ଶୀତଦିନେ ଶିଶୁଙ୍କ କାଶର କିପରି ନେବେ ଯତ୍ନ
ଶୀତଦିନେ ଶିଶୁଙ୍କ କାଶର କିପରି ନେବେ ଯତ୍ନ
କାଶ ଶିଶୁମାନଙ୍କର ଅନ୍ୟତମ ସ୍ୱାସ୍ଥ୍ୟ ଜନିତ ସମସ୍ୟା | ଏହା ଶିଶୁ ପାଇଁ ଓ ବାପା, ମା'ଙ୍କ ପାଇଁ ବହୁତ ଅକ କଷ୍ଟଦାୟକ ହୋଇଥାଏ । କାଶ ଲାଗି ରହିଲେ ତାହା ଶିଶୁକୁ ଦୈନନ୍ଦିନ କାର୍ଯ୍ୟ ସେ ତଥା ରାତିରେ ଶୋଇବାରେ ବ୍ୟାଘାତ ସୃଷ୍ଟି କରିଥାଏ । ଅପରପକ୍ଷେ ଏହା ଏକ ଶ୍ୱାସନଳୀ ଓ ଫୁସ୍ଫୁସ୍ର ଗଭୀର ସଂକ୍ରମଣ ମଧ୍ୟ ହୋଇଥାଇପାରେ ।
- ଅଧିକାଂଶ ଶିଶୁଙ୍କର ହଠାତ୍ କାଶ ଏକ ଭୂତାଣୁଜନିତ ସମସ୍ୟା ହୋଇଥାଏ ଯଥା ସାଧାରଣ ଥଣ୍ଡା, ବ୍ରୋଙ୍କାଇଟିସ ବା କ୍ରୁପ୍ ବେଳେ ବେଳେ ତାହା ଫୁସ୍ଫୁସ୍ର ତଳଭାଗକୁ ସଂକ୍ରମଣ କଲେ ତାହାକୁ ବ୍ରୋଙ୍କିଓଲାଇଟିସ୍, ଲହରା କାଶ ବା ନିମୋନିଆ କୁହାଯାଇଥାଏ ।
- ଜଣେ ସ୍କୁଲ ଯାଉଥିବା ଶିଶୁକୁ ବର୍ଷକୁ ୭-୧୦ଥର ଶ୍ଵାସନଳୀ ସଂକ୍ରମଣ - ହୋଇଥାଏ ।
- ଝିଅ ଶିଶୁଙ୍କଠାରେ ଏହା ଟିକେ ଅଧିକ ଦେଖାଯାଇଥାଏ ।
- ତିନିଜଣଙ୍କ ମଧ୍ୟରେ ଜଣେ ଶିଶୁ କାଶ ପାଇଁ ଡାକ୍ତରଙ୍କ ପରାମର୍ଶ ଲୋଡ଼ିଥାନ୍ତି। ଚାରିଜଣଙ୍କ ମଧ୍ୟରୁ ଜଣେ ସ୍କୁଲ ଯାଇପାରନ୍ତି ନାହିଁ ।
କାଶର କାରଣ
- ଅତ୍ୟଧିକ କାଶ ବାୟୁ ପ୍ରଦୂଷଣ ଓ ଅତ୍ୟଧିକ ସହରାଞ୍ଚଳ ଲୋକସଂଖ୍ୟା ପାଇଁ ମଧ୍ୟ ହୋଇଥାଏ ।
- ପନ୍ଦରଦିନରୁ କମ୍ କାଶକୁ ସାଧାରଣ ଆକ୍ୟୁଟ୍ ଭୂତାଣୁଜନିତ ହୋଇଥିବା କୁହାଯାଏ ।
- ରାତିରେ କାଶ ବେଶି ହେବା ଶ୍ଵାସରୋଗ ବା ଆଜମାକୁ ବୁଝାଏ ।
- ଯେଉଁ କାଶ ଶୋଇଲେ କମିଯାଏ ତାହା ମାନସିକଜନିତ କାଶ ହୋଇଥାଏ ।
