ଶୀତଦିନେ ଛାତିରେ କଫ ଜମିଥିଲେ କରନ୍ତୁ ଏପରି ଉପଚାର
ଶୀତଦିନେ ଛାତିରେ କଫ ଜମିଥିଲେ କରନ୍ତୁ ଏପରି ଉପଚାର
ଶୀତଦିନେ ସାଧାରଣତଃ ଥଣ୍ଡା, ଜ୍ୱର, କାଶ ଆଦି ସମସ୍ୟା ଦେଖାଦିଏ । ଥଣ୍ଡା ଯୋଗୁଁ ଛାତିରେ କଫ ଜମିଯାଏ । ବେଳେବେଳେ ଏହି ସମସ୍ୟା ଏତେ ବଢ଼ିଯାଏ ଯେ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭୂତ ହୁଏ । ତେବେ ଔଷଧ ଖାଇବା ଅପେକ୍ଷା ଆପଣ ଚାହିଁଲେ ଘରୋଇ ଉପାୟରେ ମଧ୍ୟ ଏଥିରୁ ମୁକ୍ତି ପାଇପାରିବେ ।
ଲକ୍ଷଣ
ଯଦି ଆପଣଙ୍କର ଛାତିରେ କଫ ଜମା ହୋଇଥାଏ ତା ହେଲେ ଆପଣଙ୍କର ବାରମ୍ବାର କାଶ ହୋଇଥାଏ, ଆପଣଙ୍କର ତଣ୍ଟି ବସିଯିବ, କିମ୍ବା ଆପଣଙ୍କ ତଣ୍ଟି ବହୁତ ଦରଜ ହୋଇଥାଏ | ଆପଣଙ୍କର ନାକ ବନ୍ଦ ହୋଇଯାଏ ଓ ଆପଣ ଠିକ ଭାବରେ ନିଶ୍ୱାସ ନେଇ ପାରନ୍ତି ନାହିଁ ।
- ଆପଣଙ୍କର ମୁଣ୍ତ ବିନ୍ଧା ବା ସାଇନସ ରୋଗ ମଧ୍ୟ ହୋଇଥାଏ ତା ସହିତ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ |
କଫ ହେବାର କାରଣ
- ଆମ ଶରୀରରେ ତିନୋଟି ଦୋଷ ଥାଏ ଯାହାକୁ ତ୍ରିଦୋଷ କୁହାଯାଏ । ସେଗୁଡିକ ହେଲା ବାତ, କଫ, ପିତ । ଆପଣଙ୍କ ଛାତିରେ ଯେଉଁ କଫ ଜମା ହୋଇଥାଏ ଯେତେବେଳେ କଫ ଇମବାଲେନ୍ସ ହୋଇଥାଏ । ମଣିଷ ଶରୀରରେ ଗୋଟିଏ କେମିକାଲ ରହିଥାଏ ଯାହାର ନାମ ହେଲା ଫସଫରସ, ଯେତେବେଳେ ଶରୀରରେ ଫସଫରସର ମାତ୍ରା କମ ହୋଇଥାଏ ।
- କାଶ ଅପେକ୍ଷାକୃତ ଧୂଳି, ଧୂଆଁ ପରି କଣିକା ବା ଉତ୍ତେଜକ ସଂସ୍ପର୍ଶରେ ଆସିବା ଫଳରେ କାଶ ବୃଦ୍ଧି ପାଇଥାଏ |
- ଦହି ଓ ସେଓ ଥଣ୍ଡା ଜାତୀୟ ଖାଦ୍ୟ । ଏହାକୁ ଏକାସଙ୍ଗେ ଖାଇଲେ ଆପଣଙ୍କର କଫ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି ।
- ଏହା ବ୍ୟତୀତ ସେଓକୁ କେବେ ସକାଳେ ଓ ରାତିରେ ଖାଇବା ଉଚିତ ନୁହେଁ । କାରଣ ଏହା ଥଣ୍ଡା ଥିବାରୁ କଫ ହେବାର ଆଶଙ୍କା ଅଧିକ ରହିଥାଏ ।
- ରାତିରେ ଖଟା ଫଳ ଖାଇ ଶୋଇବା ଦ୍ୱାରା କାଶ ହୋଇଥାଏ ଏବଂ ଗଳାରେ ଯନ୍ତ୍ରଣା ଅନୁଭବ ହୁଏ । କାଶ ହେବାରୁ ଗଳାରେ କଫ ମଧ୍ୟ ଜମାଟ ବାନ୍ଧିଥାଏ ।
