ବସନ୍ତପଞ୍ଚମୀରେ କାହିଁକି କରାଯାଏ ସରସ୍ୱତୀମା'ଙ୍କ ପୂଜା ?

 ବସନ୍ତପଞ୍ଚମୀରେ କାହିଁକି କରାଯାଏ ସରସ୍ୱତୀମା'ଙ୍କ ପୂଜା


କେମିତି ହୋଇଥିଲା ମା’ଙ୍କ ସୃଷ୍ଟି

ପୁରାଣ ଅନୁସାରେ, ସୃଷ୍ଟି ଆରମ୍ଭ ବେଳେ ଭଗବାନ ବିଷ୍ଣୁଙ୍କ ଠାରୁ ଆଜ୍ଞା ପାଇ ସୃଷ୍ଟିକର୍ତ୍ତା ବ୍ରହ୍ମା ମନୁଷ୍ୟ ଯୋନିର ରଚନା କରିଥିଲେ। କିନ୍ତୁ ବ୍ରହ୍ମା ନିଜର ସର୍ଜନାରେ ସନ୍ତୁଷ୍ଟ ନଥିଲେ। କାରଣ କାହାର ବି ବାକ୍‌ ଶକ୍ତି ନଥିଲା । ତେଣୁ ସାରା ବିଶ୍ୱ ବ୍ରହ୍ମାଣ୍ଡ ଥିଲା ନିରବ, ନିସ୍ତବ୍ଦ । ଅନେକ ଚିନ୍ତା କରିବା ପରେ ବ୍ରହ୍ମା ନିଜ କମଣ୍ଡଳୁ ଜଳ ପୃଥିବୀ ଉପରେ ଛିଞ୍ଚିଥିଲେ, ଫଳରେ ପୃଥିବୀରେ କମ୍ପନ ହେବା ସହ ଅଭୁତ ଶକ୍ତି ରୂପରେ ଚର୍ତୁଭୂଜ ବିଶିଷ୍ଟ ସୁନ୍ଦର ନାରୀ ପ୍ରକଟ ହୋଇଥିଲେ। 

ତାଙ୍କର ଗୋଟିଏ ହାତରେ ଥିଲା ବୀଣା ଏବଂ ଅନ୍ୟ ହାତ ଆଶୀର୍ବାଦ ମୁଦ୍ରାରେ ରହିଥିଲା। ସେହିଭଳି ଅନ୍ୟ ଦୁଇ ହସ୍ତରେ ସେ ପୁସ୍ତକ ଏବଂ ମାଳି ଧାରଣ କରିଥିଲେ। ଦେବୀଙ୍କୁ ବ୍ରହ୍ମା ବୀଣା ବାଦନ କରିବାକୁ କହିଲେ।

ଏହାପରେ ଦେବୀ ସରସ୍ୱତୀଙ୍କ ବୀଣାର ମଧୁର ଧ୍ୱନିରୁ ସଂସାରର ସମସ୍ତ ଜୀବଜନ୍ତୁଙ୍କୁ ବାଣୀ ବା ବାକ୍‌ ଶକ୍ତି ପ୍ରାପ୍ତ ହୋଇଥିଲା। ନଦୀ, ଝରଣା ସବୁ କଳ କଳ ନାଦରେ ବହିବାକୁ ଲାଗିଲେ। ପ୍ରକୃତିର ଅପରୂପ ଶୋଭାରେ ହସି ଉଠିଲା ସାରା ସଂସାର। ତେଣୁ ବ୍ରହ୍ମା ସନ୍ତୁଷ୍ଟ ହୋଇ ସୁନ୍ଦରୀ ନାରୀଙ୍କ ନାମ ଦେଇଥିଲେ ସରସ୍ୱତୀ। ପୁରାଣ ଅନୁଯାୟୀ, ଭଗବାନ ଶ୍ରୀକୃଷ୍ଣ ମା’ ସରସ୍ୱତୀଙ୍କ ଉପରେ ଖୁସି ହୋଇ ବସନ୍ତ ପଞ୍ଚମୀ ଦିନକୁ ସରସ୍ୱତୀଙ୍କ ଜନ୍ମ ଦିବସ ଭାବେ ପାଳନ କରିବାକୁ ବରଦାନ ଦେଇଥିଲେ।

ମାଘ ମାସ ଶୁକ୍ଲ ପକ୍ଷ ପଞ୍ଚମୀ ତିଥିକୁ ସାରା ଦେଶରେ ‘ବସନ୍ତ ପଞ୍ଚମୀ’ ଭାବେ ପାଳନ କରାଯାଇଥାଏ। ବିଶ୍ୱାସ ଅନୁଯାୟୀ ଏହି ଦିନରୁ ବସନ୍ତ ଋତୁର ଆଗମନ ହୋଇଥାଏ। ଏମିତି କୁହାଯାଏ ଯେ, ବସନ୍ତପଞ୍ଚମୀ ଦିନ ମା ସରସ୍ୱତୀଙ୍କର ଆଗମନ ହୋଇଥିଲା । କୁହାଯାଏ ଯେ,ମା ସରସ୍ୱତୀଙ୍କ ଆଗମନରେ ପ୍ରକୃତିର ଶ୍ରୀଙ୍ଗାର ହୋଇଥିଲା, ସେହିଦିନ ଠାରୁ ମାଁ ସରସ୍ୱତୀଙ୍କର ପୂଜା ଅର୍ଚ୍ଚନା କରିବାର ପରମ୍ପରା ଆରମ୍ଭ ହୋଇଥିଲା ।

