ମାଘମାସ ଏହି ପରିବା ଖାଇବା ମନା

ମାଘମାସରେ ଏହି ପରିବା ଖାଇବା ମନା



ମାଘମାସରେ ଲାଉ, ମୂଳା ଓ ବରକୋଳି ଖାଇବା ମନା । ଏ ସ˚ପର୍କରେ ଓଡ଼ିଆ ‘ମାଘ ମାହାତ୍ମ୍ୟ’ର ପଞ୍ଚଦଶ ଅଧ୍ୟାୟରେ କୁହାଯାଇଛି- ମାଘ ମାସରେ ମୂଳା, ବରକୋଳି ଓ ଆମିଷ ଦ୍ରବ୍ୟ ଭୋଜନ ଘୁଷୁରି ମା˚ସ ଭକ୍ଷଣ ସହ ସମାନ । ଓଡ଼ିଆରେ ମଧ୍ୟ ଗୋଟିଏ ଢଗ ଅଛି, ‘‘ମାଘେ ବରକୋଳି ମକରେ ମୂଳା, ଗୋରୁ ମାଉଁସ ପୁଳାପୁଳା’’ ।

ମକର ସ˚କ୍ରାନ୍ତିରେ ପ୍ରଭାତରୁ ଉଠି, ମାଧବଙ୍କ ନାମ ସ୍ମରଣ କରି ସ୍ନାନ କରିବା ଏବଂ ଅରୁଆ ଅନ୍ନ ସହିତ ଗୁଆଘିଅ ଓ ଅଦାଯୁକ୍ତ, ସାରୁ, କଦଳୀ ଓ ମୁଗର ଡାଲମା ଖାଇବା ଆତ୍ମା ପାଇଁ ତୃପ୍ତିଦାୟକ ବୋଲି ମଧ୍ୟ ‘ମାଘ ମାହାତ୍ମ୍ୟ’ରେ କୁହାଯାଇଛି । କିନ୍ତୁ ଏହି ସମୟରେ ଲାଉ, ମୂଳା ଓ ବରକୋଳି ଖାଇବାକୁ କାହିଁକି ବାରଣ କରାଯାଇଛି ?

ଏହାର କାରଣ ହେଉଛି, ପିତ୍ତ ଓ ଶ୍ଳେଷ୍ମା ନାଶ କରିବା ଏବ˚ ଧାତୁ ପରିବର୍ଦ୍ଧନ କରିବା ପରି ଉପକାରୀ ଗୁଣ ଲାଉରେ ଥିଲେ ମଧ୍ୟ ଏହା ଗୁରୁପାକ । ସେହିପରି ପିତ୍ତ, ପିପାସା ଓ ରକ୍ତଦୋଷ ନାଶ ଆଦି ସୁଗୁଣ ବରକୋଳିରେ ଥିଲେ ମଧ୍ୟ, ଏହା କଫବର୍ଦ୍ଧକ । ଏହି ସମୟରେ ଶରୀରରେ କଫର ପ୍ରାବଲ୍ୟ ରହିଥାଏ ଏବ˚ ବରକୋଳି ପାକଳ ହୋଇ ନଥାଏ। ଏଣୁ, ଏହି କଷି ବରକୋଳି ଖାଇଲେ କଫଦୋଷ ପ୍ରବଳ ହୋଇଥାଏ । ସେଥିପାଇଁ ମାଘଶୁକ୍ଳ ପଞ୍ଚମୀ ବା ବାଗ୍‌ଦେବୀଙ୍କ ପୂଜା ନସରିବା ଯାଏ ବରକୋଳି ଖାଇବାକୁ ନିଷେଧ କରାଯାଇଛି ।

ସେହିପରି ମୂଳା । ଏହା ମୁଖ୍ୟତଃ ଏକ ଶୀତଦିନିଆ ଫସଲ । ମାଘମାସ ବେଳକୁ ମୂଳା ପାକଳ ବା ବୁଢ଼ା ହୋଇଆସିଥାଏ । ବୁଢ଼ା ହେଲେ ଏହାର ମଝି ବା ଭିତରର ଅ˚ଶ ‘ବାଳମୂଳକ’ ବା କଷିମୂଳା ପରି ଆଉ କୋମଳ ନରହି, କଠିନ ଓ ଫମ୍ପା ହୋଇଯାଏ। ଏହା ଠିକ୍‌ ଭାବରେ ସିଝେ ନାହିଁ ଓ ଦୁଷ୍ପାଚ୍ୟ ହୋଇଯାଏ ।

ଏହା ସୂଚାଏ ଯେ ଆମ ପୁରାଣ ଓ ବ୍ରତକଥା ଆଦିରେ ଦିଆଯାଇଥିବା ବିଧି ଓ ନିଷେଧଗୁଡ଼ିକର ବୈଜ୍ଞାନିକ ଭିତ୍ତି ରହିଛି । ଏଣୁ ଏହା ଆମ ସମସ୍ତଙ୍କ ପାଇଁ ଅବଶ୍ୟ ପାଳନୀୟ ।

Post a Comment

0 Comments