ଶୀତଦିନେ ଖାଆନ୍ତୁ ଚିନାବାଦାମ

 ଶୀତଦିନେ ଖାଆନ୍ତୁ ଚିନାବାଦାମ

ଦକ୍ଷିଣ ଭାରତୀୟ ବ୍ୟଞ୍ଜନରେ ବାଦାମ ମଞ୍ଜିର ଉପଯୋଗିତା ଅଧିକ ହୋଇଥାଏ । ସେଇ ପ୍ରାନ୍ତର ଲୋକେ ବାଦାମ ତେଲକୁ ରନ୍ଧା ତେଲ ଭାବେ ବ୍ୟବହାର କରିଥାନ୍ତି । ପୋଷକ ତତ୍ତ୍ୱ ଭରପୂର ବାଦାମକୁ ନିଜ ଖାଦ୍ୟ ତାଲିକାରେ ସାମିଲ କରିବା ସହ ଶୀତରେ ନିୟମିତ ଖାଇବା ଭଲ । ପ୍ରୋଟିନ୍, ଲୌହ, କ୍ୟାଲସିୟମ୍ ଭରପୂର ଏଇ ବାଦାମ ଖାଇଲେ ଶରୀରକୁ ଶକ୍ତି ମିଳିବା ସହ ବିଭିନ୍ନ ସଂକ୍ରମଣ ରୋଗ ହେବାର ଆଶଙ୍କା ମଧ୍ୟ କମ୍ ହୋଇଥାଏ।

  • ପ୍ରତିଦିନ ସକାଳୁ ଏକ ମୁଠା କଞ୍ଚା ବାଦାମ ଖାଇବା ଦ୍ୱାରା ଶରୀରକୁ ପ୍ରୋଟିନ୍‌ ମିଳିଥାଏ ।
  • ଏକ ଲିଟର କ୍ଷୀର ପିଇବା ଦ୍ୱାରା ଶରୀରକୁ ଯେଉଁ ଶକ୍ତି ମିଳିଥାଏ, ୧୦ ଗ୍ରାମ ଚିନାବାଦାମରୁ ମଧ୍ୟ ଶରୀରକୁ ସେହି ଶକ୍ତି ମିଳିଥାଏ ।

ତେବେ ଆସନ୍ତୁ ଜାଣିବା ଚିନାବାଦାମ ଖାଇବାର ଫାଇଦା ସମ୍ପର୍କରେ :-


ବାଦାମକୁ ଫାଇବର ଏବଂ ପ୍ରୋଟିନ ଯଥେଷ୍ଟ ପରିମାଣରେ ରହିଥାଏ । କିନ୍ତୁ ଆପଣ କେବେ ଲକ୍ଷ୍ୟ କରିଛନ୍ତି କି ଏହାକୁ ଥଣ୍ଡା ଦିନେ କାହିଁକି ଅଧିକ ସେବନ କରାଯାଇଥାଏ । ଆସନ୍ତୁ ଜାଣିବା ବାଦାମରେ କି କି ଗୁଣ ରହିଥାଏ ଏବଂ ଏହାକୁ ସେବନ କରିବା ଦ୍ୱାରା କ’ଣ ଲାଭ ମିଳିଥାଏ ।

ଥଣ୍ଡା ପ୍ରଭାବରୁ ରକ୍ଷା କରିଥାଏ


  • ବାଦାମରେ ଆଣ୍ଟି ଅକ୍ସିଡେଣ୍ଟ, ଭିଟାମିନ, ମ୍ୟାଗ୍ନେସିୟମ, ମାଙ୍ଗାନିଜ୍ ଏବଂ କ୍ୟାଲସିୟମ ଭରପୁର ଭାବେ ରହିଥାଏ । ଏହିସବୁ ତତ୍ତ୍ୱ ଶରୀରକୁ ପୋଷଣ ଦେବା ସହ ଥଣ୍ଡା ପ୍ରଭାବରୁ ରକ୍ଷା କରିଥାଏ ।
  • ଥଣ୍ଡା ଦିନେ ବାଦାମ ଖାଇବାଦ୍ୱାରା ଶରୀର ଉପରେ ଥଣ୍ଡାର ପ୍ରଭାବ ପଡିନଥାଏ । ଏହାଦ୍ୱାରା ଆପଣଙ୍କ ଠାରେ ଥଣ୍ଡା ଏବଂ ସଂକ୍ରମଣ ହେବାର ଭୟ ଦେଖାଯାଇନଥାଏ। କାରଣ ବାଦାମ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।

