ସୂର୍ଯ୍ୟଦେବଙ୍କ ସମ୍ମୁଖରେ କେଉଁ ଦୀପ ପ୍ରଜ୍ଜଳନ କରିବା ଉଚିତ

ସୂର୍ଯ୍ୟଦେବଙ୍କ ସମ୍ମୁଖରେ କେଉଁ ଦୀପ ପ୍ରଜ୍ଜଳନ କରିବା ଉଚିତ

ସୂର୍ଯ୍ୟ, ଋଷି କାଶ୍ୟପଙ୍କ ପୁତ୍ର ଅଟନ୍ତି । ଅଦିତିଙ୍କ ଗର୍ଭରୁ ଜନ୍ମ ନେଇଥିଲେ । ବିଶ୍ୱକର୍ମାଙ୍କର ନନ୍ଦିନୀ ସଂଜ୍ଞା, ସୂର୍ଯ୍ୟଙ୍କ ପତ୍ନୀ । ସୂର୍ଯ୍ୟଙ୍କ ପୁତ୍ର ସନ୍ତାନ ମନୁ, ଯମ ଓ ପୁତ୍ରୀ ଯମୁନା ଅଟନ୍ତି । ସୂର୍ଯ୍ୟଙ୍କର ଅପର ପତ୍ନୀ ହେଉଛନ୍ତି ଛାୟା, ଯେ ଶନିଙ୍କ ଓ ତପତିଙ୍କର ମାତା । ସୁଗ୍ରୀବ ଓ କର୍ଣ୍ଣ ମଧ୍ୟ ସୂର୍ଯ୍ୟଙ୍କର ପୁତ୍ର ଅଟନ୍ତି । ପକ୍ଷୀରାଜ ଗରୁଡ଼ଙ୍କ ଭାଇ ଅରୁଣ ସୂର୍ଯ୍ୟଙ୍କ ସାରଥୀ ଅଟନ୍ତି । 

ପଶ୍ଚିମ ବଙ୍ଗରେ ସୂର୍ଯ୍ୟ, ଗଙ୍ଗାଦିତ୍ୟ, ମୁର୍ଶିଦାବାଦରେ କୁଶାଦିତ୍ୟ, ସାମାଦିତ୍ୟ ଏବଂ କୋଣାର୍କରେ ମିତ୍ରାଦିତ୍ୟ ନାମରେ ବିଦିତ । ଅଶ୍ୱରୂଢ଼ ସୂର୍ଯ୍ୟ ଦେବ ହେଉଛନ୍ତି ଦ୍ୱିଭୁଜ ଏବଂ ଚତୁର୍ଭୁଜ ରୂପେ ବର୍ଣ୍ଣିତ । କୋଣାର୍କରେ ସୂର୍ଯ୍ୟ ମୂର୍ତ୍ତିଙ୍କ ଦୁଇ ପାର୍ଶ୍ୱରେ କୁନ୍ତୀ ଓ ପିଙ୍ଗଳା ଅବସ୍ଥାନ କରିଛନ୍ତି । ହିନ୍ଦୁଙ୍କ ମତରେ ସୂର୍ଯ୍ୟଙ୍କ ରଥ ଗୋଟିଏ ଚକ ଓ ସାତୋଟି ଘୋଡ଼ାଦ୍ୱାରା ଚାଳିତ ।

ସୂର୍ଯ୍ୟଙ୍କର ବାର ମାସରେ ପୂଜନୀୟ ରୂପ 

  1. ବୈଶାଖ - ଭାନୁ, 
  2. ଜ୍ୟେଷ୍ଠ - ଇନ୍ଦ୍ର, 
  3. ଆଷାଢ଼ - ରବି, 
  4. ଶ୍ରାବଣ - ଗଭସ୍ତି, 
  5. ଭାଦ୍ରବ - ଯମ, 
  6. ଆଶ୍ୱିନ - ସ୍ୱର୍ଣ୍ଣରେତା, 
  7. କାର୍ତ୍ତିକ - ଦିବାକର,
  8. ମାର୍ଗଶୀର - ମିତ୍ର, 
  9. ପୌଷ - ବିଷ୍ଣୁ ସନାତନ, 
  10. ମାଘ - ଅରୁଣ, 
  11. ଫାଲ୍ଗୁନ- ସୂର୍ଯ୍ୟ, 
  12. ଚୈତ୍ର - ବେଦାଙ୍ଗ, 
  13. ଅଧିମାସ - ପୁରୁଷ (ଆଦିତ୍ୟ ହୃଦୟ) ।

