ଶୀତଦିନେ ହାତଗୋଡ଼ ଥଣ୍ତା ହୋଇଯିବାର କାରଣ
ଶୀତଦିନେ ହାତଗୋଡ଼ ଥଣ୍ତା ହୋଇଯିବାର କାରଣ
ଶୀତଦିନେ ହାତ ପାଦ ଥଣ୍ତା ହୋଇଯିବା ଏକ ସାଧାରଣ କଥା । କିନ୍ତୁ ବେଳେବେଳେ କମ୍ବଳ ଓ ରେଜେଇ ଭିତରେ ଥିବା ବେଳେ ମଧ୍ୟ ପାଦ ଥଣ୍ତା ରହିଥାଏ, ଫଳରେ ସାଧାରଣ ତାପମାତ୍ରାକୁ ଆସିବାକୁ ଅଧିକ ସମୟ ଲାଗେ । ତେବେ ଏହା କେବଳ ଥଣ୍ତା ଯୋଗୁ ନୁହେଁ କିଛି ରୋଗ ଯୋଗୁ ମଧ୍ୟ କମ୍ବଳ ମଧ୍ୟରେ ଥିଲେ ବି ପାଦ ଥଣ୍ତା ପଡ଼ିଯାଏ । ଆସନ୍ତୁ ଜାଣିବା କି କି ବେମାରି ଯୋଗୁ ଏଭଳି ସମସ୍ୟା ଦେଖାଯାଏ..
ମଧୁମେହ
ଅଧିକାଂଶ ସମୟ ପାଦ ଥଣ୍ତା ପଡୁଥିଲେ ଏହାର କାରଣ ଡାଇବେଟିସ୍ ବା ମଧୁମେହ ହୋଇପାରେ । ଶର୍କରାର ପରିମାଣ ବୃଦ୍ଧି ପାଇଲେ ଶରୀର ଭିତରୁ ହିଁ ଦୁର୍ବଳ ହୋଇପଡ଼େ | ଫଳରେ ଭୋଜନ କରୁଥିବା ଖାଦ୍ୟରେ ଥିବା ପୋଷକ ତତ୍ତ୍ୱ ଶରୀରକୁ ମିଳିପାରେ ନାହିଁ । ଶରୀରକୁ ଆବଶ୍ୟକୀୟ ପୋଷକ ତତ୍ତ୍ୱ, ଭିଟାମିନ୍, ମିନେରାଲ୍ସ ନ ମିଳିଲେ ଖାସ୍ କରି ପାଦ ଥଣ୍ତା ପଡ଼ିଯାଏ ।
ଥାଇରଏଡ୍
ମଧୁମେହ ବ୍ୟତୀତ ଥାଇରଏଡ୍ ରୋଗ ଥିଲେ ମଧ୍ୟ ପାଦ ଥଣ୍ତା ହୋଇଯାଏ । ଅଧିକାଂଶ ମହିଳାଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖିବାକୁ ମିଳେ । ଶରୀରରେ ପୋଷକ ତତ୍ତ୍ୱର ଅଭାବ ଘଟିଲେ ଏହି ସମସ୍ୟା ଦେଖାଯାଏ। ଏହି ସମସ୍ୟା ଥିଲେ ଯେତେ କମ୍ବଳ ଘୋଡେଇ ହେଲେ ମଧ୍ୟ ଥଣ୍ଡା କମେ ନାହିଁ ।
ନର୍ଭସ୍ ଡିସ୍ ଅର୍ଡର
ନର୍ଭସ୍ ଡିସ୍ ଅର୍ଡର ବା ସ୍ନାୟୁ ଦୁର୍ବଳତା ଥିଲେ ହାତ ପାଦ ଥଣ୍ତା ପଡ଼ିଯାଏ । ବେଳେ ବେଳେ ରକ୍ତ ଅଭାବ ଯୋଗୁ ମଧ୍ୟ ହାତ ପାଦ ଶୀତଳ ହୋଇଯାଏ । ଏହା ଦ୍ୱାରା କେବଳ ହାତ ଗୋଡ଼ ଥଣ୍ତା ପଡ଼େନି ଥରିବାକୁ ମଧ୍ୟ ଲାଗିଥାଏ ।
ଏଥିରୁ ମୁକ୍ତି ପାଇବା ଉପାୟ
- ଅଧିକ ସମୟ ଗୋଡ଼ ଝୁଲାଇ ବସନ୍ତୁ ନାହିଁ ।
- ନିୟମିତ ଭାବେ ଏକ୍ସରସାଇଜ୍ କରନ୍ତୁ ।
- ଚା' କଫି ଭଳି ପାନୀୟ ସେବନ କରନ୍ତୁ ।
- ଗାଧୋଇବା ବେଳେ ପାଣିରେ ଆଳୁ ଓ ପିଆଜ ରସ ପକାଇ ସ୍ନାନ କରନ୍ତୁ ।
0 Comments
Do you have any doubts or suggestions? Ask them here in the comments!