ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବାରେ ଲାଭ

ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବାରେ ଲାଭ



ଯଦି ମଣିଷ ଜୀବନ ରେ ଅସୁବିଧା ହୋଇଥାଏ, ତାର ସମାଧାନ ମଧ୍ୟ ରହିଥାଏ । ଏହି ସବୁ ଉପାୟ ଆପଣ ସହଜରେ କରିପାରିବେ ଯାହା ଫଳରେ ଆପଣଙ୍କ ଜୀବନ ରେ ସୁଖ ଏବଂ ସମୃଦ୍ଧି ରେ ଭରିଯିବ । ସୂର୍ଯ୍ୟ ଦେବତାଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । 
ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମାର କାରକ କୁହାଯାଇଥାଏ । ନିୟମିତ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ଆତ୍ମା ଶୁଦ୍ଧି  ଏବଂ ଆତ୍ମବଳ ପ୍ରାପ୍ତ ହୋଇଥାଏ । ଏହା କରିବା ଦ୍ୱାରା ମଧ୍ୟ ଆରୋଗ୍ୟ ଲାଭ ହୋଇଥାଏ ।

ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବାର ଲାଭ :- 

  • ଜଳ ଚଢାଇବା ଦ୍ୱାରା ମନରେ ସକାରାତ୍ମକ ଊର୍ଜା ପ୍ରବେଶ କରିଥାଏ । ଯେଉଁ ଲୋକଙ୍କ ସ୍ୱାସ୍ଥ୍ୟ ସବୁବେଳେ ଖରାପ ହୋଇଥାଏ ଯଦି ସେହି ଲୋକ ପ୍ରତିଦିନ ଗାଧୋଇବା ପରେ ସୂର୍ଯ୍ୟ ଦେବଙ୍କୁ ଜଳ ଚଢାଇ ଥାନ୍ତି ତାଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧିତ ଯେତେବୀ ସମସ୍ୟା ହୋଇଥାଏ ଦୂର ହେବ 
  • ବହୁତ ଲୋକଙ୍କ କୁଣ୍ଡଳୀରେ ସୂର୍ଯ୍ୟଙ୍କ ଦଶା ଠିକ ହୋଇନଥାଏ । ଏହି ଲୋକଙ୍କୁ ପ୍ରତିଦିନ ଗାଧୋଇବା ପରେ ସୂର୍ଯ୍ୟ ଦେବଙ୍କୁ ଜଳ ଚଢାଇବା ଆବଶ୍ୟକ ହୋଇଥାଏ । ଏଥିରେ ତାଙ୍କ ଗ୍ରହରେ ଯାହାବି ଖରାପ ରହିଥାଏ ସେଥିରେ ସୁଧାର ଆସିଥାଏ ।
  • ସୂର୍ଯ୍ୟଙ୍କୁ ନିୟମିତ ଜଳ ଅର୍ପଣ କଲେ ଶରୀରରେ ସୂର୍ଯ୍ୟଙ୍କ ପ୍ରଭାବ ପଡ଼ିଥାଏ ଏବଂ ଆପଣଙ୍କୁ ଶକ୍ତିଶାଳୀ କରିଥାଏ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଉନ୍ନତି ଲାଭ ହୋଇଥାଏ ।
  • ଯେଉଁ ବ୍ୟକ୍ତିମାନଙ୍କର ଚାକିରୀ କ୍ଷେତ୍ରରେ ବାଧା ସୃଷ୍ଟି ହେଉଛି  ସେହି ବ୍ୟକ୍ତିମାନେ ମଧ୍ୟ ନିୟମିତ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ତାଙ୍କର ଏହି ଅସୁବିଧା ଦୂର ହୋଇଯିବ |
  • ଘରରୁ ଯେକୌଣସି କାର୍ଯ୍ୟ ପାଇଁ ବାହାରକୁ ଗଲେ ସୂର୍ଯ୍ୟଙ୍କୁ ପ୍ରଣାମ କରନ୍ତୁ । ଏହା ଦ୍ୱାରା କାର୍ଯ୍ୟରେ ସଫଳତା ମିଳିଥାଏ ।
  • ନିୟମିତ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସହ ଗୃହରେ ତମ୍ବାରେ ନିର୍ମିତ ସୂର୍ଯ୍ୟଙ୍କ ପ୍ରତିମା ଲଗାଇବା ଦ୍ୱାରା ପିଲାମାନେ ଶିକ୍ଷା କ୍ଷେତ୍ରରେ ଖୁବ ଉନ୍ନତି ପାଇଥାଆନ୍ତି ।
  • ରବିବାର ଦିନ ଆପଣ ଏକ ପାତ୍ର ରେ ଜଳ ଏବଂ ସିନ୍ଦୁର କୁ ମିଶେଇକି ବରଗଛ ଉପରେ ଅର୍ପଣ କଲେ ଆପଣଙ୍କ ଜୀବନର ଦୁଃଖ କଷ୍ଟ ଦୂର ହେବ ।
  • ରବିବାର ରାତିରେ ଶୋଇବା ସମୟରେ ଏକ ଗ୍ଲାସ ଦୁଗ୍ଧ ଭରି ନିଜର ମୁଣ୍ତ ପାଖରେ ରଖି‌ ଶୋଇଯାଆନ୍ତୁ  । ସାବଧାନ,ଯେମିତି ନିଦରେ ଦୁଗ୍ଧ ଗ୍ଲାସକୁ ଢାଳି ନଦିଅନ୍ତି । ସକାଳେ ଉଠି ସ୍ନାନ ପରେ ଏହି ଦୁଗ୍ଧକୁ ନେଇ କୋଣସି ବଗୁଳି ଗଛର ମୂଳରେ ଢାଳି ଦିଅନ୍ତୁ ।
  • ଯଦି ଆପଣ ରବିବାର ଦିନ କିଛି ଗୁରୁତ୍ୱ ପୂର୍ଣ୍ଣ କାର୍ଯ୍ୟ ପାଇଁ ବାହାରୁଛନ୍ତି ତେବେ ବାହାରିବା ପୂର୍ବରୁ ଗାଇକୁ ରୁଟି ଖାଇବାକୁ ଦିଅନ୍ତୁ ଏବଂ ଯଦି ହେଇପାରୁଛି ତ ଗାଈର ପୂଜା କରନ୍ତୁ । ଏହା ଦ୍ୱାରା ଆପଣଙ୍କ କାର୍ଯ୍ୟ ସଫଳ ହେବ ।
  • ଯଦି ଆପଣ ରବିବାର ଦିନ ମାଛ କୁ ଅଟା ଗୁଳା ଏବଂ ପିମ୍ପୁଡ଼ିକୁ କୁ ଚିନି ଖାଇବାକୁ ଦିଅନ୍ତୁ ତେବେ ଆପଣଙ୍କ ଜୀବନରେ ଶୁଭପରିଣାମ ମିଳିଥାଏ |

Post a Comment

0 Comments