ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ ପୂର୍ବରୁ ଧ୍ୟାନ ଦିଅନ୍ତୁ
ସୂର୍ଯ୍ୟଦେବ ଏକ ମାତ୍ର ସାକ୍ଷାତ ଦର୍ଶନ ଦେଉଥିବା ଦେବତା ଅଟନ୍ତି । ସୂର୍ଯ୍ୟ ଦେବତା ସବୁଦେବତାଙ୍କ ଠାରୁ ଅଧିକ ତେଜସ୍ଵୀ ବୋଲି ମନାଯାଏ । ସୂର୍ଯ୍ୟ ଦେବତାଙ୍କୁ ଯଶର କାରକ ମଧ୍ୟ କୁହାଯାଇଥାଏ, ବିଶ୍ୱାସ ରହିଛି ଯେ ସୂର୍ଯ୍ୟ ଦେବତାଙ୍କ ପୂଜା କରିବା ଦ୍ୱାରା ସଫଳତା,ମାନସିକ ଶାନ୍ତି ଏବଂ ଶକ୍ତି ପ୍ରାପ୍ତି ହେବା ସହ ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ଆର୍ଶୀବାଦ ମିଳିଥାଏ ଓ ମାନ-ସମ୍ମାନ ପ୍ରାପ୍ତି ହୋଇଥାଏ ।
ଖାସ କରି ରବିବାର ଦିନ ସୂର୍ଯ୍ୟଙ୍କୁ ଜଳ ଚଢ଼େଇବାର ମହତ୍ତ୍ଵ କିଛି ଅଲଗା ହୋଇଥାଏ । କାରଣ ଏହା ଅଟେ କି ରବିବାର ଦିନଟି ସୂର୍ଯ୍ୟ ଦେବଙ୍କ ଦିନ ଅଟେ । ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରିବା ସମୟରେ କିଛି ବିଶେଷ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ….
ଜଳ ଅର୍ପଣ ପୂର୍ବରୁ ଧ୍ୟାନ ଦିଅନ୍ତୁ
- ଆପଣଙ୍କ ହାତ ଓ ଗୋଡ଼ ସମୂର୍ଣ୍ଣ ସ୍ୱଚ୍ଛ ରହିବା ଦରକାର | କାରଣ ଯଦି ଆପଣଙ୍କ ହାତ ଗୋଡ ଏବଂ ଶରୀର ମଇଳା ଥାଏ ତାହେଲେ ସେଥିରୁ ନେଗେଟିଭ ଶକ୍ତି ବାହାରିଥାଏ । ଆଉ ନେଗେଟିଭ ଉର୍ଜା ସହିତ ସୂର୍ଯ୍ୟ ଦେବଙ୍କୁ ଜଳ ଚଢ଼େଇବା ଫଳପ୍ରଦ ହୋଇନଥାଏ ।
- ସୂର୍ଯ୍ୟ ଦେବଙ୍କୁ କେବଳ ତମ୍ବାରେ ହିଁ ଜଳ ଦାନ କରନ୍ତୁ । ଏହା ପଛରେ ବୈଜ୍ଞାନିକ କାରଣ ଏହା ମଧ୍ୟ ଥାଏକି ସୂର୍ଯ୍ୟ ଦେବଙ୍କ ଉଷ୍ଣତା ଦ୍ଵାରା କିଛି ବିଷକ୍ତ ଗ୍ୟାସ ବାହାରି ଥାଏ ଯାହା ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ହୋଇନଥାଏ ।
- ସୂର୍ଯ୍ୟ ଦେବଙ୍କୁ ଜଳ ଚଢ଼େଇବା ସମୟରେ ଆପଣଙ୍କ ମନ ଶାନ୍ତ ଓ ସାଫ ରହିବା ଦରକାର । ମନ ଭିତରେ କୌଣସି ପାପ ବିଚାର ନରହିବା ଦରକାର। ବେଳେବେଳେ ଏହିପରି ମଧ୍ୟ ହୋଇ ଥାଏ କି ଆମେ କାହା ସହ ଝଗଡା କରିଥାଉ କିମ୍ବା କୌଣସି କଥାରେ ରାଗି ଥାଉ । ଆଉ ପୁଣି ସେହି ସମୟରେ ଜଳ ଚଢ଼େଇବା ଲାଗି ପହଂଚିଯାଉ ।
