ଶିଶୁଙ୍କ ଶୀତଦିନିଆ ସମସ୍ୟା

ଶିଶୁଙ୍କ ଶୀତଦିନିଆ ସମସ୍ୟା

ପ୍ରାୟ ଲୋକ ହସି ହସି ଶୀତକୁ ସ୍ଵାଗତ କରନ୍ତି । କିନ୍ତୁ ଶୀତରେ ନୂଆ ମା’ଟିଏ ନବଜାତକ ସହ ସମୟ ବିତାଇବା ଏତେଟା ସହଜ ହୁଏନା । ଗୋଟିଏ ପଟେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ପ୍ରୟାସ ଓ ଅନ୍ୟପଟେ ଶିଶୁର ଲାଳନପାଳନର ଦାୟିତ୍ୱ । ବିଶେଷକରି ଶୀତଦିନ ଶିଶୁଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ତେଣୁ ମା’ମାନଙ୍କୁ ଅଧିକ ଯତ୍ନଶୀଳ ହେବାକୁ ପଡିଥାଏ । ତେବେ ନୂଆ ମା’ମାନେ କେମିତି ଶିଶୁଙ୍କ ଯତ୍ନ ନେବା ଆବଶ୍ୟକ ଆସନ୍ତୁ ଜାଣିବା...

ଶୀତରେ ଶିଶୁର ଯତ୍ନ ଜରୁରି

ଜନ୍ମ ପରେ ଶିଶୁଟିଏ ସବୁଠାରୁ ଅଧିକ ଦୁର୍ବଳ ହୋଇଥାଏ ତେଣୁ ଏକ ନିର୍ଦ୍ଦିଷ୍ଟ ସମୟ ଯାଏ ତାକୁ ନିରନ୍ତର ଦେଖାରଖା ଓ ସହାୟତାର ଆବଶ୍ୟକତା ପଡ଼ିଥାଏ । ଆଉ ଶୀତଦିନେ ଟିକେ ଅଧିକ ଯତ୍ନ ନେବାକୁ ପଡିଥାଏ । ବାୟୁମଣ୍ଡଳର ତାପମାତ୍ରା କମିବା ସହ ଶରୀରର ଭିତରେ ବିଭିନ୍ନ ପ୍ରକ୍ରିୟା ଅସନ୍ତୁଳିତ ହୋଇଥାଏ । ତେଣୁ ନିଜକୁ ସୁରକ୍ଷିତ ରଖିବା ସହ ବିଭିନ୍ନ ମହତ୍ତ୍ୱପୂର୍ଣ୍ଣ ଅଙ୍ଗର ଖାସ୍ ଯତ୍ନ ନେବାକୁ ପଡିଥାଏ । ଏଥିସହିତ ବିଭିନ୍ନ ଉପାୟରେ ଶରୀରର ତାପମାତ୍ରାକୁ ସନ୍ତୁଳିତ କରିବାକୁ ପଡିଥାଏ । ଶୀତରେ ବିଭିନ୍ନ ରୋଗ ଜୀବାଣୁ ଓ ଭାଇରସ୍ ସଂକ୍ରମଣ କରିବା ସହଜ ହୋଇଥାଏ, ଯାହା ଫଳରେ ବିଭିନ୍ନ ରୋଗର ଆଶଙ୍କା ବଢିଥାଏ ।

ଭାଇରସ୍ ରୁ‌ ସମସ୍ୟା

ଶୀତରେ ଶିଶୁ ତ୍ଵଚାର ଯତ୍ନ ନେବା ଖୁବ୍ ଜରୁରି । ଶୀତରେ ହେଉଥିବା ପ୍ରମୁଖ ସମସ୍ୟା ଭାଇରସର ପ୍ରସାର ଯୋଗୁ ହୋଇଥାଏ । ଯାହାଶୀତଦିନେ ଶିଶୁ ମୁଖ୍ୟତଃ ୩ ପ୍ରକାର ରୋଗର ଶିକାର ହୋଇଥାନ୍ତି । ୧. କୋଲଡ୍ ଷ୍ଚ୍ରେସ, ୨. ଆଲର୍ଜିରୁ ଚର୍ମ ସମସ୍ୟା ଓ ୩. ବ୍ରୋଙ୍କିଓଲାଇଟିସ

୧. କୋଲଡ ଷ୍ଚ୍ରେସ

ଶିଶୁ କୋଲଡ ଷ୍ଟେସର ଶିକାର ହେଲେ ଖାଇବାକୁ ରାଜି ହୁଏନା, ରକ୍ତରେ ଶର୍କରା କମିଯାଏ ଓ ଓଜନ ବଢେନା । ଏହା ଦୀର୍ଘଦିନ ଲାଗି ରହିଲେ ହାଇପୋଥାମିଆ ହୋଇଯାଏ । ଶୀତଦିନେ ଯଦି ଶିଶୁକୁ ବେଶି ବାହାରକୁ ନବାଆଣିବା କରନ୍ତି, ତେବେ ଯଥାସମ୍ଭବ ଶୀତବସ୍ତ୍ରରେ ଢାଙ୍କିବାକୁ ଭୁଲନ୍ତୁ ନାହିଁ ।

