ଶୀତଦିନେ ଏହି ରୋଗୀମାନେ ଅଦା ଚା’ ପିଉଛନ୍ତି କି ? ସାବଧାନ
ଶୀତଦିନେ ଏହି ରୋଗୀମାନେ ଅଦା ଚା’ ପିଉଛନ୍ତି କି ? ସାବଧାନ
ଶୀତ ଋତୁ ଆରମ୍ଭ ହେବା ମାତ୍ରେ କିଛି ଲୋକ ଅଦା ଚା’ ପିଇବା ଆରମ୍ଭ କରନ୍ତି । କୁହାଯାଏ ଏହି ଚାହା ସ୍ୱାସ୍ଥ୍ୟ ପକ୍ଷେ ଖୁବ୍ ଭଲ । ଏହା ଥଣ୍ଡା କାଟିବା ସହ ହଜମ କ୍ରିୟାକୁ ମଧ୍ୟ ସହଜ କରେ । ହେଲେ ଆପଣ ଜାଣନ୍ତି, ସବୁ ସମୟରେ ଏହାକୁ ପିଇବା ଅନୁଚିତ୍ ।
ଆବଶ୍ୟକତାରୁ ଅଧିକ ଅଦା ଚା’ ପିଇଲେ ଏହା ଆମ ଶରୀରରେ ଅନେକ ସମସ୍ୟା ସୃଷ୍ଟି କରିଥାଏ । ହୁଏତ ସେହି ଲୋକଙ୍କ ପାଇଁ ଅଦା ଚା ଲାଭଦାୟୀ ହୋଇଥାଏ, ଯେଉଁମାନେ ଶୀତ ଦିନେ କଫ ପ୍ରକୃତିର ହୋଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ନିୟମିତ ଅଦା ଚା’ ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ । ସେହିପରି ଅଧିକ ଅଦା ଚା ସେବନ କରିବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ ।
ତେବେ ଆସନ୍ତୁ ଜାଣିବା ଏଥିଯୋଗୁଁ ଉପୁଜିବାକୁ ଥିବା ସମସ୍ୟାଗୁଡ଼ିକ ବିଷୟରେ ।
1. କୌଣସି ବ୍ୟକ୍ତିଙ୍କୁ ଗୋଟେ ଦିନରେ ୫ ଗ୍ରାମରୁ ଅଧିକ ଅଦା ସେବନ କରିବା ଉଚିତ୍ ନୁହେଁ । କାରଣ ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ସେଥିପାଇଁ ଗୋଟେ କପ ଚା’ରେ ଅଧା ଚାମଚ ଅଦା ବହୁତ ହୋଇଥାଏ ।
- ଏହାସହିତ ଚା’ରେ ଅଧିକ ଅଦା ପକାଇ ସେବନ କରିବା ଦ୍ୱାରା ପେଟ ଜଳାପୋଡା ହୋଇଥାଏ ।
- ଅତ୍ୟଧିକ ଅଦା ଚା’ ପିଇବାଦ୍ୱାରା ପେଟରେ ଅମ୍ଳ ସୃଷ୍ଟି ହୋଥାଏ । ଫଳରେ ଆପଣଙ୍କୁ ଏସିଡିଟି ସମସ୍ୟା ଭୋଗିବାକୁ ପଡ଼ିଥାଏ।
2. ସେହିପରି ଗର୍ଭବତୀ ମହିଳା ଦିନ ଯାକରେ ୨.୫ ଗ୍ରାମରୁ ଅଧିକ ଅଦା ସେବନ କରିବା ଉଚିତ୍ ନୁହେଁ । ଏହାସହିତ ମହିଳାଙ୍କୁ ଗର୍ଭାବସ୍ଥାରେ ଚା ପିଇବା ଉଚିତ୍ ନୁହେଁ । କାରଣ ଏହାଦ୍ୱାରା ଏସିଡିଟି ହେବାର ସମ୍ଭାବନା ରହିଥାଏ ।
- ଗର୍ଭବତୀ ମହିଳାମାନେ ଅଧ କପରୁ ଅଧିକ ଚା’ ପିଇବା ଅନୁଚିତ୍। ଏହାଦ୍ୱାରା ସେମାନଙ୍କର ପେଟରେ ଯନ୍ତ୍ରଣା ହୋଇଥାଏ ଓ ଗର୍ଭସ୍ଥ ଶିଶୁ ପାଇଁ ମଧ୍ୟ ଏହା କ୍ଷତିକାରକ ହୋଇଥାଏ।
3. ଯଦି ପାଚନ ସମ୍ବନ୍ଧୀୟ ସମସ୍ୟା ରହିଥିବ ତେବେ ଗୋଟେ ଦିନରେ ୧.୨ ଗ୍ରାମର ଅଦା ସେବନ କରିବା ଉଚିତ୍ ନୁହେଁ । ଅତ୍ୟଧିକ ଅଦା ସେବନ ପାଚନ ସମସ୍ୟାକୁ ବଢାଇ ଦେଇଥାଏ ।
4. ଅନ୍ୟପଟେ ଭୁଲରେ ବି ଖାଲି ପେଟରେ ଅଦା ଚା ସେବନ କରିବା ଉଚିତ ନୁହେଁ । କାରଣ ଏହାଦ୍ୱାରା ପେଟ ଖରାପ ହୋଇଥାଏ ।
5. ନିଦ୍ରାହୀନତା ସମସ୍ୟା ଭୋଗୁଥିବା ଲୋକମାନେ ମଧ୍ୟ ଅଧିକ ମାତ୍ରାରେ ଅଦା ଚା’ ପିଇବା ଅନୁଚିତ୍ । କାରଣ ଏହା ନିଦ୍ରାରେ ବ୍ୟାଘାତ ସୃଷ୍ଟି କରିଥାଏ ।
- ଅତ୍ୟଧିକ ଅଦା ଚା ସେବନ ଦ୍ୱାରା ଅନିଦ୍ର ହେବାକୁ ପଡିପାରେ । ସେଥିପାଇଁ ବେଡ୍ କୁ ଶୋଇବାକୁ ଯିବା ପୂର୍ବରୁ ଚା ପିଇବା କଥା ନୁହେଁ ।
6. ନିମ୍ନ ରକ୍ତଚାପ ସମସ୍ୟା ଥିବା ଲୋକମାନେ ମଧ୍ୟ ଚା’ରେ ଅଦାକୁ ଏକ ନିର୍ଦ୍ଦିଷ୍ଟ ପରିମାଣରେ ପକାଇ ପିଇବା ଉଚିତ୍ । କାରଣ ଅଦା ରକ୍ତକୁ ପତଳା କରିଦେଇଥାଏ । ଏହାଫଳରେ ନିମ୍ନ ରକ୍ତଚାପ ରୋଗୀଙ୍କର ରକ୍ତଚାପ ଆହୁରି କମିଯାଏ ।
7. ଅଦା ଶରୀରରେ ଶର୍କରାର ମାତ୍ରାକୁ କମାଇ ଦେଇଥାଏ । ତେଣୁ ଯେଉଁମାନଙ୍କର ଲୋ-ସୁଗାର ସମସ୍ୟା ରହିଛି ସେମାନେ ଅଧିକ ଅଦା ଚା’ ନ ପିଇବା ଉଚିତ୍ ।
0 Comments
Do you have any doubts or suggestions? Ask them here in the comments!