ସରସ୍ୱତୀ ମାତାଙ୍କ ପୂଜାରେ ରାଶି ଅନୁସାରେ କରନ୍ତୁ ଏହି ମନ୍ତ୍ରର ଜପ

ସରସ୍ୱତୀ ମାତାଙ୍କ ପୂଜାରେ ରାଶି ଅନୁସାରେ କରନ୍ତୁ ଏହି ମନ୍ତ୍ରର ଜପ

ଶିକ୍ଷାର୍ଥୀମାନେ ଏହି ପୂଜାକୁ ଆଗ୍ରହ, ଭକ୍ତି ସହକାରେ ପାଳନ କରିଥାନ୍ତି । ମା' ସରସ୍ୱତୀଂକ  ଅନ୍ୟ ନାମ ବାଗ୍‌ଦେବୀ । ଧ୍ଵନି, ଶବ୍ଦ ବା ବାକ୍ୟ କହିବାର ମହାନ ଶକ୍ତିଟି ଆମ ପାଖରେ ଯାହା ରହିଛି ତା’ର ନିୟନ୍ତା ହେଉଛନ୍ତି ଏହି ଶୁକ୍ଳବର୍ଣ୍ଣ ବସ୍ତ୍ର ପରିହିତା, ବୀଣାପୁସ୍ତକଧାରିଣୀ ମା' ସରସ୍ଵତୀ । ସେ ଆମ କଣ୍ଠଦେଶରେ ବିରାଜମାନ କରି ଆମକୁ ବାଣୀ ବା ବାକ୍ୟ କହିବାର ଶକ୍ତି ପ୍ରଦାନ କରିଥାନ୍ତି । ଏଣୁ ମା’ଙ୍କର ଆରାଧନା କଲାବେଳେ ପିଲାମାନେ ଗାଇ ଉଠିଥାନ୍ତି ‘ସରସ୍ୱତୀ ମା’ କଣ୍ଠରେ ଥା, ବିଦ୍ୟା ନଆସିଲେ କହି ଦେଉଥା’ |

ସବୁ ପ୍ରାଣୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରାଣୀ ମନୁଷ୍ୟ ହିଁ କଥା କହିବାର କ୍ଷମତା ହାସଲ କରିଛି । ଯଦିଓ କିଛି ଜୀବଜନ୍ତୁ ଅଛନ୍ତି କଥା କହିବା ଭଳି ଧ୍ଵନି ସୃଷ୍ଟି କରିପାରନ୍ତି, ତେବେ ମଣିଷ ପରି କେହି ଏଥିରେ ଧୂରନ୍ଧର ହୋଇପାରିନାହାନ୍ତି । ସୁତରାଂ ବାଗ୍ ଦେବୀଙ୍କର ତାଙ୍କର ସେହି ଶ୍ରେଷ୍ଠ ସନ୍ତାନ ପ୍ରତି ଅସୀମ କରୁଣା ରହିଛି କହିଲେ ଭୁଲ ହେବ ନାହିଁ । ତେବେ ଏହି କରୁଣାର ଉପଯୋଗ ଆମେ କିପରି ଭାବେ କରୁଛେ ? ଆଜିକାର ସମୟରେ ଏହା ଚିନ୍ତା କରିବା ନିହାତି ଜରୁରି। 

ପଦିଏ ମଧୁର କଥା ଅନ୍ୟର କ୍ଳେଶ ହରଣ କରିଦେଉଥିବାବେଳେ ସେହି ପଦିଏ କଥା ଅନ୍ୟ ମନକୁ ବିଷାଦମୟ ତଥା ବିଷାକ୍ତମୟ କରିପାରେ । ଏହି କଥାରୁ ହିଁ ସୃଷ୍ଟି ହେଉଛି ଯାବତୀୟ କଳିତକରାଳ । ଏଣୁ ସନ୍ଥମାନେ କହିଯାଇଛନ୍ତି ‘ବିନୟ ମଧୁର ବଚନ, କହି ତୋଷିବ ପ୍ରାଣୀମନ’ । ତେବେ ମଧୁର କଥା ସତ୍ୟ ଉପରେ ଆଧାରିତ ହୋଇଥିଲେ ତାହା ପ୍ରଭାବଶାଳୀ ହୋଇଥାଏ। ଏଣୁ ବିଜ୍ଞ, ସାଧୁସନ୍ଥମାନେ କଥାର ଅପବ୍ୟବହାର କରିନଥାନ୍ତି । ଯାହା କହିଥାନ୍ତି ସତ୍ୟ ଉପରେ ଆଧାରିତ ହୋଇଥାଏ । 