- ଅପଣ ଏହିପରି ଭୂଲ କେବେ କରନ୍ତୁ ନାହିଁ । ଥରେ ଆପଣ ଜଳ ନଚଢ଼େଇବେ ତ ଚଳିବ, କିନ୍ତୁ କ୍ରୋଧିତ କିମ୍ବା ଅଶାନ୍ତ ହୋଇ ଜଳ ଚଢାନ୍ତୁ ନାହିଁ । ଏହିପରି କରିବା ଦ୍ୱାରା ସୂର୍ଯ୍ୟ ଦେଵ ମଧ୍ୟ କ୍ରୋଧିତ ହୋଇଥାନ୍ତି ଆଉ ଦୁର୍ଭାଗ୍ୟ ଆପଣଙ୍କ ପିଛା ଛାଡି ନଥାଏ ।
କିପରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବେ
- ନିୟମିତ ସୂର୍ଯ୍ୟୋଦୟ ପୂର୍ବରୁ ଶେଯ ତ୍ୟାଗ କରନ୍ତୁ ।
- ସୂର୍ଯ୍ୟଙ୍କୁ ସବୁବେଳେ ଜଳ ଅର୍ପଣ ସ୍ନାନ କରିବା ପରେ ଦେବା ଉଚିତ ।
- ସବୁବେଳେ ତମ୍ବା କିମ୍ବା ପିତ୍ତଳ ପାତ୍ରରେ ଜଳ ଅର୍ପଣ କରନ୍ତୁ |
- ଯେତେବେଳେ ଆପଣ ତାଙ୍କୁ ଜଳାର୍ଘ ଅର୍ପଣ କରିବେ ସେତେବେଳେ ପାଦରେ ଯୋତା, ଚପଲ ଆଦି ନରହିବା ଉଚିତ ।
- ଜଳ ଦେବ ସମୟରେ ସେହିଜଳର ଛିଟା ଆପଣଙ୍କ ଗୋଡରେ ପଡିବ ଉଚିତ ନୁହେଁ । ସବୁବେଳେ ଏହି କଥାର ଧ୍ୟାନ ରଖିବେ ଆପଣ ଯେଉଁଠିବି ଜଳ ଚଢାଇବେ ସେହି ସ୍ଥାନରେ ଚଢଉଥିବା ଜଳ ଆପଣଙ୍କ ପାଦରେ ପଡିବ ଉଚିତ ହୋଇନଥାଏ ।
- ସୂର୍ଯ୍ୟ ଉଦୟ ହେବାର ୧ଘଣ୍ଟା ଭିତରେ ଜଳ ଅର୍ପଣ କରିବା ଉଚିତ। ସକାଳ ୮ଟା ପର୍ଯ୍ୟନ୍ତ ମଧ୍ୟ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିପାରିବେ ।
- ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ପୂର୍ବରୁ ପ୍ରଥମେ ଜଳରେ ରକ୍ତ ଚନ୍ଦନ,ଚାଉଳ ,ସିନ୍ଦୂର ,ରାଶି ,ଗୁଡ଼ ,ହଳଦୀ ଏବଂ ନାଲି ପୁଷ୍ପ ମିଶାଇ କରନ୍ତୁ । ଜଳ ଅର୍ପଣ କରନ୍ତୁ । ଏହା କରିବା ଦ୍ୱାରା ସୂର୍ଯ୍ୟ ଦେଵ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ।
- ଆପଣ ସୂର୍ଯ୍ୟ ଦେବଙ୍କୁ ଯେଉଁ ଜଳ ଚଢ଼ାଉଛନ୍ତି ତାହା ସଫା ରହିବା ନିହାତି ଜରୁରୀ ।
- ଆପଣ ଯେଉଁ ଢାଳ ରେ ପାଣି ଦେବେ ତାହା ମଧ୍ୟ ନିୟମିତ ସଫା କରିବା ଉଚିତ, ନଚେତ ଜଳ ରେ ନେଗେଟିଭ ଶକ୍ତି ଅସିଯାଏ । ଆଉ ଆପଣଙ୍କ ପୂଜାର ପ୍ରଭାବ ଓଲଟା ହୋଇ ଯାଇଥାଏ ।
- ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ପୂର୍ବ ଦିଗକୁ ମୁହଁ କରିବା ଉଚିତ |
- ଲାଲ ବସ୍ତ୍ର ପରିଧାନ କରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ଶୁଭ ହୋଇଥାଏ ।