- ଅସ୍ୱାଭାବିକ ଓ ଆକସ୍ମିକ କାଶ ବେଳେ ବେଳେ ଫରନ୍ ବଡ଼ି (ଖାଇବା ଜିନିଷ ଯେପରିକି କୋଳିମଞ୍ଜି, ମାଛକଣ୍ଟା, ଚିକେନ୍ ହାଡ ଆଦି ତଣ୍ଟିରେ ଲାଗିଲେ)ପାଇଁ ହୋଇଥାଏ |
କାଶର ପ୍ରକାର
- ଯଦି ବାରମ୍ବାର କାଶ ହେଲା, ପିଲାର ଓଜନ ହ୍ରାସ ପାଏ ତା’ ହେଲେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ଓ ଯକ୍ଷ୍ମାରୋଗ ସନ୍ଦେହ ନେଇ କରାଯାଇଥାଏ ।
- କାଶ ଦୁଇ ପ୍ରକାରରେ ବିଭକ୍ତ କରାଯାଇପାରିବ ଯଥା- କଫ ବାହାରୁଥିବା ଓ ଦ୍ଵିତୀୟଟି ଶୁଖିଲା କାଶ |
- ଶୁଖିଲା କାଶ ସାଧାରଣତଃ ଆଜମା ଜନିତ ଶ୍ଵାସନଳୀ ବାଟ ଚିପିହୋଇଯାଇଥିବା ଯୋଗୁ ହେବା ଆଶଙ୍କା ଥାଏ ।
- କେତେକ କାଶ ପାକସ୍ଥଳୀର ଅମ୍ଳ ଅଂଶ ବେଶି ହୋଇ ଉର୍ଦ୍ଦ୍ୱକୁ ଠେଲି ଆସିବା ଦ୍ୱାରା ମଧ୍ୟ ହୋଇଥାଏ ।
ଚିକିତ୍ସା
- ଅଧିକ ପାଣି ପିଇବା , ସନ୍ତୁଳିତ ଆହାର, ବ୍ୟାୟାମ ଓ ଯୋଗ କରିବା ଆବଶ୍ୟକ।
- ଯଦି ଆଜ୍ମା ହୋଇଥାଏ ତା’ ହେଲେ ଧୂଳି ଓ ଘର ଅଳନ୍ଧୁ, ମୂଷାଲଣ୍ଡି, ଡଷ୍ଟମାଇଟ୍, ବିଭିନ୍ନ ରଙ୍ଗପକା ଖାଦ୍ୟପଦାର୍ଥ ଓ ପାନୀୟ, ଲୁଣି ଚିଙ୍ଗୁଡ଼ି, କଙ୍କଡ଼ା, କ୍ଷୀର ସର ଓ ଛତୁଠାରୁ ଦୂରେଇ ରହିବା ଆବଶ୍ୟକ।
- ଯେଉଁମାନଙ୍କର ନାକ ଆଲର୍ଜ ଥାଏ, ସେମାନଙ୍କୁ ଲୁଣପାଣି ନାକରେ ପକାଇବା (ସାଲାଇନ୍ ନାଜାଲ ସ୍ପ୍ରେ ) ଓ ମଣ୍ଟେଲ୍ୟୁକାଷ୍ଟ ଔଷଧ କିଛିଦିନ ପାଇଁ ସେବନ କରିବାକୁ ହୋଇଥାଏ ।
- ଅମ୍ଳଜନିତ ଊର୍ଦ୍ଧ୍ୱଗାମୀ ସମସ୍ୟା ଥିଲେ ଅମ୍ଳ କମେଇବା ଔଷଧ ଖାଇବାକୁ ପଡ଼ିଥାଏ ।
ସତର୍କତା
- କାଶ ସହ ଦ୍ରୁତ ଶ୍ୱାସକ୍ରିୟା ହେଲେ ନିମୋନିଆ ହୋଇଥାଇପାରେ |
- ଶିଶୁମାନଙ୍କୁ ସମୟ ସମୟରେ ଭିଟାମିନ 'ଏ ' ଓ ମିଳିମିଳା ଟିକା ଦେବା ଜରୁରୀ |
