ପତ୍ର ଲଗାଇଲେ ପେଟ ଯନ୍ତ୍ରଣା କମିଯାଏ |
- ଅଲସର କ୍ଷତ ଶୁଖାଇବାରେ ଶିମ୍ବମଞ୍ଜି ଅତ୍ୟନ୍ତ ଉପଯୋଗୀ | ଶିମ୍ବ ମଞ୍ଜି ମଇଁଷି କ୍ଷୀରରେ ଗ୍ରାଇଣ୍ଡ୍ କରନ୍ତୁ ଏବଂ ସନ୍ଧ୍ୟାରେ ଅଲସର୍ ଉପରେ ଲଗାନ୍ତୁ, ଏହି ଉପାୟରେ ଅଲସରର କ୍ଷତ ଶୀଘ୍ର ଭଲ ହୋଇଯାଏ; କାରଣ ସନ୍ଧ୍ୟାରେ ଗରମ କମ୍ ଥାଏ |
- ଏହା ଛଡା ଶିମ୍ବ ରେ କିଛି ଏମିତି ତତ୍ତ୍ୱ ମିଳେ ଯାହା ରକ୍ତ ସଫା କରିଥାଏ, ରକ୍ତ ସଫା ହେବା ଦ୍ୱାରା ତ୍ୱଚା ସମ୍ବଦ୍ଧିତ ରୋଗ ହେବାର ଆଶଙ୍କା ବହୁତ ମାତ୍ରାରେ କମ ହୋଇଯାଇଥାଏ |
- ଏକ ଅଧୟନରୁ ଜଣା ପଡିଛି ଶିମ୍ବରେ ଭରପୁର ମାତ୍ରାରେ ମ୍ୟାଗନେସିୟମ ମିଳିଥାଏ, ଯାହାଦ୍ୱାରା ହାର୍ଟ ସହିତ ଜଡିତ ରୋଗ ବହୁତ କମ ହୋଇଯାଇଥାଏ |
- ଶିମ୍ବ ଖାଇଲେ ଆମ ଶରୀରରେ ଏନର୍ଜିର ମାତ୍ର ବଢ଼ିଥାଏ, ଓ ଆଇରନ ବି ବହୁ ମାତ୍ରରେ ମିଳିଥାଏ ଏଥିପାଇଁ ଖାସ କରି ମହିଳା ମାନେ ଯାହାଙ୍କର ଅନିୟମିତ ରତୁସ୍ରାବ ହେଉଛି, ବେଶୀ ଶିମ୍ବ ଖାଇବା ଫାଇଦା ମନ୍ଦ ସାବ୍ୟସ୍ତ ହୋଇଥାଏ |
- ଯଦି ଆପଣ କ୍ଷୀଣ ଶରୀର ପାଇଁ ଚିନ୍ତିତ ଅଛନ୍ତି ତାହାଲେ ଶିମ୍ବ ଖାଇବା ଆପଣଙ୍କ ପାଇଁ ବହୁତ ଲାଭ ଦାୟକ ରହିବ |
- ତ୍ୱଚା ସମ୍ବଦ୍ଧିତ ଅସୁବିଧାକୁ ଦୂର କରିବାକୁ ଆପଣ ଶିମ୍ବର ସେବନ କରିପାରିବେ |
- ଲଶ୍ଵସୀ ନାମକ ତ୍ୱଚା ରୋଗ ରେ ଶିମ୍ବ ପତ୍ରକୁ ସଂକ୍ରମଣ ସ୍ଥାନରେ ଲଗେଇବା ମାତ୍ରେ ଠିକ ହୋଇଯାଇଥାଏ ।
- ସାମାନ୍ୟ ଜ୍ୱର ରହୁଥିଲେ ଶିମ୍ବ ପତ୍ର ରସ ପିଇଲେ ଉପଶମ ମିଳିଥାଏ |
- ଯଦି କୌଣସି ଜାଗାରେ କୀଟ ପତଙ୍ଗ କାମୁଡି ଦିଏ ତାହାଲେ ମଧ୍ୟ ଶିମ୍ବ ରସ ଲଗେଇବା ଦ୍ୱାରା ଉପକାର ମିଳିବ ।
- କବଜର ସମସ୍ୟ| ରୁ ରକ୍ଷା ପାଇବା ପାଇଁ ଆପଣ ମଧ୍ୟ ଶିମ୍ବ ଖାଇ ପାରିବେ ।
0 Comments
Do you have any doubts or suggestions? Ask them here in the comments!