ସୂର୍ଯ୍ୟ ମନ୍ଦିର

୧୨ଶ ଶତକରେ ଲାଙ୍ଗୁଳା ନରସିଂହଦେବଙ୍କ ଦ୍ୱାରା ଓଡ଼ିଶାରେ ସୂର୍ଯ୍ୟଦେବଙ୍କ ମନ୍ଦିର କୋଣାର୍କର ମୈତ୍ରେୟ ବନରେ ନିର୍ମିତ ହୋଇଥିଲା । ଏହିଠାରେ ଶାମ୍ବ ସୂର୍ଯ୍ୟଙ୍କୁ ପୂଜା କରି କୁଷ୍ଠ ବ୍ୟାଧି ମୁକ୍ତ ହୋଇଥିଲେ । ଏହି ମନ୍ଦିର ସୂର୍ଯ୍ୟଙ୍କ ରଥ ସଦୃଶ । ଓଡ଼ିଶାର ବୁଗୁଡ଼ା, ଭଦ୍ରକ ସହ କାଶ୍ମୀରର ମାର୍ତ୍ତଣ୍ଡ ମନ୍ଦିର, ଗୁଜରାଟ, ଉତ୍ତର ପ୍ରଦେଶରେ ସୂର୍ଯ୍ୟଙ୍କ ମନ୍ଦିର ଅଛି । ବୁଦ୍ଧଗୟା, ସାରନାଥ, ଏଲୋରା, ମାନ୍ଦାସୋର, ଇନ୍ଦୋର ପ୍ରଭୃତି ସ୍ଥାନରେ ସୂର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ମିଳେ ।

ରଥଯାତ୍ରା

ଚନ୍ଦ୍ରଭାଗା ତୀର୍ଥରେ ମାଘ ସପ୍ତମୀ ମେଳା ଓ ୨୭ ଦିନ ବ୍ୟାପି ସୂର୍ଯ୍ୟ ରଥଯାତ୍ରା ଅନୁଷ୍ଠିତ ହୁଏ ।

ସୂର୍ଯ୍ୟଦେବଙ୍କ ସମକ୍ଷ ଦୀପ ପ୍ରଜ୍ଜଳନ

ସୂର୍ଯ୍ୟଦେବଙ୍କ ସମକ୍ଷ ନିୟମିତ ରୂପରେ ଚାରି ପ୍ରକାର ତେଲ ଦ୍ୱାରା ଦୀପ ପ୍ରଜ୍ଜଳନ କରନ୍ତୁ |

  • ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ସବୁ ଅଧା ମନୋକାମନା ପୂର୍ଣ୍ଣ କରନ୍ତୁ, ତେବେ ଆପଣଙ୍କୁ ଏଥିପାଇଁ ମହୁଆ ତେଲର ଦୀପ ପ୍ରଜ୍ଜଳନ କରନ୍ତୁ ।
  • ଯଦି ଆପଣ ଜୀବନ ସବୁ ପ୍ରକାର ଅସୁବିଧା ଦୂର କରିବା ପାଇଁ ଚାହାନ୍ତି ତେବେ ରାଶି ତେଲ ପ୍ରଜ୍ଜଳନ କରନ୍ତୁ ।
  • ଯଦି ଆପଣ ନିଜ ଶତ୍ରୁମାନଙ୍କ ଉପରେ ବିଜୟ ପ୍ରାପ୍ତ କରନ୍ତି ତେବେ ଆପଣଙ୍କୁ ସୋରିଷ ତେଲ ଦୀପ ପ୍ରଜ୍ଜଳନ   କରିବା ଉଚିତ | 
  • ଏହା ଛଡା ଜୀବନରେ ବହୁତ ପ୍ରକାର ସମସ୍ୟା ଉତ୍ପନ୍ନ ହେଉଛି ତେବେ ମଧ୍ୟ ସୋରିଷ ତେଲ ଦୀପ ପ୍ରଜ୍ଜଳନ କରନ୍ତୁ ଏହା ଦ୍ୱାରା ଆପଣଙ୍କ ସବୁ ଅସୁବିଧା ଦୂର ହୋଇଥାଏ |
  • ଯଦି ଆପଣଙ୍କୁ କୌଣସି ପ୍ରକାର ଶାରୀରିକ ରୋଗ ଅଛି ବା ନେତ୍ର ସମ୍ବନ୍ଧିତ କେତେ ରୋଗ ଅଛି ତେବେ ଏହା ଠାରୁ ମୁକ୍ତ ହବା ପାଇଁ ଆପଣଙ୍କୁ ଗାଇ ଘିଅ ଦୀପ ପ୍ରଜ୍ଜଳନ କରିବା ଉଚିତ |

Post a Comment

0 Comments