ସର୍ଦ୍ଦିରେ ଶିଶୁର ଯତ୍ନ
ସର୍ଦ୍ଦିରେ ଶିଶୁର ଯତ୍ନ
ସର୍ଦ୍ଦିରେ ଶିଶୁକୁ ତ୍ୱଚାର ଯତ୍ନ କେମିତି ନେବେ ଏବଂ ଶିଶୁକୁ ଶୀତରେ ସୁସ୍ଥ ରଖିପାରିବେ ।
୧. ହ୍ୟୁମିଡିଫାୟାର ପ୍ରୟୋଗ କରନ୍ତୁ
କେତେକ କ୍ଷେତ୍ରରେ ତାପମାତ୍ରା ଖୁବ କମ ହୋଇଥାଏ । ଏହା ଦ୍ୱାରା ଶିଶୁ ପାଖରେ ହିଟିଂ ବ୍ୟବସ୍ଥା ବା ପୋର୍ଟେବଲ ହିଟର ଉପଯୋଗ କରିବା ଆବଶ୍ୟକ । ହିଟିଂ ଉପକରଣ ଦ୍ୱାରା ଜଳ ବାଷ୍ପ ହୋଇ ରୁମ ଭିତରର ବାୟୁକୁ ଶୁଦ୍ଧ କରିବା ସହ ଶିଶୁର ତ୍ଵଚାକୁ ମଧ୍ୟ ଶୁଷ୍କ କରି ଦେଇଥାଏ । ରୁମରେ ହ୍ୟୁମିଡିଫାୟାର ରଖନ୍ତୁ, ଫଳରେ ମଏଶ୍ଚରସ୍ତର ବଜାୟ ରହିବ ।
୨. ମଏଶ୍ଚରାଇଜର ଉପଯୋଗ କରନ୍ତୁ
ଶିଶୁର ତ୍ୱଚା ଖୁବ ସମ୍ବେଦନଶୀଳ । ତେଣୁ ଥଣ୍ଡାର କଠୋର ବାତାବରଣକୁ ଏହା ସହ୍ୟ କରିପାରେନା । ଶିଶୁର ତ୍ଵଚାକୁ ନରମ ଓ ମୁଲାୟମ ରଖିବା ପାଇଁ ତା ଶରୀରରେ ଲୋସନ ଲଗାନ୍ତୁ । ଶିଶୁଙ୍କ ପାଇଁ ଦୁଗ୍ଧ କ୍ରୀମ୍ ବ୍ୟବାହର କରିବା ଉଚିତ୍ ।
୩. ଭିନ୍ନ ଭିନ୍ନ ଉତ୍ପାଦର ବ୍ୟବହାର କମ କରନ୍ତୁ
ଅଭିଭାବକ ନିଜ ପିଲାଙ୍କୁ ଭଲରେ ରଖିବା ଆଶାରେ ଅନେକ ସମୟରେ ବିଭିନ୍ନ ପ୍ରକାରର ଉତ୍ପାଦ ବ୍ୟବହାର କରିଥାନ୍ତି । ଏହା ମାଧ୍ୟମରେ ଶିଶୁକୁ ସୁରକ୍ଷିତ ଓ ସଫା ରଖିବା ପ୍ରୟାସ କରିଥାନ୍ତି, ଯାହା ଶିଶୁର ତ୍ଵଚାକୁ ରୁକ୍ଷ କରିଥାଏ ।
୪. ଶିଶୁକୁ ମାଲିସ କରିବାକୁ ଭୁଲନ୍ତୁନି
ଶିଶୁ ଯେକୌଣସି ଋତୁରେ ଜନ୍ମ ହେଉନା କାହିଁକି ତାକୁ ମାଲିସ ବହୁତ ଜରୁରି । ଏହା ଶରୀରରରେ ରକ୍ତ ପ୍ରବାହକୁ ଉତ୍ତେଜିତ କରିଥାଏ । ଶିଶୁକୁ ମାଲିସ କରିବା ସମୟରେ ବାତାବରଣକୁ ଗରମ ରଖିବା ଜରୁରି ।
୫. ଘରର ତାପମାତ୍ରା ବଢ଼ାଇ ରଖନ୍ତୁ
ଶିଶୁ ରହୁଥିବା ଘରର ବାତାବରଣକୁ ଗରମ ରଖନ୍ତୁ । ନଚେତ ଘରର ତାପମାତ୍ରାକୁ ବଜାୟ ରଖିବା ପାଇଁ ସେ ଅନୁସାରେ ପୋଷାକ ଚୟନ କରନ୍ତୁ ।
୬. ଟୀକାକରଣ ଭୁଲନ୍ତୁ ନାହିଁ
ସର୍ଦ୍ଦିରେ ଶିଶୁ ରୋଗରେ ପଡ଼ିଲେ ତା’ ରୋଗ ପ୍ରତିରୋଧକ ଶକ୍ତି କମି ଯାଇଥାଏ । କିନ୍ତୁ ଏହି ସମୟରେ ଦିଆଯିବାକୁ ଥିବା ଟୀକାକରଣରେ ଅବହେଳା କରନ୍ତୁ ନାହିଁ । ବରଂ ଏହି ସମୟରେ ଶିଶୁ ଯାହା ଟୀକା ଦେବାର ଅଛି, ତାହା ଅବଶ୍ୟ ଦିଅନ୍ତୁ ।
୭. କେୟାରିଂ ଆଉଟଡୋର
ବାହାରେ ଶୀତ ଥିବା ଯାଏ ଶିଶୁକୁ ବାହାରକୁ ବୁଲାଇବାକୁ ନେବାର ଥିଲେ, ତାକୁ ଗୋଡଠାରୁ ମୁଣ୍ଡ ଯାଏ ଘୋଡାଇ ରଖନ୍ତୁ । ସେହିପରି ଥଣ୍ଡା ପବନରୁ ଶିଶୁର ତ୍ଵଚାକୁ ଦୂରେଇ ରଖନ୍ତୁ । ଶିଶୁ ଶରୀରରେ ସମାନ ତାପମାତ୍ରା ବଜାୟ ରଖିବାକୁ ଚେଷ୍ଟା କରନ୍ତୁ ।
0 Comments
Do you have any doubts or suggestions? Ask them here in the comments!