ଶୀତଦିନେ ମିଳୁଥିବା ଗ୍ରୀନ୍ ମଟର ଖାଇବାରେ ଫାଇଦା

ଶୀତଦିନେ ମିଳୁଥିବା ଗ୍ରୀନ୍ ମଟର ଖାଇବାରେ ଫାଇଦା

ଶୀତଦିନେ ବଜାରରେ ସବୁଜ ପନିପରିବା ଭରପୁର ମାତ୍ରାରେ ମିଳେ ।  ଏଥିମଧ୍ୟରୁ ଗୋଟିଏ ହେଉଛି ଗ୍ରୀନ ମଟର । ଅନେକ ଲୋକ ଭାବନ୍ତି ଯେ ଗ୍ରୀନ ମଟର କେବଳ ସ୍ୱାଦ ପାଇଁ ସେବନ କରାଯାଏ । କିନ୍ତୁ ଏହା ଭୁଲ ।  ଏହା ଶରୀର ପାଇଁ ମଧ୍ୟ ଲାଭଦାୟକ । ଗ୍ରୀନ୍‌ ମଟରରେ ଭିଟାମିନ୍‌ ଏ, ବି-୧, ବି-୬, ସି ଏବଂ କେ ପରି ଭିଟାମିନ୍‌ ଓ ପୋଷକତତ୍ତ୍ୱ ରହିଛି । ଏଗୁଡ଼ିକୁ ସ୍ୱାସ୍ଥ୍ୟ ପାଇଁ ପାୱାର ହାଉସ୍‌ ବୋଲି କୁହାଯାଇଥାଏ । ଯାହା ଶରୀରକୁ ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ । ଏହା ସହିତ ଏଥିରେ ପ୍ରଚୁର ପରିମାଣରେ ଆଣ୍ଟି-ଅକ୍ସିଡେଣ୍ଟ ଥାଏ ।

ସେହିପରି ଗ୍ରୀନ୍‌ ମଟରରେ କ୍ୟାଲୋରୀର ମାତ୍ରା କମ୍‌ ଏବଂ ଫାଇବର୍‌, ପ୍ରୋଟିନ୍‌, ମାଙ୍ଗାନିଜ୍‌, ଆଇରନ୍‌ ଓ ଫୋଲେଟ୍‌,  ଜିଙ୍କ, କପର  ଗ୍ରୀନ ମଟରରେ ପ୍ରଚୁର ପରିମାଣରେ ମିଳିଥାଏ । 

ତା’ହେଲେ ଆସନ୍ତୁ ଜାଣିବା ମଟର ଖାଇଲେ, ଶରୀରକୁ କେଉଁସବୁ ଲାଭ ମିଳିଥାଏ

1. କୋଲେଷ୍ଟରାଲ ମାତ୍ରା କମ୍ କରିଥାଏ : ମଟର ଖାଇବା ଦ୍ୱାରା ଶରୀରର କୋଲେଷ୍ଟରାଲ ମାତ୍ରା କମ୍ କରିଥାଏ । ରକ୍ତରେ ଟ୍ରାଇଗ୍ଲିସରାଇଡ୍ସ ମାତ୍ରା କମ୍ କରି ରକ୍ତରେ କୋଲେଷ୍ଟରାଲ ମାତ୍ରା କମାଇଥାଏ ।

