ସରସ୍ୱତୀ ମାତାଙ୍କ ପୂଜାରେ ଏହି ଭୁଲ କରନ୍ତୁ ନାହିଁ
ସରସ୍ୱତୀ ମାତାଙ୍କ ପୂଜାରେ ଏହି ଭୁଲ କରନ୍ତୁ ନାହିଁ
ବସନ୍ତ ପଞ୍ଚମୀ ପର୍ବ ସହ ମା ସରସ୍ୱତୀ ଯୋଡି ହୋଇ ରହିଛନ୍ତି । କୁହାଯାଏ କି ବସନ୍ତ ପଞ୍ଚମୀ ଦିନ ମା ସରସ୍ଵତୀ ଜନ୍ମ ନେଇଥିଲେ ଓ ଏହି ଦିନ ତାଙ୍କୁ ପୂଜା କଲେ ସୁଖ, ଶାନ୍ତି,ବିଦ୍ୟା, ବୁଦ୍ଧି ଓ କଳାର ପ୍ରାପ୍ତି ହୋଇଥାଏ | ବିଦ୍ୟାର୍ଥୀ, ସଂଗୀତକାର,କଳାକାରଙ୍କ ପାଇଁ ଏହା ମହତ୍ତ୍ୱପୂର୍ଣ୍ଣ ଦିନ ହୋଇଥାଏ । ସେହିଦିନ ପୁସ୍ତକ,ବାଦ୍ୟଯନ୍ତ୍ର ଆଦି ପୂଜା କରାଯାଇଥାଏ । ଆପଣ ଯେଉଁ ଏରିଆରେ ଯୋଡି ହୋଇଛନ୍ତି ସେହି କ୍ଷେତ୍ରରେ ଯୋଡି ହୋଇଥିବା ଜିନିଷ ଅର୍ପଣ କରନ୍ତୁ ଓ ତାଙ୍କର ପୂଜା କରନ୍ତୁ | ଉଦାହରଣ ଯଦି ଆପଣ ସଂଗୀତରେ ଅଛନ୍ତି ତାହେଲେ ତାଙ୍କୁ କିଛି ବାଦ୍ୟ ଯନ୍ତ୍ରକୁ ପୂଜା କରନ୍ତୁ । ଯଦି ପାଠ ପଢ଼ୁଛନ୍ତି ତ ଖାତା ଓ କଲମକୁ ପୂଜା କରନ୍ତୁ |
ଅର୍ପଣରେ ଲାଭ
- ମା ସରସ୍ୱତୀ ପୂଜା କରିବା ସମୟରେ ତାଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ | ଏମିତି କରିବା ଦ୍ୱାରା ବିଦ୍ୟା ଓ ବୁଦ୍ଧି ପ୍ରାପ୍ତି ହୋଇଥାଏ |
- ତେନ୍ତୁଳି ଗଛର ୨୨ ଟି ପତ୍ର ଓ ହଳଦିଆ ରଙ୍ଗର କପଡାରେ ଲଗେଇକି ମାଙ୍କୁ ଦିଅନ୍ତୁ । ଏହା କରିବା ଦ୍ୱାରା ସବୁ କାମ ସଫଳ ହେବ |
- ଏହି ଦିନ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ଓ ହଳଦିଆ ରଙ୍ଗର ଜିନିଷ ଯେମିତି କଦଳୀ, ହଳଦିଆ ଚାଉଳ ଏହି ଭଳି ଜିନିଷକୁ ସେବନ କରନ୍ତୁ | ଏମିତି କରିବା ଦ୍ୱାରା ମାଙ୍କ ଆଶୀର୍ବାଦ ମିଳିଯିବ |
- ମାଙ୍କୁ ପୂଜା କରିବା ସମୟରେ ତାଙ୍କୁ ଫୁଲଚନ୍ଦନ ଧଳା ରଙ୍ଗର ବସ୍ତ୍ର ଦାନ କରନ୍ତୁ | ମାଙ୍କୁ ଧଳା ରଙ୍ଗର ବସ୍ତ୍ର ଚଢେଇବା ସମୟରେ କାମନା କରନ୍ତୁ । ଆପଣଙ୍କ କାମନା ଶୀଘ୍ର ପୁରଣ ହୋଇଯିବ |
- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ଦିନରେ ମୋତି ଏବଂ ପୋଖରାଜ୍ ଧାରଣ କରିବା ଦ୍ବାରା ବ୍ୟକ୍ତିର ମନୋବାଞ୍ଛା ପୂରଣ ହୋଇଥାଏ।