- ଧୂମପାନ କରିବା ଦ୍ୱାରା ମଧ୍ୟ କାଶ ହୋଇଥାଏ |
- ଛୋଟ ପିଲାମାନଙ୍କଠାରେ କାଶ ହେବାର ଏକ ସାଧାରଣ କାରଣ ହେଉଛି ଆଜମା ।
ଉପଚାର
- ପ୍ରଚୁର ପାଣି ପିଇ ହାଇଡ୍ରେଟ୍ ରଖନ୍ତୁ |
- ଶୋଇବା ସମୟରେ ଅତିରିକ୍ତ ତକିଆ ସହିତ ମୁଣ୍ଡକୁ ଉପରକୁ ଉଠାନ୍ତୁ |
- ଆପଣଙ୍କ ଗଳାକୁ ଶାନ୍ତ କରିବା ପାଇଁ କାଶ ବୁନ୍ଦା ବ୍ୟବହାର କରନ୍ତୁ |
- ଧୂଆଁ ଏବଂ ଧୂଳି ସମେତ ଉତ୍ତେଜକରୁ ଦୂରେଇ ରୁହନ୍ତୁ |
- ଆପଣଙ୍କ କାଶରୁ ମୁକ୍ତି ପାଇବା ପାଇଁ ଏବଂ ଆପଣଙ୍କ ବାୟୁପଥକୁ ସଫା କରିବା ପାଇଁ ଗରମ ଚା’ରେ ମହୁ କିମ୍ବା ଅଦା ମିଶାନ୍ତୁ |
- ନାକକୁ ଅବରୋଧ କରିବା ଏବଂ ଶ୍ୱାସକ୍ରିୟାକୁ ସହଜ କରିବା ପାଇଁ ଡିକୋଙ୍ଗେଷ୍ଟାଣ୍ଟ ସ୍ପ୍ରେ ବ୍ୟବହାର କରନ୍ତୁ |
ଲୁଣ ଓ ଉଷୁମ ପାଣି
ଯଦି ଆପଣ ଲୁଣ ଓ ଉଷୁମ ପାଣି ବ୍ୟବହାର କରି କୁଳୁକୁଜା କରୁଛନ୍ତି ତା ହେଲେ ଆପଣଙ୍କ ଛାତିରେ ଯେଉଁ କଫ ଜମା ହୋଇଥାଏ ତାହା ଭଲ ହୋଇଥାଏ | ସେଥିପାଇଁ ଆପଣେ ଗୋଟିଏ ଗ୍ଳାସ ଗରମ ପାଣିରେ ଏକ ଛୋଟ ଚାମଚ ଲୁଣ ପକାଇ କୁଳୁକୁଜା କରିବେ | ଏହାକୁ ଦିନରେ ୩-୪ ଥର କରିବେ |
ଗୁଡ଼
ଖାଦ୍ୟ ଖାଇବା ପରେ ଟିକେ ଗୁଡ଼ ଖାଇବା ଦ୍ୱାରା କଫ ସମସ୍ୟା ଦୂର ହୋଇଥାଏ । ଏହାଛଡ଼ା ପାଚନ କ୍ରିୟା ମଧ୍ୟ ସ୍ୱାଭାବିକ ହୋଇଥାଏ ।
ଅଦା ଚା
ଯଦି ଆପଣ ଲୁଣ ଗରମ ପାଣି ବ୍ୟବହାର କରି ନ ପାରିବେ ତେବେ ଆପଣ ଅଦା ଚା କରି ମଧ୍ୟ ପିଇ ପାରିବେ |ସେଥିପାଇଁ ଆପଣଙ୍କୁ ୧-୨ ଇଞ୍ଚ ଅଦା, ଗୋଟିଏ କପ ଗରମ ପାଣି ଓ ମହୁ ଆବଶ୍ୟକ । ପ୍ରଥମେ ଆପଣ ପାଣିକୁ ଭଲ ଭାବେ ଫୁଟାଇ, ତା ପରେ ଅଦାକୁ ଭଲ ଭାବେ ଛେଚି ସେଥିରେ ପକାଇ ତାହାକୁ ଅଧା ହେବା ପର୍ଯ୍ୟନ୍ତ ଫୁଟାନ୍ତୁ । ଚା' ହୋଇଗଲା ପରେ ତାହାକୁ ଛାଣି ସେଥିରେ ଗୋଟିଏ ଛୋଟ ଚାମଚ ମହୁ ମିଶାଇ ପିଇଲେ ଛାତିରେ ଜମିଥିବା କଫ ଭଲ ହୋଇଥାଏ | ଏହାକୁ ଦିନରେ ୩-୪ ଥର କରନ୍ତୁ |
ତୁଳସୀ ଓ ଅଦା