2. ଯେଉଁମାନେ ସର୍ବଦା କ୍ଳାନ୍ତ ଅନୁଭବ କରନ୍ତି ସେମାନେ ଗ୍ରୀନ ମଟର ଖାଇବା ଉଚିତ । ଏହା ଆପଣଙ୍କ ଶରୀରକୁ ତତକ୍ଷଣାତ୍ ଶକ୍ତି ଯୋଗାଇବ ଏବଂ ଆପଣଙ୍କ ଥକ୍କା ସମସ୍ୟା ମଧ୍ୟ ଦୂର ହୋଇଯିବ । 
  • ଗ୍ରୀନ ମଟରରେ ପ୍ରୋଟିନ୍ ପ୍ରଚୁର ପରିମାଣରେ ରହିଥାଏ ।  ଯାହା ଶରୀରକୁ ଶକ୍ତି ଯୋଗାଇବାର କାମ କରେ, ଯାହାଫଳରେ ଆପଣ ସର୍ବଦା ନିଜକୁ ସତେଜ ଅନୁଭବ କରିବେ ।
3. ଗ୍ରୀନ୍‌ ମଟରରେ ଥିବା ମ୍ୟାଗ୍ନେଶିୟମ୍‌, ପୋଟାସିୟମ୍‌, କ୍ୟାଲସିୟମ୍‌ ଓ ଆଣ୍ଟି-ଅକ୍ସିଡାଣ୍ଟ ହାର୍ଟକୁ ସୁସ୍ଥ ରଖିଥାଏ । ଏପରିକି ଏହାକୁ ପ୍ରତିଦିନ ଖାଇଲେ ଆପଣଙ୍କ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହେବା ସହିତ ଖରାପ କୋଲେଷ୍ଟ୍ରଲ୍‌ ଶରୀରରେ ନଷ୍ଟ ହୋଇଥାଏ।
  • ଏଥିରେ ଥିବା ଏଣ୍ଟି-ଇନ୍‌ଫ୍ଲେମେଣ୍ଟ୍ରି ଓ ଏଣ୍ଟି ଅକ୍ସିଡାଣ୍ଟ ଥିବା କାରଣରୁ ହାର୍ଟ ରୋଗ ବିରୋଧରେ ଲଢିବାର ଶକ୍ତି ଯୋଗାଇଥାଏ ।
4. ଗ୍ରୀନ୍‌ ମଟରରେ ଗ୍ଲାଇସେମିକ ଇଣ୍ଡେକ୍ସ କମ୍‌ ରହିଛି, ଯାହା ବ୍ଲଡ୍‌ ସୁଗାରକୁ କଣ୍ଟ୍ରୋଲ କରିଥାଏ । ଏଥିସହ ମଟରରେ ଥିବା ଭିଟାମିନ୍‌ ବି, ଏ, କେ ଓ ସି ଡାଇବେଟିସ୍‌ର ଆଶଙ୍କାକୁ କମ୍‌ କରିଥାଏ ।

  • ମଧୁମେହ ରୋଗୀମାନେ ମଧ୍ୟ ଗ୍ରୀନ ମଟର ଖାଇବା ଉଚିତ । ଏହା ଆପଣଙ୍କ ଶରୀରରେ ଇନସୁଲିନର ସ୍ତରକୁ ନିୟନ୍ତ୍ରଣ କରି କାମ କରେ । ଏହାସହ ଗ୍ରୀନ ମଟର ରକ୍ତରେ ଥିବା ଗ୍ଲୁକୋଜର ସ୍ତରକୁ ବଢିବାକୁ  ଦିଏ ନାହିଁ । 
  • ଯେଉଁଥିପାଇଁ ଶରୀରରେ ସୁଗାର ସ୍ତର ସ୍ୱାଭାବିକ ରହିଥାଏ । ଏହି କାରଣରୁ, ମଧୁମେହ ରୋଗୀମାନେ ସେମାନଙ୍କ ଖାଦ୍ୟରେ ଗ୍ରୀନ ମଟର ଅନ୍ତର୍ଭୁକ୍ତ କରିବା ଉଚିତ୍ ।

5. ଏଥିରେ ଥିବା ଫାଇବର୍‌ ପାଚନ ତନ୍ତ୍ରକୁ ଠିକ୍‌ ରଖିଥାଏ ଏବଂ ଶରୀରରେ ଭଲ ବ୍ୟାକ୍ଟେରିଆ ତିଆରି କରିଥାଏ । ଗ୍ରୀନ୍‌ ମଟର ଖାଇବାଦ୍ୱାରା ପେଟ ସଫା ରହିବା ସହ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ ।