ବସନ୍ତ ପଞ୍ଚମୀକୁ ମଧ୍ୟ ‘ବାସନ୍ତୋତ୍ସବ’, ‘ମଦନୋତ୍ସବ’, ‘କାମୋତ୍ସବ’ ପର୍ବ ପାଳନ କରାଯାଇଥାଏ।

  1. ବସନ୍ତପଞ୍ଚମୀ ପାଳିବାରେ ଅନେକ ମତ ରହିଛି । ଏକ ମତ ଅନୁସାରେ ଏହି ଦିନ ବିଦ୍ୟା ଦେବୀ ମାଁ ସରସ୍ୱତୀଙ୍କର ପୂଜା କରାଯାଇଥାଏ ।
  2. ଦ୍ଵିତୀୟ ମତ ଅନୁସାରେ ମା ଲକ୍ଷ୍ମୀଙ୍କ ପୂଜା ସହିତ ଭଗବାନ ବିଷ୍ଣୁଙ୍କ ପୂଜାର ଦିନ ବୋଲି କୁହାଯାଏ ।
  3. ଅନ୍ୟ ଏକ ମତ ଅନୁସାରେ ଏହି ତିଥିରେ ରତି ଏବଂ କାମଦେବଙ୍କ ପୂଜା ମଧ୍ୟ କରିବା ଆବଶ୍ୟକ । କାରଣ କାମଦେବ ଏବଂ ବସନ୍ତ ମିତ୍ର ଅଟନ୍ତି ।
  4. ମାନ୍ୟତା ରହିଛି, ଏହିଦିନ କାମଦେବ ପତ୍ନୀ ରତିଙ୍କ ସହ ପୃଥିବୀପୃଷ୍ଠକୁ ଆସିଥାନ୍ତି। ଏଣୁ ଯେଉଁ ପତ୍ନିପତ୍ନୀ ଏହି ଦିନ କାମଦେବ ଓ ରତିଙ୍କୁ ପୂଜା କରିଥାନ୍ତି, ସେମାନଙ୍କ ବୈବାହିକ ଜୀବନ ଖୁସିରେ କଟିଥାଏ।
  5. ସରସ୍ୱତୀ ପୂଜା ମାଘମାସ ଶୁକ୍ଳପକ୍ଷ ପଞ୍ଚମୀତିଥି ଦିନ ପାଳନ କରାଯାଏ । ବିଦ୍ୟାପ୍ରାପ୍ତି ନିମିତ୍ତ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ବିଦ୍ୟାଦାୟିନୀ, ହଂସବାହିନୀ, ବୀଣା ପୁସ୍ତକ ଧାରିଣୀ ଦେବୀ ସରସ୍ୱତୀଙ୍କର ପୂଜା ଓ ଆରାଧନା ଏଇ ଦିନ ମୁଖ୍ୟତଃ ଶିକ୍ଷାନୁଷ୍ଠାନରେ କରାଯାଏ ।
  6. ଛାତ୍ରଛାତ୍ରୀମାନେ ପୂଜାମଣ୍ଡପକୁ ଅତି ମନୋରମ ଭାବେ ସଜାଇ ଥାଆନ୍ତି । ମାତା ସରସ୍ୱତୀଙ୍କର ପୂଜା ଓ ପୁଷ୍ପାଞ୍ଜଳୀ ଦେବା ପର୍ଯ୍ୟନ୍ତ ସେମାନେ ଉପବାସ ରଖିଥାନ୍ତି । ଏଇ ଦିନ ପିଲାମାନେ ଦେବୀ ସରସ୍ୱତୀଙ୍କର ଆଶୀର୍ବାଦ ପ୍ରାପ୍ତି ନିମିତ୍ତ ସେମାନଙ୍କର ପାଠ୍ୟପୁସ୍ତକ ଓ କଲମ ଆଦିକୁ ମାତାଙ୍କ ପାଖରେ ସମର୍ପଣ କରିଥାନ୍ତି ।
  7. ଅନ୍ୟ ଏକ କାରଣ ହେଉଛି ମାଆ ସରସ୍ବତୀଙ୍କ ପ୍ରିୟ ରଂଗ ହେଉଛି ହଳଦିଆ।
  8. ସେଥିପାଇଁ ଶ୍ରଦ୍ଧାଳୁମାନେ ମାଆଙ୍କ ମୂର୍ତ୍ତିକୁ ହଳଦିଆ କପଡ଼ାରେ ଢାଙ୍କି କରି ରଖିଥାନ୍ତି ଓ ମାଆଙ୍କୁ ହଳଦିଆ ରଂଗର ପୁଷ୍ପ ଦେଇ ପୂଜାର୍ଚ୍ଚନା କରିଥାନ୍ତି।
  9. ଏହି କାରଣରୁ ମହିଳାମାନେ ହଳଦିଆ ରଂଗର ଶାଢ଼ି ବା ଅନ୍ୟ କୌଣସି ପୋଷକ ପିନ୍ଧି ମାଆଙ୍କ ପୂଜା କରିବାକୁ ବେଶି ପସନ୍ଦ କରିଥାନ୍ତି।
  10. ହଳଦିଆ ରଂଗକୁ ଗୁରୁତ୍ବ ଦିଆଯିବାର ତୃତୀୟ କାରଣଟି ହେଉଛି, ହଳଦିଆ ରଂଗ ଜ୍ଞାନ, ଆନନ୍ଦ, ଶିକ୍ଷା ଓ ହିନ୍ଦୁ ସଂସ୍କୃତିର ପ୍ରତୀକ।
  11. ସେଥିପାଇଁ କେବଳ ହଳଦିଆ ରଂଗର ପୋଷାକ ନୁହେଁ, ସରସ୍ବତୀଙ୍କ ପୂଜାରେ ହଳଦିଆ ରଂଗର ବ୍ୟଞ୍ଜନ ବି ସବୁ ପ୍ରସ୍ତୁତ କରାଯାଇ ଥାଏ। ଯେପରି କେଶର ଭାତ, ଖିଚିଡ଼ି ଓ ବୁନ୍ଦି ଲଡୁ ଇତ୍ୟାଦି।
  12. ଶୁକ୍ଳ ପ୍ରତିପଦା ଠାରୁ ଆରମ୍ଭ ହେଇଥାଏ ଗୁପ୍ତ ନବରାତ୍ର । ଏହି ଗୁପ୍ତ ନବରାତ୍ରରେ ଦୈବୀଶକ୍ତିଙ୍କର ପୂର୍ଣ୍ଣ ପ୍ରଭାବଥାଏ । ମା' ଯୋଗମାୟା ଆଦ୍ୟାଶକ୍ତିଙ୍କ କଣ୍ଠରୁ ସରସ୍ୱତୀ ସମ୍ଭୁତା । ମା' ସରସ୍ୱତୀ, ମା' ଲକ୍ଷ୍ମୀ , ମା' କାଳୀ ତିନୋଟି ସ୍ୱରୂପ ଆଦ୍ୟାଶକ୍ତିଙ୍କର । ମାଘ ଶୁକ୍ଳ ପଞ୍ଚମୀରେ ଆଦ୍ୟାଶକ୍ତି ମହାସରସ୍ୱତୀ ସ୍ୱତନ୍ତ୍ର ରୂପରେ ପୂଜା ପାଇଥାନ୍ତି ।