ଏହି ଭୁଲ କରନ୍ତୁ ନାହିଁ
- ବସନ୍ତ ପଞ୍ଚମୀ ଦିନ ହଳଦିଆ ରଙ୍ଗକୁ ଶୁଭ ସୂଚକ ଭାବରେ ଗ୍ରହଣ କରାଯାଇଥାଏ l ମାନ୍ୟତା ରହିଛି ଯେ ଏହିଦିନ ଯେତେବେଳେ ମାତା ସରସ୍ୱତୀ ଆବିର୍ଭାବ ହୋଇଥିଲେ ସେହି ସମୟରେ ନାଲି,ହଳଦିଆ ଓ ନୀଳ ରଙ୍ଗର ସମ୍ଭାର ହୋଇଥିଲା l ସର୍ବ ପ୍ରଥମେ ହଳଦିଆ ରଙ୍ଗର ଆବିର୍ଭାବ ହୋଇଥିଲା, ତେଣୁ ସରସ୍ୱତୀଙ୍କ ର ପ୍ରିୟ ରଙ୍ଗ ହଳଦିଆ ଅଟେ lଶୁଭ ଅବସରରେ କଳା କପଡା ପିନ୍ଧିବା ଶାସ୍ତ୍ର ରେ ବର୍ଜନ କରାଯାଇଛି । ଏଥିପାଇଁ ସରସ୍ୱତୀଙ୍କ ପୂଜା ଦିନ କଳା ରଙ୍ଗର କପଡା ପିନ୍ଧନ୍ତୁ ନାହିଁ । ବାଇଗଣୀ କିମ୍ବା ଅନ୍ୟ କୌଣସି ରଙ୍ଗର ପୋଷାକ ପିନ୍ଧିବା ଉଚିତ ନୁହେଁ l
- ସରସ୍ୱତୀ ପୂଜା ଦିନ ସ୍ଵତ୍ତ୍ୱିକ ଭୋଜନ ଆହରଣ କରନ୍ତୁ । ଏହି ଦିନ ମାଂସ -ମଦ ଆଦି ସେବନ କରନ୍ତୁ ନାହିଁ ।
- ଏହିଦିନ ପିତା ଜିନିଷ ନିଜେ ଖାଇବା ଉଚିତ ନୁହେଁ କିମ୍ବା ଅନ୍ୟକୁ ଦେବା ଉଚିତ ନୁହେଁ l ଏହାଦ୍ୱାରା ସମ୍ପର୍କରେ ତିକ୍ତତା ଆସିଥାଏ l
- ଏହି ଦିନ ଗଛ ଲତା ଆଦିକୁ କାଟନ୍ତୁ ନାହିଁ ।
- ସରସ୍ୱତୀ ପୂଜା ଦିନ ସମସ୍ତଙ୍କୁ ସ୍ନେହ ଶ୍ରଦ୍ଧାର ସହ କଥାବାର୍ତ୍ତା କରିବା ଉଚିତ୍ । ଏହି ଦିନ କାହା ସହ ବାଦ ବିବାଦ କିମ୍ବା କ୍ରୋଦ୍ଧ କରିବା ଉଚିତ୍ ନୁହେଁ ।
- ସରସ୍ୱତୀ ପୂଜା ଦିନ ସକାଳୁ ସ୍ନାନ କରିବା ଜରୁରୀ ଅଟେ । ନଗାଧାୋଇ କିଛି ବି ଖାଇବା ଉଚିତ୍ ନୂହେଁ । ମା'ଙ୍କ ପୂଜା କରିସାରିବା ପରେ ହିଁ ଖାଦ୍ୟ ଖାଆନ୍ତୁ ।
- ବସନ୍ତ ପଞ୍ଚମୀ ଦିନ ଜ୍ଞାନର ଦେବୀ ସରସ୍ବତୀଙ୍କ ପୂଜା ହୋଇ ଥିବାରୁ ସନ୍ଧ୍ୟା ସମୟରେ କଦାପି ଘରର ମୁଖ୍ୟ ଦ୍ୱାରକୁ ଅନ୍ଧାର କରିବା ଉଚିତ ନୁହେଁ l ଏହା ଦ୍ୱାରା ନକାରାତ୍ମକ ଶକ୍ତି ଗୃହକୁ ପ୍ରବେଶ କରିଥାଏ l
- ଶିକ୍ଷା ସାମଗ୍ରୀକୁ ଅସମ୍ମାନ କରନ୍ତୁ ନାହିଁ।
0 Comments
Do you have any doubts or suggestions? Ask them here in the comments!