6.ଯେଉଁମାନଙ୍କର ହାଡ ଦୁର୍ବଳ, ସେମାନେ ମଧ୍ୟ ସେମାନଙ୍କର ଖାଦ୍ୟରେ ମଟର ଅନ୍ତର୍ଭୁକ୍ତ କରିବା ଉଚିତ୍ । ଗ୍ରୀନ ମଟରରେ ଭିଟାମିନ୍ କେ ରହିଥାଏ । ଏହି ଭିଟାମିନ୍ ହାଡକୁ ହୋଲାଉନ୍ସରୁ ରକ୍ଷା କରିଥାଏ ଏବଂ ସେମାନଙ୍କୁ ଶକ୍ତିଶାଳୀ କରିଥାଏ ।
  •  ଗ୍ରୀନ୍‌ ମଟରରେ ଥିବା ଭିଟାମିନ୍‌ କେ ଶରୀରକୁ ଅଷ୍ଟିଓପୋରୋସିସ୍‌ ରୋଗରୁ ରକ୍ଷା କରିଥାଏ । ସିଝା ଗ୍ରୀନ୍‌ ମଟରରେ ଭିଟାମିନ୍‌ କେ ୪୬ ପ୍ରତିଶତ ରହିଥାଏ ।
7. ଗ୍ରୀନ୍‌ ମଟରରେ ଥିବା ଭିଟାମିନ୍‌ ସି ତ୍ୱଚାରେ କୋଲୋଜୋନ୍‌ର ଉତ୍ପାଦନକୁ ବୃଦ୍ଧି କରିଥାଏ । ଏହାଦ୍ୱାରା ତ୍ୱଚାର ଚମକ ବଢ଼ିଥାଏ ।
  •  ଆହୁରି ମଧ୍ୟ ଗ୍ରୀନ୍‌ ମଟରରେ ପ୍ଲୋବେନୋଇଡସ୍‌, କେଟେଚିନ୍‌, ଏପିକ୍ଟିନ୍‌, କାରୋଟେନାଇଡ୍‌ ଓ ଅଲ୍‌ଫା କେରାଟାଇନ୍‌ ରହିଛି । ଏହିସବୁ ପୋଷକତତ୍ତ୍ୱ ବୟସ ବଢ଼ାଇବାର ସଙ୍କେତକୁ ନିୟନ୍ତ୍ରଣ କରିଥାଏ ।
8. ଆଖି ପାଇଁ ଲାଭକାରୀ : ମଟରରେ ଭିଟାମିନ୍ ଏ, ଆଲଫା କ୍ୟାରୋଟିନ ଭଲ ମାତ୍ରା ଥାଏ । ସବୁଦିନ କିଛି କଞ୍ଚା ମଟର ଖାଇବା ଦ୍ୱାରା ଆଖିର ପାୱାର ବଢ଼ିଥାଏ ।

9. ମୋଟାପଣ ମଧ୍ୟ କମାଇଥାଏ : ମୋଟାପଣ କମାଇବା ପାଇଁ ସବୁଠୁ ବଡ଼ ଉପାୟ ଆପଣ ଗୋଟିଏ ମୁଠା ମଟର ଖାଆନ୍ତୁ ।ଓଜନ କମାଇବା ପାଇଁ ଗ୍ରୀନ୍‌ ମଟର ସାହାଯ୍ୟ କରିଥାଏ । ଏଥିରେ ଫାଇବର୍‌ ଓ ପ୍ରୋଟିନ୍‌ ଥିବାରୁ ମଟର ଖାଇବା ପରେ ତୁରନ୍ତ ଭୋକ ଲାଗିନଥାଏ ।

10.କ୍ୟାନ୍‌ସରରୁ ରକ୍ଷା କରିଥାଏ : ମଟରରେ ଫାଇବର ଥିବା କାରଣରୁ ଖାଦ୍ୟ ହଜମ ଜିବାଣୁକୁ ଆକ୍ଟିଭ୍ କରିଥାଏ । ଏଥି ସହ ହଜମ ପ୍ରକ୍ରିୟାକୁ ବୃଦ୍ଧି କରିଥାଏ । ଏହା ଶରୀରର ଇମ୍ୟୁନିଟି କ୍ଷମତାକୁ ମଧ୍ୟ ବୃଦ୍ଧି କରିଥାଏ ।

Post a Comment

0 Comments