ବୀଣା ଏବଂ ଜ୍ଞାନର ଦେବୀ ସରସ୍ୱତୀ

  1. ବାଗ୍ ଦେବୀ ବୀଣାପାଣି ଭଳି ନାମରେ ଜଣାଥିବା ଦେବୀ ସରସ୍ୱତୀ ଜ୍ଞାନ ଏବଂ ବିଦ୍ୟାର ପ୍ରତିକ ଅଟେ । ତାଙ୍କୁ ସାହିତ୍ୟ,କଳା,ସଂଗୀତ ଏବଂ ଶିକ୍ଷାର ଦେବୀ ବୋଲି କୁହାଯାଏ ।
  2. ମା ଶରତର ଚାରି ଭୂଜାରେ ଚାରି ଦିଗର ପ୍ରତିକ ଅଟନ୍ତି । ଚାରି ହାତରେ ମାଁ ବୀଣା,ବେଦ, କମଣ୍ଡଳୁ ଏବଂ ରୁଦ୍ରାକ୍ଷ ମାଳ ଧାରଣ କରିଛନ୍ତି ।
  3. ଏହି ପ୍ରତିକ ଆମ ଜୀବନରେ ପ୍ରେମ, ସମନ୍ଵୟ ବିଦ୍ୟା,ଜପ, ଧ୍ୟାନ ତଥା ମାନସିକ ଶାନ୍ତିକୁ ପ୍ରକଟ କରିଥାଏ ।
  4. ଖାସକରି ଏହି ଦିନରୁ ପିଲାମାନଙ୍କୁ ପାଠ ପଢାଇବା ଶୁଭ ବୋଲି ବିବେଚନା କରାଯାଏ।
  5. ଏପରିକି ସଂଗୀତଜ୍ଞମାନେ ଏହି ଦିନ ସେମାନଙ୍କର ବାଦ୍ୟଯନ୍ତ୍ର ପୂଜା କରନ୍ତି।

Post a Comment

0 Comments