- ଜଳ ଅର୍ପଣ କରିବା ସମୟରେ ହାତ ମୁଣ୍ତ ଉପରେ ରହିବା ଉଚିତ କାରଣ ଏପରି କରିବା ଦ୍ୱାରା ସାତଟି କିରଣ ଶରୀରରେ ପଡ଼ିଥାଏ । ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ନବଗ୍ରହଙ୍କର ମଧ୍ୟ କୃପା ରହିଥାଏ ।
- ଜଳ ଅର୍ପଣ କରିବା ପରେ ଜଳ ଓ ଭୂମିକୁ ସ୍ପର୍ଶ କରି କପାଳ ,ଆଖି ,କାନ ,ଗଳାକୁ ଛୁଇଁ ପ୍ରଣାମ କରିବେ |
- ଶୁଦ୍ଧ ଉଚ୍ଚାରଣ କରି ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ ।
ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଏହି ମନ୍ତ୍ର ଉଚ୍ଚାରଣ କରନ୍ତୁ
ସୂର୍ଯ୍ୟ ଦେବତା ହେଉଛନ୍ତି ଅସୀମ ଶକ୍ତି ସ୍ରୋତ । ସେଥିପାଇଁ ରବିବାର ଦିନ ୧୦୮ ଥର ସୂର୍ଯ୍ୟମନ୍ତ୍ର ଜପିବା ଦ୍ୱାରା ଜୀବନରେ ଲାଭପ୍ରାପ୍ତି ହୋଇଥାଏ । ଏହାସହିତ ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କୁ କୃପା ଲାଭ ପାଇଁ କେଉଁ ଉପାୟ କରିବା ଉଚିତ୍ ।
1. ପ୍ରିତିଦିନ ସକାଳ ସମୟରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ଓଁ ସୂର୍ଯ୍ୟାୟ ନମଃ, ଓଁ ଆଦିତ୍ୟାୟ ନମଃ, ଓଁ ଭାସ୍କରାୟ ନମଃ ମନ୍ତ୍ରର ଜପ କରନ୍ତୁ।
2. ଓଁ ଭାସ୍କରାୟ ଚ ମହାଂତେଜୀୟ ଧୀମହି ତନ୍ନ ସୂର୍ଯ୍ୟ ପ୍ରଚୋଦୟାତ |
3. ଓଁ ନମୋ ଶ୍ରୀ ସୂର୍ଯ୍ୟାୟ ସହସ୍ର କିରଣ।ୟ ସିଦ୍ଧି ସିଦ୍ଧି କରାୟ ମନ ବାଂଛିତ ପୁରାୟ କଷ୍ଟ° ଚୁରାୟ° ଚୁରାୟ° ଓଁ ଦ୍ରିି° ସୂର୍ଯ୍ୟାୟ ନମୋ8
4. ସୂର୍ଯ୍ୟଦେବଙ୍କ ସରଳ ମନ୍ତ୍ର ହେଉଛି ‘ଓଁ ଘୃଣିଂ ସୂର୍ଯ୍ୟଃ ଆଦିତ୍ୟଃ’ କୁ ୧୦୮ ଥର ଜପନ୍ତୁ ।
5.ଓଂ ହ୍ର।° ମିତ୍ରାୟ ନମଃ | ଓଂ ହ୍ରୀ° ରବୟେ ନମଃ
ହ୍ରୁ° ସୂର୍ଯାୟ ନମଃ | ଓଂ ହ୍ରେ° ଭାନବେ ନମଃ
ଓଂ ହୌଂ ଖଗାୟ ନମଃ| ଓଂ ହ୍ର8 ପୃଷ୍ପେ ନମଃ
ଓଁ ହ୍ରାଂ ହିଂ ହ୍ରୌ ସଃ ମନ୍ତ୍ର ଜପନ୍ତୁ ।
ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ଏହି ମନ୍ତ୍ର ଜପ କଲେ ସୂର୍ଯ୍ୟଦେବ ଶାନ୍ତି ହୋଇଥାନ୍ତି ବଳ, ବୁଦ୍ଧି, ବିଦ୍ୟା ଏବଂ ଏଶ୍ବର୍ଯ୍ୟ ପ୍ରାପ୍ତ ହୋଇଥାଏ ଓ ବିଭିନ୍ନ ସମସ୍ୟ| ଦୂର ହୋଇଥାଏ ।


0 Comments
Do you have any doubts or suggestions? Ask them here in the comments!