ଶୀତଦିନରେ ହେଉଥିବା ପବନ କେଶକୁ ଡ୍ରାଏ କରିଥାଏ

ଶୀତଦିନରେ ହେଉଥିବା ପବନ କେଶକୁ ଡ୍ରାଏ କରିଥାଏ

ଶୀତଦିନରେ ଶରୀର ସହିତ ନିଜର କେଶର ଯତ୍ନ ନେବା ମଧ୍ୟ ଜରୁରୀ |ସାଧାରଣତଃ ଶୀତଦିନରେ କେଶରେ ଅଧିକ ରୁକ୍ଷତା ଦେଖିବାକୁ ମିଳେ ତେବେ ଏହି ସମୟରେ କେଶର ଉପଯୁକ୍ତ ଯତ୍ନ ନେବା ଆବଶ୍ୟକା ସେଥିପାଇଁ ନିମ୍ନୋକ୍ତ ଟିସ୍କକୁ ଆପଣେଇ ପାରନ୍ତି....

  • ତ୍ୱଚା ପରି କେଶକୁ ମଧ୍ୟ ପୋଷଣ ଆବଶ୍ୟକତା ରହିଛି । ଏକ ଭଲ ସ୍କ|ଲ୍ପ ରହିବା ଦ୍ଵାରା କେଶ ଭଲଭାବେ ବଢ଼ିଥାଏ । ଶୀତଦିନରେ ହେଉଥିବା ପବନ କେଶକୁ ଡ୍ରାଏ କରିଥାଏ । ଫଳରେ ଏହାଦ୍ୱାରା କେଶ ଭଲଭାବେ ବଢ଼ିପାରି ନ ଥାଏ ।
  • କେଶ କୁଣ୍ଡାଇବା ସମୟରେ ଯେଉଁ ହେୟାର ବ୍ରଶ ବ୍ୟବହାର କରୁଛନ୍ତି ତାହା ପ୍ଲାଷ୍ଟିକ୍ ହୋଇଥିବା ଆବଶ୍ୟକ । ସବୁବେଳେ କେଶ ଧୋଇବା ସମୟରେ ନଖ ଉଷୁମ ପାଣି ବ୍ୟବହାର କରନ୍ତୁ ।
  • ଶୀତଦିନରେ ଥଣ୍ଡା ପବନ କାରଣରୁ କେଶମୂଳ କୁଣ୍ଡାଇ ହୁଏ । ବାୟୁମଣ୍ଡଳର ଆର୍ଦ୍ରତା ଯୋଗୁ ଆପଣଙ୍କ ସ୍ତ୍ରୀ ଶୁଏ। କଶରେ ଯେଉଁ ତେଲ । । ଲଗାଉଛନ୍ତି ସେଥିରେ ଲେମ୍ବୁ ରସ ମିଶାଇ ତାକୁ । । ଏହାକୁ ଏକଘଣ୍ଟା ପାଇଁ ଛାଡ଼ି ଦିଅନ୍ତୁ ଏବଂ ପରେ । ଏହାକୁ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ
  • ଶୀତଦିନରେ କେଶ ରୁକ୍ଷ ହେଢ଼ ସାଧାରଣ କଥା । ଏହି ଦିନରେ କେଶ ନିଜର ଚମକ ହରାଇଥାଏ ଓ କେଶର ରଙ୍ଗ କମ୍ ଦେବାକୁ ମିଳେ । ଯାହାଦ୍ୱାରା ଆପଣଙ୍କ କେଶରେ ଜୀବନ ନ ଥିଲା ଭଳି ଲାଗିଥାଏ । କେଶକୁ ଭଲଭାବେ କୁଣ୍ଡାଇ ଜଟା ଛଡାଇ ପାରିବେ । 
  • ଏହାପରେ କେଶରେ ମହୁ ଲଗାନ୍ତୁ ମହୁ ଲଗାଇବା ପରେ ମୁଣ୍ଡକୁ ଏକ ଟାୱେଲରେ ମୁଣ୍ଡକୁ ଅଧଘଣ୍ଟା ପର୍ଯ୍ୟନ୍ତ କଭର କରି ରଖନ୍ତୁ । ଏହାପରେ କେଶକୁ ନଖ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା କେଶରେ ଚମକ ଆସିବ ।
  • କେଶ ଶୀତଦିନରେ ଝଡିବାକୁ ଲାଗେ । ଏହାକୁ କମାଇବାକୁ ହେଲେ କେଶରେ ତେଲ ଲଗାନ୍ତୁ । ଧ୍ୟାନ ରଖନ୍ତୁ ଆପଣ ଯେଉଁ ତେଲ ଲଗାଉଛନ୍ତି ତାହା ତେଲିଆ ହୋଇ ନ ଥିବ । କଣ୍ଡିଶନର ସହିତ ମିଶାଇ ଆପଣ ଏହାକୁ କଣ୍ଡିଶନିଂ ପରି ଲଗାଇ ପାରିବେ।
  • ଶୀତଦିନରେ କେଶ ଶୁଖାଇବାକୁ ଅଧିକ ସମୟ ଲାଗିଥାଏ । ଆପଣ ଦେଖିବେ ସକାଳେ ଧୋଇଥିବା କେଶ ଶୁଖା ନ ଥାଏ । ଯେଉଁ କାରଣରୁ ଆପଣ ଅଧିକ ଚିନ୍ତିତ ରହିଥାନ୍ତି । ଏମିତି ହେବା ଦ୍ୱାରା କେଶ ସମ୍ବନ୍ଧିତ କେତେକ ସମସ୍ୟା ଦେଖିବାକୁ ମିଳେ । ଯେମିତିକି ରୁପି,ଉକୁଣି,କେଶ ଝଡ଼ିବା । କେଶକୁ ଶୁଖାଇବା ଲାଗି ବ୍ଲୋଓର ବ୍ୟବହାର କରନ୍ତୁ । ଯଦି ଆପଣଙ୍କ ପାଖରେ ହେୟାର,ବ୍ଲୋଓର ନାହିଁ ତେବେ ଏହାକୁ ପ୍ରାକୃତିକ ଉପରେ ଶୁଖାଇ ପାରିବେ |

Post a Comment

0 Comments