ତୁଳସୀ, ସୁଣ୍ଠି, ଅଦା ଓ ମହୁ କଫ ସମସ୍ୟା ପାଇଁ ବହୁଳ ମାତ୍ରାରେ ବ୍ୟବହାର କରାଯାଏ । ଏସବୁର ପାର୍ଶ୍ୱ ପ୍ରତିକ୍ରିୟା ନଥିବାରୁ ଆପଣ ନିୟମିତ ଖାଦ୍ୟ ତାଲିକାରେ ଏଗୁଡ଼ିକୁ ସାମିଲ କରିପାରିବେ ।
ରସୁଣ ଓ ଅଦା
- କଫ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ରସୁଣ ଓ ଅଦାକୁ ପାଟିରେ ରଖି ଶୋଷନ୍ତୁ । ଏହା ଦ୍ୱାରା କଫ କମ୍ ହେବା ସହ ନିଃଶ୍ୱାସପ୍ରଶ୍ୱାସ ସହଜରେ ହୋଇଥାଏ ।
- ଗୋଟିଏ ଜାଗାରେ ପାଣିକୁ ଅଳୁ ଉଷୁମ କରିନେବେ | ସେଥିରେ ଆପଣି ୪-୫ ଟି ରସୁଣ ଛେଚି ପକାଇବେ ଓ ସେହି ଉଷୁମ ପାଣିକୁ ସକାଳୁ ପିଇଲେ ଯଦି ଆପଣଙ୍କ ଛାତିରେ କଫ ଜମା ହୋଇଥିବ କିମ୍ବା ଆପଣଙ୍କୁ ଯଦି ଥଣ୍ତା ହୋଇଥିବ ତାହା ଭଲ ହୋଇଯାଇଥାଏ |
- ଯଦି ଆପଣ ଏପରି କରି ନ ପାରିବେ ତେବେ ଚେଷ୍ଟା କରନ୍ତୁ ଆପଣ ଖାଦ୍ୟ ଖାଇବାବେଳେ ୩-୪ ଟି ପାଖୁଡା ରସୁଣ ଖାଇବା ପାଇଁ । ତାହା ଦ୍ୱାରା ଥଣ୍ତା କାଶ କଫ ଭଲ ହୋଇଥାଏ |
ମରିଚ
ପ୍ରଥମେ କିଛି ମରିଚ ନେଇ ତାହାକୁ ଭଲ ଭାବେ ଚୂନା କରିଦିଅନ୍ତୁ । ଦୁଇ କପ୍ ପାଣି ଗରମ କରି ମରିଚ ପାଉଡରକୁ ସେଥିରେ ପକାଇଦିଅନ୍ତୁ । ଏବେ ସେହି ପାଣିକୁ ଫୁଟାଇ ଛାଣି ଦିଅନ୍ତୁ । ଏହି ପାଣି ଅଳ୍ପ ଉଷୁମ ଥିବା ସମୟରେ ସେଥିରେ ଏକ ଚାମଚ ମହୁ ପକାଇ ପିଅନ୍ତୁ । ଏହାକୁ ଆପଣ ସକାଳେ ଓ ସନ୍ଧ୍ୟା ବେଳେ ଦୁଇ ଥର ପିଅନ୍ତୁ, କଫ ସମସ୍ୟା ଜଲଦି ଦୂର ହୋଇଯିବ ।
ଲେମ୍ବୁ ଓ ମହୁ
- କଫରୁ ମୁକ୍ତି ପାଇଁ ଏକ ଚାମଚ ମହୁ ଓ ଦୁଇ ଚାମଚ ଲେମ୍ବୁ ରସକୁ ଗରମ ପାଣିରେ ମିଶାଇ ପିଅନ୍ତୁ । ଏହାକୁ ସପ୍ତାହେ ପର୍ଯ୍ୟନ୍ତ ଦିନକୁ ତିନି ଥର ପିଅନ୍ତୁ।
- ଆପଣ ମହୁ ବ୍ୟବହାର କରି ମଧ କଫକୁ ଭଲ କରି ପାରିବେ । ଏଥିପାଇଁ ଆପଣ ଗୋଟିଏ ବଡ ଚାମଚ ମହୁରେ ଗୋଟିଏ ପିଞ୍ଚ ଗୋଲମରୀଚ ଗୁଣ୍ତକୁ ଭଲ ଭାବେ ମିଶାଇ ତାହାକୁ ସବୁ ଦିନ ଖାଇଲେ ଆପଣଙ୍କର ଥଣ୍ତା ଜନିତ ସବୁ ସମସ୍ୟା ଭଲ ହୋଇଥାଏ ।
ଛାତିରେ କଫ ଜମିଥିଲେ କ୍ଷୀର, ପନିର, ଲହୁଣିଜାତୀୟ ଖାଦ୍ୟ କିମ୍ବା ମାଂସ ଖାଆନ୍ତୁ ନାହିଁ।
0 Comments
Do you have any doubts or suggestions? Ask them here in the comments!