ଲାଲ ରକ୍ତକୋଷିକା ବୃଦ୍ଧି

  • ଲୌହ ତତ୍ତ୍ୱ ଥିବା ବାଦାମ ଖାଇଲେ ଶରୀରରେ ଲାଲ ରକ୍ତକୋଷିକା ବୃଦ୍ଧି ପାଏ । ବିଶେଷଜ୍ଞଙ୍କ ମତରେ ଲାଲ କୋଷିବା ବଢ଼ିବା   ଦ୍ୱାରା ଶରୀରର ହାଡ଼ ଶକ୍ତ ହୁଏ । ବୟସ୍କ ପିଢ଼ି ଅଳ୍ପ ପରିମାଣର ଭଜା ବାଦାମ ନଚେତ୍ ବାଦାମ ଚଟଣି  ଦ୍ଵିପହର ଭୋଜନରେ ଖାଇବାର ଅଭ୍ୟାସ କରିବା ସ୍ୱାସ୍ଥ୍ୟ ପାଇଁ ଭଲ।
  • ବାଦାମରେ ମାଙ୍ଗାନିଜ୍ ଏବଂ କ୍ୟାଲସିୟମ ରହିଥାଏ । ଏହି କାରଣରୁ ବାଦାମ ଖାଇବା ଦ୍ୱାରା ଶରୀରକୁ ଦୁଇ ପ୍ରକାର ଲାଭ ମିଳିଥାଏ। ଯେପରି ମାଙ୍ଗାନିଜ୍ ହାଡ଼ ଭିତରେ କ୍ୟାଲସିୟମର ଅବଶୋଷଣ ପ୍ରକ୍ରିୟାକୁ ତେଜ୍ କରିବାରେ ସାହାଯ୍ୟ କରିଥାଏ ।

ମଧୁମେହ ହେବାର ଆଶଙ୍କା କମ୍

ଅନୁସନ୍ଧାନରୁ ପ୍ରମାଣିତ ହୋଇଛି, ଭଜା ବାଦାମ ପ୍ରତିଦିନ ଖାଉଥିବା ଲୋକଙ୍କ ଠାରେ ମଧୁମେହ ହେବାର ଆଶଙ୍କା ଅପେକ୍ଷାକୃତ କମ୍ ।

ଅବସାଦଗ୍ରସ୍ତ ଲୋକ ପାଇଁ 

ବାଦାମରେ ଥିବା ଟ୍ରିପ୍ଟୋଫାନ୍ ନାମକ ଏମିନୋ ଏସିଡ୍ ଆମ ମାନସିକ ସ୍ଥିତିକୁ ଭଲ ରଖିବାରେ ସହାୟକ ହୋଇଥାଏ ।  ଅବସାଦଗ୍ରସ୍ତ ଲୋକ ନିୟମିତ ବାଦାମ ଖାଇଲେ ସେମାନଙ୍କ ସ୍ଥିତି କ୍ରମଶଃ ଭଲ ହୋଇଥାଏ।

ତ୍ୱଚାରେ ବୟସର ଛାପ କମ୍

  • ବାଦାମରେ ଥିବା ବିଟା କେରୋଟିନ୍ ତ୍ୱଚାର ଗୋଟିଏ ଗୋଟିଏ କୋଷିକା ପର୍ଯ୍ୟନ୍ତ ରକ୍ତ ପ୍ରବାହକୁ ସୁନିଶ୍ଚିତ କରିଥାଏ। ଏହାଦ୍ୱାରା ତ୍ୱଚାରେ କୋମଳତା ଦେଖାଯିବା ସହ ତ୍ୱଚା ନିରୋଗ ରହିଥାଏ।
  • ଓମେଗା ଥ୍ରୀ ଫ୍ୟାଟି ଏସିଡ୍ ଭରପୂର ବାଦାମ ଖାଇଲେ ଆମ ତ୍ୱଚାରେ ବୟସର ଛାପ କମ୍ ହେବା ସହ କେଶଜନିତ ସମସ୍ୟା ମଧ୍ୟ ଦୂର ହୁଏ।
  • ଶୀତଦିନେ ତ୍ୱଚା ଶୁଷ୍କ ହୋଇଯିବାର ସମସ୍ୟା ଦେଖାଯାଏ । ବାଦାମ କିମ୍ବା ଏହା ତେଲ ପ୍ରସ୍ତୁତ ଖାଦ୍ୟ ଖାଇଲେ ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ମିଳୁଥିବାର ବିଶେଷଜ୍ଞ ଅନୁସନ୍ଧାନରୁ ପ୍ରକାଶ ।