୨. ଚର୍ମ ସମସ୍ୟା

ଶୀତଦିନେ ବହୁ ଶିଶୁଙ୍କ ଚର୍ମ ଫାଟିଥାଏ । ମାତ୍ରାଧିକ ଶୁଷ୍କତା ଯୋଗୁ ଏଭଳି ସମସ୍ୟା ଦେଖା ଦେଇଥାଏ । ତେଣୁ ଯଥାସମ୍ଭବ ଚର୍ମ ସମସ୍ୟାରୁ ରକ୍ଷା ପାଇବା ପାଇଁ ଶୀତ ଦିନରେ ନିୟମିତ ଶିଶୁକୁ ଲୋସନ ଲଗାଇବାକୁ ଭୂଲନ୍ତୁ ନାହିଁ ।

ନିରାକରଣ

ଚର୍ମ ସମସ୍ୟାକୁ ଦୂର କରିବା ପାଇଁ ସବୁଠାରୁ ଭଲ ଉପାୟ ହେଲା ଭେସଲିନ୍ ବା ଲୋସନ ଆଦି ବ୍ୟବହାର କରିବା । ଏହାବ୍ୟତୀତ ଯଥାସମ୍ଭବ ଶିଶୁର ଶରୀରକୁ ଘୋଡାଇ ରଖିବାକୁ ଚେଷ୍ଟା କରନ୍ତୁ । ଯଦି ଶିଶୁକୁ ଅଧିକ ଥଣ୍ଡା ହେଉଥାଏ, ତେବେ ତାକୁ ବାହାରକୁ ନ ନେବାକୁ ଚେଷ୍ଟା କରିବା ଉଚିତ୍ । ଯଦି ବାହାରକୁ ନେବା ବହୁତ ଜରୁରି ହୋଇଥାଏ, ତେବେ ତା’ ଶରୀରକୁ ଭଲ ଭାବରେ ଢାଙ୍କିବାକୁ ଭୁଲନ୍ତୁ ନାହିଁ ।

୩. ବ୍ରୋଙ୍କିଓଲାଇଟିସ୍ 

ବ୍ରୋଙ୍କିଓଲାଇଟିସ୍ ହେଲେ,ଶିଶୁମାନେ ଧଇଁସଇଁ ହେବା ସହ ଖାଇବାକୁ ରାଜି ହୁଅନ୍ତି ନାହିଁ | କେତେକ କ୍ଷେତ୍ରରେ ଆଇସିୟୁରେ ଆଡ଼ମିସନ ମଧ୍ୟ ହୋଇଥାନ୍ତି । ମୁଖ୍ୟତଃ ବେଶି ଥଣ୍ଡା ଯୋଗୁ ଏହି ଋତୁରେ ସମସ୍ୟା 6ଦଖ। ଦେଇଥାଏ |

ସର୍ଦ୍ଦିକୁ ଜନ୍ମ ଦେଇଥାଏ ବ୍ରୋକିୟାଲାଇଟିସ୍ 

  • ଗଳାକୁ ପ୍ରଭାବିତ କରେ ଇନଫ୍ଲୁଏଞ୍ଜା ଏବଂ ବ୍ରୋକିୟାଲାଇଟିସ୍ 
  • କ୍ରିପ୍ଟୋ ଏବଂ ରାଇନୋଭାଇରସ , ଯାହା ସହଜରେ ପ୍ରଭାବିତ କରିଥାଏ ।
  • ଶବସନ ପରି ଏକ ସମ୍ବେଦନଶୀଳ ଭାଇରସ ରହିଛି, ଯାହା ଖୁବ ଗମ୍ଭୀର ହୋଇପାରେ |

ସର୍ଦ୍ଦି ସଂକ୍ରମଣର ଲକ୍ଷଣ

ଶିଶୁକୁ ସର୍ଦ୍ଦି ହେଲେ ଲକ୍ଷଣମାନ ବେଶ୍ ପ୍ରକାଶ ପାଇଥାଏ । ତେଣୁ ରୋଗ ବିଷୟରେ ଜାଣିବା କଷ୍ଟ ହୋଇ ନଥାଏ । ତେଣୁ ଏଭଳି ଲକ୍ଷଣ ପ୍ରକାଶ ପାଇବା ମାତ୍ରେ ତୁରନ୍ତ ପଦକ୍ଷେପ ନେବା ଜରୁରି । ଲକ୍ଷଣମାନ ହେଲା-

  • ଗମ୍ଭୀର କାଶ ସହ ବାନ୍ତି ହେବା
  • ପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଦିଏ, ଯାହା ଦ୍ଵାରା ଶିଶୁଟି ଅଣନିଶ୍ୱାସୀ ହୋଇପଡ଼େ ।
  • ଶବସନ ସଂକ୍ରମଣ ଦ୍ଵାରା ଫୁସ୍‌ଫୁସ୍ ଯୋଗୁ ଛାତିରେ ଯନ୍ତ୍ରଣା
  • ମୁଣ୍ଡବିନ୍ଧା ଓ ଥକାପଣ ସହିତ ନାକରୁ ପାଣି ବୋହିବା, ଜ୍ଵର ଓ କାଶ 

Post a Comment

0 Comments