ନିଜର ଶବ୍ଦ ଉପରେ ଏମାନେ ଏପରି ସିଦ୍ଧି ପ୍ରାପ୍ତ କରିଥାନ୍ତିଯେ, ଯାହା କହନ୍ତି ତାହା ଫଳବତୀ ହୋଇଯାଏ । ଯାହାକୁ କୁହାଯାଏ ଆଶୀର୍ବଚନ । ଆମର ବିଶ୍ୱାସ ଅଛିଯେ ଆମେ ଯଦି କେଉଁ ଅସହାୟ, ବୟସ୍କଙ୍କୁ ନିଜର ସ୍ୱାର୍ଥ ହାସଲ ଲାଗି ହଇରାଣହରକତ କରୁ ତେବେ ସେମାନଙ୍କ ଯନ୍ତ୍ରଣାଦଗଧ ହୃଦୟର ଭାବ ଯେଉଁ ବାକ୍ୟ ରୂପେ ଉଚ୍ଚାରିତ ହୁଏ ତାହା ସତ୍ୟରେ ପରିଣତ ହୋଇଯାଏ ଯାହାକୁ ଅଭିଶାପ ଆଖ୍ୟା ଦିଆଯାଇଛି ।

ବସନ୍ତ ପଞ୍ଚମୀ ପୂଜାରେ ଆପଣଙ୍କ ରାଶି ଅନୁସାରେ ମନ୍ତ୍ରର ଜପ କରନ୍ତୁ | ତଳେ ଦିଆଯାଇଥିବା ମନ୍ତ୍ରକୁ ଜପ କଲେ ମା ପ୍ରସନ୍ନ ହୋଇଥାନ୍ତି ଓ ମାଙ୍କ କୃପା ମିଳିଯାଏ | ଏହି ମନ୍ତ୍ରକୁ  କମ ସେ କମ ୧୦୧ ଥର ଜପ କରନ୍ତୁ |

  1. ମେଷ ରାଶି :- ଓ ବାଗ୍ଦେବୀ ବଗେଶ୍ଵେରୀ ନମଃ
  2. ବୃଷ ରାଶି:- ଓଁ କୌମୁଦୀ ଜ୍ଞାନଦାୟିନୀ ନମଃ
  3. ମିଥୁନ ରାଶି:- ଓଁ ମା ଭୁବନେଶ୍ଵରୀ ସରସବସ୍ତେ ନମଃ
  4. କର୍କଟ ରାଶି :- ଓଁ ମା ଚନ୍ଦ୍ରିକା ଦ୍ୟତେ ନମଃ
  5. ସିଂହ ରାଶି:- ଓଁ ମା କମଳହାଂସ ବିକାଶିନୀ ନମଃ
  6. କନ୍ୟା ରାଶି :- ଓ ମା ପ୍ରାଣବନ୍ଦ ବିକାଶିନୀ ନମଃ
  7. ତୁଳା ରାଶି :- ଓଁ ମା ହଂସାସୁବାହିନୀ ନମଃ
  8. ବିଛା ରାଶି :- ଓଁ ସରଦେ ଦ୍ୟତେ ଚନ୍ଦ୍ରକାନ୍ତି ନମଃ
  9. ଧନୁ ରାଶି :- ଓଁ ଜଗତି ବିଣାବାଦିନୀ ନମଃ
  10. ମକର ରାଶି :- ଓଁ ବୁଦ୍ଧିଦାତ୍ରୀ ଶୂଦ୍ଧମୂର୍ତ୍ତି ନମଃ
  11. କୁମ୍ଭ ରାଶି :- ଓଁ ଜ୍ଞାନପ୍ରକାଶିନୀ ବ୍ରହ୍ମଚାରୀଣି ନମଃ
  12. ମୀନ ରାଶି :- ଅମଂ ବରଦାୟିନୀ ମା ଭାରତୀ ନମଃ

ମନ୍ତ୍ରକୁ ଜପ କରିବା ପରେ ମାଙ୍କ ସହ ଜଡିତ ହୋଇଥିବା ଶ୍ଳୋକ ବି ପଢନ୍ତୁ :-

ଓଁ ଶ୍ରୀ ସରସ୍ଵତୀ ଶୁକ୍ଲବର୍ଣ୍ଣ ସସ୍ମିତା ସୁମନହରମ | 
କୋଟି ଚନ୍ଦ୍ରପ୍ରଭା ମୁସ୍ତପୁସ୍ତ ଶ୍ରୀ ଯୁକ୍ତ ବିଗ୍ରହମ |
ବାହିଁ ସୁଦ୍ଧା ସୁକଦ୍ଧନ ବୀଣାପୁସ୍ତକାଧାରିଣୀ |  
ରତ୍ନ ସରେଣ୍ତରନିର୍ମାଣ ନବଭୂଷଣ ଭୁଷିତମ ।
ସୁପୁଯିତମ ବ୍ରହ୍ମାବିଷ୍ଣୁସୀବାଡ଼ିଭି | 
ବନ୍ଦେ ଭକ୍ତଯ ବନ୍ଦିତା ଚ |

Post a Comment

0 Comments