କୋଷ୍ଠକାଠିନ୍ୟ ସମସ୍ୟା ଦୂର

  • ନିୟମିତ ଚିନାବାଦାମ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଓ ଗ୍ୟାସ୍‌ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
  • ଅମ୍ଳ, କୋଷ୍ଠକାଠିନ୍ୟ ସମସ୍ୟା ଉପୁଜୁଥିଲେ, ବାଦାମ ଭଜା ପ୍ରତିଦିନ ଅଳ୍ପ ପରିମାଣର ଖାଇବା ଭଲ । 

ସ୍ମୃତି ଶକ୍ତି ବୃଦ୍ଧି ନିମନ୍ତେ

  • ଚିନାବାଦାମରୁ ଶରୀରକୁ ଭିଟାମିନ୍‌-ଇ ମିଳିଥାଏ, ଯାହା ସ୍ମରଣ ଶକ୍ତି ବଢ଼ାଇଥାଏ ।
  • ବିଶେଷଜ୍ଞଙ୍କ ମତରେ ପିଲାଙ୍କ ସ୍ମୃତି ଶକ୍ତି ବୃଦ୍ଧି ନିମନ୍ତେ ବାଦାମର ଭୂମିକା ଗୁରୁତ୍ବପୂର୍ଣ୍ଣ । ଭିଟାମିନ୍ ବି-୩ ଭରପୂର ବାଦାମ ଖାଇଲେ ପିଲାଙ୍କ ହଜମ କ୍ଷମତା ମଧ୍ୟ ଭଲ ହୋଇଥାଏ।

ଓଜନ ବୃଦ୍ଧି ପାଇଁ

ଓଜନ ବୃଦ୍ଧି କରିବାକୁ ଚାଁହୁଥିବା ବ୍ୟକ୍ତି ପ୍ରତିଦିନ ସକାଳୁ କଞ୍ଚା ବାଦାମ କିମ୍ବା ରାତିରୁ ବତୁରା ଯାଇଥିବା ବାଦାମ ଖାଇବା ଉଚିତ୍ ‌।

ପତଳା ହେବାକୁ ଚାହୁଁଛନ୍ତି

ଯେଉଁମାନେ ପତଳା ହେବାକୁ ଚାହୁଁଛନ୍ତି, ସେମାନେ ଖାଦ୍ୟ ଖାଇବା ପରେ ଚିନାବାଦାମ ନିୟମିତ ଖାଇଲେ ପତଳା ହୋଇଯିବେ । କାରଣ ଏହା ହଜମ ଶକ୍ତି ମଧ୍ୟ ବଢ଼ାଇଥାଏ ।