- ଏବେ ବ୍ୟୟବହୁଳ ନିମୋକୋକାଲ ପ୍ରତିଷେଧକ ଟିକା ଓ ହିମୋଫାଇଲସ 'ବି' ଟିକା ମଧ୍ୟ ଦିଆଯାଇପାରେ ।
- ତୁଳସୀ, ମହୁ ଓ ଅତ୍ୟଧିକ ପାଣି ପିଇବା ଦ୍ୱାରା କାଶ,କଫ ତରଳି ଯାଇ ସହଜରେ ବାହାରକୁ ଆସିଥାଏ ଓ ରୋଗୀକ ଉପଶମ ମିଳିଥାଏ ।
ମନେରଖନ୍ତୁ
- ସବୁ କାଶ , କଫ ପାଇଁ ଆଣ୍ଟିବାୟୋଟିକ୍ ପ୍ରୟୋଗ କରନ୍ତୁ ନାହିଁ ।
- ପୁରୁଣା ଚିଠା ଦେଖିବା ଔଷଧ ଦୋକାନରୁ ଯାଇ ମନଇଚ୍ଛା ଆଣ୍ଟିବାୟୋଟିକ୍ ନ ଆଣି ଡାକ୍ତରଙ୍କ ପରାମର୍ଶରେ ହିଁ ଔଷଧ ଆଣି ଶିଶୁକୁ ଦିଅନ୍ତୁ ।
ଆମ ଦେଶରେ ଆଣ୍ଟିବାୟୋଟିକର ବହୁଳ ଅପବ୍ୟବହାର ହେଉଛି । ଏହାଦ୍ୱାରା ଭବିଷ୍ୟତରେ ଯେତେବେଳେ ପ୍ରକୃତରେ ଜୀବନ ରକ୍ଷାକାରୀ ଆଣ୍ଟିବାୟୋଟିକ ଦରକାର ସେତେବେଳେ ତାହା ଅକାମୀ ହୋଇଯାଇଥାଏ । ୨୦୦୯ ମସିହା ପରଠାରୁ ବିଶ୍ୱରେ କୌଣସି ନୂଆ ଆଣ୍ଟିବାୟୋଟିକ ଉଭାବନ ହୋଇପାରୁନାହିଁ । ଯାହା ଅଛି ତାହାକୁ ନେଇ ଆମକୁ ଭବିଷ୍ୟତରେ ରୋଗ ଭଲ କରିବାକୁ ପଡ଼ିବ। ନିକଟରେ ଆମେରିକାରେ ଏକ ସଂଘନ କିତ୍ସା କେନ୍ଦ୍ର (ଆଇସିୟୁ)ରେ ଆଣ୍ଟିବାୟୋଟିକ ଅକାମୀ ହୋଇଥିବା କାରଣରୁ ବହୁ ରୋଗୀ ମୃତ୍ୟୁବରଣ କରିଛନ୍ତି ।
ଆମ ଶରୀରର ଓଜନଠାରୁ ଯଥେଷ୍ଟ ଗୁଣ ଅଧିକ ଓଜନର ଜୀବାଣୁ ଆମ ଶରୀରରେ ବସବାସ କରୁଛନ୍ତି। ତେଣୁ ବେଳ ଥାଉ ଥାଉ ଯଦି ଆମେ ଜୀବନ ରକ୍ଷାକାରୀ ଆଣ୍ଟିବାୟୋଟିକକୁ ଦୁରୁପଯୋଗ କରୁ ତେବେ ସେମାନେ ନିଶ୍ଚୟ ଆମକୁ ନିପାତ କରିଦେବେ । ଜୀବାଣୁମାନେ ମନୁଷ୍ୟ । ଅପେକ୍ଷା ଅଧକ ସ୍ମାର୍ଟ | ସେମାନଙ୍କ ବଞ୍ଚିବାର କୌଶଳ ଆମଠୁ ଅଧିକ ।
0 Comments
Do you have any doubts or suggestions? Ask them here in the comments!