ହୃଦରୋଗରୁ ରକ୍ଷା ଦିଏ


  • ଆପଣମାନେ ଅଧିକାଂଶ ସମୟରେ ହାର୍ଟ ଆଟାକ୍‌ସ, ହାର୍ଟ ଷ୍ଟ୍ରୋକ୍ କିମ୍ବା ବ୍ରେନ୍ ହାମରେଜ୍ ଭଳି ଘଟଣା ଶୁଣିଥିବେ। ଏଭଳି ଘଟଣା ବ୍ୟକ୍ତିଙ୍କ ଜୀବନ ଶୈଳୀ ଓ ସେମାନଙ୍କ ଶରୀର ଉପରେ ଥଣ୍ଡାର ପ୍ରଭାବ ଏବଂ କୋଲେଷ୍ଟ୍ରଲର ଖରାପ ସ୍ତର ପାଇଁ ଦେଖାଯାଇଥାଏ । କିନ୍ତୁ ନିୟମିତ ସୀମିତ ପରିମାଣରେ ବାଦାମ ସେବନ କରିବା ଦ୍ୱାରା ଏହି ସମସ୍ୟାକୁ ନିୟନ୍ତ୍ରଣ କରାଯାଇପାରିବ।
  • ଚିନାବାଦାମ୍‌ ଶରୀରର କୋଲେଷ୍ଟ୍ରଲ୍‌କୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଏହା ଖରାପ କୋଲେଷ୍ଟ୍ରଲ୍‌କୁ  ଭଲ  କୋଲେଷ୍ଟ୍ରଲ୍‌ରେ ପରିଣତ କରିଥାଏ ।
  • ଚର୍ବି ଦୂର କରିବା ସହ ହୃଦରୋଗରୁ ମଧ୍ୟ ରକ୍ଷା ଦିଏ | ପ୍ରତ୍ୟେକ ଦିନ 42ଗ୍ରାମ ବାଦାମ ଖାଦ୍ୟରେ ସାମିଲ କରନ୍ତୁ |
  • ବାଦାମ ଆମ ଶରୀରର ମେଟାବଲିଜମ୍ ଏବଂ ମାଂସପେଶୀକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରିଥାଏ। 

ଫୁସ୍‌ଫୁସ୍‌କୁ ସୁସ୍ଥ ରଖେ


ଯେଉଁମାନଙ୍କୁ ନିଃଶ୍ଵାସ ନେବାରେ ଅସୁବିଧା ହେଉଛି, ସେମାନଙ୍କ ପାଇଁ ଚିନାବାଦାମ ବେଶ୍‌ ଉପକାରୀ । ଏହା ଶରୀରର ତାପମାତ୍ରକୁ ନିୟନ୍ତ୍ରଣ କରିବା ସହ ଫୁସ୍‌ଫୁସ୍‌କୁ ମଧ୍ୟ ସୁସ୍ଥ ରଖେ ।

କ୍ୟାନସରରୁ ମୁକ୍ତି

  • ପ୍ରତିଦିନ ସକାଳେ କିଛି ସମୟ ବ୍ୟାୟାମ ପରେ ୪ଟି ଚିନା ବାଦାମ ଖାଇଲେ ମିଳିଥାଏ ଅନେକ ଉପକାର । ନିୟମିତ ଏପରି କଲେ କ୍ୟାନସରରୁ ମୁକ୍ତି ମିଳିପାରିିବ ବୋଲି ଆୟୁର୍ବେଦରେ ଉଲ୍ଲେଖ କରାଯାଇଛି ।
  • ଚିନା ବାଦାମରେ ଓମେଗା-୩ ଫ୍ୟାଟି ଏସିଡ୍‌ ପ୍ରଚୁର ପରିମାଣରେ ରହିଥାଏ। ଏହା ଏକ ଅନସାଚ୍ୟୁରେଟେଡ୍‌ ଫ୍ୟାଟ୍‌ କ୍ୟାନସରକୁ ପ୍ରାଥମିକ ଅବସ୍ଥାରୁ ରୋକିବାରେ ଏହା କରିଥାଏ ସହାୟତା । 
  • କ୍ୟାନସର ରୋଗକୁ ପ୍ରତିରୋଧ କରିବାରେ ଫ୍ୟାଟି ଏସିଡ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଫ୍ୟାଟି ଏସିଡ୍‌ କ୍ୟାନସର କୋଷିକାକୁ ନଷ୍ଟ କରିବା ସହିତ ଏହାକୁ ଆଉ ବଢ଼ିବାକୁ ଦେଇ ନ ଥାଏ । ଫଳରେ ଧୀରେ ଧୀରେ ଏକ ବର୍ଷରୁ ଦେଢ଼ ବର୍ଷ ମଧ୍ୟରେ କ୍ୟାନସର ରୋଗରୁ ମିଳିଥାଏ ମୁକ୍ତି । ଅନ୍ୟ ପକ୍ଷରେ ସାଚ୍ୟୁରେଟେଡ୍‌ ଫ୍ୟାଟ୍‌ କ୍ୟାନସର ରୋଗ ବୃଦ୍ଧିରେ ସହାୟକ ହୋଇଥାଏ ।

Post a Comment

0 Comments